ମେଟ୍ରୋ |

ସତ୍ୟବାଦୀ ତହସିଲ, ଉପନିବନ୍ଧକ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ସତ୍ୟବାଦୀ ତହସିଲ, ଉପନିବନ୍ଧକ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ସାକ୍ଷୀଗୋପାଳ, ୩୦।୧(ଡି.ଏନ୍‌.ଏ.): ସତ୍ୟବାଦୀ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟର ମଙ୍ଗଳବାର ଶିଳାନ୍ୟାସ କରାଯାଇଛି। ୧ କୋଟି ୧୮ ଲକ୍ଷ ୪୦ ହଜାର ଅର୍ଥ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପକୁ ମୁଖ୍ୟ ଅତିଥିଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଶୁଭାରମ୍ଭ କରିଛନ୍ତି। ସମ୍ମାନୀତ ଅତିଥିଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ତହସିଲଦାର ବିନୋଦ କୁମାର ସ୍ବାଇଁ, ଗ୍ରାମ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀବତ୍ସ କୁମାର ଦାସ, ସବ ରେଜିଷ୍ଟାର ଦେବୀ ପ୍ରସାଦ ଦାଶ, ସରପଞ୍ଚ ଓ ସମିତି ସଭ୍ୟାସଭ୍ୟ ପ୍ରମୁଖ ଯୋଗ ଦେଇଥିଲେ। ସଭାକୁ ପରିଚାଳନା କରିଥିଲେ ସହକାରୀ ଯନ୍ତ୍ରୀ ଓକିଲ ମହାପାତ୍ର। ପେଣ୍ଠପଡ଼ା ପଞ୍ଚାୟତର କୋଟ ଉପରେ ପଡ଼ିଆ ଓ କାଦୂଆ ପଞ୍ଚାୟତର କାଦୂଆ ଆଶ୍ରମ ନିକଟରେ କାମ ଆରମ୍ଭ ହୋଇଛି।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ଆନ୍ତର୍ଜାତିକ କାର୍ଯ୍ୟକ୍ରମ ପାଇଁ ଅଖଣ୍ଡ ମନୋନୀତ

କଟକ ଅଫିସ, ୨୫।୫- ମାନବାଧିକାର କର୍ମୀ ଅଖଣ୍ଡ ଆର୍ମେନିଆରେ ହେବାକୁ ଥିବା ଆନ୍ତର୍ଜାତୀୟ ଡିଜିଟାଲ୍‌ କ୍ୟାମ୍ପେନିଂ ତାଲିମ କାର୍ଯ୍ୟକ୍ରମ ପାଇଁ ମନୋନୀତ ହୋଇଛନ୍ତି ା ଏସିଆ ଓ ୟୁରୋପ ମହାଦେଶରୁ ୧୦ ଜଣ ଲେଖାଏ ସାମାଜିକ କର୍ମୀଙ୍କୁ ନେଇ ଏହି ତାଲିମ କାର୍ଯ୍ୟକ୍ରମ ହେଉଛି ା

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- ପାରଳା ଗଜପତି ବିକାଶ ମଞ୍ଚ ପକ୍ଷରୁ ଶୁକ୍ରବାର ପାରଳା ମହାରାଜା ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୪୪ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏଜି ଛକଠାରେ ଥିବା ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମଞ୍ଚର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ନୀରବ ପ୍ରାର୍ଥନା କରିଥିଲେ। ଏହାସହିତ ମହାରାଜାଙ୍କ ଅତୀତ ଜୀବନର ସ୍ମୃତିଚାରଣ କରିଥିଲେ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।