ରାୟଗଡା

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର

ରାୟଗଡା ଜିଲାରେ ୧୭୧୧ ଶିଶୁ ପୁଷ୍ଟିହୀନତାର ଶିକାର


ରାୟଗଡା ଅଫିସ୍‌, ୮ା୨

ସମନ୍ବିତ ଶିଶୁ ବିକାଶ ଯୋଜନା ଅଧୀନରେ ଜିଲାରେ ୧୯୪୭ଟି ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ଏହା ମାଧ୍ୟମରେ ୫ବର୍ଷ ବୟସର ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି। ଜିଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କିଛିମାତ୍ରାରେ ହ୍ରାସ ପାଇଥିଲେ ମଧ୍ୟ ଡିସେମ୍ବର ୨୦୧୭ ସୁଦ୍ଧା ଜିଲାର ୧୧ଟି ବ୍ଲକ୍‌ରେ ମୋଟ ୧୭୧୧ଜଣ ଶିଶୁ ପୃଷ୍ଟିହୀନତାର ଶିକାର ହୋଇଥିବା ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଜଣାପଡିଛି। ଆଇସିଡିଏସ୍‌ ବିଭାଗ ଦ୍ୱାରା ପରିଚାଳିତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡିକରେ ଯୋଗାଇ ଦିଆଯାଉଥିବା ଖାଦ୍ୟ ପୁଷ୍ଟିସାରଯୁକ୍ତ କି ନୁହେଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୁଷ୍ଟିହୀନତାର ଶିକାର ହେଉଥିବା ସମସ୍ତ ଶିଶୁଙ୍କ ବୟସ କମ୍‌ ହୋଇଥିବାରୁ ଏହାର ନିରାକରଣ ପାଇଁ ଜିଲା ପ୍ରଶାସନ ଓ ଦାୟିତ୍ୱରେ ଥିବା ବିଭାଗ ପକ୍ଷରୁ କରାଯାଉଥିବା ସରକାରଙ୍କ ସମସ୍ତ ଯୋଜନା ଓ ଉଦ୍ୟମ ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଜିଲା ପ୍ରଶାସନ ଓ ଜିଲା ଆଇସିଡିଏସ୍‌ ବିଭାଗ ପକ୍ଷରୁ ଆଦିବାସୀ ବହୁଳ ଏହି ଜିଲାର ଅପପୁଷ୍ଟି ସମ୍ପର୍କରେ କୌଣସି ଜନସଚେତନତା କାର୍ଯ୍ୟକ୍ରମ କରାଯାଉ ନ ଥିବା ଅଭିଯୋଗ ହେଉଛି ।
ବ୍ଲକ୍‌ରେ ମୋଟ ୧ଲକ୍ଷ ୧୪୦ଜଣ ଶିଶୁ ୫ବର୍ଷ ମଧ୍ୟରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ବିଭାଗ ଦ୍ୱାରା ୯୭ହଜାର ୫୦୧ଜଣ ଶିଶୁଙ୍କୁ ଓଜନ କରାଯାଇଛି। ସେମାନଙ୍କ ମଧ୍ୟରୁ ୭୪ହଜାର ୪୮୮ଜଣ ଶିଶୁ ସୁସ୍ଥ ସବଳ ଥିବାବେଳେ ମଧ୍ୟମ ଅବସ୍ଥାରେ ୧୯ହଜାର ୩୬୨ଶିଶୁ ରହିଛନ୍ତି ା ସମୁଦାୟ ଶିଶୁଙ୍କ ମଧ୍ୟରୁ ୧୭୧୧ଜଣ ଶିଶୁ ଅଢ଼େଇକିଲୋରୁ କମ୍‌ ଥିବା ଯୋଗୁ ବିପଦପୂର୍ଣ୍ଣ ଅବସ୍ଥାରେ ଅଛନ୍ତି । ସମାନଙ୍କ ମଧ୍ୟରୁ ୮୨ଜଣ ଶିଶୁଙ୍କର ବାହୁମାପ ୧୧.୦୫ସେଣ୍ଟିମିଟରରୁ କମ୍‌ ଥିବାଯୋଗୁ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ଜଣାପଡିଛି । ଏହା ୧.୭୫ପ୍ରତିଶତ। ଯେଉଁ ଶିଶୁମାନେ ଅଢ଼େଇକିଲୋ ଓଜନରୁ କମ୍‌ ଏବଂ ହାତର ମାପ ୧୧.୦୫ସେଣ୍ଟିମିଟରରୁ କମ୍‌ ରହୁଛି, ଜିଲା ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏନ୍‌ଆର୍‌ସି ଏବଂ ଗୁଣପୁର ଠାରେ ଥିବା ଏନ୍‌ଆରସିରେ ରଖି ଚିକିତ୍ସା କରାଯାଉଛି। ଜିଲାର ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ରାୟଗଡା ବ୍ଲକ୍‌ରେ ସର୍ବାଧିକ ୨୬୬ଜଣ, ରାମନାଗୁଡା ବ୍ଲକ୍‌ରେ ସର୍ବନିମ୍ନ ୬୯ । ସେହିପରି କୋଲନରା ବ୍ଲକ୍‌ରେ ୧୭୭, ଗୁଡାରୀରେ ୯୧, ଚନ୍ଦ୍ରପୁରରେ ୧୦୩, ଗୁଣପୁରରେ ୨୪୧, ପଦ୍ମପୁରରେ ୭୬, ବିଷମକଟକରେ ୧୬୬, ମୁନିଗୁଡାରେ ୧୫୪, କଲ୍ୟାଣସିଂହପୁରେ ୧୭୦, କାଶୀପୁରରେ ୧୯୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଜିଲାରେ ଥିବା ୧୯୪୭ ଅଙ୍ଗନୱାଡ଼ି ଓ ମିନିଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ୮୭୦ କେନ୍ଦ୍ରର ନିଜସ୍ବ ଗୃହ ନାହିଁ ା ସେଥିମଧ୍ୟରୁ ବିଭିନ୍ନ ସ୍କୁଲ ଗୃହରେ ୯୭ଟି, ବିିଭିନ୍ନ ଲୋକଙ୍କ ଘର ଭଡାରେ ନେଇ ୩୫୫ଟି, କମ୍ୟୁନିଟି ଗୃହରେ ୧୪୯, ଅଙ୍ଗନୱାଡ଼ି ଦିଦି ଓ ଅନ୍ୟ ଘର ଲୋକଙ୍କ ବାରଣ୍ଡାରେ ୨୬୯ଟି ଅଙ୍ଗନୱାଡ଼ି ଚାଲିଛି । ଜିଲାର ମୋଟ ୧୧ଜଣ ସିଡିପିଓଙ୍କ ସ୍ଥାନରେ ୯ଜଣ କାର୍ଯ୍ୟରତ ଅଛନ୍ତି । ସେଥିମଧ୍ୟରୁ ଚନ୍ଦ୍ରପୁର ବ୍ଲକ୍‌ରେ ଗତ ଜାନୁୟାରୀରୁ ଏବଂ କାଶୀପୁର ବ୍ଲକ୍‌ରେ ଦୀର୍ଘ ୨ବର୍ଷ ହେଲା ସିଡିପିଓଙ୍କ ପଦବୀ ଖାଲିପଡିଛି।
ଶିଶୁ, ମାତୃ ମୃତ୍ୟୁହାର କମାଇବା ପାଇଁ ପ୍ରଶାସନ ପକ୍ଷରୁ ଗତ ୮ସେପ୍ଟେମ୍ବରରେ ‘ଆମ ସଙ୍କଳ୍ପ’ ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହି ଯୋଜନା କରାଯିବା ପରଠାରୁ ଜିଲାର ଶିଶୁ ମାତୃ ମୃତ୍ୟୁହାର କିଛିମାତ୍ରାରେ କମିଛି । କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଫଳପ୍ରଦ ହୋଇପାରିନାହିଁ। ଆଦିବାସୀ ବହୁଳ ଏହି ଜିଲାରେ ସଚେତନତାର ଘୋର ଅଭାବ ରହିଛି । ଲୋକେ ଭୋକ ବିକଳରେ ଆମ୍ବଟାକୁଆ ଠାରୁ ଆରମ୍ଭକରି ବିଭିନ୍ନ ପ୍ରକାର ଅଖାଦ୍ୟ ଖାଉଥିବା ନଜିର ରହିଛି। ଆଇସିଡିଏସ୍‌ ବିଭାଗ ଦାୟିତ୍ୱରେ ଥିବା ବହୁ ଅଧିକାରୀ ଓ କର୍ମଚାରୀ ଗ୍ରାମାଞ୍ଚଳକୁ ନିୟମିତ ଯାଉନଥିବା ଓ ଠିକ୍‌ ଭାବେ ସରକାରଙ୍କ ଯୋଜନାକୁ କାର୍ଯ୍ୟକ୍ଷମ କରୁନଥିବା ଯୋଗୁ ଏପରି ସମସ୍ୟା ଉପୁଜୁଥିବା ସାଧାରଣରେ ଅଭିଯୋଗ ହୋଇଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ଯୋଜନା ପକ୍ଷରୁ ୨୦୧୭ ଏପ୍ରିଲ୍‌ ମାସ ୧ରୁ ସମସ୍ତ ପ୍ରସୂତି ଓ ଗର୍ଭବତୀମାନଙ୍କୁ ଗରମ ରନ୍ଧାଖାଦ୍ୟ ଯୋଗାଇଦେବାକୁ ରାଜ୍ୟ ସରକାରଙ୍କ ତରଫରୁ ଏକ ନୂତନ ଯୋଜନା କାର୍ଯ୍ୟକ୍ଷମ କରାଯାଇଛି । ଏଥିସହିତ ଏହାକୁ କାର୍ଯ୍ୟକ୍ଷମ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ରାୟଗଡା ଜିଲାରେ ଏହି ଯୋଜନା ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏ ସମ୍ପର୍କରେ ଜିଲା ସମାଜ କଲ୍ୟାଣ ଅଧିକାରୀ ମନୋରମା ରେଡ୍ଡୀ ଓ ଅତିରିକ୍ତ ଜିଲା ସମାଜ କଲ୍ୟାଣ ଅଧିକାରୀ ସନ୍ତୋଲାଲ୍‌ ଦୀପଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗର୍ଭବତୀ ଅବସ୍ଥାରେ ଆବଶ୍ୟକ ଯତ୍ନ ଓ ଖାଦ୍ୟର ଅଭାବ, ଗଁା ଗହଳିରେ ଶିଶୁଙ୍କୁ ମା’ କ୍ଷୀର ଦେବାରେ ଅବହେଳା, ମ୍ୟାଲେରିଆ ଯୋଗୁ ଶିଶୁ ଦୁର୍ବଳ ହେଉଛି। ତତ୍‌ ସଙ୍ଗେସଙ୍ଗେ ବାଲ୍ୟବିବାହ, ଉପଯୁକ୍ତ ବୟସ ପୂର୍ବରୁ ବିବାହକରି ସନ୍ତାନ ଜନ୍ମ ଏ ସବୁ ଶିଶୁମାନଙ୍କ ପୁଷ୍ଟିହୀନତାର ମୁଖ୍ୟ କାରଣ। ଏହାକୁ ନିୟନ୍ତ୍ରଣ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ତ୍ତମାନ ଜିଲାରେ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା କମିଛି ବୋଲି କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ରାୟଗଡା

ସଫେଇ ହେଉନି ଡ୍ରେନ୍‌, ଆବର୍ଜନା: ରୋଗ ବ୍ୟାପିବା ଆଶଙ୍କା

ସଫେଇ ହେଉନି ଡ୍ରେନ୍‌, ଆବର୍ଜନା: ରୋଗ ବ୍ୟାପିବା ଆଶଙ୍କା

ଧୋଡ୍ରା,୨୫।୫(ଡି.ଏନ.ଏ)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ବକଡାବେଡା ପଞ୍ଚାୟତ ସଦର ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗ୍ରାମର ଡ୍ରେନ୍‌ଗୁଡ଼ିକ ନିୟମିତ ଭାବେ ସଫେଇ କରାଯାଉନାହିଁ। ସେହିପରି ବିଭିନ୍ନ ସ୍ଥାନରେ କୁଢ କୁଢ ଆବର୍ଜନା ପଡ଼ିରହିଛି। ଅସରାଏ ବର୍ଷା ହେଲେ ରାସ୍ତାକୁ ଡ୍ରେନ୍‌ ପାଣି ଉଦବୃତ୍ତ ହୋଇଆସୁଛି। ଫଳରେ ଲୋକେ ମଇଳା ପାଣିରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏଥିଯୋଗୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶା, ମାଛି ଆଦି ବଂଶ ବୃଦ୍ଧି ପାଇଁ ଲୋକେ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ାବାନ୍ତି ଆଦି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ୩ଟି ଓ୍ବାର୍ଡକୁ ନେଇ ବକଡାବେଡା ଗ୍ରାମପଞ୍ଚାୟତ ଗଠିତ। ୮ ଓ ୯ନମ୍ବର ଓ୍ବାର୍ଡର ମଧ୍ୟବର୍ତ୍ତୀ ଡ୍ରେନ୍‌ରେ ଆବର୍ଜନା ଜମିରହିଛି।

୪ଦିନ ହେବ ଗ୍ରାମାଞ୍ଚଳରେ ଡାକସେବା ବ୍ୟାହତ

୪ଦିନ ହେବ ଗ୍ରାମାଞ୍ଚଳରେ ଡାକସେବା ବ୍ୟାହତ

ଜୟପୁର,୨୫।୫(ନି.ପ୍ର.): ଅଖିଳ ଭାରତୀୟ ଗ୍ରାମୀଣ ଡାକ ସେବକ ସଂଘ କୋରାପୁଟ ଡିଭିଜନାଲ ବ୍ରାଞ୍ଚ ତରଫରୁ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ ସହ ଜୟପୁର ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦିଆଯାଇଛି । ଜିଡିଏସ ବେତନ କମିଶନଙ୍କ ପ୍ରଦତ୍ତ ରିପୋର୍ଟର ସମସ୍ତ ଉଚିତ ପରାମର୍ଶ ତୁରନ୍ତ କାର୍ଯ୍ୟକାରୀ କରିବା ଓ ନୂତନ ଦରମା ଲାଗୁ କରିବା ଦାବିରେ ଏହ ଧର୍ମଘଟ ଦିଆଯାଇଛି ।

ଜୟପୁର ଲାବୋରାଟୋରୀ ସଂଘର ବିକ୍ଷୋଭ ଶୋଭାଯାତ୍ରା

ଜୟପୁର ଲାବୋରାଟୋରୀ ସଂଘର ବିକ୍ଷୋଭ ଶୋଭାଯାତ୍ରା

ଜୟପୁର,୨୫।୫(ନି.ପ୍ର.): ଜୟପୁର ଲାବୋରାଟୋରୀ ଏସୋସିଏସନ ତରଫରୁ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜୟପୁରର ସମସ୍ତ ଲାବୋରାଟୋରୀ ବନ୍ଦ ରଖି ମାଲିକମାନେ ଶୋଭାଯାତ୍ରାରେ ବାହାରିଥିଲେ। ରାଜ୍ୟର ଶତକଡା ୮୦ ପ୍ରତିଶତ ସ୍ବାସ୍ଥ୍ୟସେବା ଯୋଗାଉଥିବା ବେସରକାରୀ ଡାକ୍ତରଖାନା ସରକାରଙ୍କ ନିଷ୍କ୍ରିୟତା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛି। ଏହାର ପ୍ରତିବାଦରେ ସମସ୍ତ ବେସରକାରୀ ଡାକ୍ତରଖାନା ଓ ଡାଇଗ୍ନୋଷ୍ଟିକ କେନ୍ଦ୍ର୍ର ମଧ୍ୟ ବନ୍ଦ ରହିଥିବା ବେଳେ ଏହାର ପ୍ରଭାବ ଜୟୁପୁରରେ ଦେଖିବାକୁ ମିଳିଥିଲା ।

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକରେ ମନିଷା, ସ୍ନାତକୋତ୍ତରରେ ସୌମ୍ୟରଞ୍ଜନ ଶ୍ରେଷ୍ଠ

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟ: ସ୍ନାତକରେ ମନିଷା, ସ୍ନାତକୋତ୍ତରରେ ସୌମ୍ୟରଞ୍ଜନ ଶ୍ରେଷ୍ଠ

ଜୟପୁର,୨୫। ୫(ନି.ପ୍ର.): ଦକ୍ଷିଣ ଓଡିଶାର ପ୍ରମୁଖ ବିକ୍ରମଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଏବଂ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ ପାଇଛି । ଶେଷ ବର୍ଷ ସ୍ନାତକର କଳା ବିଭାଗରେ ଶତକଡା ୭୯ ପ୍ରତିଶତ ହୋଇଥିବା ବେଳେ ବିଜ୍ଞାନ ବିଭାଗରେ ୭୬ ପ୍ରତିଶତ ଓ ବାଣିଜ୍ୟ ବିଭାଗରେ ଉତ୍ତୀର୍ଣ୍ଣ ହାର ୬୪ ପ୍ରତିଶତ ହୋଇଛି । ବି.ବି.ଏରେ ଉତ୍ତୀର୍ଣ୍ଣ ହାର ୫୦ ପ୍ରତିଶତ ହୋଇଥିବା ବେଳେ ବି.ସି.ଏରେ ୬୮ ପ୍ରତିଶତ ହୋଇଛି ।

ମନସାଇଙ୍କ ଗୁହାରି ଶୁଣିଲା ପ୍ରଶାସନ; ମିଳିଲା ଆବାସ କାର୍ଯ୍ୟାଦେଶ

ମନସାଇଙ୍କ ଗୁହାରି ଶୁଣିଲା ପ୍ରଶାସନ; ମିଳିଲା ଆବାସ କାର୍ଯ୍ୟାଦେଶ

ନବରଙ୍ଗପୁର,୨୫।୫(ବି.ପ୍ର.): କିଛିଦିନ ତଳେ ‘ଧରିତ୍ରୀ’ରେ ଗରିବଙ୍କ ପାଇଁ ଫେଲ ମାରୁଛି ସରକାରୀ ଯୋଜନା’ ପ୍ରକାଶିତ ହୋଇଥିଲା। ବଡକୁମୁଲି ପଞ୍ଚାୟତ ଅଧୀନ ସାନକୁମୁଲି ଗାଁ ନୂଆସାହିରେ ରହୁଥିବା ମନସାଇ ଟାକ୍ରୀ (୭୫) ଏକ ଭଙ୍ଗା ଦଦରା ଟାଇଲ ଛପର ଘରେ ଏକାକି ରହି ଆସୁଥିଲେ। ଏନେଇ ନବରଙ୍ଗପୁର ବିଡିଓ ଘର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହି କ୍ରମରେ ଏବେ ମନସାଇଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି।

ପିଲାଚୋରି ଗୁଜବ: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ପିଲାଚୋରି ଗୁଜବ: ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼

ଜୟପୁର,୨୫।୫(ନି.ପ୍ର.): ଜୟପୁର ଅଞ୍ଚଳରେ ପିଲା ଚୋରି ଗୁଜକୁ ନେଇ ଜଣେ ମାନସିକ ବିକୃତଙ୍କୁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଏଭଳି ଅଭାବନୀୟ ଘଟଣା ସହରର ଜୟନଗରରେ ଘଟିଛି। ଏହି ପିଲାଚୋରି ଗୁଜବ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଲୋକମାନେ ସାମାନ୍ୟ ସନ୍ଦେହ ହେଲା ମାତ୍ରେ ଆଇନକୁ ହାତକୁ ନେଇ ଯେକୌଣସି ବ୍ୟକ୍ତିଙ୍କୁ ଆକ୍ରମଣ କରିବାରେ ଲାଗିପଡ଼ିଛନ୍ତି।

୨୩ ଦିନ ପରେ ହଟିଲା ଆନ୍ଦୋଳନ: ଆଜିଠୁ କାର୍ଯ୍ୟରେ ଯୋଗଦେଲେ ରାଜସ୍ବ ଅମଲା କର୍ମଚାରୀ

୨୩ ଦିନ ପରେ ହଟିଲା ଆନ୍ଦୋଳନ: ଆଜିଠୁ କାର୍ଯ୍ୟରେ ଯୋଗଦେଲେ ରାଜସ୍ବ ଅମଲା କର୍ମଚାରୀ

କୋରାପୁଟ,୨୫।୫(ସ୍ବ.ପ୍ର.): ଚଳିତ ମାସ ୧ରୁ ୯ ଦଫା ଦାବି ନେଇ କୋରାପୁଟ ଜିଲାର ୩୭୩ ଜଣ ରାଜସ୍ବ ଅମଲାମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିଲା। କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣାରେ ବସିଥିଲେ। ରାଜ୍ୟ ସରକାରଙ୍କ ଲିଖିତ ପ୍ରତିଶ୍ରୁତି ପରେ ସେମାନେ ଧାରଣା ପ୍ରତ୍ୟାହାର କରିଛନ୍ତି।

କର୍ମଚାରୀ ସଂଘ ନିର୍ବାଚନ: ୧୬୨୫ ଭୋଟ୍‌ ପାଇ ବିଜୁ ଏରୋନଟିକ୍ସ ଏମ୍ପ୍ଲୋଇଜ ୟୁନିଅନ ବିଜୟୀ

କର୍ମଚାରୀ ସଂଘ ନିର୍ବାଚନ: ୧୬୨୫ ଭୋଟ୍‌ ପାଇ ବିଜୁ ଏରୋନଟିକ୍ସ ଏମ୍ପ୍ଲୋଇଜ ୟୁନିଅନ ବିଜୟୀ

ସୁନାବେଡ଼ା,୨୫।୫(ଡି.ଏନ୍‌.ଏ.): ସୁନାବେଡ଼ା ସ୍ଥିତ ହାଲ୍‌ କର୍ମଚାରୀ ସଂଘ ନିର୍ବାଚନ ଗୁରୁବାର ଶେଷ ହୋଇ ଫଳ ପ୍ରକାଶ ପାଇଛି। ସନ୍ଧ୍ୟା ୫ଟାରେ ମତଦାନ ସରିଥିଲା। ୨୬୧୫ ଭୋଟ୍‌ ମଧ୍ୟରୁ ନିର୍ଦ୍ଧାରିତ ସମୟ ଭିତରେ ୨୫୩୨ଟି ଭୋଟିଂ ହୋଇଥିଲା। ଏହାପରେ ସନ୍ଧ୍ୟାରେ ସମସ୍ତ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଭୋଟ୍‌ ଗଣତି ହୋଇଥିଲା। ଏଥିରେ ୧୬୨୫ଟି ଭୋଟ୍‌ ପାଇ ବିଜୁ ଏରୋନଟିକ୍ସ ଏମ୍ପ୍ଳୋଇଜ ୟୁନିଅନ ବିଜୟୀ ଘୋଷିତ ହୋଇଛି।

 ‘ଧରିତ୍ରୀ’ ପ୍ରଭାବ: ଛତାଆମ୍ବରୁ ଉଦ୍ଧାର ହେଲେ ୫ ଅସହାୟ ଶିଶୁ

‘ଧରିତ୍ରୀ’ ପ୍ରଭାବ: ଛତାଆମ୍ବରୁ ଉଦ୍ଧାର ହେଲେ ୫ ଅସହାୟ ଶିଶୁ

ଦଶମନ୍ତପୁର,୨୫।୫(ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକରେ ଥିବା ଆଇଡିଏସ ତଥା ଆଦର୍ଶ ଗିରିଜନ ବିଦ୍ୟାଳୟ ଗୋଟିଏ ଗ୍ରାମର ୫ଜଣ ଅନାଥ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କ ଭବିଷ୍ୟତକୁ ସଜାଡ଼ିବା ପାଇଁ ଉଦ୍ୟମ ହୋଇଛି। ଦଶମନ୍ତପୁର ବ୍ଲକ ଗିର୍ଲିଗୁମ୍ମା ପଞ୍ଚାୟତ ଛତାଆମ୍ବ ଗ୍ରାମର ବତି, ଥିର ଓ ବିମଳା, ଓ ତୁଳାରାମଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଆଇଡିଏସ ଅନୁଷ୍ଠାନରେ ରଖାଯାଇଛି। ସେମାନଙ୍କର ପାଠପଢ଼ାର ବ୍ୟବସ୍ଥା କରିବ ପ୍ରଶାସନ।

ବିଭିନ୍ନ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ବିଭିନ୍ନ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’

ଜୟପୁର,୨୫।୫(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ସହରରେ ଗତ ଦୁଇଦିନରେ ବିଭିନ୍ନ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରେଣୁକା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମୋ ସ୍କୁଲ ଅଭିଯାନ ବୈଠକରେ ବିଦ୍ୟାଳୟର ପୁରାତନ ଛାତ୍ର, ଶିକ୍ଷକମାନେ ଉପସ୍ଥିତ ଥିଲେ। ସେହିପରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ପ୍ରଧାନଶିକ୍ଷକ ଓମ୍‌ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସେହିପରି ଚନ୍ଦବାଡ଼ ଉଚ୍ଚ ବିଦ୍ୟାଳୟର ଦାୟିତ୍ୱରେ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ଲିପିକା ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀନାଥ ମିଶ୍ର, କମଳାକାନ୍ତ ତ୍ରିପାଠୀ, ଲକ୍ଷ୍ମୀକାନ୍ତ ମିଶ୍ର, ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

୯ରେ ଦିବ୍ୟାଙ୍ଗଙ୍କ ଅଧିନିୟମ ସଂକ୍ରାନ୍ତ ସଚେତନତା ଶିବିର

୯ରେ ଦିବ୍ୟାଙ୍ଗଙ୍କ ଅଧିନିୟମ ସଂକ୍ରାନ୍ତ ସଚେତନତା ଶିବିର

ପାରଳାଖେମୁଣ୍ଡି,୨୫।୫(ସ୍ବ.ପ୍ର.): ଦିବ୍ୟାଙ୍ଗମାନଙ୍କ ଅଧିକାର ଏବଂ ଅଧିନିୟମ-୨୦୧୬ ସଂକ୍ରାନ୍ତ ସଚେତନତା କାର୍ଯ୍ୟକ୍ରମ ପାଇଁ ଗଜପତି ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନୁପମ ଶାହା ଅଧ୍ୟକ୍ଷତା କରିଥିଲେ। ଜିଲାରେ ସଶକ୍ତ ରଥ ପରିକ୍ରମା କାର୍ଯ୍ୟକ୍ରମର ସଫଳ ରୂପାୟନ ନେଇ ଆଲୋଚନା ହୋଇଥିଲା। ସଶକ୍ତ ରଥକୁ ସିସିଡି ସ୍ବେଚ୍ଛାସେବୀ ସଂସ୍ଥା ପରିଚାଳନା କରିବ। ସେହିପରି ଆସନ୍ତା ଜୁନ ୯ତାରିଖରେ ଦିବ୍ୟାଙ୍ଗଙ୍କ ଅଧିନିୟମ ସଂକ୍ରାନ୍ତ ବିଶାଳ ସଚେତନତା ଶିବିର କିପରି ଆୟୋଜନ ହେବ ସେନେଇ ମଧ୍ୟ ଆଲୋଚନା କରାଯାଇଥିଲା।

ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତ ସମୀକ୍ଷା ବୈଠକ

ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତ ସମୀକ୍ଷା ବୈଠକ

ପାରଳାଖେମୁଣ୍ଡି,୨୫।୫(ସ୍ବ.ପ୍ର.): ଗଜପତି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପ୍ରଶିକ୍ଷଣ କେନ୍ଦ୍ରରେ ଗୁରୁବାର ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ବ୍ୟବସ୍ଥା ସଂକ୍ରାନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ବିପିନ ବିହାରୀ ପାଣିଗ୍ରାହୀ ଯୋଗଦେଇ ଗ୍ରାମାଞ୍ଚଳରେ ଉନ୍ନତ ସ୍ବାସ୍ଥ୍ୟସେବା କିପରି ସଠିକ ଭାବେ ପହଞ୍ଚତ୍ପାରିବ ସେନେଇ ଗୁରୁତ୍ୱାରୋପ କରିଥିଲେ। ଗ୍ରାମ କଲ୍ୟାଣ ସମିତି ସହାୟତାରେ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବା ପାଇଁ ରହିଥିବା ସରକାରଙ୍କ ବିଭିନ୍ନ ଯୋଜନା କିପରି ସଫଳ ରୂପାୟନ ହୋଇପାରିବ ସେବିଷୟରେ ଆଲୋଚନା କରିଥିଲେ। ଯୋଜନାଗୁଡିକ ଗ୍ରାମାଞ୍ଚଳରେ ପହଞ୍ଚିବା ପରେ ସେଠାରୁ ପଞ୍ଚାୟତ ଓ ବ୍ଲକ ସ୍ତରକୁ ସହଜରେ ପହଞ୍ଚତ୍ପାରିବ ବୋଲି କୁହାଯାଇଥିଲା।