ବ୍ରହ୍ମପୁର

୧୦ ବଖରା ଜଳିଗଲା

୧୦ ବଖରା ଜଳିଗଲା

ଭଞ୍ଜନଗର,୭।୨(ଡି.ଏନ.ଏ.)- ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ପଟାଙ୍ଗିରେ ମଙ୍ଗଳବାର ରାତିରେ ନିଅଁାଲାଗି ୫ ପରିବାରର ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଏଥିରେ ପରି ଦଳବେହେରା, ସନ୍ତୋଷ ଦଳବେହେରା, ବସନ୍ତ ଦଳବେହରା, ବିଦେଶୀ ଖିଲାର ଓ ଭାସି ଖିଲାରଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଖବରପାଇ ଦଶପଲ୍ଲା ଦମକଳବାହିନୀ ପହଞ୍ଚି ନିଅଁାକୁ ଆୟତ୍ତ କରିଥିଲେତ୍‌। ବିପନ୍ନ ପରିବାରଗୁଡ଼ିକ ରାତିରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତହସିଲ ଓ ବ୍ଲକ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପ୍ରାଥମିକ ସହାୟତା ଯୋଗାଇ ଦିଆଯାଇଛି ।

All Right Reserved By
I&PR

Model This Week

ସନ୍ତୋଷ

ବ୍ରହ୍ମପୁର

ଚୋର ସନ୍ଦେହରେ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଚୋର ସନ୍ଦେହରେ ଯୁବକଙ୍କୁ ଧରି ପୋଲିସ ଜିମା ଦେଲେ ଗ୍ରାମବାସୀ

ପାତ୍ରପୁର,୨୫ା୫(ଡି.ଏନ୍‌.ଏ.)- ଓଡ଼ିଶା ସୀମାନ୍ତରେ ଥିବା ପାତ୍ରପୁର ବ୍ଲକ କେଶରିପଡ଼ା ପଞ୍ଚାୟତ ଖାଡ଼ଙ୍ଗା ରାଜେନ୍ଦ୍ରପୁର ଗ୍ରାମରେ ଶୁକ୍ରବାର ଚୋର ସନ୍ଦେହରେ ଜନୈକ ଯୁବକଙ୍କୁ ଗ୍ରାମବାସୀ ବାନ୍ଧି ଅଟକ ରଖିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ବା ପରେ ଅଟକ ଯୁବକଙ୍କୁ ପୋଲିସ ଜିମା ଦେଇଥିଲେ। ଉଦ୍ଧାର ପରେ ତାଙ୍କ ଦେହରେ କ୍ଷତଚିହ୍ନ ଥିବା ଦେଖି ପୋଲିସ ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ।

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା ଅଭିଯୋଗ

ପାତ୍ରପୁର,୨୫ା୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ସାମନ୍ତରାପୁର ପଞ୍ଚାୟତ ବାଙ୍କ ସାହିର କିଛି ଆଦିବାସୀ ଯୁବକ ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ। ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଫୋନ୍‌ ଯୋଗେ ଜଣାଇବା ପରେ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ପରିବାରବର୍ଗ।

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ଚନ୍ଦ୍ରଗିରି,୨୫ା୫(ଡି.ଏନ୍‌.ଏ.)- କାଳବୈଶାଖୀ ତାଣ୍ଡବ ସାରା ରାଜ୍ୟରେ ଜାରି ରହିଛି। ଶୁକ୍ରବାର ଅପରାହ୍ନରେ ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କିଡାସିଙ୍ଗି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଆମ୍ବଗଛ ତଳେ ଆଶ୍ରୟ ନେଇଥିବା ୫ ବଳଦ ଓ ୨ ଗାଈଙ୍କ ମୃତ୍ୟୁ ଘଟିଛି। ତାରିଣୀ ଦଳାଇଙ୍କର ୨ଟି ବଳଦ ଓ ଗୋଟିଏ ଗାଈ, ଲଡୁକିଶୋର ନାୟକଙ୍କ ଗୋଟିଏ ଗାଈ, ମହାଙ୍କାଳ ରଣଜିତ୍‌, ଚକ୍ରଧର ନାୟକ ଏବଂ ଦେବରାଜ ଦଳାଇଙ୍କର ଗୋଟିଏ ଲେଖାଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ଏବଂ ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ ମାର୍କଣ୍ଡ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ଆଦର୍ଶ ବିଦ୍ୟାଳୟ ଉଦ୍‌ଘାଟିତ

ଆସିକା,୨୫ା୫(ଡି.ଏନ୍‌.ଏ): ଗ୍ରାମାଞ୍ଚଳ ଛାତ୍ରୀଛାତ୍ର ଯେଭଳି ସିବିଏସଇ ଢାଞ୍ଚାରେ ପଢ଼ିପାରିବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଖୋଲାଯାଉଛି। ଆସିକା ବ୍ଲକ ନିମିନା ଗ୍ରାମ ନିକଟରେ ଶୁକ୍ରବାର ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶୁକ୍ରବାର ଉଦଘାଟିତ ହୋଇଛି ା

ମୋ ସ୍କୁଲ ଅଭିଯାନ

ବାଲିଗୁଡ଼ା,୨୫ା୫(ଡି.ଏନ୍‌.ଏ.): ବାଲିଗୁଡ଼ା ବ୍ଲକର ମିଡ଼ିଆକିଆ ଓ ପରମପାଙ୍ଗା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମିଡ଼ିଆକିଆ ସରକାରୀ ୟୁ.ଜି. ହାଇସ୍କୁଲ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦୋରାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ମଦ, ଗଞ୍ଜେଇ କାରବାର ଅଭିଯୋଗ, ୪ ଗିରଫ

ଭଞ୍ଜନଗର,୨୫।୫(ଡି.ଏନ.ଏ)-ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ମଦ କାରବାର ଅଭିଯୋଗରେ ୩ ଜଣଙ୍କୁ ଓ ଗଞ୍ଜେଇ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି ।

ଡିବିଟି ସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ଡିବିଟି ସପ୍ତାହ ପାଳନ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡ଼ି,୨୫।୫(ଡି.ଏନ.ଏ)- ଦାରିଙ୍ଗବାଡିରେ ଡିବିଟି (ଡାଇରେକ୍ଟ ବେନିଫିସିଆରି ଟ୍ରାନ୍ସଫର) ଯୋଜନା କାର୍ଯ୍ୟକାରୀ କରାଯିବା ପାଇଁ ବ୍ଲକ ସଭାଗୃହରେ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗାଁ ମେଳି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗାଁ ମେଳି ଜିଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,୨୫ା୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ଭୁଷୁଣ୍ଡା ଗ୍ରାମ ନିକଟରେ ଥିବା ଷ୍ଟୋନ କ୍ରଶର ୟୁନିଟ ବିରୋଧରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି । କ୍ରଶର ଧୂଳିରେ ବାୟୁ ପ୍ରଦୂଷଣ ହେବା ସହ ଚାଷ ଜମି ଓ ପୋଖରୀରେ ପଥର ଗୁଣ୍ଡର ଆସ୍ତରଣ ଜମୁଛି।

ଆମ୍ବପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ଆମ୍ବପୁର ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ପାତ୍ରପୁର,୨୫।୫(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ଆମ୍ବପୁରଠାରେ ଆଇପିଏଲ୍‌ ଢାଞ୍ଚାରେ ପାତ୍ରପୁର ପ୍ରିମିୟର ଲିଗ୍‌ (ଏପିଏଲ୍‌) ଉଦ୍‌ଘାଟିତ ହୋଇଯାଇଛି।

ତାରାତାରିଣୀଠାରେ ବିଜେଡିର କର୍ମୀ ସମ୍ମିଳନୀ

ତାରାତାରିଣୀଠାରେ ବିଜେଡିର କର୍ମୀ ସମ୍ମିଳନୀ

ପୁରୁଷୋତ୍ତମପୁର,୨୫।୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ତାରାତାରିଣୀଠାରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାଉରୀ ପଣ୍ଡାଙ୍କ ପୌରହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ଅଜଣା ଗାଡ଼ି ଧକ୍କାରେ ୨ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ୨ ଗୁରୁତର

କନିଷି,୨୫।୫(ଡି.ଏନ.ଏ.)- ଗୋଳନ୍ଥରା ଛକରେ ଶୁକ୍ରବାର ସକାଳେ ଅଜଣା ଗାଡ଼ି ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସେମାନେ ହେଲେ ଗୋଳନ୍ଥରା ଗ୍ରାମର ପ୍ରଫୁଲ୍ଲ ଗୌଡ଼ (୪୫) ଓ କୁଠାରସିଂ ଗ୍ରାମର ପ୍ରକାଶ ନାୟକ (୪୭)।

ଆମ ପୋଲିସ ସମିତି ବୈଠକ

ଆମ ପୋଲିସ ସମିତି ବୈଠକ

ଗଞ୍ଜାମ,୨୫।୫(ଡି.ଏନ.ଏ.)- ଗଞ୍ଜାମ ଥାନା ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ଦାମୋଦରପୁର ଗୋପୀନାଥ ମନ୍ଦିର ସମ୍ମୁଖରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଥାନାଧିକାରୀ ଅନୀଲ କୁମାର ମାହାନ୍ତି ଅଧ୍ୟକ୍ଷତା କରିଥିଲେ।