ଅପରାଧ |

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ

ଧରାପଡ଼ିଲା ଜାଲ୍‌ ନୋଟ କାରବାର: ୧୦୦ଟି ୨ ହଜାର ଟଙ୍କିଆ ନୋଟ ଜବତ

ବାରିପଦା ଅଫିସ/ ବସ୍ତା(ଡି.ଏନ.ଏ.)୨।୨: ପଶ୍ଚିମବଙ୍ଗ ରାଜ୍ୟରୁ ମୟୂରଭଞ୍ଜ ଜିଲାକୁ ଲମ୍ବିଛି ଜାଲ୍‌ ନୋଟ କାରବାର। ଏକ ସଙ୍ଗଠିତ ର଼୍ୟାକେଟ ଦ୍ୱାରା ଏହି କାରବାର ଜାରି ରହିଛି। ରାସଗୋବିନ୍ଦପୁର ଥାନା ପୋଲିସ ଏହି ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣାର ପର୍ଦ୍ଦାଫାଶ ହୋଇଛି। ଗତ ୪ ଦିନ ମଧ୍ୟରେ ପୋଲିସ ଧରପଗଡ ଚଳାଇ ୧୦୦ଟି ୨ ହଜାର ଟଙ୍କିଆ ଜାଲ ନୋଟ ଜବତ କରିଛି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ କୁଣ୍ଡେଇ ଗ୍ରାମର ତରୁଣ କୁମାର ଜେନା (୧୯)ଓ ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁରମହଲାର ସେଖ କମିଲଉଦ୍ଦିନ। ପୋଲିସ ଏ ସମ୍ପର୍କରେ ଏକ ମାମଲା (ନଂ ୧୩/୧୮) ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଜାଲ ନୋଟ ବେପାରୀ କଲେଜ ଛାତ୍ରଙ୍କୁ ଟାର୍ଗେଟ କରି ଜାଲନୋଟ କାରବାର କରୁଥିବା ସୂଚନା ମିଳିଛି। ଗିରଫ ୨ଜଣଙ୍କ ମଧ୍ୟରେ ଜଣେ କଲେଜ ପଢୁଆ ଛାତ୍ର ରହିଥିବା ଜିଲା ପୋଲିସ ମୁଖ୍ୟାଳୟରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏଏସପି ଦିନଜନ ନାଏକ ସୂଚନା ଦେଇଛନ୍ତି। ଗତ ୩୦ ତାରିଖରେ ତରୁଣ ନିଜର ଜଣେ ସହପାଠୀଙ୍କ ସହ ରାସଗୋବିନ୍ଦପୁର ଥାନା ଅଧୀନ ମାଣିଦା ବଜାରର ଏକ କପଡା ଦୋକାନକୁ ଯାଇ କିଛି କପଡା କିଣିଥିଲେ। ସେମାନେ ୨ ହଜାର ଟଙ୍କିଆ ନୋଟ ଦୋକାନୀଙ୍କୁ ଦେଇଥିଲେ। ଏହା ଜାଲ ନୋଟ ବୋଲି ଦୋକାନୀ ସନ୍ଦେହ କରି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଭୟ ଯୁବକଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ସେମାନଙ୍କଠାରୁ ୬ ଟି ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିଥିଲା। ପରେ ରାସଗୋବିନ୍ଦପୁର ଥାନାର ସବ୍‌ଇନ୍ସପେକ୍ଟର ଭଗବାନ ତରାଇଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ପୋଲିସ ତରୁଣଙ୍କୁ ଗତ ଗୁରୁବାର ଗିରଫ କରିଥିବା ବେଳେ ଅନ୍ୟଜଣଙ୍କୁ ଛାଡି ଦେଇଥିଲା। ତରୁଣଙ୍କୁ ପଚରାଉଚୁରା ପରେ ପୋଲିସକୁ ଅନ୍ୟ କେତେକ ସୂଚନା ମିଳିଥିଲା। ଏହି ସୂଚନାକୁ ଆଧାର କରି ରାସଗୋବିନ୍ଦପୁର ଥାନା ପୋଲିସ ଗୁରୁବାର ରାତିରେ ବାଲେଶ୍ୱର ଜିଲା ବସ୍ତା ଥାନା ବିଦ୍ୟାଧରପୁର ମହଲାର ସେଖ କମିଲଉଦ୍ଦିନଙ୍କ ଘରେ ଚଢ଼ାଉ କରି ୯୪ ଟି ୨ ହଜାର ଟଙ୍କିଆ ନକଲି ନୋଟ ଜବତ କରିଥିଲା। ଶୁକ୍ରବାର ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
କମିଲଉଦ୍ଦିନ ପୋଲିସକୁ ଦେଇଥିବା ସୂଚନା ମୁତାବକ ବର୍ଷକ ପୂର୍ବେ ସେ ମାଡ୍ରାସରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେଠାରେ ପଶ୍ଚିମବଙ୍ଗ ମାଲଦା କାଳିଆ ଛକ ଅଞ୍ଚଳର ଇସାବ ଅଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା। ସେଠାରେ ସେ ଜାଲ ନୋଟ କାରବାର କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ଗତ ୨୧ ଜାନୁୟାରୀରେ କମିଲଉଦ୍ଦିନ ମାଲଦା ଯାଇ ୨ଲକ୍ଷ ଟଙ୍କାର ଜାଲ ନୋଟ ଆଣି ଇସାବ ଅଲିଙ୍କୁ ୧୦ ହଜାର ଟଙ୍କା ଦେଇଥିଲେ। ଏହି ଜାଲ ନୋଟକୁ ଚଳାଇବା ପାଇଁ କମିଲଉଦ୍ଦିନ କଲେଜ ଛାତ୍ରଙ୍କୁ ଟାର୍ଗେଟ କରି ତରୁଣଙ୍କୁ ନିଜ ଜାଲରେ ଫସାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟମାନଙ୍କୁ ଧରିବା ପାଇଁ ପୋଲିସ ରାଜ୍ୟ ବାହାରକୁ ଯାଇ ଚଢାଉ କରିପାରେ ବୋଲି ରାସଗୋବିନ୍ଦପୁର ଥାନା ଅଧିକାରୀ ତିଳୋତ୍ତମା ରାଉତ କହିଛନ୍ତି। ଏହି ଘଟଣା ପରେ ପଶ୍ଚିମବଙ୍ଗରୁ ବାଲେଶ୍ୱର ଦେଇ ଜାଲ ନୋଟ ମୟୂରଭଞ୍ଜକୁ ଆସୁଥିବା ସ୍ପଷ୍ଟ ହୋଇଛି।

All Right Reserved By
I&PR

Model This Week

ସନ୍ତୋଷ

ଅପରାଧ |

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ନିଆଁରେ ପୋଡି ଗୁରୁତର ହୋଇଥିବା ମହିଳା ମୃତ: ସ୍ବାମୀ ଅଟକ

ନିଆଁରେ ପୋଡି ଗୁରୁତର ହୋଇଥିବା ମହିଳା ମୃତ: ସ୍ବାମୀ ଅଟକ

ଭଦ୍ରକ ଅଫିସ/ବାସୁଦେବପୁର (ଡି.ଏନ୍‌.ଏ.),୨୫।୫: ଭଦ୍ରକ ଜିଲା ବାସୁଦେବପୁର ଥାନା ଅନ୍ତର୍ଗତ ଏଡତାଳ ଗ୍ରାମର ନିଆଁରେ ପୋଡି ହୋଇ ଅର୍ଦ୍ଧଦଗ୍ଧ ହୋଇଥିବା ମହିଳା ସସ୍ମିତା ସେଠୀ(୨୩)ଙ୍କର ଗୁରୁବାର ମୃତ୍ୟୁ ଘଟିଛି। ମହିଳାଙ୍କ ମୃତଦେହ ୨ ଦିନ ଧରି ଭେତାଳ ଗ୍ରାମରେ ପହଞ୍ଚିଥିଲେ ମଧ୍ୟ ଶୁକ୍ରବାର ସକାଳ ସୁଦ୍ଧା ତାଙ୍କର ଶବ ସତ୍କାର ହୋଇପାରି ନ ଥିବା ଜଣାପଡିଛି। ଅପରପକ୍ଷେ ବାସୁଦେବପୁର ପୋଲିସ ସସ୍ମିତାଙ୍କ ସ୍ବାମୀଙ୍କୁ କଟକରୁ ଆଣି ଥାନାରେ ଅଟକ ରଖିଛି।

