ରାଜ୍ୟ |

ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକ: ୩୩% ବୃଦ୍ଧି

ଭୁବନେଶ୍ୱର,୩।୨(ବ୍ୟୁରୋ): ୨୦୧୬ ତୁଳନାରେ ୨୦୧୭ରେ ଓଡ଼ିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୩୩ ପ୍ରତିଶତ ବୃଦ୍ଧି ପାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟକୁ ୧ଲକ୍ଷ ୧୪ହଜାର ବିଦେଶୀ ପର୍ଯ୍ୟଟକ ଆସିଛନ୍ତି, ଯାହାକି ଓଡ଼ିଶା ପର୍ଯ୍ୟଟନ ପାଇଁ ଏକ ଶୁଭ ସଙ୍କେତ। ସେହିଭଳି ୨୦୧୭ରେ ଓଡ଼ିଶାକୁ ଘରୋଇ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ବୃଦ୍ଧି ପାଇଛି। ୨୦୧୬ ତୁଳନାରେ ୨୦୧୭ରେ ଅଧିକ ୧୨ଲକ୍ଷ ଘରୋଇ ପର୍ଯ୍ୟଟକ ଏଠାକୁ ଆସିଛନ୍ତି। ୨୦୧୬ରେ ୧କୋଟି ୨୦ଲକ୍ଷ ଘରୋଇ ପର୍ଯ୍ୟଟକ ଆସିଥିବା ବେଳେ ୨୦୧୭ରେ ୧କୋଟି ୩୨ଲକ୍ଷ ଆସିଛନ୍ତି।
ପୂର୍ବରୁ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୭ ନଭେମ୍ବର ସୁଦ୍ଧା ୮୪ହଜାର ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିଲେ। କେବଳ ଡିସେମ୍ବରରେ ରେକର୍ଡ ସଂଖ୍ୟକ ୩୦ହଜାର ବିଦେଶୀ ପର୍ଯ୍ୟଟକ ଓଡ଼ିଶାରେ ପାଦ ପକାଇଛନ୍ତି। ୨୦୧୭ରେ ଓଡ଼ିଶା ବିଶ୍ୱ ହକି ଲିଗ୍‌ ଏବଂ ଏସିଆନ୍‌ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ବିଦେଶୀଙ୍କ ଆଗମନ ବୃଦ୍ଧି ପାଇଥିବା ଅନୁମାନ କରାଯାଉଛି। ଏହାସହ ପ୍ରଥମଥର ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ଓଡ଼ିଶା ଟ୍ରାଭେଲ ବଜାର ଆୟୋଜନ କରି ବହୁ ସଂଖ୍ୟାରେ ବିଦେଶୀ ଟୁର୍‌ ଅପରେଟର୍‌ଙ୍କୁ ଆକର୍ଷିତ କରିଛି। ସେହିଭଳି ଇଣ୍ଡିଆନ୍‌ ଆସୋସିଏଶନ ଅଫ୍‌ ଟୁର୍‌ ଅପରେଟର୍ସ(ଆଇଏଟିଓ) ସମ୍ମିଳନୀ ଭୁବନେଶ୍ୱରରେ ଅନୁଷ୍ଠିତ ହେବା ଦ୍ୱାରା ଏହା ମଧ୍ୟ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ବହୁଳ ଭାବେ ସହାୟକ ହୋଇଛି। ଏତଦ୍‌ ବ୍ୟତୀତ ଭୁବନେଶ୍ୱରରୁ ମାଲେସିଆ ଏବଂ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ଯୋଗୁ ତାହା ପର୍ଯ୍ୟଟନ ଶିଳ୍ପକୁ ଲାଭ ପହଞ୍ଚାଇଛି। କେବଳ ଏତିକି ନୁହେଁ, ରାଜ୍ୟ ଏବଂ ଦେଶ ବାହାରେ ଓଡ଼ିଶା ପର୍ଯ୍ୟଟନର ଏକାଧିକ ରୋଡ୍‌ ଶୋ’, ଟ୍ରେନ୍‌ ଓ ବିମାନ ବ୍ରାଣ୍ଡିଂ, ଜାତୀୟ ଓ ଅନ୍ତର୍ଜାତୀୟ ଟ୍ରାଭେଲ ବଜାରରେ ଅଂଶଗ୍ରହଣ କରିବା ଭଳି କାରଣ ଏ ଦିଗରେ ବିଶେଷ ଉପାଦେୟ ହୋଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଆଣ୍ଡାମାନରେ ମୌସୁମୀ

ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୫: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଖୋର୍ଦ୍ଧା ରେଳଷ୍ଟେଶନରୁ ଶୁକ୍ରବାର ସକାଳେ ଡିଆର୍‌ଆଇ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରାଯାଇଛି। କାମାକ୍ଷାନଗର-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୧୫୦ଟି ୨ହଜାର ଟଙ୍କିଆ ଜାଲନୋଟ ଚାଲାଣ ହେଉଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜାଲନୋଟ ବାଂଲାଦେଶରୁ ବାଙ୍ଗାଲୋର ଚାଲାଣ ହେଉଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷାଫଳ ପ୍ରକାଶ କରିବେ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି।

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ତିହିଡ଼ି,୨୫ା୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲା ପଞ୍ଚାୟତରେ ଗଠିତ ହୋଇଥିବା ପ୍ରଗତି ପରିଷଦ ଦଳ ବିଜେଡିରେ ସାମିଲ ହୋଇଛି। ଏ ନେଇ ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ପୌରାହିତ୍ୟରେ କୋହ୍ଲା ବଡ଼ଦାଣ୍ଡରେ ଗୁରୁବାର ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା।