ରାଜ୍ୟ |

ଜମି ଦେବା ଆଳରେ ୧୫ ଲକ୍ଷ ଟଙ୍କା ଠକେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଗିରଫ

ଜମି ଦେବା ଆଳରେ ୧୫ ଲକ୍ଷ ଟଙ୍କା ଠକେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଗିରଫ

ପାତ୍ରପଡ଼ା,୩୦ା୧(ଡି.ଏନ୍‌.ଏ.)-ରାଜଧାନୀରେ ଜମି ଦେବା ଆଳରେ ଜଣେ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ହଡ଼ପ୍‌ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ସରକାରୀ ପଦସ୍ଥ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିଶ୍ୱନାଥ ସେଠୀ(୬୦)।
ପୋଲିସ ସୂଚନାନୁସାରେ, ସତ୍ୟସାଇ ଏନ୍‌କ୍ଲେଭ୍‌ରେ ରହୁଥିବା କୁଞ୍ଜମୋହନ ବେହେରାଙ୍କ ସ୍ତ୍ରୀ ସସ୍ମିତା ଘାଟିକିଆ ନିକଟ ଶଙ୍କରପୁର ମୌଜାରେ ଏକ ଜମି କିଣିବା ପାଇଁ ସେଠୀଙ୍କ ସହ ଯୋଗାଯୋଗ କରିଥିଲେ। ଘାଟିକିଆର ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଜମି କିଣେଇ ଦେବେ ବୋଲି ସେଠୀ ସସ୍ମିତାଙ୍କୁ ବୁଝାଇଥିଲେ। ସ୍ଥିତିବାନ୍‌ ଜମିର ରେକର୍ଡପତ୍ର ସବୁ ଠିକଠାକ୍‌ ଅଛି ବୋଲି ସେଠୀ କହିଥିଲେ। ୧୫ ଲକ୍ଷ ଟଙ୍କା ତାଙ୍କ ହାତକୁ ଦେବେ ଓ ଜମି କିଣିବେ ବୋଲି ସେ କହିଥିଲେ। ଜଣେ ସରକାରୀ ପଦାଧିକାରୀଙ୍କ କଥାରେ ସସ୍ମିତା ଭରସା କରିଥିଲେ। ତେଣୁ ସେ ବ୍ୟାଙ୍କ ଚେକ୍‌ ଜରିଆରେ ପର୍ଯ୍ୟାୟକ୍ରମେ ଧାର୍ଯ୍ୟ ଟଙ୍କା ପଇଠ କରି ଚାଲିଥିଲେ। ୨୦୧୨ ମସିହାରେ ଜମି ରେଜିଷ୍ଟ୍ରି ହୋଇଥିଲା। କିନ୍ତୁ ୨୦୧୩ ମସିହାରେ ସସ୍ମିତା ଜାଣିବାକୁ ପାଇଥିଲେ ଯେ ଜମିଟି ଲିଜ୍‌ ସୂତ୍ରରେ ମିଳିଥିଲା ଓ ତାହା ଖାରଜ ହୋଇ ପୁଣି ସରକାରୀ ଖାତାକୁ ଫେରି ଯାଇଛି। ତେଣୁ ସସ୍ମିତା ଟଙ୍କା ଫେରସ୍ତ ପାଇଁ ସେଠୀଙ୍କୁ କହିଥିଲେ। ଟଙ୍କା ଫେରସ୍ତ ନେଇ ସେମାନଙ୍କ ମଧ୍ୟରେ ଏକ ଚୁକ୍ତି ମଧ୍ୟ ହୋଇଥିଲା। କିନ୍ତୁ ପରେ ଅଭିଯୁକ୍ତ ସେଠୀ ବିଭିନ୍ନ ଆଳ ଦେଖାଇ ଆଉ ଧରାଛୁଅଁା ଦେଇ ନ ଥିଲେ। ବାଧ୍ୟ ହୋଇ ସସ୍ମିତା ପ୍ରଥମେ ଖଣ୍ଡଗିରି ଥାନା ଓ ପରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଖଣ୍ଡଗିରି ଥାନା ପୋଲିସ ମଙ୍ଗଳବାର ସେଠୀଙ୍କୁ ଜୟଦେବ ବିହାରରୁ ଗିରଫ କରିଥିଲା। ପୋଲିସ କେସ୍‌ ନଂ. ୭୦/୧୮ରେ ମାମଲା ରୁଜୁ କରି ତାଙ୍କୁ କୋର୍ଟ ଚାଲାଣ କରିଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

୧୩ ଦିନରେ  ୩ ଟଙ୍କା ବଢିଲାଣି ତୈଳ ଦର

୧୩ ଦିନରେ ୩ ଟଙ୍କା ବଢିଲାଣି ତୈଳ ଦର

ଭୁବନେଶ୍ୱର, ୨୬-୫(ବ୍ୟୁରୋ) ମେ ୧୪ରୁ ୨୬ ମଧ୍ୟରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ଦର ୩ ଟଙ୍କା ୧୪ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୯୮ ପଇସା ବୃଦ୍ଧି ପାଇଛି। ଶୁକ୍ରବାର ପେଟ୍ରୋଲରେ ୧୪ ପଇସା ବଢିଥିବା ବେଳେ ଡିଜେଲ୍‌ରେ ୧୬ ପଇସା ବୃଦ୍ଧି ପାଇଛି। କ୍ରମାଗତ ଦୀର୍ଘ ୧୩ ଦିନ ହେଲା ଉଭୟ ଦର ବଢିଚାଲିଥିବା ବେଳେ କମିବାର ନଁା ଧରୁନି। ସୂଚନା ଅନୁସାରେ ୨୦ ତାରିଖରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ୭୫ ଟଙ୍କା ଟପି ଥିବା ବେଳେ ୨୪ ରେ ୭୬ ଟଙ୍କା ଟପିଥିଲା।

ଶନିବାର ପ୍ରକାଶ ପାଇବ ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ) କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ।

ଗଣେଶି ଲାଲ  ଓଡ଼ିଶାର ନୂଆ ରାଜ୍ୟପାଳ

ଗଣେଶି ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ)-ଭାଜପା ନେତା ତଥା ପ୍ରଫେସର ଗଣେଶି ଲାଲଙ୍କୁ ଓଡିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ସେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘର ସକ୍ରିୟ ସଦସ୍ୟ ରହିଥିବା ବେଳେ ହରିୟାଣା ରାଜ୍ୟ ଭାଜପା ସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି। ଏବେ ସେ ଭାଜପା ରାଷ୍ଟ୍ରୀୟ ଅନୁଶାସନ କମିଟିର ଅଧ୍ୟକ୍ଷ ଅଛନ୍ତି। ସେ ହରିୟାଣାର ସିରସା ବିଧାନସଭାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଆଜି ଆସିବେ ପ୍ରଧାନମନ୍ତ୍ରୀ

ଆଜି ଆସିବେ ପ୍ରଧାନମନ୍ତ୍ରୀ

-ଅରୁଆ ଚାଉଳରେ ନିମନ୍ତ୍ରଣ -ପାଣିରେ ବସି ଜଳ ସତ୍ୟାଗ୍ରହ କରିବେ ଆନ୍ଦୋଳନକାରୀ କଟକ ଅଫିସ, ୨୫।୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନରେ କଟକ ଆସିବେ। ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୩ଟା ୫୫ରେ ପ୍ରଧାନମନ୍ତ୍ରୀ ତଳବାଲିଯାତ୍ରା ପଡ଼ିଆରେ ହେଲିକପ୍ଟର ଯୋଗେ ଅବତରଣ କରିବେ। ସେଠାରୁ ସେ ସିଧା ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେବେ। ସଭା କାର୍ଯ୍ୟ ୪ଟାରେ ଆରମ୍ଭ କରାଯିବ। ୧ ଘଣ୍ଟା ପାଇଁ ସଭା ହେବ। ପାଖାପାଖି ଅପରାହ୍ନ ୫ଟା ୧୦ରୁ ୧୫ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତଳ ବାଲିଯାତ୍ରା ପଡ଼ିଆରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯାତ୍ରା କରିବେ।

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ଚନ୍ଦ୍ରଗିରି,୨୫ା୫(ଡି.ଏନ୍‌.ଏ.)- କାଳବୈଶାଖୀ ତାଣ୍ଡବ ସାରା ରାଜ୍ୟରେ ଜାରି ରହିଛି। ଶୁକ୍ରବାର ଅପରାହ୍ନରେ ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କିଡାସିଙ୍ଗି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଆମ୍ବଗଛ ତଳେ ଆଶ୍ରୟ ନେଇଥିବା ୫ ବଳଦ ଓ ୨ ଗାଈଙ୍କ ମୃତ୍ୟୁ ଘଟିଛି। ତାରିଣୀ ଦଳାଇଙ୍କର ୨ଟି ବଳଦ ଓ ଗୋଟିଏ ଗାଈ, ଲଡୁକିଶୋର ନାୟକଙ୍କ ଗୋଟିଏ ଗାଈ, ମହାଙ୍କାଳ ରଣଜିତ୍‌, ଚକ୍ରଧର ନାୟକ ଏବଂ ଦେବରାଜ ଦଳାଇଙ୍କର ଗୋଟିଏ ଲେଖାଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ଏବଂ ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ ମାର୍କଣ୍ଡ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରାଧାକାନ୍ତଙ୍କ ମଠ ଓ ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଶ୍ରୀପୁରୁଷୋତ୍ତମ ଏକାଦଶୀ ବିଧି ବିଧାନ ସହିତ ପାଳନ କରାଯାଇଛି । ଯେଉଁ ବର୍ଷ ଯୋଡା ମାସ ପଡିଥାଏ ସେହି ମାସକୁ ପୁରୁଷୋତ୍ତମ ମାସ କୁହାଯାଏ ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।