ଖେଳ |

ଜିବ୍ରାଲ୍ଟର ଚେସ୍‌ ଟପ୍‌-୧୦ରେ ରହିଲେ ଦେବାଶିଷ

ଜିବ୍ରାଲ୍ଟର ଚେସ୍‌ ଟପ୍‌-୧୦ରେ ରହିଲେ ଦେବାଶିଷ

ଭୁବନେଶ୍ୱର, ୧।୨(କ୍ରୀଡ଼ା ପ୍ରତିନିଧି)

ଇଂଲଣ୍ଡରେ ଅନୁଷ୍ଠିତ ଜିବ୍ରାଲ୍ଟର ଚେସ୍‌ ଟୁର୍ନାମେଣ୍ଟରେ ୯୨ ଗ୍ରାଣ୍ଡମାଷ୍ଟର (ଜିଏମ) ଏବଂ ୫୮ ଅନ୍ତର୍ଜାତୀୟ ମାଷ୍ଟର(ଆଇଏମ୍‌)ଙ୍କ ଉପସ୍ଥିତି ସତ୍ତ୍ୱେ ଚମତ୍କାର ପ୍ରଦର୍ଶନ କରି ଟପ୍‌-୧୦ ଫିନିଶ୍‌ କରିଛନ୍ତି ଓଡ଼ିଶା ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ। ୨୫୦୧ ରେଟିଂପ୍ରାପ୍ତ ଦେବାଶିଷ ପ୍ରଭାବୀ ପ୍ରଦର୍ଶନ ଅବ୍ୟାହତ ରଖି ୯ମ ରାଉଣ୍ଡରେ ତାଙ୍କଠାରୁ ବହୁ ଉଚ୍ଚ ରେଟିଂପ୍ରାପ୍ତ ଭେନେଜୁଏଲା ଜିଏମ ଇଟୁରିଜାଗା ବୋନେଲି ଏଡୁଆର୍ଡୋ(୨୬୫୦) ଏବଂ ୧୦ମ ତଥା ଅନ୍ତିମ ରାଉଣ୍ଡରେ ଭାରତୀୟ ଜିଏମ ସନ୍ଦିପନ ଚନ୍ଦା(୨୫୭୯)ଙ୍କୁ ହରାଇ ଅପରାଜେୟ ରହିଛନ୍ତି। ୮୧ତମ ର଼୍ୟାଙ୍କ୍‌ରୁ ଖେଳ ଆରମ୍ଭ କରିଥିବା ଦେବାଶିଷ ମୋଟ ୭ ପଏଣ୍ଟ ପାଇ ୧୦ତମ ସ୍ଥାନ ଅଧିକାର କରିଛନ୍ତି। ଟୁର୍ନାମେଣ୍ଟରୁ ତାଙ୍କୁ ୩୧.୫ ପଏଣ୍ଟର ଫାଇଦା ମଧ୍ୟ ହୋଇଛି। ପ୍ରାୟୋଜକ ଅଭାବରୁ ଆଶଙ୍କା ମଧ୍ୟରେ ରହୁଥିବା ଓଡ଼ିଶାର ଏହି ଏକମାତ୍ର ଗ୍ରାଣ୍ଡମାଷ୍ଟର ଗୋଟିଏ ହେଲେ ମ୍ୟାଚ ନ ହାରି ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ସେ ପ୍ରଥମ ରାଉଣ୍ଡରେ ପର୍ତ୍ତୁଗାଲର ଭିଲାର ରେମୁଣ୍ଡୋ ଜୁଆନ ଆଣ୍ଟୋନିଓ (୨୧୨୧)ଙ୍କୁ ଏବଂ ଦ୍ୱିତୀୟ ରାଉଣ୍ଡରେ ବହୁ ଉଚ୍ଚ ରେଟିଂପ୍ରାପ୍ତ ଚେକ୍‌ ରିପବ୍ଲିକ ଗ୍ରାଣ୍ଡମାଷ୍ଟର ଡେଭିଡ ନାଭାରା (୨୭୪୯)ଙ୍କୁ ହରାଇ ଅଭିଯାନ ଆରମ୍ଭ କରିଥିଲେ। ପରବର୍ତ୍ତୀ ୪ ରାଉଣ୍ଡରେ ସେ ଉନ୍ନତ ପ୍ରଦର୍ଶନ ଜାରି ରଖି ଯଥାକ୍ରମେ ହଙ୍ଗେରୀ ଜିଏମ ପାପ୍‌ ଗବର(୨୬୦୭), ଇଟାଲୀ ଜିଏମ ଡାନିଏଲ ଭୋକାଟୁରୋ(୨୬୦୯), ସ୍ବିଡେନ ଜିଏମ ନିଲ୍ସ ଗ୍ରାଣ୍ଡେଲିଅସ(୨୬୪୭) ଓ ଆମେରିକା ଜିଏମ ଭରୋଝାନ ଆକୋବିୟାନ(୨୬୪୭)ଙ୍କ ବିପକ୍ଷରେ ମ୍ୟାଚ ଡ୍ର ରଖିଥିଲେ। ଏକାଗ୍ରତା ହରାଇ ନ ଥିବା ଦେବାଶିଷ ୭ମ ଓ ୮ମ ରାଉଣ୍ଡରେ ଜର୍ମାନୀର ଦୁଇ ଜିଏମ ସ୍ବେନ ରାସମୁସ(୨୫୯୫) ଓ ବୁମାନନ ରେନର(୨୫୮୭)ଙ୍କ ବିପକ୍ଷରେ ପଏଣ୍ଟ ଭାଗକରି ଉଲ୍ଲେଖନୀୟ ସଫଳତା ପାଇଥିଲେ। ଏଥିରେ ଭାଗ ନେଇଥିବା ଓଡ଼ିଆ ଆଇଏମ ସ୍ବୟମ୍ସ ମିଶ୍ର (୨୪୩୨) ୩ ବିଜୟ,୫ ଡ୍ର ଓ ୨ ପରାଜୟ ସହିତ ୫.୫ ପଏଣ୍ଟ ପାଇ ୧୦୩ତମ ର଼୍ୟାଙ୍କ୍‌ରେ ରହିଛନ୍ତି। ଅନ୍ୟତମ ଓଡ଼ିଆ ଆଇଏମ୍‌ ପଦ୍ମିନୀ ରାଉତ(୨୩୨୫) ୪ ବିଜୟ, ୧ ଡ୍ର ଓ ୫ ପରାଜୟ ସହ ୪.୫ ପଏଣ୍ଟ ପାଇ ୧୬୦ତମ ସ୍ଥାନ ପାଇଛନ୍ତି। ୭ ଜଣ ଖେଳାଳି ୭.୫ ପଏଣ୍ଟ ଲେଖାଏ ପାଇଥିଲେ ହେଁ ଆମେରିକା ଗ୍ରାଣ୍ଡମାଷ୍ଟର ହିକାରୁ ନାକାମୁରା(୨୭୮୧) ଚାମ୍ପିୟନ ହୋଇଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଖେଳ |

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

କଲମ୍ବୋ,୨୫।୫(ଏଏଫ୍‌ପି)- ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭାଙ୍କ ପିତାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଶ୍ରୀଲଙ୍କା ଦଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ଜଣେ ବନ୍ଧୁକଧାରୀ ଦୃବୁତ୍ତ ଧନଞ୍ଜୟଙ୍କ ପିତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

କାଉଣ୍ଟି କ୍ଲବ ସରେ ଦୁଃଖତ

ଲଣ୍ଡନ,୨୫।୫- ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ସିଜନରେ କାଉଣ୍ଟି କ୍ରିକେଟ ଖେଳିବେ ନାହିଁ। ଏ ନେଇ ସରେ କ୍ରିକେଟ କ୍ଲବ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ”ବିରାଟଙ୍କୁ ଦେଖିବା ପାଇଁ ଇଚ୍ଛୁକ ଦର୍ଶକଙ୍କୁ ଟିକେଟ୍‌ର ଅର୍ଥରାଶି ଫେରସ୍ତ କରାଯାଉ“ ବୋଲି କ୍ଲବର ହୋମ ପେଜରେ ଲେଖାଯାଇଛି।

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ପ୍ୟାରିସ,୨୫।୫(ଏପି)- ସେରେନା ଓ ଭେନସ ଓ୍ବିଲିୟମ୍ସ ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମହିଳା ଡବଲ୍ସ ବର୍ଗରେ ଖେଳିବେ। ଏ ନେଇ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟ ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: କଟକ ଓଏସ୍‌ଏପି ଚାମ୍ପିୟନ

କଟକ ଅଫିସ,୨୫।୫- ଓଏମ୍‌ପିସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଖେଳ ପଡ଼ିଆରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ଉଭୟ ଫାଇନାଲ ମ୍ୟାଚ୍‌ ଗୁରୁବାର ଖେଳାଯାଇଛି। ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଉଭୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କବାଡ଼ି ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୫୭-୩୩ ପଏଣ୍ଟରେ ସମ୍ବଲପୁର ଜିଲା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାର ୩ୟ ସ୍ଥାନ ନିମନ୍ତେ ଓଡ଼ିଶା ଫାୟାର ସର୍ଭିସ ଓ ଦେଓଗଡ଼ ୪ର୍ଥ ଆଇଆର ବାଟାଲିୟନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଫାୟାର ସର୍ଭିସ ଦଳ ୩୮-୩୧ ପଏଣ୍ଟରେ ବିଜୟୀ ହୋଇ ୩ୟ ସ୍ଥାନରେ ରହିଛି । ସଂଘର୍ଷପୂର୍ଣ୍ଣ ହୋଇଥିବା ହ୍ୟାଣ୍ଡବଲ ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୩୬-୩୫ ପଏଣ୍ଟରେ ଢ଼େଙ୍କାନାଳ ଓଏସ୍‌ଏପି ୧ମ ବାଟାଲିୟନକୁ ହରାଇ ଚାମ୍ପିୟନ ହୋଇଛି। ଓଡ଼ିଶା ଫାୟାର ସର୍ଭିସ ୩୧-୨୪ ପଏଣ୍ଟରେ କେନ୍ଦୁଝରକୁ ହରାଇ ୩ୟ ସ୍ଥାନରେ ରହିଛି। ଶୁକ୍ରବାର ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ।

ଇସ୍ତାନବୁଲ ଆୟୋଜନ କରିବ ୨୦୨୦ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

କିଏଭ୍‌, ୨୫।୫(ପି.ଟି.)- ୨୦୨୦ ଇସ୍ତାନବୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏଥର ଇସ୍ତାନବୁଲରେ ଆୟୋଜନ ହେବ। ଇସ୍ତାନବୁଲର ଅଟାଟର୍କ ଷ୍ଟାଡିୟମରେ ଏହି ଲିଗ୍‌ ଖେଳାଯିବ ବୋଲି ୟୁଇଏଫ୍‌ଏ ଅଧ୍ୟକ୍ଷ ଅଲେକଜାଣ୍ଡର ସେଫେରିନ୍‌ ସୂଚନା ଦେଇଛନ୍ତି। ଏହି ଷ୍ଟାଡିୟମରେ ୭୬, ୦୦୦ ଦର୍ଶକ ବସିବାର ସୁବିଧା ରହିଛି। ଏହି ଷ୍ଟାଡିୟମରେ ୨୦୦୫ରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଖେଳାଯାଇଥିଲା। ଏଥିରେ ଲିଭରପୁଲ ପେନାଲ୍ଟି ମାଧ୍ୟମରେ ୩-୦ ଗୋଲରେ ଏସି ମିଲାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ଫାଇନାଲ ଖେଳାଯିବାକୁ ଥିବା ଆୟୋଜକ ସହରରେ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଉପଲବ୍ଧ ହେବା ନେଇ ୟୁଇଏଫ୍‌ଏ ବେଶ୍‌ ଚାପରେ ଥିଲା। ହୋଟେଲ, ବିମାନବନ୍ଦର ଓ ପ୍ରଶଂସକ, ଅତିଥି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ୟୁଇଏଫ୍‌ଏ ଏବେଠାରୁ ବେଶ୍‌ ତତ୍ପର ହୋଇଛି। ଫଳରେ ଏହି ହାଇପ୍ରୋଫାଇଲ ମ୍ୟାଚ ଇସ୍ତାନବୁଲରେ ଖେଳାଯିବ ବୋଲି ୟୁଇଏଫଏ ତରଫରୁ ସ୍ପଷ୍ଟ କରାଯାଇଛି।

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ, ୨୫।୫ (ପି.ଟି.)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୮.୨ ଓଭରରେ ମାତ୍ର ୧୮୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ୧ ଉଇକେଟ ହରାଇ ୫୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ୯ ଉଇକେଟ ହାତରେ ରଖି ୧୩୪ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଆଝାର ଅଲୀ ୧୮ ଓ ହାରିସ ସୋହେଲ ୨୧ ରନ କରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଇମାମ ଉଲ ହକ ୪ ରନ କରି କ୍ରିସ ବ୍ରଡଙ୍କ ଦ୍ୱାର ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

ନୂଆଦିଲ୍ଲୀ,୨୫।୫(ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆହତ ସମସ୍ୟା କାରଣରୁ ଚଳିତ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ତାଙ୍କ ବେକରେ ଆଘାତ ଲାଗିଛି। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ପ୍ରାୟ ୩ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ କୋହଲି ବିଳମ୍ବରେ ଇଂଲଣ୍ଡ ଗସ୍ତ କରିବେ କିନ୍ତୁ କାଉଣ୍ଟି କ୍ରିକେଟ ଖେଳିପାରିବେ ନାହିଁ। ୨୯ ବର୍ଷୀୟ ଖେଳାଳି ଆସନ୍ତା ଜନ୍‌ ୧୫ ତାରିଖରେ ଫିଟ୍‌ନେସ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଏହାର ଫଳାଫଳ ପରେ ହିଁ ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ଓ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟି୨୦ ସିରିଜ୍‌ ପାଇଁ ସେ ଉପଲବ୍ଧ ହେବେ କି ନାହିଁ ଜଣାପଡ଼ିବ। ଭାରତୀୟ ଦଳ ଜୁନ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡଠାରେ ଟି୨୦ ମ୍ୟାଚ୍‌ ଖେଳିବ। ପରେ ଜୁଲାଇ ଆରମ୍ଭରୁ ଇଂଲଣ୍ଡ ଗସ୍ତ କରିବ। ”ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବେକଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ୫୧ତମ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ। ଏଥିଯୋଗୁ ଜୁନରେ ସେ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ୍‌ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି“ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାଙ୍କୁ ଏବେ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ବାଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ବିଶ୍ରାମ ନେବାକୁ ପଡ଼ିବ। ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିଜର ଫିଟ୍‌ନେସ୍‌ ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ।