ମେଟ୍ରୋ |

ଅନୁଷ୍ଠିତ ହେବ ‘ଭାରତୀୟମ୍‌’

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଶୁକ୍ରବାର ଦେଶାତ୍ମବୋଧକ ସଂଗୀତ ଉତ୍ସବ ‘ଭାରତୀୟମ୍‌’ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସନ୍ଧ୍ୟା ୬ଟା ୩୦ରେ ରବୀନ୍ଦ୍ର ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ଓଡ଼ିଶାର ପ୍ରତିଷ୍ଠିତ ଗାୟିକାଗାୟକମାନେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରିବେ। ଯୁବପିଢ଼ି ଓ ଜନସାଧାରଣଙ୍କ ମନରେ ମାତୃଭୂମି ପ୍ରତି ଭକ୍ତି ଓ ପ୍ରେମ ଜାଗରଣ ତଥା ଜାତୀୟ ସଂହତି, ଅଖଣ୍ଡତା ଏବଂ ସାଂସ୍କୃତିକ ଭାବଧାରାକୁ ଉଜ୍ଜୀବିତ କରିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

All Right Reserved By
I&PR

Model This Week

ସନ୍ତୋଷ

ମେଟ୍ରୋ |

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ପ୍ରକାଶ ପାଇଲା ବିଜେବି କଲେଜ +୩ ପରୀକ୍ଷାଫଳ: ନତାଶା ନାୟକ ଟପ୍ପର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର +୩ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତ ବର୍ଷ +୩ କଳାରେ ୮୧% ଛାତ୍ରୀଛାତ୍ର ପାସ କରିଥିବା ବେଳେ, ବିଜ୍ଞାନରେ ୯୩%, ବାଣିଜ୍ୟରେ ୮୭% ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇଛନ୍ତି।

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ତୈଳଦର ବୃଦ୍ଧି ପ୍ରତିବାଦରେ ପିସିସିର ବିକ୍ଷୋଭ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଦେଶରେ ଲଗାତାର ଭାବେ ପେଟ୍ରୋଲ, ଡିଜେଲ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ପ୍ରତିବାଦ ମଧ୍ୟ କରାଯାଉଛି। ଏହି କ୍ରମରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ଶୁକ୍ରବାର ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା।

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଚଳିତ ଆର୍ଥିକ ବର୍ଷରେ ନିର୍ମାଣ ହେବ ୧୫୦ ବିଜୁସେତୁ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୫୦ଟି ବିଜୁ ସେତୁ ନିର୍ମାଣ କରାଯିବ। ଏଥିସହ ୮ହଜାର କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଓ ୧୨୮୫ କିମି ମୁଖ୍ୟମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ ବୋଲି ଶୁକ୍ରବାର ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଶୁକ୍ରବାର ସୂଚନା ଦେଇଛନ୍ତି।

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ମହାନଦୀ ପ୍ରସଙ୍ଗରେ ନବୀନ ଦୋମୁହାଁ ନୀତି ଧରିଛନ୍ତି: ସମ୍ବିତ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋମୁହାଁ ନୀତି ଧରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଗୋଟିଏ କଥା, ଦଳର ମୁଖ୍ୟ ହିସାବରେ ନବୀନ ବାବୁ ଭିନ୍ନ କଥା କହୁଥିବା ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି।

ଭୁବନେଶ୍ୱର ବିମାନବନ୍ଦରକୁ  ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର ବିମାନବନ୍ଦରକୁ ଉଡାଇଦେବା ଧମକ ଦେଇଥିବା ଯୁବକ ଗିରଫ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଗୁରୁବାର ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଟେଲିଫୋନ ଯୋଗେ ଧମକ ଦେଇଥିବା ଯୁବକଙ୍କୁ ଶୁକ୍ରବାର ଗିରଫ କରାଯାଇଛି। ସେ ହେଲେ ଖଣ୍ଡଗିରିର ବସନ୍ତ ପୃଷ୍ଟି(୨୫)। ପଚରାଉଚରା ସରିବା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏୟାରଫିଲ୍ଡ ଥାନାଧିକାରୀ ପ୍ରକାଶ କରିଛନ୍ତି।

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଖୋର୍ଦ୍ଧା ରେଳଷ୍ଟେଶନରୁ ଲକ୍ଷାଧିକ ଟଙ୍କାର ଜାଲନୋଟ ଜବତ, ଯୁବକ ଅଟକ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଖୋର୍ଦ୍ଧା ରେଳଷ୍ଟେଶନରୁ ଶୁକ୍ରବାର ସକାଳେ ଡିଆର୍‌ଆଇ ପକ୍ଷରୁ ଚଢ଼ାଉ କରାଯାଇ ୩ ଲକ୍ଷ ଟଙ୍କାର ଜାଲନୋଟ ଜବତ କରାଯାଇଛି। କାମାକ୍ଷାନଗର-ଯଶବନ୍ତପୁର ଏକ୍ସପ୍ରେସ ଟ୍ରେନରେ ୧୫୦ଟି ୨ହଜାର ଟଙ୍କିଆ ଜାଲନୋଟ ଚାଲାଣ ହେଉଥିବା ବିଭାଗର ଅଧିକାରୀ ସୂଚନା ଦେଇଛନ୍ତି। ଏହି ଜାଲନୋଟ ବାଂଲାଦେଶରୁ ବାଙ୍ଗାଲୋର ଚାଲାଣ ହେଉଥିଲା।

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷାଫଳ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ ଶୁକ୍ରବାର ଅପରାହ୍ନ ୫ଟାରେ ପ୍ରକାଶ ପାଇବ। ସଚିବାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପରୀକ୍ଷାଫଳ ପ୍ରକାଶ କରିବେ ବୋଲି ଓଜେଇଇ ସମ୍ପାଦକ ରଞ୍ଜନ କୁମାର ସାହୁ କହିଛନ୍ତି।

ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର

ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର

ପୁରୀ ଅଫିସ,୨୫ା୨: ସଂସ୍କୃତ ଭାରତୀ ଆନୁକୂଲ୍ୟରେ ସ୍ଥାନୀୟ ହରଚଣ୍ଡି ସାହିସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶୁକ୍ରବାର ୧୨ ଦିବସୀୟ ରାଜ୍ୟସ୍ତରୀୟ ସଂସ୍କୃତ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦଆଶ୍ରମର ସ୍ବାମୀ ଚୈତନ୍ୟନାନନ୍ଦଜୀ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଘରୋଇ ଚିକିତ୍ସାଳୟ ୨୪ ଘଣ୍ଟା ବନ୍ଦ

ଘରୋଇ ଚିକିତ୍ସାଳୟ ୨୪ ଘଣ୍ଟା ବନ୍ଦ

ଭୁବନେଶ୍ୱର, ୨୫ା୫ (ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଘରୋଇ ଚିକିତ୍ସାଳୟ, ନର୍ସିଂହୋମ, ପାଥୋଲୋଜି ଏବଂ ଡାଏଗ୍ନୋସିସ୍‌ ସେଣ୍ଟରଗୁଡିକରେ ୨୪ ଘଣ୍ଟିଆ ବନ୍ଦ ପାଳନ ଶୁକ୍ରବାର ଆରମ୍ଭ ହୋଇଛି। ସକାଳ ୬ ଟାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଶନିବାର ସକାଳ ୬ଟା ଯାଏ ଚାଲିବ। ଫଳରେ ଏହିସବୁ ହସ୍ପିଟାଲଗୁଡିକରେ ରୋଗୀସେବା ବ୍ୟାହତ ହୋଇଛି। ଡାଇଗ୍ନୋଷ୍ଟିକ୍‌ ଓ ପାଥୋଲୋଜି ସେଣ୍ଟରଗୁଡିକ ବନ୍ଦ ରହିଥିବାରୁ କୌଣସି ପରୀକ୍ଷାନୀରିକ୍ଷା କରାଯାଇ ପାରୁ ନାହିଁ।

୨୯ରେ ନୀତି ସବ୍‌କମିଟି:ନିର୍ଘଣ୍ଟ ହେବ ସ୍ନାନ ପୂର୍ଣ୍ଣିମା ନୀତି

ପୁରୀ ଅଫିସ,୨୫।୫: ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ କରାଯିବ। ଏଥିସହ ସଭାପତିଙ୍କ ଅନୁମୋଦନକ୍ରମେ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି। ଆସନ୍ତା ଜୁନ୍‌ ୨୮ରେ ସ୍ନାନ ପୂର୍ଣ୍ଣିମା। ସ୍ନାନ ମଣ୍ଡପରେ ୧୦୮ ଗରା ଜଳରେ ସ୍ନାନ କରିବେ ମହାପ୍ରଭୁ। ରଥଯାତ୍ରା ପୂର୍ବରୁ ପାଳିତ ହେଉଥିବା ଏହି ପୂଜାବିଧି କିପରି ଶୃଙ୍ଖଳାର ସହ ସମ୍ପନ୍ନ ହେବ ସେ ନେଇ ନୀତି ସବ୍‌କମିଟି ବୈଠକରେ ସବିଶେଷ ଆଲୋଚନା କରାଯିବ। ସୂଚନାଯୋଗ୍ୟ, ଗତବର୍ଷ ସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ହାତୀବେଶ ହୋଇଥିଲା। ହେଲେ ଏହି ବେଶ ଓଲାଗି ବେଳେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। କେତେଜଣ ଦଇତାପତି ହାତୀ ବେଶକୁ ଟଣାଓଟରା କରି ଛିଣ୍ଡାଇ ନେଇଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତେଣୁ ଚଳିତବର୍ଷ ଯେଭଳି ଭକ୍ତମାନେ ଭଲ ଭାବେ ହାତୀବେଶ ଦର୍ଶନ କରିପାରିବେ ଏବଂ ବେଶ ଓଲାଗି ସମୟରେ ଯେଭଳି ବିଶୃଙ୍ଖଳା ସୃଷ୍ଟି ନ ହୁଏ ସେଥିପ୍ରତି ସତର୍କ ରହିବା ଉପରେ ନୀତି ସବ୍‌କମିଟିରେ ଆଲୋଚନା କରାଯିବ ବୋଲି ଜଣାପଡିଛି।

୩୦ରେ ଛତିଶା ନିଯୋଗ:ସରଗରମ ହୋଇପାରେ ବୈଠକ

ପୁରୀ ଅଫିସ, ୨୫।୫: ଆସନ୍ତା ୩୦ ତାରିଖରେ ବସିବ ଛତିଶା ନିଯୋଗ ବୈଠକ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ନୀତି ସବ୍‌କମିଟି ନିର୍ଘଣ୍ଟ କରିଥିବା ସ୍ନାନ ପୂର୍ଣ୍ଣିମା ନୀତି ଚୂଡ଼ାନ୍ତ ହେବ। ଏଥିସହ ଆଗକୁ ରଥଯାତ୍ରା। ଏହା ପୂର୍ବରୁ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା, ଅଣସର, ନବଯୌବନ ଦର୍ଶନ ପ୍ରଭୃତି ପୂଜା ବିଧି ରହିଛି। ସମ୍ପୂର୍ଣ୍ଣ ରଥଯାତ୍ରା କିପରି ଶାନ୍ତି ଶୃଙ୍ଖଳାର ସହ ସମାପନ କରାଯିବ ତାହା ମଧ୍ୟ ଛତିଶା ନିଯୋଗ ବୈଠକରେ ଆଲୋଚନା କରାଯିବ। ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଙ୍କୁ ନେଇ ବୈଠକ ବେଶ୍‌ ସରଗରମ ହେବାର ସମ୍ଭାବନା ରହିଛି। ଗତ ଏପ୍ରିଲ ୧୬ରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ହୋଇଥିଲା। ଠାକୁର ଅଖିଆ, ଅପିଆ, ଅନିଦ୍ରା ରହିଥିଲେ। ଏଥିସହ ଚାରିଦିନ ଧରି ମହାପ୍ରସାଦ ବନ୍ଦ ରହିଥିଲା। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ମୁହଁାମୁହିଁ ହୋଇଥିଲେ। କେତେଜଣ ସେବାୟତଙ୍କ ପାଇଁ ଏପରି ବିଭ୍ରାଟ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଥିଲା। ଗତ ରବିବାର ଜଗମୋହନ ଭିତରକାଠରେ ଅଣଓଡ଼ିଆ ଦମ୍ପତିଙ୍କୁ ମାଡ଼ ମରାଯାଇଥିଲା। ଲହୁଲୁହାଣ ହୋଇଥିଲେ ମହାରାଷ୍ଟ୍ର ଠାଣେ ଅଞ୍ଚଳର ଚେତନ ଗନପତ୍‌ ଅମୋଲକର ଏବଂ ତାଙ୍କ ସ୍ତ୍ରୀ। ଅଧିକ ଦକ୍ଷିଣା ଦେବା ପାଇଁ କହି ୨ ଜଣ ସେବାୟତ ସେମାନଙ୍କୁ ଗାଳିମନ୍ଦ କରିବା ସହ ମାଡ ମାରିଥିଲେ। ଏହିସବୁ ପ୍ରସଙ୍ଗକୁ ନେଇ ଛତିଶା ନିଯୋଗ ବୈଠକ ବେଶ୍‌ ସରଗରମ ହୋଇପାରେ ବୋଲି କୁହାଯାଉଛି।

ମେଧାବୀ ସମ୍ବର୍ଦ୍ଧନା ଉତ୍ସବ: ୯୦ ବିଦ୍ୟାର୍ଥୀ ସମ୍ମାନିତ

ମେଧାବୀ ସମ୍ବର୍ଦ୍ଧନା ଉତ୍ସବ: ୯୦ ବିଦ୍ୟାର୍ଥୀ ସମ୍ମାନିତ

ପୁରୀ ଅଫିସ, ୨୫।୫ : ଛାତ୍ର ଜୀବନ ହେଉଛି ଭବିଷ୍ୟତ ଗଠନର ସମୟ। ଜୀବନରେ ଅନେକ ପରୀକ୍ଷା ଦେବାକୁ ପଡିଥାଏ। ନିଷ୍ଠା ଏବଂ ଏକାଗ୍ରତା ରହିଲେ ସଫଳତା ମିଳିଥାଏ। ନିଜ ଜ୍ଞାନର ପରିସୀମା ବିକାଶ ଲାଗି ଉତ୍କଳମଣି ଗୋପବନ୍ଧୁ ମିଶନ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ କଲେଜ ସମ୍ମିଳନୀ କକ୍ଷରେ ଆୟୋଜିତ ମେଧା ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାସ ପରାମର୍ଶ ଦେଇଛନ୍ତି। ମିଶନର ସଭାପତି ଡ. ଚିତ୍ତରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଧାନବାଦ ଆଇଆଇଟି ଅଧ୍ୟକ୍ଷ ଧନୁଷଧାରୀ ମିଶ୍ର କହିଲେ, ଶିକ୍ଷକମାନେ ହେଉଛନ୍ତି ସମାଜର ମେରୁଦଣ୍ଡ। ଆଦର୍ଶ ଛାତ୍ର ଗଠନରେ ଶିକ୍ଷୟିତ୍ରୀ,ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉପଜିଲାପାଳ ଭବତାରଣ ସାହୁ କହିଲେ, ଅନେକ ବିଦ୍ୟାର୍ଥୀ ମାଟ୍ରିକରେ ଭଲ ନମ୍ବର ରଖିବା ସତ୍ତ୍ବେ ଯୁକ୍ତ ଦୁଇରେ କମ୍‌ ମାର୍କ ରଖନ୍ତି। ଯୁକ୍ତ ଦୁଇ ଭବିଷ୍ୟତ ଜୀବନକୁ ବାଟ କଢ଼ାଇଥାଏ। ଏଣୁ ଭଲ ପାଠ ପଢିବା ସହ ଭଲମଣିଷ ହେବାକୁ ସେ ପରାମର୍ଶ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସତ୍ୟବାଦୀ ଦାଶ ବିବରଣୀ ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୁର୍ବେଦ କଲେଜର ଅଧ୍ୟକ୍ଷ ପ୍ରଫେସର ସୁଦର୍ଶନ ବେହେରା, ସ୍ବରାଜ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ଲାଗି ୧୪ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ଚଳିତ ମାଟ୍ରିକ ପରୀକ୍ଷାରେ ଏ ଗ୍ରେଡ ପାଇଥିବା ୯୦ଜଣ ଛାତ୍ରୀଛାତ୍ରଙ୍କୁ ସମ୍ମାନିତ କରାଯାଇଥିଲା। ଅନୁଷ୍ଠାନର ଆବାହକ ଚକ୍ରଧର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ତପସ୍ବିନୀ ଦାସ ବେଦପାଠ କରିଥିଲେ।