ମେଟ୍ରୋ |

ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

ଭୁବନେଶ୍ୱର,୧।୨(ବ୍ୟୁରୋ): ସତ୍ୟନଗର ଓଭରବ୍ରିଜ୍‌ ନିକଟରୁ ଖାରବେଳନଗର ଥାନା ପୋଲିସ ବୁଧବାର ବିଳମ୍ବିତ ରାତିରେ ଏକ ଡକାୟତ ଦଳର ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁଶାନ୍ତ ବାରିକ(୧୯), ସାଗର ନାୟକ(୨୧), ବାପି ଶବର(୩୭) ଏବଂ ସୁଦର୍ଶନ ନାୟକ ଓରଫ ପପୁ(୨୮)। ଉକ୍ତ ଗ୍ୟାଙ୍ଗ୍‌ର ୫ରୁ ୬ ସଦସ୍ୟ ଏକ ଡକାୟତି ଯୋଜନା କରୁଥିବା ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତେବେ ୪ଜଣଙ୍କୁ ପୋଲିସ କାବୁ କରିଥିବାବେଳେ ଅନ୍ୟଜଣେ ଖସିଯିବାକୁ ସକ୍ଷମ ହୋଇଥିଲେ। ଗିରଫମାନଙ୍କ ନିକଟରୁ ପୋଲିସ ଏକ ପଲ୍‌ସର ବାଇକ୍‌, ଏକ ହୋଣ୍ଡା ଡିଓ ସ୍କୁଟି, ୫ ମୋବାଇଲ, ୨ କଟୁରୀ, ୨ ଛୁରି, ଗୋଟିଏ କାର୍ଟରିଜ୍‌, ଘର ଭାଙ୍ଗିବା ସାମଗ୍ରୀ ଏବଂ ନଗଦ ୯୭୦ଟଙ୍କା ଜବତ କରିଛି।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୪ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଜି ଛକଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମଞ୍ଚର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ। ଏହାସହିତ ମହାରାଜାଙ୍କ ଅତୀତ ଜୀବନର ସ୍ମୃତିଚାରଣ କରିଥିଲେ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଖୋର୍ଦ୍ଧା ରେଳଷ୍ଟେଶନରୁ ଶୁକ୍ରବାର ସକାଳେ ଡିଆର୍‌ଆଇ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରାଯାଇଛି। କାମାକ୍ଷାନଗର-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୧୫୦ଟି ୨ହଜାର ଟଙ୍କିଆ ଜାଲନୋଟ ଚାଲାଣ ହେଉଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜାଲନୋଟ ବାଂଲାଦେଶରୁ ବାଙ୍ଗାଲୋର ଚାଲାଣ ହେଉଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷାଫଳ ପ୍ରକାଶ କରିବେ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି।

ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର

ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର

ପୁରୀ ଅଫିସ,୨୫ା୨: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ସ୍ଥାନୀୟ ହରଚଣ୍ଡି ସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ୧୨ ଦିବସୀୟ ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦଆଶ୍ରମର ସ୍ବାମୀ ଚୈତନ୍ୟନାନନ୍ଦଜୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।