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଗୃହ ବିଭାଗ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଗୃହ ବିଭାଗ କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବ୍ରହ୍ମପୁର ଅଫିସ,୨୫।୫: ବ୍ରହ୍ମପୁର ରାସ୍ତା ଓ ଗୃହ ବିଭାଗ-୧ର କନିଷ୍ଠ କିରାଣୀ ଦଣ୍ଡପାଣି ମହାପାତ୍ରଙ୍କ ଅଫିସ ସମେତ ଚାରୋଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଚଢ଼ାଉ ଜାରି ରହିଛି। ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଉଛି।

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳିର ୪ ବେଆଇନ କରତକଳ ଉପରେ ଚଢ଼ାଉ

ଆଳି,୨୫ା୨(ଡି.ଏନ୍‌.ଏ.): ଦୀର୍ଘଦିନ ଧରି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ ବେଆଇନ ଭାବେ ଚାଲିଥିବା ୪ କରତକଳ ଉପରେ ଶୁକ୍ରବାର ଭୋର ୫ଟାରେ ରାଜନଗର ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ୪ଟିର ଯନ୍ତ୍ରାଶ ଓ କାଠଗୁଡିକୁ ବନବିଭାଗ ପକ୍ଷରୁ ଜବତ କରାଯାଇଛି।

ରାସ୍ତାରେ ନବବଧୂଙ୍କୁ ଅଟୋରୁ ଠେଲି ସ୍ବାମୀ ଓ ଶ୍ୱଶୁର ଫେରାର

ଓଡ଼ଗାଁ, ୨୫।୫(ସ୍ବ.ପ୍ର.)-ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବାହାଡ଼ାଝୋଲା ଫାଣ୍ଡି ଅଧୀନ ସୁରୁକାବାଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ନବବଧୂଙ୍କୁ ସ୍ବାମୀ, ଶ୍ୱଶୁର ଅଟୋରୁ ଠେଲି ଦେଇ ଫେରାର ହୋଇଯାଇଛନ୍ତି। ନୂଆଗାଁ ଥାନା କୃଷ୍ଣଚନ୍ଦ୍ରପୁର ଗ୍ରାମର ହରଷ ବେହେରାଙ୍କ ପୁଅ ମାନସ ବେହେରା ୬ ମାସ ପୂର୍ବେ ସୁରୁକାବାଡି ଗ୍ରାମର ଜନୈକା ନାବାଳିକା (ବର୍ତ୍ତମାନ ୧୮ ବର୍ଷ)ଙ୍କ ସହିତ ମୋବାଇଲ ଫୋନରେ ବାରମ୍ବାର କଥା ହେବା ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମାନସ ବାରମ୍ବାର ସୁରକାବାଡି ଆସି ନାବାଳିକାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖୁଥିଲେ ।

ପୁଅର କାଠଫାଳିଆ ମାଡ଼ରେ ମାଆର ମୃତ୍ୟୁ

ପୁଅର କାଠଫାଳିଆ ମାଡ଼ରେ ମାଆର ମୃତ୍ୟୁ

ରାଜନଗର,୨୫।୫ (ଡି.ଏନ.ଏ.):କେନ୍ଦ୍ରାପଡା ଜିଲା ରାଜନଗର ଥାନା ଅନ୍ତର୍ଗତ ପ୍ରହରାଜପୁର ଗଁ।ରେ ଗୁରୁବାର ଅପରାହ୍ନରେ ପୁଅର କାଠ ଫାଳିଆ ମାଡରେ ଜଣେ ୬୦ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି । ସେ ହେଲେ ଶ୍ରୀମତୀ ବିଶ୍ୱାଳ । ଖବର ପାଇ ପୋଲିସ ମୃତଦେହ ଜବତ କରିବା ସହ ହତ୍ୟାକାରୀ ପୁଅ ଶଶୀକାନ୍ତଙ୍କୁ ଗିରଫ କରିଛି । ଏହି ଅଭାବନୀୟ ଘଟଣା ସାଧାରଣରେ ଗଭୀର ଆଲୋଡନ ସୃଷ୍ଟି କରିଛି । ପ୍ରକାଶ ଯେ, ପ୍ରହରାଜପୁର ଗ୍ରାମର ଶଶୀକାନ୍ତ (୩୫) ବିବାହିତ । ୨ ବର୍ଷ ତଳୁ ତାଙ୍କ ସ୍ତ୍ରୀ ୩ ସନ୍ତାନକୁ ନେଇ ବାପଘରେ ରହୁଛନ୍ତି । ତାଙ୍କ ସାନ ଭାଇ, ଭଉଣୀ ରାଜ୍ୟ ବାହାରେ ପେଟ ପୋଷିବା ପାଇଁ କାମ କରୁଥିବା ବେଳେ ଶଶୀକାନ୍ତ ନିଜ ମାଆ ସହ ଗ୍ରାମରେ ରହୁଥିଲେ । ସେ କୌଣସି କାମଧନ୍ଦା କରୁ ନ ଥିବା ବେଳେ ମଝିରେ ମଝିରେ ମାଆକୁ ଟଙ୍କା ମାଗୁଥିଲେ । ମାଆ ଟଙ୍କା ଦେଇ ନ ପାରିଲେ ଉଭୟଙ୍କ ମଧ୍ୟରେ ବଚସା ହେବା ସହ ଶଶୀକାନ୍ତ ମାଡ ମାରିବାକୁ ପଛାଉ ନ ଥିଲେ । ଗୁରୁବାର ସେ ନିଶାସକ୍ତ ଅବସ୍ଥାରେ ଅପରାହ୍ନ ୨ଟା ବେଳେ ଘରେ ପହଞ୍ଚି ମା’କୁ ଟଙ୍କା ମାଗିଥିଲେ । ମାଆ ଟଙ୍କା ନ ଦେବାରୁ ରାଗିଯାଇ ଏକ କାଠଫାଳିଆରେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ଶ୍ରୀମତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । କୌଣସି ସୂତ୍ରରୁ ଖବର ପାଇ ପଡୋଶୀମାନେ ତାଙ୍କୁ ଉଦ୍ଧାର କରି ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଶ୍ରୀମତୀଙ୍କୁ ମୃତ ଘୋଷଣା କରିଥିଲେ । ଶଶୀକାନ୍ତ ଗଞ୍ଜେଇ ଟାଣି ଏପରି କାଣ୍ଡ ଘଟାଇଥିବା କୁହାଯାଉଛି ।

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀ ଅଞ୍ଚଳରୁ ପୁଣି ସେକ୍ସ ର଼୍ୟାକେଟ୍‌ ଠାବ: ୩ ଯୁବତୀ, ୨ଜଣ ଗ୍ରାହକ ଗିରଫ

ନୟାପଲ୍ଲୀରୁ ସେକ୍ସ ର଼୍ୟାକେଟ ଠାବ ୩ ଦେହଜୀବୀ ଉଦ୍ଧାର ଜଣେ ଗ୍ରାହକ, ୨ ଦଲାଲ ଗିରଫ ଭୁବନେଶ୍ୱର, ୨୪।୫(ବ୍ୟୁରୋ)- ନୟାପଲ୍ଲୀ ଅଞ୍ଚଳର ଏକ ମସାଜ ସେଣ୍ଟରରୁ ପୁଣି ସେକ୍ସ ର଼୍ୟାକେଟ ଠାବ ହୋଇଛି। ଆଇଆରସି ଭିଲେଜର ପ୍ଲଟ ନଂ.ଏନ୍‌-୫/୯୭ରେ ଚାଲିଥିବା ଏହି ମସାଜ ସେଣ୍ଟରରେ ପୋଲିସ ଚଢ଼ାଉ କରି ଦେହ ବ୍ୟବସାୟରେ ଲିପ୍ତ ୩ ଦେହଜୀବୀଙ୍କୁ ଉଦ୍ଧାର କରିଛି। ସେଠାରୁ ଜଣେ ଗ୍ରାହକ ଏବଂ ଅନ୍ୟ ୨ ଦଲାଲଙ୍କୁ ଗିରଫ କରାଯାଇଛି। ଗତ ୧୫ ତାରିଖରେ ଏହି ଅଞ୍ଚଳରେ ଥିବା ପାର୍ବତୀ ଗେଷ୍ଟ ହାଉସ୍‌ରେ ଚଢ଼ାଉ କରି ପୋଲିସ ଏକ ସେକ୍ସ ର଼୍ୟାକେଟ ଠାବ କରିଥିଲା।

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ମହିଳା ଏଜେଣ୍ଟଙ୍କଠାରୁ ୯୪ହଜାର ଲୁଟ

ନିରାକାରପୁର,୨୪।୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଦିଆ ପଞ୍ଚାୟତ କୋଳାସାହି-ବାଲିଗାଁ ରାସ୍ତା ମଝିରେ ଗୁରୁବାର ଅପରାହ୍ନରେ ଭାରତ ଫାଇନାନ୍ସ ନାମକ ଏକ ସଂସ୍ଥାର ମହିଳା ଏଜେଣ୍ଟଙ୍କଠାରୁ ଲୁଟ ହୋଇଛି।

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ଡକାୟତି ଘଟଣାର ପର୍ଦ୍ଦାଫାସ: ୪୦୦ ଗ୍ରାମ ସୁନା, ୩.୫ ଲକ୍ଷ ଟଙ୍କା ଜବତ, ୫ ଗିରଫ

ରାଉରକେଲା ଅଫିସ, ୨୪।୫-ଏକ ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ୫ ଜଣଙ୍କୁ ପୋଲିସ ଗିରଫ କରିଛି।

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ଜମିବାଡ଼ିକୁ କେନ୍ଦ୍ରକରି ଆକ୍ରମଣ, ଦୁଇ ଗୁରୁତର

ବନ୍ତଳା,୨୪।୫(ଡି.ଏନ୍‌.ଏ.): ଅନୁଗୋଳ ଥାନା କୁଶାସିଙ୍ଗା ମହୁଲପାଳ ସାହିରେ ଗୁରୁବାର ସକାଳେ ଜମିରେ ବାଡ଼ ବସାଇବାକୁ କେନ୍ଦ୍ର କରି ମାରଣାସ୍ତ୍ର ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଗ୍ରାମର ଗିରିଶ ରାଉତ(୮୦), ସଞ୍ଜୟ ରାଉତ(୪୫)।

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

୨୦ କି.ଗ୍ରା. ଗଞ୍ଜେଇ ଜବତ: ଜଣେ ମହିଳା ଅଟକ

ବାଲିଗୁଡ଼ା,୨୩।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍‌ରେ ଜଣେ ମହିଳା ଦୁଇଟି ବ୍ୟାଗରେ ୨୦କେଜି ଗଞ୍ଜେଇ ଧରି ଯାଉଥିବା ବେଳେ ବୁଧବାର ବାଲିଗୁଡ଼ା ପୋଲିସ ହାତରେ ଧରାପଡିଛନ୍ତି। ଜାର୍ଗି ଅଞ୍ଚଳର ମହିଳାଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ତେବେ ଗଞ୍ଜେଇ ବେପାରୀମାନେ ମହିଳାମାନଙ୍କୁ ଅସ୍ତ୍ର କରି ସହଜରେ ଏହି ମାଦକ ଦ୍ରବ୍ୟକୁ ବିକ୍ରି କରୁଥିବା ପୋଲିସ ପ୍ରକାଶ କରିଛି।