ସମ୍ପାଦକୀୟ |

ନ୍ୟାୟ ଅପେକ୍ଷାରେ ନାରୀ ନିଗ୍ରହ

ନ୍ୟାୟ ଅପେକ୍ଷାରେ ନାରୀ ନିଗ୍ରହ

ବିଚିତ୍ର ବିଶ୍ୱାଳ/
ଗୋଟିଏ ରାଷ୍ଟ୍ରର ସମ୍ବେଦନଶୀଳତା ଓ ଦାୟିତ୍ୱବୋଧର ପ୍ରମାଣ ମିଳିଥାଏ, ନାରୀମାନଙ୍କ ପ୍ରତି ସଂପୃକ୍ତ ରାଷ୍ଟ୍ର କିପରି ବ୍ୟବହାର କରୁଛି। କିନ୍ତୁ ଆଜି ଆମେ ଯଦି ଆମ ଦେଶର ଓ ରାଜ୍ୟର ନାରୀମାନଙ୍କ ଅବସ୍ଥାକୁ ନିରପେକ୍ଷ ଭାବେ ଅନୁଧ୍ୟାନ କରିବା ତେବେ ଖୁବ୍‌ ନିରାଶ ହିଁ ହେବା। ବଳାତ୍କାର, ହତ୍ୟା, ପାରିବାରିକ ହିଂସା ଓ କର୍ମସ୍ଥଳୀରେ ଅଶ୍ଳୀଳ ଆଚରଣ ଆଦିର ପରିସଂଖ୍ୟାନକୁ ଦେଖିଲେ ଆମେ ଅତ୍ୟନ୍ତ ସଂକଟଜନକ ସ୍ଥିତି ଦେଇ ଯେ ଗତି କରୁଛେ, ଏହା ହୃଦ୍‌ବୋଧ ହେବ। ବିଭିନ୍ନ କ୍ଷେତ୍ରରେ ଅତ୍ୟାଚାରିତା ନାରୀମାନଙ୍କୁ ନ୍ୟାୟ ଦେବାରେ ଶାସନ ବ୍ୟବସ୍ଥା ଗୁରୁତର ଭାବେ ବିଫଳ ହେଉଥିବାର ଗୋଟିଏ ପରେ ଗୋଟିଏ ନଜିର ଦେଖିବାକୁ ମିଳୁଛି।
ସମାଜରେ ଭଲ ଓ ଖରାପ ଉଭୟ ରହିବ ହଁି ରହିବ। ଖରାପ ଘଟଣା ଯଥା ଅନ୍ୟାୟ, ଅତ୍ୟାଚାର, ହତ୍ୟା, ବଳାତ୍କାର ଆଦିକୁ ରାତାରାତି ବନ୍ଦ କରିଦେଇ ହେବ ନାହଁି। କିନ୍ତୁ ଅପରାଧ ଘଟିବା ପରେ ଓ ନାରୀ ବଳାତ୍କାର ପରି ଅମାନୁଷିକ କାଣ୍ଡର ବିଚାର ହେବା ପରେ ଯଦି ଆମ ବ୍ୟବସ୍ଥା ନ୍ୟାୟ ଦେଇପାରୁନି, ତେବେ ଏହି ବ୍ୟବସ୍ଥା ( ଉଭୟ ଶାସନ ବ୍ୟବସ୍ଥା ଓ ନ୍ୟାୟପାଳିକା) ନିକମା ବୋଲି ଆମକୁ ବୁଝିବାକୁ ହେବ। ଭାରତୀୟ ପିଙ୍ଗଳ କୋଡ୍‌ ଦସ୍ତାବିଜ୍‌ରେ କେତେ ସୁନ୍ଦର ସୁନ୍ଦର କଥା ଲେଖାହୋଇଛି, ସେଥିରେ ଆମର କିଛି ବାହାଦୁରି ନାହଁି। ଅସହାୟ ସମୂହ ଓ ନାରୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅପରାଧୀମାନଙ୍କୁ ଦଣ୍ଡିତ କରି ସେମାନଙ୍କୁ ଯଥାର୍ଥ ସୁରକ୍ଷା ଦେଇପାରିବା ହଁି ଆମ ବ୍ୟବସ୍ଥାର ଅସଲ ବାହାଦୁରି ହେବ।
ଶାନ୍ତିପ୍ରିୟ ରାଜ୍ୟ ଭାବେ ଏକଦା ସାରା ଦେଶରେ ନାଁ କମେଇଥିବା ଆମ ରାଜ୍ୟ ଓଡ଼ିଶା ସଂପ୍ରତି ନାରୀମାନଙ୍କ ସୁରକ୍ଷା କ୍ଷେତ୍ରରେ ଗୁରୁତର ଭାବେ ବିଫଳ ହେଉଥିବା ଦେଖାଯାଉଛି। ଜଣେ ପରେ ଜଣେ ନାରୀ ଅତ୍ୟାଚାରର ଶିକାର ହୋଇ ନ୍ୟାୟ ପାଇବାରେ ବିଫଳ ହୋଇ ଆତ୍ମହତ୍ୟାର ରାସ୍ତା ବାଛି ନେଉଛନ୍ତି। ପୁରୀର ବେବିନା ଘଟଣା ହେଉ କି ରାୟଗଡ଼ାର ଇତିଶ୍ରୀ ବିଷୟ ହେଉ କିମ୍ବା ସଂପ୍ରତି ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା କୁନ୍ଦୁଲି ପୀଡ଼ିତା ହେଉ, କୌଣସି ଗୋଟିଏ ବି କ୍ଷେତ୍ରରେ ଆମ ଶାସନ ବ୍ୟବସ୍ଥା ନ୍ୟାୟ ଦେଇପାରି ନାହଁି। ସେମାନଙ୍କୁ ସୁରକ୍ଷା ଦେବା ତ ଦୂରର କଥା, ସେମାନଙ୍କ ସହିତ ଅପରାଧ ଘଟିବା ପରେ ବି ସେମାନଙ୍କୁ ନ୍ୟାୟ ମିଳିପାରି ନାହଁି। ହତ୍ୟା, ବଳାତ୍କାର ଭଳି ଅପରାଧ ଘଟେଇଥିବା ଆତତାୟୀମାନେ ଦିବାଲୋକରେ ଛାତିକୁ ଉଚ୍ଚା କରି ବୁଲୁଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି- ଏ ସମସ୍ତ ଚର୍ଚ୍ଚିତ ଘଟଣାରେ ବି ପୀଡ଼ିତାମାନେ ନ୍ୟାୟ ପାଇଲେ ନାହଁି କାହଁିକି? ଇତିଶ୍ରୀ ଘଟଣାରେ ତ ସିବିଆଇ ହାତ ଟେକିଦେଲା। ଅପରାଧୀଙ୍କୁ ଧରିପାରିଲା ନାହଁି। ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର ଯଦି ଏପରି ଅବସ୍ଥା, ତେବେ ଅନ୍ୟମାନଙ୍କଠାରୁ ଆମେ ଆଉ କ’ଣ ଆଶା କରିବା! ଗୋଟିଏ ପରେ ଗୋଟିଏ ଘଟଣାରେ ଯଦି ଅପରାଧୀମାନେ ଦଣ୍ଡ ନ ପାଇ ଖସିଯିବେ ଓ ପୀଡ଼ିତାମାନେ ମୁହଁ ବନ୍ଦ କରି ପଡ଼ିରହିବେ ବା ଆତ୍ମହତ୍ୟା କରିବେ, ତେବେ ଏହା ନିଃସନ୍ଦେହ ଯେ, ଅପରାଧୀମାନଙ୍କର ମନୋବଳ ବୃଦ୍ଧି ପାଇବ ଓ ଦିନକୁ ଦିନ ନାରୀମାନଙ୍କ ଉପରେ ଅତ୍ୟାଚାରର ମାତ୍ରା ବଢ଼ିବ। ବେବିନା, ଇତିଶ୍ରୀ ଓ ସସ୍ମିତାମାନଙ୍କର ତାଲିକା ଲମ୍ବିବ। ଗୋଟିକ ପରେ ଗୋଟିଏ ଘଟଣାରେ ଯଦି ଅପରାଧୀମାନେ ଦଣ୍ଡ ନ ପାଇବେ ଭବିଷ୍ୟତରେ ଆଉ କେହି ବି ଅପରାଧ ବିଷୟରେ ମୁହଁ ଖୋଲିବାକୁ ସାହସ କରିବେ ନାହଁି। ଏହା ପ୍ରକାରାନ୍ତରେ ଏକ ଅପରାଧୀ ସମାଜକୁ ଜନ୍ମ ଦେବ।
ଯେତେବେଳେ ପ୍ରଶ୍ନ ଉଠୁଛି, ଅପରାଧ ଘଟେଇ ସାରିବା ପରେ ତଥା ବଳାତ୍କାର ପରି ନାରକୀୟ କାଣ୍ଡ ରଚି ସାରିବା ପରେ ଅପରାଧୀଟିଏ ଖସି ଯାଉଛି କିପରି, ତା’ର ଏକମାତ୍ର ଉତ୍ତର ହେଉଛି, ଅତ୍ୟନ୍ତ ଦୁର୍ବଳ ଓ ପକ୍ଷପାତିତା ଭିତ୍ତିକ ପ୍ରାଥମିକ ତଦନ୍ତ। ନାରୀଟିଏ ବଳାତ୍କାରର ଶିକାର ହୋଇ ଥାନାରେ ଅଭିଯୋଗ ଦେବା ପରେ ପୋଲିସ୍‌ ସେ ଘଟଣାକୁ ଏତେ ହାଲ୍‌କାରେ ନେଉଛି ଯେ, ଖସିଯିବା ତଥା ପ୍ରମାଣ ନଷ୍ଟ କରିବା ପାଇଁ ଅପରାଧୀ ଯଥେଷ୍ଟ ସମୟ ପାଉଛି। ବଳାତ୍କାର ପରି ଅଭିଯୋଗଟିଏ ପାଇବା ପରେ ପୋଲିସ୍‌ ଅପରାଧୀଙ୍କୁ ଖୋଜିବା ପରିବର୍ତ୍ତେ ପୀଡ଼ିତା ଉପରେ ଅଧିକ ଜୁଲମ୍‌ କରୁଛି। ସତେ ଯେମିତି ବଳାତ୍କାର ପାଇଁ ସେ ନିଜେ ହଁି ଅଧିକ ଦାୟୀ। ଅଭିଯୁକ୍ତର ଅର୍ଥବଳ ତଥା ରାଜନୈତିକ ସଂଯୋଗକୁ ଆଖିରେ ରଖି ପ୍ରାଥମିକ ତଦନ୍ତ ଶିଥିଳ ହେଉଛି ବା ଆଦୌ ହେଉନାହଁି। ଫଳରେ ଅପରାଧୀ ଯଥେଷ୍ଟ ସମୟ ପାଇ ଖସିଯିବାକୁ ସବୁ ଯୋଜନା ପ୍ରସ୍ତୁତ କରିଦେଉଛି। ପରିସ୍ଥିତି ଏପରି ହେଉଛି ଯେ, କୌଣସି ଘଟଣା ଅତ୍ୟନ୍ତ ରାଜନୈତିକ ପ୍ରସଙ୍ଗ ନ ବନିଲେ ବା ମେଡ଼ିଆ ଆଦିରେ ଜୋର୍‌ରେ ପ୍ରଚାର ନ ହେଲେ ତଦନ୍ତ କରିବା ପାଇଁ ପୋଲିସ୍‌ ଚୌକିରୁ ହଲୁନାହଁି। ପରିଣାମ ସ୍ବରୂପ ଅପରାଧୀମାନେ ଖସିଯାଉଛନ୍ତି ଓ ପୀଡ଼ିତା ବିଚାରୀ ନାକ କାନ ମୋଡ଼ି ହୋଇ ରହୁଛି ବା ଆତ୍ମହତ୍ୟା କରିଦେଉଛି। କୁନ୍ଦୁଲି ଘଟଣାରେ ପୀଡ଼ିତା କେନ୍ଦ୍ରୀୟ ସାମରିକ ବାହିନୀର କେତେଜଣ ଯବାନ୍‌ଙ୍କ ବିଷୟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଯବାନ୍‌ମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହଁି। ଓଲଟି ପୀଡ଼ିତାଙ୍କୁ ବିଭିନ୍ନ ଉପାୟରେ ଅପମାନିତ କରାଗଲା। ଏପରି ସ୍ଥିତିରେ ପନ୍ଦର ବର୍ଷର ଛାତ୍ରୀଟିଏ ଆତ୍ମହତ୍ୟା ବ୍ୟତୀତ ଆଉ କ’ଣ ବା କରିପାରିଥାନ୍ତା! ତା’ର ତ ଆଉ ଯଥେଷ୍ଟ ଅର୍ଥବଳ ନାହଁି କି ଉପର ସ୍ତରରେ ହାତ ନାହଁି। ତେଣୁ ତା’ ପାଖରେ ଥିବା ତା’ର ଅସହାୟ ଜୀବନକୁ କେବଳ ସେ ଦେଇଦେଲା। ଏଥିରୁ କ’ଣ ଆମ ମହାମହିମମାନେ କିଛି ଶିଖିବାକୁ ଚେଷ୍ଟା କରିବେ ନାହଁ!
(ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର,
bichitrabiswal@gmail.com)

All Right Reserved By
I&PR

Model This Week

ସନ୍ତୋଷ

ସମ୍ପାଦକୀୟ |

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

କାର୍ଯ୍ୟକାଳ ବୃଦ୍ଧି ସମ୍ଭାବନା

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଜମ୍ମୁ-କଶ୍ମୀରର ମୁଖ୍ୟ ଶାସନ ସଚିବ ବି.ବି. ବ୍ୟାସଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁଛଅ ମାସ ବୃଦ୍ଧି କରାଯିବାର ସମ୍ଭାବନା ଦେଖାଦେଇଛି। ବ୍ୟାସ ଗତବର୍ଷ ନଭେମ୍ବର ମାସରେ ଅବସର ନେବାର ଥିଲା। କିନ୍ତୁ ତାଙ୍କୁ ଦୁଇଥର ତିନିମାସିଆ ସମ୍ପ୍ରସାରଣ ଦିଆଗଲା। ତାଙ୍କର ଦ୍ୱିତୀୟ ସମ୍ପ୍ରସାରିତ ଅବଧି ଚଳିତ ମାସରେ ପୂରିବାକୁ ଯାଉଛି। ପ୍ରାପ୍ତ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତିଙ୍କ ସୁପାରିସକ୍ରମେ ରାଜ୍ୟ ସରକାର ୧୯୮୬ ବ୍ୟାଚ୍‌ର ଏହି ରାଜସ୍ଥାନ କ୍ୟାଡର ଅଫିସରଙ୍କୁ ଆଉ କିଛି କାଳ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ସହ ପରାମର୍ଶ କରୁଛନ୍ତି। ଏହା ପୂର୍ବରୁ ବ୍ୟାସ କେନ୍ଦ୍ରୀୟ ଓ ଅନ୍ତର୍ଜାତୀୟ ଡେପୁଟେଶନରେ କାର୍ଯ୍ୟ ...

କଶ୍ମୀର ସମସ୍ୟା

କଶ୍ମୀର ସମସ୍ୟା

ଶରତ ଚନ୍ଦ୍ର ମିଶ୍ର କଶ୍ମୀର ଭାରତର ଏକ ପୁରାତନ ସମସ୍ୟା। ସ୍ବାଧୀନତା ପରେ ପରେ ୧୯୪୭ ମସିହାରେ ବ୍ରିଟିଶ୍‌ ସେନା ଅଫିସରଙ୍କ ସହାୟତାରେ ମୁସଲମାନ ସୈନ୍ୟମାନେ ବଲ୍‌ଟିକ ସ୍ଥାନ ଓ ଗିଲ୍‌ଗିଟ ଅଞ୍ଚଳରେ କଶ୍ମୀର ମହାରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେଇ ଅଞ୍ଚଳ ଦୁଇଟିକୁ ପାକିସ୍ତାନରେ ମିଶାଇ ଦେଇଥିଲେ। ପାକିସ୍ତାନୀ ଲୋକ ୧୯୪୮ ମସିହାରେ କଶ୍ମୀର ଆକ୍ରମଣ କରି କିଛି ଅଂଶ ଦଖଲ କରିନେଲେ ଓ ମୁଜାଫରବାଦକୁ ରାଜଧାନୀ କରି ଆଜାଦ କଶ୍ମୀର ସରକାର ସ୍ଥାପନ ହୋଇଛି। କଶ୍ମୀର ମହାରାଜା ତାଙ୍କ ରାଜ୍ୟକୁ ଭାରତରେ ମିଶାଇଲା ପରେ ଭାରତୀୟ ସୈନ୍ୟ ପାକିସ୍ତାନୀ ଆକ୍ରମଣକାରୀଙ୍କୁ ପରାସ୍ତ କଲେ। କିନ୍ତୁ ପାକିସ୍ତାନୀମାନେ କଶ୍ମୀରରୁ ସମ୍ପୂର୍ଣ୍ଣ ବିତାଡିତ ହେବା ପୂର୍ବରୁ ଜାତିସଂଘରେ ଭାରତ ଫେରାଦ ହେଲାରୁ ସ୍ଥିତାବସ୍ଥା ଜାରି ରହିଲା ଓ କଶ୍ମୀରର କିଛି ଅଂଶ ...

ସଂକଳ୍ପ ଗଡ଼ ଜିଣେ

ସଂକଳ୍ପ ଗଡ଼ ଜିଣେ

ମନ-ମାନଚିତ୍ର/ ଡ. ନରହରି ବେହେରା ଚେତନାର ଜାଗରଣ ହିଁ ସଭ୍ୟତା ଅଭ୍ୟୁଦୟର ମୂଳମନ୍ତ୍ର। ଚେତନାର ଉତ୍ତରଣ ବିନା ନୂତନ ସର୍ଜନା ଅସମ୍ଭବ। ଆଜି ସମାଜରେ ଯେଉଁ ସବୁ ପରିବର୍ତ୍ତନ ଘଟିଛି, ତାହା କେବଳ ସମ୍ଭବ ହୋଇଛି ଏହି ଚେତନାର ସ୍ବତଃସ୍ଫୂର୍ତ୍ତ ପରିପ୍ରକାଶ ଯୋଗୁ। ଏ ସଂସାର ହେଉଛି ଚେତନାର ଗନ୍ତାଘର। ମାତ୍ର ଏହା ସବୁବେଳେ ସବୁ ବ୍ୟକ୍ତିସତ୍ତାକୁ ସ୍ପର୍ଶ କରେନାହିଁ। କେବଳ ମନନଶୀଳ ଏବଂ ନିଃସ୍ବାର୍ଥପର ବ୍ୟକ୍ତିବିଶେଷଙ୍କୁ ହିଁ ଏହି ମହାଜାଗତିକ ଶକ୍ତି ଛୁଇଁଥାଏ। ପ୍ରଜ୍ୱଳିତ ଅଗ୍ନିକୁ ଜଳ ପ୍ରଶମିତ କରିବାପରି ହୃଦୟରେ ଥିବା ସକଳ ...

ଏଇ ଭାରତରେ

ଏଇ ଭାରତରେ

ସରକାର କାହାକୁ କ’ଣ ଜୀବନସାଥୀ ଦେଇପାରିବେ? କିନ୍ତୁ ରାଜସ୍ଥାନ ଆଜମେର ଜିଲାର ଜଣେ ଯୁବକ ସେମିତି ଦାବି ଉଠାଇଲେ ସରକାରୀ ଭାବେ ଆୟୋଜିତ ଅଭିଯୋଗ ଶୁଣାଣି ଶିବିରରେ। ଯୁବକଙ୍କ ଏଭଳି ଦାବି ଶୁଣି ଶିବିରରେ ଉପସ୍ଥିତ ଲୋକେ ନ ହସି ରହିପାରି ନ ଥିଲେ। ବତୀତଲୋରା ପଞ୍ଚାୟତର ମୁକେଶ ଭଟ୍ଟି ଜଣେ ବିବାହିତ ଯୁବକ। ଦୁଇବର୍ଷ ପୂର୍ବରୁ ସ୍ତ୍ରୀ ତାଙ୍କୁ ଛାଡି ଅନ୍ୟ ଜଣଙ୍କ ସହ ଫେରାର ହୋଇଯାଇଛନ୍ତି। ଏତେଦିନ ବିତିଯାଇଥିଲେ ମଧ୍ୟ ମୁକେଶ ଦ୍ୱିତୀୟ ବିବାହ ପାଇଁ ମନ ବଳାଇ ନ ଥିଲେ। ଏବେ ବାହା ହେବାକୁ ଚାହୁଁଥିଲେ ମଧ୍ୟ ଝିଅ ମିଳୁନାହାନ୍ତି। ତେଣୁ ସେ ଚାହୁଁଛନ୍ତି ତାଙ୍କର ପ୍ରଥମ ସ୍ତ୍ରୀକୁ ଫେରାଇ ଅଣାଯାଉ ନଚେତ୍‌ ଦ୍ୱିତୀୟ ବିବାହ ପାଇଁ ଝିଅଟିଏ ଖୋଜି ଦିଆଯାଉ। ଏଥିପାଇଁ ସେ ପ୍ରଥମେ ପଞ୍ଚାୟତ ବୈଠକରେ କଥା ପକାଇ ଲିଖିତ ଆବେଦନ ...

ଆଜିର ଅର୍ଥନୀତି/ ତୈଳ ବୋମା

ଆଜିର ଅର୍ଥନୀତି/ ତୈଳ ବୋମା

ଦେଶରେ ତୈଳ ଦର କ୍ରମାଗତଭାବେ ବୃଦ୍ଧି ପାଇଚାଲିଛି। ଏହାଦ୍ୱାରା ସାଧାରଣ ଲୋକ ହଇରାଣ ହେଉଛନ୍ତି। ପେଟ୍ରୋଲ ପମ୍ପକୁ ପେଟ୍ରୋଲ ବା ଡିଜେଲ ପକାଇବାକୁ ଗଲାବେଳେ ସାଧାରଣ ଗାଡ଼ିଚାଳକ ମନରେ ଖୁବ୍‌ କ୍ରୋଧ ସୃଷ୍ଟି ହେଉଛି, କିନ୍ତୁ ସେ ନିରୁପାୟ। ଗୁରୁବାର ସୁଦ୍ଧା ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ଭାବେ ୧୧ ଦିନ ଧରି ତୈଳ ଦର ବୃଦ୍ଧି କରିଛନ୍ତି। ଭୁବନେଶ୍ୱରରେ ପେଟ୍ରୋଲ ଦର ଲିଟର ପିଛା ପାଖାପାଖି ୭୭ ଓ ଡିଜେଲ ଦର ପ୍ରାୟ ୭୪ ଟଙ୍କା ହୋଇଛି। ପେଟ୍ରୋଲ ଓ ଡିଜେଲ ଦର ମଧ୍ୟରେ ବ୍ୟବଧାନ ହ୍ରାସ ପାଇଛି, ଯାହା କି ଆଗରୁ ନ ଥିଲା। ଏହା ବିରୋଧରେ ଦେଶ ସାରା ଗରିବ ଧନୀ ନିର୍ବିଶେଷରେ ଖାଉଟିମାନେ ବିକ୍ଷୋଭ ଓ ପ୍ରତିବାଦ କଲେ ମଧ୍ୟ ଆଶ୍ଚର୍ଯ୍ୟଜନକଭାବେ ସରକାର ନୀରବ ରହିଛନ୍ତି। ଯଦି ସରକାର ତୁରନ୍ତ ଦର ହ୍ରାସ ନ କରନ୍ତି, ତେବେ ...

କୁନ୍ଦୁଲିରୁ କାଠୁଆ

କୁନ୍ଦୁଲିରୁ କାଠୁଆ

ଡ. ପ୍ରଫୁଲ୍ଲ କୁମାର ସାହୁ ୨୦୧୨ ମସିହା ଡିସେମ୍ବର ମାସରେ ଦେଶର ସାମୂହିକ ଗଣବିବେକକୁ ଦୋହଲେଇ ଦେଇଥିଲା ରାଜଧାନୀ ଦିଲ୍ଲୀର ଲୋମହର୍ଷଣକାରୀ ନିର୍ଭୟା ଗଣଦୁଷ୍କର୍ମ ଘଟଣା। ମହିଳା ସୁରକ୍ଷା ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ ସାରା ଦେଶର ଲୋକେ। ଏଭଳି ଜନ ଆକ୍ରୋଶର ତାତି ପୁଣି ଥରେ ଦେଖିବାକୁ ମିଳିଲା ଗତ ଏପ୍ରିଲ୍‌ ମାସରେ ଉତ୍ତରପ୍ରଦେଶର ଉନ୍ନାଓ ଓ ଜମ୍ମୁର କାଠୁଆ ଘଟଣା ଗଣମାଧ୍ୟମରେ ପ୍ରଘଟ ହେଲା ପରେ। ଏହାକୁ ନେଇ ରାଷ୍ଟ୍ରବ୍ୟାପୀ କ୍ରୋଧ ଓ ବିରୋଧ ପୃଷ୍ଠଭୂମିରେ ସରକାର ଆଣିଲେ ଶିଶୁ କନ୍ୟା ବଳାକତ୍ାରୀଙ୍କ ପାଇଁ ଫାଶୀ ଦଣ୍ଡବିଧାନର ଅଧ୍ୟାଦେଶ। ଏହି ଅଧ୍ୟାଦେଶ ଅନୁସାରେ ୧୨ବର୍ଷରୁ କମ୍‌ ବର୍ଷ ବୟସର ...

ପଞ୍ଚପୀର

ପଞ୍ଚପୀର

ଦେବଦତ୍ତ ପଟ୍ଟନାୟକ ଦକ୍ଷିଣ ଏସିଆରେ ଇସଲାମ ଧର୍ମରେ ଏକ ସ୍ବତନ୍ତ୍ର ଜିନିଷ ଦେଖିବାକୁ ମିଳେ। ତାହା ହେଉଛି ପାଞ୍ଚଜଣ ମହାପୁରୁଷ ବା ସନ୍ଥ (ଆଉଲିଆ) ଯାହାଙ୍କୁ କୁହାଯାଏ ପଞ୍ଚପୀର। ଅନେକ ସମୟରେ ପୀରବାବାଙ୍କ ସ୍ତୂପାକୃତି କବର ବା ମଜାର ଉପରେ ରଖାଯାଇଥିବା ହାତ ପାପୁଲି ଚିହ୍ନ ସେମାନଙ୍କର ପ୍ରତିନିଧିତ୍ୱ କରେ। ପଞ୍ଜାବ, ରାଜସ୍ଥାନ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଆମେ ପଞ୍ଚ ପୀରବାବାଙ୍କ ମଜାର ବା ଦରଘା ଦେଖିବାକୁ ପାଉ। ଅନେକ ସମୟରେ ସେମାନଙ୍କୁ ଶିଆ ଇସଲାମ ସମ୍ପ୍ରଦାୟର ପାଞ୍ଚଜଣ ମହାତ୍ମା ବୋଲି ଚିହ୍ନଟ କରାଯାଏ: ରସୁଲ ମହମ୍ମଦ, ତାଙ୍କ ଝିଅ, ତାଙ୍କ ଜାମାତା ଓ ତାଙ୍କର ଦୁଇଜଣ ନାତି। ଅନ୍ୟମାନେ ସେମାନଙ୍କୁ ...

ଏଇ ଭାରତରେ

ଏଇ ଭାରତରେ

ସମ୍ଭବତଃ କିଛି ଭଲ କାମ ଲୋକଙ୍କ ଆଖିରେ ଯାଏନାହିଁ। ଏପରି କି ନିଜ ପରିବାର ପରିଜନ ସମାଲୋଚନା କରିବାକୁ ପଛାନ୍ତି ନାହିଁ। କେତେକେ ତ ପାଗଳର ଆଖ୍ୟା ଦେଇ ଦିଅନ୍ତି। ମଧ୍ୟପ୍ରଦେଶର ଭୋପାଳ ଅଞ୍ଚଳର ଡା. ଡି.ପି. କନୌଜିୟାଙ୍କ କ୍ଷେତ୍ରରେ ତାହା ହିଁ ଘଟିଛି। ମୋଟାଅଙ୍କର ଦରମାରେ ସରକାରୀ ଚାକିରିରେ ଥିବା କନୌଜିୟା ଦୀର୍ଘ ୩୦ବର୍ଷ ଧରି ଗଛର ଯତ୍ନ ପାଇଁ ଯେଉଁଭଳି କାର୍ଯ୍ୟ କରିଆସିଛନ୍ତି ତାହା ଯେ କେହି ବ୍ୟକ୍ତିକୁ ଆଶ୍ଚର୍ଯ୍ୟ କରିବ। କନୌଜିୟାଙ୍କୁ ଇତିମଧ୍ୟରେ ହେଲାଣି ୭୭ବର୍ଷ। ସେ ଯେତେବେଳେ ୪୭ ବର୍ଷର ହୋଇଥିଲେ ସେବେଠାରୁ ତାଙ୍କର ଗଛ ଲଗାଇବାର ନିଶା ଘାରିଲା। ସେ ଭୋପାଳ ନିକଟବର୍ତ୍ତୀ ଏକ ବା ଜମିରେ ଆରମ୍ଭ କଲେ ଚାରାରୋପଣ। ବିଭିନ୍ନ ପ୍ରଜାତିର ପ୍ରାୟ ୬୦ ଚାରା ଆଣି ସେ ସେଠାରେ ଲଗାଇଥିଲେ। ଗାଈଗୋରୁ, ...

ପ୍ରାଣୀଙ୍କ ଉପରେ ପରୀକ୍ଷା

ପ୍ରାଣୀଙ୍କ ଉପରେ ପରୀକ୍ଷା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ଆପଣ ଯେତେବେଳେ ଜର୍ମାନ୍‌ କାର୍‌ କିଣୁଛନ୍ତି, ସେତେବେଳେ ସେମାନଙ୍କ ମାଙ୍କଡ଼ ଓ ମଣିଷ ମାରିବା ଓ ଆହତ କରିବାକୁ ସମର୍ଥନ ଦେଉଛନ୍ତି। ଡିଜେଲ ଧୂଆଁ ଆଘ୍ରାଣ କଲେ ମାଙ୍କଡ଼ ଓ ମଣିଷଙ୍କ ଉପରେ କି ପ୍ରଭାବ ପଡ଼ୁଛି, ତା’ ଉପରେ ଅନୁଧ୍ୟାନ କରିବା ପାଇଁ ଜର୍ମାନ୍‌ କାର୍‌ ନିର୍ମାତାମାନେ ପାଣ୍ଠି ଯୋଗାଇଛନ୍ତି। ନ୍ୟୁୟର୍କ ଟାଇମ୍ସ ଓ ବିଭିନ୍ନ ଜର୍ମାନ୍‌ ଖବରକାଗଜରେ ପ୍ରକାଶ ପାଇଛି ଯେ, ଭକ୍ସଓ୍ବାଗନ୍‌, ବିଏମ୍‌ଡବ୍‌ଲ୍ୟୁ ଓ ଡେମ୍ଲର ୨୦୧୪ରେ ଅନୁଷ୍ଠିତ ଏକ ଅନୁଧ୍ୟାନ ପାଇଁ ପାଣ୍ଠି ଯୋଗାଇଥିଲେ। ପରିବହନ କ୍ଷେତ୍ର (ଇୟୁଜିଟି) ବା କାର୍‌ ଶିଳ୍ପର ପରିବେଶ ଓ ସ୍ବାସ୍ଥ୍ୟ ଉପରେ କି ପ୍ରଭାବ ପଡ଼ୁଛି ତାହା ଉପରେ ୟୁରୋପୀୟ ରିସର୍ଚ୍ଚ ଗ୍ରୁପ୍‌ ଏହି ଅନୁଧ୍ୟାନ...

ଅମଳ ରଖିବାକୁ ଜାଗା କାହିଁ

ଅମଳ ରଖିବାକୁ ଜାଗା କାହିଁ

ବିଚିତ୍ର ବିଶ୍ୱାଳ ତିନିମାସ ତଳେ ଟମାଟୋ କିଲୋ ଟଙ୍କାଟିଏ ହୋଇଥିଲା ଆମ ରାଜ୍ୟରେ। ବ୍ରହ୍ମପୁରରେ ଚାଷୀମାନେ ଟମାଟୋ କିଲୋ ପ୍ରତି ଏକଟଙ୍କାରେ ବିକିବାରୁ ବିରୋଧୀଦଳମାନେ ବିଧାନସଭା ବି ଅଚଳ କରିଦେଇଥିଲେ। ବଲାଙ୍ଗୀର ଓ ବରଗଡ଼ରେ ଚାଷୀମାନେ ଟମାଟୋ ଜମିରେ ଗୋରୁ ଚରେଇଦେଲେ। କାରଣ ଏତେ କଷ୍ଟରେ ଚାଷ କରି ଟମାଟୋ ଫଳେଇବା ସତ୍ତ୍ୱେ ତା’ର ମୂଲ୍ୟ ଯଦି ମାତ୍ର ଟଙ୍କାଟିଏ ହେବ ତା’ହେଲେ ତାକୁ ଅମଳ କରିବା ଅପେକ୍ଷା ଗୋରୁ ଖୁଆଇଦେଲେ ଅନ୍ତତଃପକ୍ଷେ ତୋଳିବାର ପରିଶ୍ରମ ତ ପଡ଼ିବ ...

ଓଡ଼ିଶା ଓ ମାଓବାଦ

ଓଡ଼ିଶା ଓ ମାଓବାଦ

ଯଶୋବନ୍ତ ସେଠୀ ଦୀର୍ଘ ଷାଠିଏ ଦଶକରେ ନକ୍ସଲବାଡ଼ିରୁ ଅଙ୍କୁରୋଦ୍‌ଗମ ହୋଇଥିବା ଚାରୁ ମଜୁମଦାରଙ୍କ ନକ୍ସଲବାଦ ରୂପକ ଚାରାଗଛଟି ଆଜି ହିଂସ୍ର ମାଓବାଦ ରୂପକ ପୂର୍ଣ୍ଣ ବୟସ୍କ ବୃକ୍ଷରେ ପରିଣତ ହୋଇଯାଇଛି। ମାଓ ସେ ତୁଙ୍ଗଙ୍କର ମୌଳିକ ତତ୍ତ୍ୱକୁ ଅତିରଞ୍ଜିତ କରି ଆଜିର ତଥାକଥିତ ମାଓବାଦୀ ବୋଲାଉଥିବା ଏହି ସଂଗଠନର ପ୍ରତିଟି କାର୍ଯ୍ୟକଳାପକୁ ପୁଙ୍ଖାନୁପୁଙ୍ଖ ଭାବେ ବିଶ୍ଳେଷଣ କରି ଦେଖିଲେ ଆତଙ୍କବାଦୀ, ସନ୍ତ୍ରାସବାଦୀ ଓ ମାଓବାଦୀଙ୍କ ଭିତରେ ବିଶେଷ କିଛି ଫରକ ମିଳିବ ନାହିଁ। ଦେଶର ଅନ୍ତଃସୁରକ୍ଷା ପ୍ରତି ଭୟଙ୍କର ବିପଦ ସୃଷ୍ଟି କରିଥିବା ଏହି ନିଷିଦ୍ଧ ସଂଗଠନ ବରଂ ଆତଙ୍କବାଦଠାରୁ ବହୁ ଗୁଣରେ ଅଧିକ କ୍ଷତିକାରକ ବୋଲି ପ୍ରମାଣିତ ହୋଇ ...

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷା ଗ୍ରହଣରେ କୌଣସି ବୟସର ପ୍ରତିବନ୍ଧକ ନାହିଁ। ପରିଣତ ବୟସରେ ବ୍ୟକ୍ତି ମଧ୍ୟ ସ୍କୁଲ, କଲେଜ ଶିକ୍ଷା ସମ୍ପୂର୍ଣ୍ଣ କରିବା ପାଇଁ ବ୍ୟଗ୍ରତା ଦେଖାଉଥିବାର ନଜିର ରହିଛି। ହରିୟାଣା ଫତେହାବାଦ ଜିଲା ଗୋରଖପୁର ଗ୍ରାମର ଦିବ୍ୟାଙ୍ଗ ମହିଳା ସୁନୀତା ଯାହା କରି ଦେଖାଇଛନ୍ତି ତାହା ଅନନ୍ୟ। ଜଣେ ଦିନମଜୁରିଆଙ୍କ ସ୍ତ୍ରୀ ସୁନୀତା। ଅଳ୍ପ ବୟସରୁ ବିବାହ ହୋଇଯାଇଥିବାରୁ ପାଠପଢାରେ ଡୋରି ବନ୍ଧାଯାଇଥିଲା। କିନ୍ତୁ ପାଠ ପ୍ରତି ତାଙ୍କର ଥିଲା ପ୍ରବଳ ଆଗ୍ରହ। ଦୁଇ ସନ୍ତାନର ମା’ ସୁନୀତାଙ୍କର ଏଭଳି ଆଗ୍ରହ ଦେଖି ସ୍ବାମୀ ତାଙ୍କୁ ସୁଯୋଗ ଦେଲେ। ଗାଁ ସ୍କୁଲରେ ନା ଲେଖାଇଲେ ସୁନୀତା। ପୁଅ ଝିଅଙ୍କ ସହ ସ୍କୁଲ ଗଲେ। ବଡ ଝିଅ ଜେବିକା ଷଷ୍ଠ ଏବଂ ସାନ ପୁଅ ଡେବିଡ ତୃତୀୟ ଶ୍ରେଣୀରେ ପଢୁଛନ୍ତି। ସୁନୀତା ଦିବ୍ୟାଙ୍ଗ ହୋଇଥିବାରୁ ପ୍ରତିଦିନ ସ୍ବାମୀ ତାଙ୍କର ସ୍ତ୍ରୀ, ପୁଅ, ଝିଅଙ୍କୁ ସ୍କୁଲ ଛାଡିବାକୁ ...