ରାଜ୍ୟ |

ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା

ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା

ପୁରୀ ଅଫିସ,୪ା୨: ପୁରୀ ବେଳାଭୂମିର ରବିବାର ମନୋରମ ଶୀତୁଆ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮। ୱିନ୍‌ଙ୍ଗ ସ୍ପୋର୍ଟିଂ ପକ୍ଷରୁ ଆୟୋଜିତ ଏହି ସାଂସ୍କୃତିକ ସନ୍ଧ୍ୟାରେ ୨୦୧୭ ବର୍ଷ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ କଳାକାରଙ୍କୁ ସମ୍ମାନିତ କରାଯାଇଛି। ବର୍ଷୀୟାନ ଅଭିନେତ୍ରୀ ତ୍ରିପୁରା ମିଶ୍ରଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯାଇଥିବାବେଳେ ‘ରୋମିଓ ଜୁଲିଏଟ୍‌’ ପାଇଁ ଅରିନ୍ଦମଙ୍କୁ ଶ୍ରେଷ୍ଠ ନାୟକ ଏବଂ ‘ଅଭୟ’ ଲାଗି ଏଲିନା ସାମନ୍ତରାୟଙ୍କୁ ଶ୍ରେଷ୍ଠ ନାୟିକା ପୁରସ୍କାର ଦିଆଯାଇଛି।
ଚଳଚ୍ଚିତ୍ର ବଜରଙ୍ଗୀ ଲାଗି ସିଦ୍ଧାନ୍ତ ମହାପାତ୍ର ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା, ମିଠା ମିଠା ପାଇଁ ସ୍ମିତା ମହାନ୍ତି ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ, ଅର୍ଚ୍ଚିତା ଲୋକପ୍ରିୟ ଅଭିନେତ୍ରୀ ଓ ସବ୍ୟସାଚ୍ଚୀ ଲୋକପ୍ରିୟ ଅଭିନେତା ଭାବେ ପୁରସ୍କାର ପାଇଛନ୍ତି। ୨୦୧୭ର ଶ୍ରେଷ୍ଠ ଚଳଚ୍ଚିତ୍ର ତୁ ମୋ ଲଭ୍‌ ଷ୍ଟୋରୀ, ଶ୍ରେଷ୍ଠ ସଂଳାପ ଚିତ୍ରନାଟ୍ୟ ଓ କାହାଣୀକାର ଡ. ରଜନୀ ରଞ୍ଜନ (ତୁ ମୋ ହିରୋ), ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଲୁବୁନ ଟୁବୁନ୍‌ (ଲୈଲା ଓ ଲୈଲା), ଶ୍ରେଷ୍ଠ ଖଳନାୟକ ଅସିତ ପତି (ବଜରଙ୍ଗୀ), ନବାଗତ ନାୟକ ରନବୀର କଳସୀ (ମୁଁ ଖାଣ୍ଟି ଓଡ଼ିଆ ଝିଅ), ନବାଗତ ନାୟିକା ଆହାନ (ଭୈରବ), ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ (ଲୈଲା ଓ ଲୈଲା), ଶ୍ରେଷ୍ଠ ଶିଶୁକଳାକାର ଭାବେ ସାଇନା ମହାନ୍ତି ପୁରସ୍କୃତ ହୋଇଛନ୍ତି।
ସେହିପରି ଟେଲିଭିଜନ କ୍ଷେତ୍ରରେ ଶ୍ରେଷ୍ଠ ଧାରାବାହିକ ମାନିନୀ, ଶ୍ରେଷ୍ଠ ନିର୍ଦ୍ଦେଶକ ଗୌରୀଶଙ୍କର ଦାସ (ମାନିନୀ), ଶ୍ରେଷ୍ଠ ନାୟକ ଅମର ଛିଞ୍ଚାନୀ (ଜୀବନ ସାଥୀ), ଶ୍ରେଷ୍ଠ ନାୟିକା ଦେବୀକା ଅରୁନ୍ଧତି ସାମଲ (ଜେଜେ ମା), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା ଗୋପାଳ ଶର୍ମା (ଶଙ୍ଖା ସିନ୍ଦୂର), ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ ମେଘନା ମିଶ୍ର (ତେଜସ୍ବିନୀ), ଶ୍ରେଷ୍ଠ ଖଳନାୟକ ରାଜ ରାଜେଶ (ତୋ ଅଗଣାର ତୁଳସୀ ମୁଁ), ଶ୍ରେଷ୍ଠ ଖଳନାୟିକା ସ୍ବର୍ଣ୍ଣଲତା ବିଶ୍ୱାଳ (ତୋ ଅଗଣାର ତୁଳସୀ ମୁଁ), ଶ୍ରେଷ୍ଠ ହାସ୍ୟ ଅଭିନେତା ସୁମନ ମହାରଣା (ତେଜସ୍ବିନୀ), ଶ୍ରେଷ୍ଠ ସଂଳାପ ବିଜୟ ମଲ୍ଲ (ରାନୀ), ଶ୍ରେଷ୍ଠ ଶିଶୁ କଳାକାର ପ୍ରତିଦ୍ଧୀ ନାୟକ (ଶଙ୍ଖା ସିନ୍ଦୂର), ନୂଆ ନାୟିକା ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ (ଆମ ଘର ଲକ୍ଷ୍ମୀ)ଙ୍କୁ ପୁରସ୍କୃତ କରାଯାଇଛି।
ଏହାଛଡା ଅନ୍ୟାନ୍ୟ କ୍ଷେତ୍ରରେ ଅବଦାନ ଲାଗି ଶେଫାଳି ଉଦ୍‌ଗାତା, ଅର୍ଚ୍ଚନା ତ୍ରିପାଠୀ, ଐଶ୍ୱର୍ଯ୍ୟ ଦାସ୍‌, ବିଷ୍ଣୁପ୍ରିୟା ନାୟକ, ବଟକୃଷ୍ଣ ପାତ୍ର, ଶ୍ରୀଧର ପରିଡ଼ା, ସ୍ମୃତିରଞ୍ଜନ ପତି, ସଞ୍ଜୀବ କୁମାର ରଥଶର୍ମା, ମଦନ ମହାସୁଆର, ସମୀର ଶତପଥୀ, ସନ୍ତୋଷ ମହାନ୍ତି, କେ.କେ. ସିଂହ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା। ତେବେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିବା ଅରିନ୍ଦମଙ୍କ ସମେତ ବହୁ କଳାକାର ଅନୁପସ୍ଥିତ ଥିଲେ।
ଅତିଥି ଭାବେ ନଗରପାଳ ଜୟନ୍ତ କୁମାର ଷଡ଼ଙ୍ଗୀ, ହାଇଟେକ୍‌ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡ. ତିରୁପତି ପାଣିଗ୍ରାହୀ, ପୂର୍ବତନ ନଗରପାଳ ଗୌରହରି ପ୍ରଧାନ ପ୍ରମୁଖ ଯୋଗଦେଇ କଳାକାରଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏସ୍‌.ଏସ୍‌. ଡ୍ୟାନ୍ସ ଗ୍ରୁପ୍‌ର ଗଣେଶ ବନ୍ଦନାରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଶେଫାଳି ଉଦ୍‌ଗାତା ଓ ସାଥୀ ବ୍ରାଇଡାଲ ଗେଟ୍‌ ଅପ୍‌ ଶୋ ଦେଖାଇଥିଲେ। ସେହିପରି ରତ୍ନପ୍ରଭା ଅରୋସ୍ମିତା ଯାଜ୍ଞସେନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପରେ ଧମାକାଦାର ଆଧୁନିକ ନୃତ୍ୟରେ ଝୁମିଥିଲେ ଦର୍ଶକ। ଏହାପରେ ପୁରସ୍କାର ପର୍ବ ଚାଲିଥିଲା। ଏମିତି ପୁରସ୍କାର ଏବଂ ନୃତ୍ୟ ମଧ୍ୟରେ ଶେଷ ହୋଇଥିଲା ଶୋ ଟାଇମ୍‌-୨୦୧୮। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସାଧାରଣ ସମ୍ପାଦକ ନବକିଶୋର ପ୍ରଧାନ ପରିଚାଳନା ଓ ଅଭିନେତା କେଦାର ମିଶ୍ର ସଂଯୋଜନା କରିଥିଲେ।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଆଣ୍ଡାମାନରେ ମୌସୁମୀ

ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୫: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଖୋର୍ଦ୍ଧା ରେଳଷ୍ଟେଶନରୁ ଶୁକ୍ରବାର ସକାଳେ ଡିଆର୍‌ଆଇ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରାଯାଇଛି। କାମାକ୍ଷାନଗର-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୧୫୦ଟି ୨ହଜାର ଟଙ୍କିଆ ଜାଲନୋଟ ଚାଲାଣ ହେଉଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜାଲନୋଟ ବାଂଲାଦେଶରୁ ବାଙ୍ଗାଲୋର ଚାଲାଣ ହେଉଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷାଫଳ ପ୍ରକାଶ କରିବେ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି।

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ତିହିଡ଼ି,୨୫ା୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲା ପଞ୍ଚାୟତରେ ଗଠିତ ହୋଇଥିବା ପ୍ରଗତି ପରିଷଦ ଦଳ ବିଜେଡିରେ ସାମିଲ ହୋଇଛି। ଏ ନେଇ ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ପୌରାହିତ୍ୟରେ କୋହ୍ଲା ବଡ଼ଦାଣ୍ଡରେ ଗୁରୁବାର ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା।