ସମ୍ବଲପୁର

ବୁଲେଟ୍‌ ଗର୍ଲ ସୁକୁମୁନି, ସୁବନ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ବୁଲେଟ୍‌ ଗର୍ଲ ସୁକୁମୁନି, ସୁବନ୍ତିଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ


ମାନେଶ୍ୱର, ୫।୨ (ବ୍ୟୁରୋ)-ବିଏସ୍‌ଏଫରେ କାର୍ଯ୍ୟରତ ସମ୍ବଲପୁର ଜିଲା ଠେମରା ଗ୍ରାମ ଡୁଙ୍ଗୁରୀପଡାର ଦୁଇ ଭଉଣୀ ସୁକୁମନି ଖଡିଆ ଓ ସୁବନ୍ତି ଖଡିଆଙ୍କୁ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି।, ଫୁଲତୋଡା, ଉତ୍ତରୀୟ ଓ ତାରକସିର କୋଣାର୍କ ଚକ୍ର ଦେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେ ଦୁହିଁଙ୍କୁ ଆଶୀର୍ବାଦ କରିବା ସହ ଆଗକୁ ବଢିବା ଓ ରାଜ୍ୟର ସୁନାମ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷେ ମୁଖ୍ୟମନ୍ତ୍ରୀ ହାତରୁ ସମ୍ବର୍ଦ୍ଧିତ ହୋଇ ଦୁଇ ଭଉଣୀ ନିଜକୁ ଭାଗ୍ୟବତୀ ମନେ କରିଛନ୍ତି। ଆଗରୁ ସେ ଦୁହେଁ ନବୀନଙ୍କୁ ଟିଭି ପରଦାରେ ଦେଖିଥିଲେ। ହେଲେ ଏବେ ତାଙ୍କ ହାତରୁ ସମ୍ବର୍ଦ୍ଧିତ ହେବା ସ୍ବପ୍ନ ଲାଗୁଛି ବୋଲି କହିଛନ୍ତି। ସେହିଭଳି ସେମାନଙ୍କ ସବୁ ସଫଳତା ପଛରେ ପରିବାର ବର୍ଗ ରହିଛନ୍ତି। ଏଣୁ ସବୁ ଶ୍ରେୟ ପରିବାରର। ମନ ଦୁର୍ବଳ ରହିଲେ ସବୁ ଦୁର୍ବଳ ହେବ। ତେଣୁ ପ୍ରତିଟି ଝିଅ ଦୃଢ ମନୋବଳ ରଖିଲେ ନିଶ୍ଚୟ ସଫଳ ମିଳିବ। ଆଜି ସବୁ କ୍ଷେତ୍ରରେ ପୁଅ ଝିଅ ସମାନ। ଏକା ସାଥିରେ କାମ କରୁଛନ୍ତି । ସୀମାରେ କାମ କଲା ସମୟରେ ପୁଅ ଝିଅ ପାର୍ଥକ୍ୟ ନ ଥାଏ ବୋଲି ଦୁଇ ଭଉଣୀ କହିଛନ୍ତି।
ଗତ ଜାନୁୟାରୀ ୨୬ ତାରିଖରେ ଦିଲୀରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସରେ ଏ ଦୁଇ ଭଉଣୀ ଭଗ ନେଇଥିଲେ। ବିଏସ୍‌ଏଫର ଏକ ଟିମ୍‌ ବାଇକ୍‌ ଷ୍ଟଣ୍ଟ ପ୍ରଦର୍ଶନ କରିଥିଲା। ଏ ଦୁଇ ଭଉଣୀ ସେଥିରେ ସାମିଲ ହୋଇ ବୁଲେଟ ଉପରେ ଦୁଃସାହସିକ ଷ୍ଟଣ୍ଟ ଦେଖାଇ ଥିଲେ। ଏଥିପାଇଁ ମାତ୍ର ୨୫ ଦିନ ଅଭ୍ୟାସ କରିବାକୁ ପଡିଥିଲା। ଏବେ ଏ ଦୁଇ ଭଉଣୀ ଛୁଟି ନେଇ ନିଜ ଗାଁକୁ ଆସିଛନ୍ତି। ଆସନ୍ତା ୧୦ ତାରିଖ ପର୍ଯନ୍ତ ଘରେ ଓ ଗାଁରେ ସମୟ ଅତିବାହିତ କରିବେ। ପରବାର ବର୍ଗ ଦୁଇ ଝିଅ ପାଇଁ ଗର୍ବିତ। ଦୁଇ ଭଉଣୀ ଯେବେ ନୂଆ ନୂଆ ବିଏସଏଫରେ ଯୋଗଦେଇ ସେମାନେ ଡରୁଥିଲେ। ଛୁଟିରେ ବଡ ଝିଅ ସୁକମନି ଘରକୁ ଆସିଲେ ଚାକରି ଛାଡିବାକୁ ଘର ଲୋକେ କହୁଥିଲେ। ହେଲେ ବଡ ଭଉଣୀକୁ ଦେଖି ପରେ ପରେ ସାନ ଝିଅ ସୁବନ୍ତି ବି ବିଏସ୍‌ଏଫରେ ଭର୍ତ୍ତି ହେଲେ। ଏ ଦୁଇ ଝିଅ ଆମ ଝିଅ ନୁହନ୍ତି, ଗାଁର ଗର୍ବ ବି ନୁହେଁ ବରଂ ଓଡ଼ିଶାର ଗର୍ବ ଆଉ ଦେଶର ସମ୍ମାନ ବୋଲି ମା’ଠେମକି ଖଡିଆ କହନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଟଙ୍କା ହଡପ: ସମ୍ପାଦିକାଙ୍କ ବିରୋଧରେ ମାମଲା

ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଟଙ୍କା ହଡପ: ସମ୍ପାଦିକାଙ୍କ ବିରୋଧରେ ମାମଲା

ବଲାଙ୍ଗୀର ଅଫିସ, ୨୫।୫ ଅଣ୍ଟିଛୁରୀ ତଣ୍ଟି କାଟେ। ଅତିବିଶ୍ୱାସ କିଭଳି ଘାତକ ହୋଇଥାଏ ତାର ଏକ ପ୍ରମାଣ ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗୀର ରାମେଶ୍ୱରନଗର ପଡାର ଭଗବତୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଦସ୍ୟାମାନଙ୍କ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ୍‌ ହୋଇଥିବା ନେଇ ଟାଉନ ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଶିଶୁ, ମା’ମାନଙ୍କ ପୁଷ୍ଟିସାଧନ ପାଇଁ କର୍ମଶାଳା

ଶିଶୁ, ମା’ମାନଙ୍କ ପୁଷ୍ଟିସାଧନ ପାଇଁ କର୍ମଶାଳା

ଭବାନୀପାଟଣା,୨୫।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା ଯୋଜନା କାର୍ଯ୍ୟାଳୟ ସଭାଗୃହଠାରେ ସ୍ବେଛାସେବୀ ଅନୁଷ୍ଠାନ ଅନ୍ତୋଦୟ ଓ ସେବାଜଗତ ମିଳିତ ଉଦ୍ୟମରେ ତଥା ୟୁନିସେଫ ସହାୟତାରେ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନ ପାଇଁ ଏକ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଶୈଲେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋ ମାଝି ଏବଂ ଜିଲା ମଙ୍ଗଳ ଅଧିକାରୀ ଯୋଗ ଦେଇ ଶିଶୁମାନଙ୍କ ପୋଷଣ ଓ ମା’ମାନଙ୍କ ସ୍ବାସ୍ଥ୍ୟ ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଆଲୋକପାତ କରିଥିଲେ।

ମେଦିନୀପୁରବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କଲେ

ଭବାନୀପାଟଣା, ୨୫୫ (ଡି.ଏନ.ଏ.)- ଭବାନୀପାଟଣା ସଦର ବ୍ଲକ ମେଦିନୀପୁର ପଞ୍ଚାୟତରେ ବନ୍ଧଗୁଡିକର ପଙ୍କ ଉଦ୍ଧାର କରାଗଲା, କିନ୍ତୁ ସୂଚନା ଫଳକ ଆଜି ପର୍ଯ୍ୟନ୍ତ ଲଗାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟ ପିଇଓ ଏବଂ ଜିଆରଏସ୍‌ କରୁଛନ୍ତି।

