ଜାତୀୟ |

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

ୟୁପିରେ ହିଂସା, ଜଣେ ମୃତ, ଦୋକାନ, ବସ୍‌ ପୋଡ଼ିଲେ ଦୁର୍ବୃତ୍ତ

କସ୍‌ଗଞ୍ଜ, ୨୭।୧(ପି.ଟି.): ଦେଶବ୍ୟାପୀ ଶୁକ୍ରବାର ସାଧାରଣତନ୍ତ୍ର ଦିବସ ପାଳିତ ହେଉଥିବାବେଳେ ଉତ୍ତରପ୍ରଦେଶ (ୟୁପି)ରେ ଘଟିଛି ହିଂସାକାଣ୍ଡ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ଏବଂ ଏବିଭିପି ପକ୍ଷରୁ କସ୍‌ଗଞ୍ଜ ଅନ୍ତର୍ଗତ ମଥୁରା-ବରେଲି ରାଜପଥରେ ମୋଟରସାଇକେଲ ର଼୍ୟାଲି ଚାଲିଥିବାବେଳେ କିଛି ଦୁର୍ବୃତ୍ତ ଟେକାମାଡ଼ କରିଥିଲେ। ଏହାପରେ ଆରମ୍ଭ ହୋଇଯାଇଥିଲା ହିଂସା। ଏଥିରେ ଜଣେ ଯୁବକ ପ୍ରାଣ ହରାଇବା ସହ ଦୁଇଜଣ ଆହତ ହୋଇଥିଲେ। ଶନିବାର ଦ୍ୱିତୀୟ ଦିନରେ ମଧ୍ୟ ହିଂସାକାଣ୍ଡ ଲାଗିରହିଛି। କେତେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ଓ ବସ୍‌ରେ ଦୁର୍ବୃତ୍ତମାନେ ନିଅଁା ଲଗାଇଦେଇଛନ୍ତି। ହିଂସାରେ ସମ୍ପୃକ୍ତି ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।
ପଶ୍ଚିମ ୟୁପିର କସ୍‌ଗଞ୍ଜରେ ହିଂସା ଘଟିବା ପରେ ସ୍ଥିତି ଅଣାୟତ୍ତ ହେବାରୁ ଜିଲାରେ ଶୁକ୍ରବାର କର୍ଫ୍ୟୁ ଜାରି ହୋଇଥିଲା। ଏବେ ବି ଏଠାରେ ନିଷେଧାଦେଶ ବଳବତ୍ତର ରହିଛି। ଶନିବାର ବସ୍‌ ଓ ଦୋକାନ ବଜାରରେ ପୋଡ଼ାଜଳା ହେବା ପରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି। ଶେଷ ଖବର ସୁଦ୍ଧା ପରିସ୍ଥିତି ନିୟନ୍ତ୍ରଣାଧୀନ ଥିଲା। ତେବେ ଆଇନଶୃଙ୍ଖଳା ରକ୍ଷା ସହ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭାଇଚାରା ବଜାୟ ରଖିବା ଏବେ ପ୍ରଥମ କାର୍ଯ୍ୟ ବୋଲି ଅତିରିକ୍ତ ଡିଜି ଆନନ୍ଦ କୁମାର କହିଛନ୍ତି। ଏହି ହିଂସାକାଣ୍ଡ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି। ସେପଟେ ଘଟଣାର ତଦନ୍ତ ଲାଗି ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି ରାଜ୍ୟ ପୋଲିସ।

All Right Reserved By
I&PR

Model This Week

ସନ୍ତୋଷ

ଜାତୀୟ |

କୁମାରସ୍ବାମୀଙ୍କୁ ମିଳିଲା ବହୁମତ

କୁମାରସ୍ବାମୀଙ୍କୁ ମିଳିଲା ବହୁମତ

ବାଙ୍ଗାଲୋର,୨୫।୫: ସବୁ କଳ୍ପନାଜଳ୍ପନା ପରେ ଶେଷରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କୁ କର୍ନାଟକ ବିଧାନସଭାରେ ମିଳିଛି ବହୁମତ। ବହୁମତ ମିଳିବା ପୂର୍ବରୁ ଗୃହରେ ସମ୍ବୋଧନ ଦେଇ କୁମାରସ୍ବାମୀ କହିଥିଲେ ଜନାଦେଶ ଭାଜପା ପାଇଁ ନ ଥିଲା।

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

କିପରି କରିବେ କୌନ ବନେଗା କରୋଡପତିରେ ରେଜିଷ୍ଟ୍ରେଶନ

ନୂଆଦିଲ୍ଲୀ,୨୫।୫: କୌନ ବନେଗା କରୋଡପତି(କେବିସି) ସିଜନ୍‌ ୧୦ର ରେକର୍ଡିଂ କାମ ଆରମ୍ଭ ହୋଇଛି। ଶୁକ୍ରବାର ରେକର୍ଡିଂ ଆରମ୍ଭ ହୋଇଥିବା ନେଇ ଅମିତାଭ ଟୁଇଟ୍‌ କରି ଜଣାଇଛନ୍ତି।

ଆଣ୍ଡାମାନରେ ମୌସୁମୀ

ଆଣ୍ଡାମାନରେ ମୌସୁମୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୫।୫: ଆଣ୍ଡାମାନ ନିକୋବର ଦ୍ୱୀପରେ ମୌସୁମୀ ବାୟୁ ପହଞ୍ଚିଛିି ବୋଲି ଶୁକ୍ରବାର ଭୁବନେଶ୍ୱର ପାଣିବାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରବାଭରେ ଦକ୍ଷିଣ ଆଣ୍ଡାମାନ ଓ ନିକୋବରରେ ସକାଳେ ବର୍ଷା ହୋଇଥିବା ସୂଚନା ମିଳିଛି।

ଓହରିଗଲା ଭାଜପା, କେ.ଆର୍‌.ରମେଶ କୁମାର ହେଲେ ବାଚସ୍ପତି

ଓହରିଗଲା ଭାଜପା, କେ.ଆର୍‌.ରମେଶ କୁମାର ହେଲେ ବାଚସ୍ପତି

ବାଙ୍ଗାଲୋର,୨୫।୫: କଂଗ୍ରେସ-ଜେଡିଏସ୍‌ ନୋମିନି କେ.ଆର୍‌.ରମେଶ କୁମାର ଶେଷରେ କର୍ନାଟକ ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

ରାସ୍ତା ଛାଡି ଘରେ ପଶିଗଲା କାର: ୨ ମୃତ, ୩ ଗୁରୁତର

ରାସ୍ତା ଛାଡି ଘରେ ପଶିଗଲା କାର: ୨ ମୃତ, ୩ ଗୁରୁତର

ଭୋପାଳ,୨୫।୫: ମଧ୍ୟପ୍ରଦେଶର ଗୁନା ଜିଲା ଅନ୍ତର୍ଗତ ପିଞ୍ଚି ନିକଟରେ ଗୁରୁବାର ହୋଇଥିବା ଏକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଗୁରୁତର ହୋଇଛନ୍ତି। ଉଜ୍ଜୟିନୀରୁ ଶିବପୁରୀ ଯାଉଥିବା ଏକ କାର ପିଞ୍ଚି ନିକଟରେ ରାସ୍ତାରୁ ଯାଇ ସିଧାସଳଖ ରାସ୍ତା ପାର୍ଶ୍ୱରେ ଥିବା ଏକ ଘରର କାନ୍ଥ ଭାଙ୍ଗି ଭିତରକୁ ପଶି ଯାଇଥିଲା।

ଉତ୍ତରାଖଣ୍ଡ ଜଙ୍ଗଲର ପିଛା ଛାଡୁନି ନିଆଁ

ଉତ୍ତରାଖଣ୍ଡ ଜଙ୍ଗଲର ପିଛା ଛାଡୁନି ନିଆଁ

ପିଥୋରାଗଡ,୨୫।୫: ଉତ୍ତରାଖଣ୍ଡରେ ଦିନକୁ ଦିନ ଗ୍ରୀଷ୍ମର ପ୍ରକୋପ ବଢି ବଢି ଚାଲୁଥିବା ବେଳେ ଏଠାକାର ଜଙ୍ଗଲରେ ଗୋଟିଏ ପରେ ଗୋଟିଏରେ ନିଆଁ ଲାଗିଯାଉଛି। ଫଳରେ ସ୍ଥାନୀୟ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ହିମାଚଳପ୍ରଦେଶରେ ଭୂକମ୍ପ

ହିମାଚଳପ୍ରଦେଶରେ ଭୂକମ୍ପ

ଶିମଲା,୨୫।୫ : ହିମାଚଳ ପ୍ରଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ ଥିଲା ବୋଲି ଭୂବିଜ୍ଞାନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୨ଟା ୩୫ରେ ଭୂକମ୍ପ ଅନୁଭୁତ ହୋଇଥିଲା। ଭୟରେ ଅନେକ ଲୋକ ନିଦରୁ ଉଠି ବାହାରକୁ ପଳାଇ ଆସିଥିଲେ।

ବୋଧଗୟା ବିସ୍ଫୋରଣ: ୫ ଅଭିଯୁକ୍ତ ଦୋଷୀ

ବୋଧଗୟା ବିସ୍ଫୋରଣ: ୫ ଅଭିଯୁକ୍ତ ଦୋଷୀ

ପାଟନା,୨୫।୫ : ବିହାର ବୋଧଗୟାରେ ହୋଇଥିବା ବିସ୍ଫୋରଣ ମାମଲାରେ ଶୁକ୍ରବାର ଏନ୍‌ଆଇଏ କୋର୍ଟ ପକ୍ଷରୁ ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ୪ ବର୍ଷ ୧୦ ମାସ ୧୨ ଦିନ ପରେ ଏହି ଘଟଣାର ବିଚାର କରି ଏନ୍‌ଆଇଏ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି।

ନିପା ଭାଇରସ ଆତଙ୍କ: ପ୍ରଭାବିତ ହେଉଛି କେରଳ ପର୍ଯ୍ୟଟନ ଶିଳ୍ପ

ନିପା ଭାଇରସ ଆତଙ୍କ: ପ୍ରଭାବିତ ହେଉଛି କେରଳ ପର୍ଯ୍ୟଟନ ଶିଳ୍ପ

କୋଚି,୨୫।୫: ନିପା ଭାଇରସ ଆତଙ୍କ ଯୋଗୁ ଏବେ କେରଳ ପର୍ଯ୍ୟଟନ ଶିଳ୍ପ ଉପରେ ଏହାର ପ୍ରଭାବ ପଡୁଥିବା ଜଣାପଡିଛି। ତେବେ ଏହା ଯେତେ ମାରାତ୍ମକ ତାକୁ ଅଧିକ ଢଙ୍ଗରେ ଏବଂ ଭୁଲ୍‌ ଉପାୟରେ ଗଣମାଧ୍ୟମ ପ୍ରଚାର ପ୍ରସାର କରିଥିବାରୁ ଏହା ପର୍ଯ୍ୟଟନ ଶିଳ୍ପ ଉପରେ ଅଧିକ ମାତ୍ରାରେ ପ୍ରଭାବ ପକାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ/ନୂଆଦିଲ୍ଲୀ,୨୫।୫: କାନାଡାର ଟରଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଗୁରୁବାର ହୋଇଥିବା ଏକ ବିସ୍ଫୋରଣରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ନୂଆଦିଲ୍ଲୀ/ବ୍ରାସିଲିଆ,୨୫।୫ : ବ୍ରାଜିଲ୍‌ର ପୂର୍ବତନ ଷ୍ଟାର ଫୁଟବଲ ତାରକା ରୋନାଲ୍ଡିହ୍ନୋଙ୍କ ବିବାହ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ରୋନାଲ୍ଡିହ୍ନୋ ଆସନ୍ତା ଅଗଷ୍ଟ ମାସରେ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ଯାଉଛନ୍ତି। ଗତ ୬ମାସ ଧରି ସେମାନେ ୩ଜଣ ଲିଭ୍‌ଇନ୍‌ରେ ରହୁଛନ୍ତି। ରୋନାଲ୍ଡିହ୍ନୋଙ୍କ ଦୁଇ ପ୍ରେମିକା ହେଉଛନ୍ତି ପ୍ରିସ୍କିଲ୍‌ କୋଏଲୋ ଏବଂ ବିଟ୍ରିଜ୍‌ ସୁଜା।