ରାଜ୍ୟ |

ବଢ଼ିଲା ରାଜନୈତିକ ଅଡୁଆ: ସୁନ୍ଦରଗଡ଼କୁ ନେଇ ଆଇନଗତ ଦ୍ୱନ୍ଦ୍ୱ

ବଢ଼ିଲା ରାଜନୈତିକ ଅଡୁଆ: ସୁନ୍ଦରଗଡ଼କୁ ନେଇ ଆଇନଗତ ଦ୍ୱନ୍ଦ୍ୱ

କଟକ ଅଫିସ, ୩୦।୧- ଜାଲ୍‌ ଜାତିଗତ ପ୍ରମାଣପତ୍ର ମାମଲାରେ ହାଇକୋର୍ଟ ସୁନ୍ଦରଗଡର କଂଗ୍ରେସ ବିଧାୟକ ଯୋଗେଶ ସିଂଙ୍କ ସଦସ୍ୟପଦ ରଦ୍ଦ କରିବାପରେ ଏହି ଆସନର ଭବିଷ୍ୟତକୁ ନେଇ ରାଜନୈତିକ ଓ ଆଇନଗତ ବିତର୍କ ଆରମ୍ଭ ହୋଇଛି। ମୁଖ୍ୟତଃ ବିଜେପୁର ଉପନିର୍ବାଚନ ପାଇଁ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଥିବାବେଳେ ସୁନ୍ଦରଗଡ଼ରେ ଏଭଳି ଅବସ୍ଥା ରାଜନୈତିକ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। ଯୋଗେଶ ସୁପ୍ରିମକୋର୍ଟରେ ଏହି ରାୟକୁ ଚାଲେଞ୍ଚ କରିବେ ବୋଲି ତାଙ୍କର ଓକିଲ ପିତାମ୍ବର ଆଚାର୍ଯ୍ୟ କହିଛନ୍ତି । ତେବେ ଯୋଗେଶ ସୁପ୍ରିମକୋର୍ଟ ଯିବା ଓ ଏହାର ଶୁଣାଣି ହେବା ବେଳକୁ ଅତିକମ୍‌ରେ ମାର୍ଚ୍ଚ ମାସ ହୋଇଥିବ। ମାର୍ଚ୍ଚରେ ଯଦି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖନ୍ତି ତେବେ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ୬ ମାସ ଅର୍ଥାତ୍‌ ସେପ୍ଟେମ୍ବର ମଧ୍ୟରେ ଉପନିର୍ବାଚନ ହେବ। ଏହି ସମୟ ମଧ୍ୟରେ ଉପନିର୍ବାଚନ ହେବ ନା ସାଧାରଣ ନିର୍ବାଚନ ସମୟରେ ସୁନ୍ଦରଗଡ଼ ନିର୍ବାଚନ କରାଯିବ ତାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି।
ଏ ସମ୍ପର୍କରେ ବରିଷ୍ଠ ରାଜନେତା ଓ ଆଇନଜୀବୀମାନଙ୍କ ମତ ମଧ୍ୟ ଭିନ୍ନ ରହିଛି। ପୂର୍ବତନ ବାଚସ୍ପତି ଶରତ କରଙ୍କ ମତରେ ଯୋଗେଶ ସୁପ୍ରିମକୋର୍ଟ ଯିବା ଦ୍ୱାରା ବିଶେଷ ଲାଭବାନ ହେବ ନାହିଁ। କାରଣ ଏଠାରେ ନିର୍ବାଚନ ଅନିୟମିତତା କିମ୍ବା ଭୋଟ ଗଣତି ସମ୍ପର୍କିତ ଆବେଦନ ଉପରେ ହାଇକୋର୍ଟ ରାୟ ଦେଇନାହାନ୍ତି। ଜାଲ୍‌ ଜାତିଗତ ପ୍ରମାଣପତ୍ରର ପରୀକ୍ଷା କରି ସିଦ୍ଧାନ୍ତରେ ଉପନୀତ ହେବା ପରେ ହାଇକୋର୍ଟ ରାୟ ଶୁଣାଇଛନ୍ତି। ତେଣୁ ସୁପ୍ରିମକୋର୍ଟ ତୁରନ୍ତ ଉକ୍ତ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ କାଏମ ରଖିବେ ବୋଲି ମୋର ବିଶ୍ୱାସ ହେଉଛି। ମାତ୍ର ଉପନିର୍ବାଚନ ଆଶା ଅତ୍ୟନ୍ତ କ୍ଷୀଣ। ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ କୁହନ୍ତି, ଯଦି ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରନ୍ତି କିମ୍ବା ମାମଲାର ଶୁଣାଣି ପାଇଁ ୩ ମାସ ସମୟ ଗଡ଼ିଯାଏ ତେବେ ଉପନିର୍ବାଚନ ଆଶା ରହିବ ନାହିଁ। ବିରୋଧୀ ଦଳ ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର କୁହନ୍ତି, ଏହିଭଳି ଅନେକ ମାମଲାରେ ସୁପ୍ରିମକୋର୍ଟ ରହିତାଦେଶ ଦେଇଛନ୍ତି। ତେଣୁ ଯୋଗେଶ ସୁପ୍ରିମକୋର୍ଟ ଯିବା ପରେ ସେଠାରେ ତାଙ୍କୁ ଆଶ୍ୱସ୍ତି ମିଳିବ। ଯୋଗେଶଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ମତରେ ଅତୀତରେ ଏହିଭଳି ଅନେକ ମାମଲାରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଛନ୍ତି। ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ନିମାଇଁ ସରକାର ବନାମ ଅରବିନ୍ଦ ଢାଲି, ଆଠଗଡ଼ରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନାମ ରମେଶ ରାଉତ, ଭଞ୍ଜନଗରରେ ବିକ୍ରମ କେଶରୀ ଆରୁଖ ବନାମ ସୋମନାଥ ମିଶ୍ରଙ୍କ ମାମଲା ଉପରେ ମଧ୍ୟ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ତେଣୁ ଯୋଗେଶ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ଓ ସୁନ୍ଦରଗଡ଼ରେ ଉପନିର୍ବାଚନ ହେବାର କୌଣସି ଯଥାର୍ଥତା ନାହିଁ ବୋଲି ଆଚାର୍ଯ୍ୟ କହିଛନ୍ତି। ଅନ୍ୟପକ୍ଷରେ ଆବେଦନକାରୀ ସହଦେବ ଖାକାଙ୍କ ପକ୍ଷରୁ ନିର୍ବାଚନ ପରିଚାଳନା କରୁଥିବା ଆଡଭୋକେଟ ଗୋପାଳ ଚନ୍ଦ୍ର ଅଗ୍ରୱାଲ ଓ ଅଜୟ ପଟେଲଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ ଦୟାନନ୍ଦ ମହାପାତ୍ର କହିଛନ୍ତି, ହାଇକୋର୍ଟଙ୍କ ରାୟ ପରେ ସୁନ୍ଦରଗଡ଼ରେ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ସେଠାରେ ଉପନିର୍ବାଚନ ଅବଶ୍ୟମ୍ଭାବୀ। ମାତ୍ର ଯୋଗେଶ ସୁପ୍ରିମକୋର୍ଟ ଯାଇ କୌଣସି ସୁଫଳ ପାଇବେ ନାହିଁ ବୋଲି ଉଭୟ ଓକିଲ ଦୃଢୋକ୍ତି ପ୍ରକାଶ କରିଛନ୍ତି।
ଜେଲ୍‌ ଯାଇଥିଲେ ପୂର୍ବତନ ବିଧାୟିକା:
ଜାଲ୍‌ ଜାତିଗତ ପ୍ରମାଣପତ୍ର ଦେଇ ନିର୍ବାଚନ ଜିତିବା ପରେ ଜେଲ୍‌ ଯିବାକୁ ପଡ଼ିଥିଲା ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିର୍ବାଚନମଣ୍ଡଳୀର ତତ୍କାଳୀନ ବିଧାୟିକା ପ୍ରମିଳା ଗିରିଙ୍କୁ। ୨୦୦୪ରେ ପ୍ରମିଳା ଭାଜପା ଟିକଟରେ ବୈଶିଙ୍ଗାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବୈଶିଙ୍ଗା ଆସନଟି ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। ହେଲେ ପ୍ରମିଳା ଗୋପାଳ ଜାତିର ହୋଇ ମଧ୍ୟ ନିଜକୁ ଅନୁସୂଚିତ ଜନଜାତି ବର୍ଗର ଦର୍ଶାଇଥିଲେ। ସ୍ଥାନୀୟ ଅଞ୍ଚଳର ପ୍ରବୋଧ ପଣ୍ଡା ଏ ସମ୍ପର୍କରେ ମୟୂରଭଞ୍ଜ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ମାମଲାର ଶୁଣାଣି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗଙ୍କ ନିକଟରେ ହୋଇଥିଲା। ୨୦୧୨ରେ ମାମଲାର ଶୁଣାଣି କରି କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୋଗ ପ୍ର୍ରମିଳାଙ୍କୁ ଗିରଫ କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବଡ଼ସାହି ଥାନା ପୋଲିସ ପ୍ରମିଳାଙ୍କୁ ଆଇପିସି ଦଫା ୪୬୭, ୪୬୮, ୪୭୧ ଓ ୪୨୦ ବଳରେ ଗିରଫ କରିଥିଲା।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଠାକୁରଙ୍କୁ ଲାଗିହେଲା ବ୍ରହ୍ମକମଳ

ଓଡଗାଁ,୨୫।୫(ସ୍ବ.ପ୍ର.)-ନୟାଗଡ ଜିଲା ଓଡଗାଁ ବ୍ଲକ ଗୌଡପୁଟ ପଞ୍ଚାୟତ ଅନ୍ତର୍ଗତ ଗୋଠବଣ ଗ୍ରାମରେ ଅବସରପ୍ରାପ୍ତ ଶିକ୍ଷକ ଉଦୟନାଥ ମିଶ୍ରଙ୍କ ବାଡିରେ ବୁଧବାର ରାତିରେ ୨୪ଗୋଟି ଦୁଲ୍ଲଭ ବ୍ରହ୍ମକମଳ ଫୁଲ ଫୁଟିଥିବାବେଳେ ଗୁରୁବାର ରାତିରେ ୧୧ଟି ଫୁଟିଥିଲା। ଉଦୟନାଥ ବୁଧବାର ରାତିରେ ସ୍ବତନ୍ତ୍ର ଗାଡିରେ ୨୪ଗୋଟି ଫୁଲ ପୁରୀ ନେଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଲାଗି କରିଥିଲେ।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶରେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ,ଅଭିଯୁକ୍ତ ଗିରଫ

ଡେରାବିଶ,୨୫।୫(ସ୍ବ.ପ୍ର.)-କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ଡେରାବିଶ ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗ ହୋଇଛି। ଏ ନେଇ ଥାନାରେ ୮୦/୧୮ରେ ମାମଲା ରୁଜୁ ହେବା ସହ ଅଭିଯୁକ୍ତ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ହଳଦିଆ ଗ୍ରାମର ମିହିର କୁମାର ସିଂହ(୨୮)ଙ୍କୁ ଗିରଫ କରାଯାଇଛି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଆଣ୍ଡାମାନରେ ମୌସୁମୀ

ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୫: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି।

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ଭାଜପା ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ନବୀନ

ପାରାଦୀପ,୨୫ା୨(ସ୍ବ.ପ୍ର.): ଗତ ୧୬ ତାରିଖର ଝାରସୁଗୁଡ଼ା ଶୁଖାସୋଢ଼ା ଏବଂ ବରଗଡ଼ର ଚିଖିଲିରୁ ଆରମ୍ଭ ହୋଇଥିବା ମହାନଦୀ ସୁରକ୍ଷା ସଚେତନତା ଅଭିଯାନ ଶୁକ୍ରବାର ପାରାଦୀପ ସମୁଦ୍ର ବେଳାଭୂମିରେ ଉଦ୍‌ଯାପିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ରହି କେନ୍ଦ୍ରର ଭାଜପା ସରକାର ଏବଂ ଓଡ଼ିଶାର ଭାଜପା ନେତାଙ୍କ ଉପରେ ବର୍ଷିଛନ୍ତି। ଓଡ଼ିଶାର ଜୀବନରେଖା ମହାନଦୀର ଜଳପ୍ରବାହକୁ ଅବ୍ୟାହତ ରଖିବାକୁ ହେଲେ ଏହାର ସୁରକ୍ଷା ଅନିବାର୍ଯ୍ୟ। ଏହା ରାଜନୈତିକ ଅଭିସନ୍ଧି ନୁହେଁ।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଖୋର୍ଦ୍ଧା ରେଳଷ୍ଟେଶନରୁ ଶୁକ୍ରବାର ସକାଳେ ଡିଆର୍‌ଆଇ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରାଯାଇଛି। କାମାକ୍ଷାନଗର-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୧୫୦ଟି ୨ହଜାର ଟଙ୍କିଆ ଜାଲନୋଟ ଚାଲାଣ ହେଉଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜାଲନୋଟ ବାଂଲାଦେଶରୁ ବାଙ୍ଗାଲୋର ଚାଲାଣ ହେଉଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷାଫଳ ପ୍ରକାଶ କରିବେ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି।

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ବିଜେଡିରେ ସାମିଲ ହେଲା ପ୍ରଗତି ପରିଷଦ ଦଳ

ତିହିଡ଼ି,୨୫ା୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ କୋହ୍ଲା ପଞ୍ଚାୟତରେ ଗଠିତ ହୋଇଥିବା ପ୍ରଗତି ପରିଷଦ ଦଳ ବିଜେଡିରେ ସାମିଲ ହୋଇଛି। ଏ ନେଇ ବ୍ଲକ ସଭାପତି ରଘୁନାଥ ପଣ୍ଡାଙ୍କ ପୌରାହିତ୍ୟରେ କୋହ୍ଲା ବଡ଼ଦାଣ୍ଡରେ ଗୁରୁବାର ସନ୍ଧ୍ୟାରେ ଏକ ସଭାର ଆୟୋଜନ କରାଯାଇଥିଲା।