ବଚପନ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ବଚପନ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ଭବାନୀପାଟଣା, ୨୫।୫ (ଡି.ଏନ.ଏ.-ଚଳିତ ମାସ ୨ ତାରିଖରୁ ଭବାନୀପାଟଣାସ୍ଥିତ ବଚପନ ସ୍କୁଲରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ଶିବିରାର୍ଥୀମାନଙ୍କୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡି, ନିହାରିକା ବେହେରା, ସାମିୟନ ନିଶା, ମନ୍ଦାକିନୀ ବାଣୁଆ, ରଞ୍ଜନ ମହାଖୁଡ, ଅର୍ଚ୍ଚନା ସାହୁ, ସୁନିତା ବେହେରା ପ୍ରମୁଖ ଆର୍ଟ ଓ କ୍ରାଫ୍ଟ, କାଗଜ ଖେଳ, ସ୍ପୋକନ ଇଂଲିଶ୍‌, ନାଚ, ଟାଇକୋଣ୍ଡୋ, ଟେବୁଲ ମ୍ୟାନର, ପାଣିଖେଳ ଆଦି ଶିକ୍ଷା ପ୍ରଦାନ କରିଥିଲେ।

ମହାନଦୀକୁ ନେଇ ରାଜନୀତି ହେଉଛି

ମହାନଦୀକୁ ନେଇ ରାଜନୀତି ହେଉଛି

ସମ୍ବଲପୁର, ୨୫।୫ (ବ୍ୟୁରୋ)- ମହାନଦୀରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରିଛି । ଏହାକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଶାସକ ବିଜେଡି ବିରୋଧୀ ଭାଜପା ଓ କଂଗ୍ରେସ ମହାନଦୀ ସୁରକ୍ଷାକୁ ନେଇ ରାଜନୀତି କରୁଛନ୍ତି । ହେଲେ ଓଡିଶାର ଜୀବନ ରେଖା ମହାନଦୀକୁ ରାଜନୀତି କରଣରୁ ଦୂରେଇ ରଖାଯାଉ। ଶୁକ୍ରବାର ସମ୍ବଲପୁର ପ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବହୁଜନ ସମାଜ ପାର୍ଟି (ବିଏସପି) ଜିଲା ସଭାପତି ନିହାଲ ସିଂ ଏହି ଅଭିଯୋଗ କରିଛନ୍ତି ।

ଫେଲ୍‌ ମାରିଛି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା, ସବୁ ଅଞ୍ଚଳରେ ପହଞ୍ଚୁନି ପାଣି

ଫେଲ୍‌ ମାରିଛି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା, ସବୁ ଅଞ୍ଚଳରେ ପହଞ୍ଚୁନି ପାଣି

ଲୋଇସିଂହା,୨୫।୫(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମରେ ଦୀର୍ଘଦିନ ହେଲା ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଜଳଯୋଗାଣ ପ୍ରକଳ୍ପ ଥିଲେ ବି ଏହାର ସୁବଣ୍ଟନରେ ଅବ୍ୟବସ୍ଥା ଯୋଗୁ ସବୁ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନାହଁି। କେତେକ ମୁଷ୍ଟିମେୟ ଓ ହୋଟେଲ ବ୍ୟବସାୟୀ ପମ୍ପ ଲଗାଇ ବେଧଡ଼କ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଖପ୍ରାଖୋଲ,୨୫।୫(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଭାଲୁଡୁଙ୍ଗୁରି ଗାଁରୁ ଖଲାବାହାଲପଡ଼ା ଯାଏ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥବା

ବିନା ସୂଚନା ଫଳକରେ ନିମ୍ନମାନର କେନାଲ ମରାମତି

ବିନା ସୂଚନା ଫଳକରେ ନିମ୍ନମାନର କେନାଲ ମରାମତି

ଲଡୁଗାଁ,୨୫।୫(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଧାମନଦୁଆର ଓ ଚୋରନିଦୁଆରଠାରେ କୋକସରା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ହେଉଥିବା କେନାଲ ମରାମତି କାମରେ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ କାମ ବନ୍ଦ କରିଥିଲେ। ଏହି ସମ୍ପର୍କିତ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା

ରାସ୍‌ତା ତିଆରି ନାଁରେ ଚାଲିଛେ ଛେରାପହଁରା

ରାସ୍‌ତା ତିଆରି ନାଁରେ ଚାଲିଛେ ଛେରାପହଁରା

ଜୁନାଗଡ଼,୨୫।୫(ଡି.ଏନ.ଏ.)-ସରକାର ସହରରାଂଚଲ୍‌ର ବିକାଶ ଆର୍‌ ଉନ୍‌ନତିକରନ୍‌ ଲାଗି ଭିନେ ଭିନେ ଯୋଜ୍‌ନାରେ କୋଟି କୋଟି ଟଁକା ଖରଚ୍‌ କରୁଛନ୍‌। ହେଲେ ବିଭାଗୀୟ କରମ୍‌ଚାରୀ ଆର୍‌ ଠିକାଦାରକଁର ମିଲିଭଗତ୍‌ ଲାଗି ଯେନ୍‌ ହିସାବେ ରାସ୍‌ତା କାମ୍‌ ହେବାର କଥା ନାଇଁ ହେଇପାର୍‌ବାର। ଯେନ୍‌ଥିର୍‌ଲାଗି

ଗୋଆରେ ଅଇତାପାଲି ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ଲଇକେରା,୨୫।୫(ଡି.ଏନ୍‌.ଏ.)-ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଅଇତାପାଲି ଗ୍ରାମର ରାଜେଶ ଓରାମ (୧୮)ଙ୍କ ବୁଧବାର ଗୋଆରେ ସନ୍ଦେହଜନକ ମୃତ୍ୟୁ ହୋଇଛି। ରାଜେଶ ୨୦୧୭ ଜୁଲାଇ ୨୭ରେ ଗୋଆର ବିତୁଲକୁ କାମ କରିବାକୁ ଯାଇଥିଲେ। ସେଠାରେ ତାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଥିବା ବୁଧବାର

କଳାହାଣ୍ଡି ଜିଲାର ଘରୋଇ ଡାକ୍ତରଖାନା ବନ୍ଦ: ସେବା ପ୍ରଭାବିତ

କଳାହାଣ୍ଡି ଜିଲାର ଘରୋଇ ଡାକ୍ତରଖାନା ବନ୍ଦ: ସେବା ପ୍ରଭାବିତ

ଭବାନୀପାଟଣା,୨୫।୫(ଡି.ଏନ୍‌.ଏ.)- ଓଡ଼ିଶା ପ୍ରାଇଭେଟ୍‌ ମେଡିକାଲ ଏଷ୍ଟାବ୍ଲିଶମେଣ୍ଟ ଫୋରମ୍‌ ପକ୍ଷରୁ ସମଗ୍ର ରାଜ୍ୟରେ ଥିବା ଘରୋଇ ଡାକ୍ତରଖାନା, ର୍ନସିଂହୋମ, ପାଥୋଲୋଜି ଏବଂ ଡାଇଗ୍ନୋସିସ୍‌ ସେଣ୍ଟର ଶୁକ୍ରବାର ସକାଳଠାରୁ ଶନିବାର ସକାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଏହି କ୍ରମରେ ଭବାନୀପାଟଣା ସହର ଓ

ଅବାଧ ବିଚରଣରେ ପ୍ରତିବନ୍ଧକ, ଝାରସୁଗୁଡ଼ା ବନାଞ୍ଚଳ ହାତୀଙ୍କ ମରଣଯନ୍ତା

ଅବାଧ ବିଚରଣରେ ପ୍ରତିବନ୍ଧକ, ଝାରସୁଗୁଡ଼ା ବନାଞ୍ଚଳ ହାତୀଙ୍କ ମରଣଯନ୍ତା

ଝାରସୁଗୁଡ଼ା ଅଫିସ,୨୫।୫-ଝାରସୁଗୁଡ଼ା ଜିଲାରେ ହାତୀ ନାହାନ୍ତି। କିନ୍ତୁ ହାତୀ ଝାରସୁଗୁଡ଼ା ଜଙ୍ଗଲରେ ହିଁ ମରୁଛନ୍ତି। ବନ୍ୟଜନ୍ତୁଙ୍କ ଚଲାପଥରେ ଶିଳ୍ପ ନିର୍ମାଣ ଓ ଅନ୍ୟାନ୍ୟ କୃତ୍ରିମ ପ୍ରତିବନ୍ଧକ ଏହାର ପ୍ରମୁଖ କାରଣ ବୋଲି ପରିବେଶବିତ୍‌ଙ୍କ ମତ। ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡ ଜଙ୍ଗଲରୁ ବଡ଼ରମା, ସମ୍ବଲପୁର, ଦେବଗଡ଼