ରାଜ୍ୟ |

ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

 ପୀଡ଼ିତାଙ୍କ ଆତ୍ମହତ୍ୟା: ନ୍ୟାୟ ନ ପାଇ ଜୀବନ ହାରିଲେ

ପଟ୍ଟାଙ୍ଗୀ,୨୨।୧(ଡି.ଏନ.ଏ.): ୨୦୧୭ ଅକ୍ଟୋବର ୧୦ରୁ ୨୦୧୮ ଜାନୁୟାରୀ ୨୨। ୪ମାସରୁ ଉର୍ଦ୍ଧ୍ୱକାଳ ନ୍ୟାୟ ପାଇଁ ଲଢେଇ କରି ନିରାଶ କୁନ୍ଦୁଲି ନାବାଳିକା ଶେଷରେ ଆତ୍ମହତ୍ୟାର ପଥ ବାଛି ନେଲେ। ଲୋକଲଜ୍ଜା, ତଦନ୍ତକାରୀ ସଂସ୍ଥାଗୁଡିକର ଉଦାସୀନତା, ସର୍ବୋପରି ତାଙ୍କୁ ମିଥାବାଦିନୀ ପ୍ରମାଣିତ କରିବାର ଚେଷ୍ଟା କାରଣରୁ ପୀଡିତାଙ୍କ ନିକଟରେ ସମ୍ଭବତଃ ଅନ୍ୟପନ୍ଥା ନ ଥିଲା। ଦୀର୍ଘଦିନ ଧରି ସେ ମାନସିକ ଚାପରେ ରହୁଥିଲେ। ଗଣ ବଳାତ୍କାରର ଶିକାର ବୋଲି ସେ ଅଭିଯୋଗ କରିବା ଦିନଠାରୁ ସୁରକ୍ଷା, ତଦନ୍ତ, ଚିକିତ୍ସା, ପରୀକ୍ଷା ଆଳରେ ତାଙ୍କୁ ଯେଉଁଭଳି ଭାବେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ, ଗୋଟିଏ ହସ୍ପିଟାଲରୁ ଅନ୍ୟ ଗୋଟିଏ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା ତାହା ସମ୍ଭବତଃ ତାଙ୍କର ସହିବାର ସୀମା ପାର କରିଥିଲା। ଯାହାକି ତାଙ୍କୁ ଚରମ ନିଷ୍ପତ୍ତି ଆଡକୁ ଟାଣି ନେଇଥିଲା। ଘରେ କେହି ନ ଥିବା ବେଳେ ସେ ବେକରେ ନିଜ ଓଢଣୀ ବାନ୍ଧି ଆତ୍ମହତ୍ୟା ଉଦ୍ୟମ କଲେ। ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ବେଳକୁ ସେ ଆଉ ଜୀବିତ ନ ଥିଲେ। ପୂର୍ବରୁ କୁନ୍ଦୁଲି ପୀଡିତା ଅତ୍ୟଧିକ ଆଇରନ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମଧ୍ୟ ଡାକ୍ତରମାନେ ତାଙ୍କୁ ଜୀବିତ ରଖିବାକୁ ସମର୍ଥ ହୋଇଥିଲେ। ମାତ୍ର ତାହା ଏଥର ସମ୍ଭବ ହେଲାନାହିଁ।
ସୂଚନା ଅନୁଯାୟୀ ସାମାନ୍ୟ ସୁସ୍ଥ ହୋଇ ଘରେ ରହିଥିବା କୁନ୍ଦୁଲିର ଏହି ନାବାଳିକା ସୋମବାର ସକାଳେ ପିଠା ଖାଇବାକୁ ଇଚ୍ଛା କରିଥିଲେ। ଏକଥା କହିବା ପରେ ଏଥିପାଇଁ ଆବଶ୍ୟକ ସାମଗ୍ରୀ ଆଣିବାକୁ ତାଙ୍କ ମା’ ଅପରାହ୍ନରେ ବାହାରକୁ ଯାଇଥିଲେ। ପ୍ରାୟ ୨ଟା ସମୟରେ ପୀଡିତା ଏକ ଘର ଭିତରକୁ ପଶିଯାଇ କବାଟ ବନ୍ଦ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଘର ଭିତରୁ ଚିତ୍କାର ଶୁଭିବାରୁ ସେହି ବାଟ ଦେଇ ଯାଉଥିବା ଏକ ଛୋଟ ପିଲା ଲୋକଙ୍କୁ ଡାକ ପକାଇଥିଲେ। ଗାଁର ଲୋକେ ଓ ପରିବାରର ସଦସ୍ୟମାନେ ଘର କବାଟ ଭାଙ୍ଗି ପୀଡିତାଙ୍କୁ ପ୍ରାୟ ୩ଟା ସମୟରେ ଉଦ୍ଧାର କରି ଗୁରୁତର ଅବସ୍ଥାରେ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ସେତେବେଳକୁ ପୀଡିତାଙ୍କ ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଥିଲେ। ପୀଡିତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଜଣାପଡିବା ପରେ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୀଡିତାଙ୍କୁ ନ୍ୟାୟ ଦେବାରେ ପୋଲିସ, କ୍ରାଇମବ୍ରାଞ୍ଚ, ଓଏଚଆରସି,ନ୍ୟାୟିକ ତଦନ୍ତ ପ୍ରକ୍ରିୟା ବିଫଳ ହେବାରୁ ସେ ଆତ୍ମହତ୍ୟାର ପଥ ବାଛି ନେଲେ ବୋଲି ବିଭିନ୍ନ ମହଲରୁ ଅଭିଯୋଗ କରାଯାଇଛି। ବିରୋଧୀ ଦଳଗୁଡିକ ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଅନ୍ୟପକ୍ଷରେ ପୀଡିତାଙ୍କ ମୃତ୍ୟୁ ସମ୍ପର୍କରେ ଡାକ୍ତର ଘୋଷଣା କରିବା ପରେ କୁନ୍ଦୁଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ମୃତଦେହ ବ୍ୟବଚ୍ଛେଦ କରିବା ଲାଗି ଦେଉନାହାନ୍ତି। ଖବର ପାଇ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର, ଉପ ଜିଲାପାଳ କୃତ୍ତିବାସ ରାଉତ, ଏଡିଏମ ଦାୟିତ୍ୱରେ ଥିବା ଡିଆରଡିଏ ପିଡି ଦେବେନ ପ୍ରଧାନ ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରୁଛନ୍ତି। କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସୋରିଷପଦର ପଞ୍ଚାୟତର ମୂଷାଗୁଡା ଗ୍ରାମର ନବମ ଶ୍ରେଣୀର ସମ୍ପୃକ୍ତା ନାବାଳିକା (୧୪) ଛାତ୍ରୀ ଜଣକ ଘଟଣା ଦିନ ଅକ୍ଟୋବର ୧୦ ତାରିଖ ମଙ୍ଗଳବାର ସକାଳୁ ଘରୁ ବାହାରି ସ୍କୁଲ ଯାଇଥିଲେ । ଦଶମ ଶ୍ରେଣୀ ପରୀକ୍ଷା ଲାଗି ପଞ୍ଜୀକରଣ କରିବାକୁ ଫଟୋ ଆବଶ୍ୟକ ଥିବାରୁ ଶ୍ରେଣୀ ଶିକ୍ଷକ ତାଙ୍କୁ ନିଜର ପାସପୋର୍ଟ ଫଟୋ ଆଣିଦେବାକୁ କହିଥିଲେ। ଛାତ୍ରୀ ଜଣକ ଫଟୋ ଉଠାଇବାକୁ କୁନ୍ଦୁଲି ହାଟପଦାକୁ ଯାଇଥିଲେ। ଫଟୋ ଉଠାଇ ସେଠାରୁ ଏକ ଗାଡିରେ ଆସି
ସୋରିଷପଦର ଛକରେ ଓହ୍ଲାଇ ସ୍କୁଲ ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ଏକୁଟିଆ ଦେଖି ୪ଜଣ ଦୁର୍ବୃତ୍ତ ଲେଞ୍ଚିଗୁଡା ଘାଟି ରାସ୍ତା ତଳୁ ପାହାଡ ଉପରକୁ ଉଠାଇ ନେଇଥିଲେ । ଗଣ ବଳାତ୍କାର ପରେ ସେମାନେ ଛାତ୍ରୀଙ୍କୁ ସେଠାରେ ଛାଡି ଚାଲି ଯାଇଥିଲେ। ଛାତ୍ରୀଙ୍କ ପାଟି ଶୁଣି ନିକଟସ୍ଥ ଜଙ୍ଗଲ ଜମିରେ କାର୍ଯ୍ୟ କରୁଥିବା କେତେ ଜଣ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ କୁନ୍ଦୁଲି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରି ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରି ଦେଇଥିଲେ। ମୂଷାଗୁଡା ଗ୍ରାମରେ ରହୁଥିବା ତାଙ୍କ ଭାଇ ପଟାଙ୍ଗୀ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ ମଧ୍ୟ ସେଠାରେ
ଦାୟିତ୍ୱରେ ଥିବା ଥାନା ଅଧିକାରୀ ତାଙ୍କୁ ତଡି ଦେଇଥିଲେ। ପରେ ସେ ଏ ବିଷୟରେ କୁନ୍ଦୁଲିରେ ରହୁଥିବା ନିଜ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାର ପ୍ରତିବାଦରେ ପରିବାର ଲୋକେ ଓ ଗ୍ରାମବାସୀ ୨୬ ନମ୍ବର ଜାତୀୟ ରାଜପଥକୁ ହାଟପଦାଠାରେ ଟାୟାର ଜାଳି ଅବରୋଧ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗ୍ରାମବାସୀ ୨ ଦିନ ଧରି ରାସ୍ତା ଅବରୋଧ କରିଥିଲେ। ଫଳରେ କୋରାପୁଟ ବିଶାଖାପାଟଣା ମଧ୍ୟରେ ଗାଡିମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯବାନ ପୋଷାକରେ ଥିବା ୪ଜଣ ତାଙ୍କୁ ବଳାତ୍କାର କରିଛନ୍ତି ବୋଲି ପୀଡିତା ସେତେବେଳେ ଅଭିଯୋଗ କରିଥିଲେ।
ଏହି ଘଟଣା ଉପରେ ପଟ୍ଟାଙ୍ଗୀ ଥାନା ଅଧିକାରୀ ଦେବ କୁମାର ଗମାଙ୍ଗ ସେତେବେଳେ କହିଥିଲେ ଯେ, ପୀଡିତାଙ୍କ ବୟାନ ରେକର୍ଡ କରାଯାଇ କେସ୍‌ ନଂ. ୧୦୨/୧୭ରେ ମାମଲା ରୁଜୁ ହୋଇ ଏହାର ତଦନ୍ତ ଆରମ୍ଭ ହୋଇଛି। ଡିଏସପି ପାହ୍ୟାର ଜଣେ ଅଧିକାରୀ ମାମଲାକୁ ତରାନ୍ବିତ କରୁଛନ୍ତି। ଅତିରିକ୍ତ ଏସପି ଭି.ଆର. ରାଓ ସମସ୍ତ ଘଟଣା ଉପରେ ନଜର ରଖିଛନ୍ତି। ଅନ୍ୟପକ୍ଷରେ ଆଗାମୀ ୪୮ ଘଣ୍ଟା ଭିତରେ ଅଭିଯୁକ୍ତଙ୍କୁ ଗିରଫ କରା ନ ଗଲେ କୋରାପୁଟ ବନ୍ଦ ଡାକରା ଦିଆଯିବ ବୋଲି ସେତେବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତି ଚେତାବନୀ ଦେଇଥିଲେ। ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ୨୪ ଘଣ୍ଟା ଭିତରେ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦେଇଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ କରିବାକୁ ଆଦିବାସୀ ହରିଜନ ମିଳିତ ସଂଗଠନ ମଧ୍ୟ ଦାବି କରିଥିଲା।

ପୋଲିସ ପାଖରେ ସୁଇସାଇଡ୍‌ ନୋଟ୍‌
କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଲେଖିଥିଲେ। ଏଥିରେ ସେ କାଳେ ପୋଲିସ ପ୍ରଶାସନ ବିରୋଧରେ କିଛି ଲେଖିଥିବେ ଚିନ୍ତା କରି ଏହାକୁ ପୋଲିସ ଚତୁରତାର ସହ ତାଙ୍କ ଘରକୁ ଯାଇ ଜବତ କରି ଆଣିଛି। ଗଣମାଧ୍ୟମ ପ୍ରତିନିଧିମାନେ ଏବିଷୟରେ ପଚାରିବାରୁ ଏହି ସୁଇସାଇଡ ନୋଟ୍‌କୁ ଦେଖାଇବାକୁ ପୋଲିସ ମନା କରି ଦେଇଛି।

All Right Reserved By
I&PR

Model This Week

ସନ୍ତୋଷ

ରାଜ୍ୟ |

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କୁଆଖାଇ ନଦୀରୁ ବାଲି ଚୋରା ଚାଲାଣ

କଟକ ଅଫିସ, ୨୫।୫- କୁଆଖାଇ ନଦୀରୁ ବେଆଇନ ଭାବେ ବାଲି ଚୋରାଚାଲାଣ ହେଉଛି। ତହସିଲଦାର, ପୋଲିସ ଓ ମାଫିଆଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାରବାର। ଏହି କାରବାର ପାଇଁ ସରକାର ବହୁ କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

ଚେକ୍‌ ବାଉନ୍ସ ମାମଲା :୨ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ

କଟକ ଅଫିସ, ୨୫।୫- ଚେକ୍‌ ବାଉନ୍ସ ମାମଲାରେ ଭୁବନେଶ୍ୱରର ପୋଖରୀପୁଟର ଭବାନୀଶଙ୍କର ମହାନ୍ତି ଓ ଭୁବନେଶ୍ୱର ୟୁନିଟ-୯ର ଚିତ୍ରକୂଟ ଲେନର ଜିତେନ୍ଦ୍ର ନାଥ ପଲାଇଙ୍କ ବିରୋଧରେ କଟକ ଜେଏମ୍‌ଏଫ୍‌ସି ଅଦାଲତ ୱାରେଣ୍ଟ ଜାରି କରିଥିଲେ।

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

ବେଆଇନ ଟୋଲ ଫି ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

-ଆଡଭୋକେଟଙ୍କୁ ଫି ଛାଡ଼ ଲାଗି ମାମଲା ରୁଜୁ କଟକ ଅଫିସ, ୨୫।୫- ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଟୋଲ ପ୍ଲାଜାରେ ଟୋଲ ଫି ଆଦାୟ କରାଯାଉଛି। ଏହି ଟୋଲ ଆଦାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଏଥିସହିତ ଆଡଭୋକେଟମାନଙ୍କୁ ଟୋଲ ଫି ଛାଡ଼ କରାଯାଇ ସେମାନଙ୍କ ପାସ୍‌ ପ୍ରଦାନ ଲାଗି ଶୁକ୍ରବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। ସାମାଜିକ କର୍ମୀ ତଥା ଆଡଭୋକେଟ ଅଚ୍ୟୁତାନନ୍ଦ ସ୍ବାଇଁଙ୍କ ପକ୍ଷରୁ ଉକ୍ତ ମାମଲା ରୁଜୁ ହୋଇଛି। ଆବେଦନକାରୀ ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ, ଆଇନ ସଚିବ, ପୂର୍ତ୍ତ ବିଭାଗ ସଚିବ ସମେତ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।

ଆଜି ଆସିବେ ପ୍ରଧାନମନ୍ତ୍ରୀ

ଆଜି ଆସିବେ ପ୍ରଧାନମନ୍ତ୍ରୀ

-ଅରୁଆ ଚାଉଳରେ ନିମନ୍ତ୍ରଣ -ପାଣିରେ ବସି ଜଳ ସତ୍ୟାଗ୍ରହ କରିବେ ଆନ୍ଦୋଳନକାରୀ କଟକ ଅଫିସ, ୨୫।୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଅପରାହ୍ନରେ କଟକ ଆସିବେ। ଚୂଡ଼ାନ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଅପରାହ୍ନ ୩ଟା ୫୫ରେ ପ୍ରଧାନମନ୍ତ୍ରୀ ତଳବାଲିଯାତ୍ରା ପଡ଼ିଆରେ ହେଲିକପ୍ଟର ଯୋଗେ ଅବତରଣ କରିବେ। ସେଠାରୁ ସେ ସିଧା ଉପର ବାଲିଯାତ୍ରା ପଡ଼ିଆରେ ଆୟୋଜିତ ସଭାରେ ଉଦ୍‌ବୋଧନ ଦେବେ। ସଭା କାର୍ଯ୍ୟ ୪ଟାରେ ଆରମ୍ଭ କରାଯିବ। ୧ ଘଣ୍ଟା ପାଇଁ ସଭା ହେବ। ପାଖାପାଖି ଅପରାହ୍ନ ୫ଟା ୧୦ରୁ ୧୫ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ତଳ ବାଲିଯାତ୍ରା ପଡ଼ିଆରୁ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଯାତ୍ରା କରିବେ।

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ବଜ୍ରପାତରେ ୫ ବଳଦ, ୨ ଗାଈ ମୃତ

ଚନ୍ଦ୍ରଗିରି,୨୫ା୫(ଡି.ଏନ୍‌.ଏ.)- କାଳବୈଶାଖୀ ତାଣ୍ଡବ ସାରା ରାଜ୍ୟରେ ଜାରି ରହିଛି। ଶୁକ୍ରବାର ଅପରାହ୍ନରେ ମୋହନା ବ୍ଲକ ଚନ୍ଦ୍ରଗିରି ପଞ୍ଚାୟତ କିଡାସିଙ୍ଗି ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବର୍ଷା ସହ ବଜ୍ରପାତ ହୋଇଥିଲା। ଏହି ସମୟରେ ଏକ ଆମ୍ବଗଛ ତଳେ ଆଶ୍ରୟ ନେଇଥିବା ୫ ବଳଦ ଓ ୨ ଗାଈଙ୍କ ମୃତ୍ୟୁ ଘଟିଛି। ତାରିଣୀ ଦଳାଇଙ୍କର ୨ଟି ବଳଦ ଓ ଗୋଟିଏ ଗାଈ, ଲଡୁକିଶୋର ନାୟକଙ୍କ ଗୋଟିଏ ଗାଈ, ମହାଙ୍କାଳ ରଣଜିତ୍‌, ଚକ୍ରଧର ନାୟକ ଏବଂ ଦେବରାଜ ଦଳାଇଙ୍କର ଗୋଟିଏ ଲେଖାଏ ବଳଦର ମୃତ୍ୟୁ ଘଟିଥିବା ଜଣାପଡିଛି। ଖବର ପାଇ ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ ଏବଂ ଚନ୍ଦ୍ରଗିରି ରାଜସ୍ବ ନିରୀକ୍ଷକ ମାର୍କଣ୍ଡ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ।

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ରାଧାକାନ୍ତ ମଠରେ ପୁରୁଷୋତ୍ତମ ଏକାଦଶୀ

ଓଡ଼ଗାଁ, ୨୫ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରେ ବିଜେ ଶ୍ରୀରାଧାକାନ୍ତଙ୍କ ମଠ ଓ ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଶ୍ରୀପୁରୁଷୋତ୍ତମ ଏକାଦଶୀ ବିଧି ବିଧାନ ସହିତ ପାଳନ କରାଯାଇଛି । ଯେଉଁ ବର୍ଷ ଯୋଡା ମାସ ପଡିଥାଏ ସେହି ମାସକୁ ପୁରୁଷୋତ୍ତମ ମାସ କୁହାଯାଏ ।

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

ବିଜେବି କଲେଜ ଯୁକ୍ତ୩ ପରୀକ୍ଷା ଫଳ ପ୍ରକାଶିତ ନତାଶା ବେଷ୍ଟ ଗ୍ରାଜୁଏଟ୍‌

-ବିଜ୍ଞାନ: ୯୩% -କଳା: ୮୧% -ବାଣିଜ୍ୟ: ୮୭% କଳାରେ ନିକିତା, ବାଣିଜ୍ୟରେ ଆଦିତ୍ୟ ଟପ୍ପର ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- ବକ୍ସି ଜଗବନ୍ଧୁ ବିଦ୍ୟାଧର(ବିଜେବି) ସ୍ବୟଂଶାସିତ କଲେଜର ଯୁକ୍ତ୩ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଚଳିତବର୍ଷ ବିଜ୍ଞାନରେ ପାସ୍‌ହାର ୯୩% ରହିଥିବାବେଳେ କଳାରେ ୮୧% ଏବଂ ବାଣିଜ୍ୟ ପାସ୍‌ହାର ୮୭% ରହିଛି। ବିଜ୍ଞାନ ଛାତ୍ରୀ ନତାଶା ନାୟକ ସର୍ବାଧିକ ୮୭.୯୨% ନମ୍ବର ରଖି ବେଷ୍ଟ ଗ୍ରାଜୁଏଟ୍‌ ଆଖ୍ୟା ଅର୍ଜନ କରିଛନ୍ତି। ସେ ପଦାର୍ଥ ବିଜ୍ଞାନ ଅନର୍ସ ରଖିଥିବାବେଳେ ମୋଟ ୨୪୦୦ ମାର୍କରୁ ୨୧୧୦ ନମ୍ବର ରଖି ଏହି ସଫଳତା ହାସଲ କରିଛନ୍ତି।

ଆଜି ସିବିଏସ୍‌ଇ ଦ୍ୱାଦଶ ଫଳ

ଭୁବନେଶ୍ୱର, ୨୫।୫(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇବ। ସିବିଏସ୍‌ଇର ଓ୍ବେବ୍‌ସାଇଟ୍‌ cbseresults.nic.in କିମ୍ବା cbse.nic.inରେ ଫଳାଫଳ ଉପଲବ୍ଧ ହେବ। ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୫ରୁ ଦ୍ୱାଦଶ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୧୩ରେ ଶେଷ ହୋଇଥିଲା। ଦେଶରେ ୪,୧୩୮ ଓ ବିଦେଶରେ ୭୧ କେନ୍ଦ୍ରରେ ମୋଟ ୧୧,୮୬,୩୦୬ ଛାତ୍ରୀଛାତ୍ର ଏହି ପରୀକ୍ଷା ଦେଇଥିଲେ। ଚଳିତବର୍ଷ ଭୁବନେଶ୍ୱର ରିଜିଅନରୁ ଦ୍ୱାଦଶରେ ୬୬,୩୧୮ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରେ ୨୭,୮୮୩ ଛାତ୍ରୀ ଏବଂ ୩୮,୪୩୫ ଛାତ୍ର ଅଛନ୍ତି।

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

ବାଂଲାଦେଶରେ ଛପାଯାଉଛି ଜାଲ ଟଙ୍କା

-ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ ଜବତ -ବାଙ୍ଗାଲୋର ନେଇ ଯାଉଥିଲେ ଝାଡ଼ଖଣ୍ଡ ଯାତ୍ରୀ ଭୁବନେଶ୍ୱର, ୨୫ା୫(ବ୍ୟୁରୋ)- କେବଳ ଭାରତରେ ନୁହେଁ, ବିଦେଶରେ ବି ଭାରତୀୟ ନୋଟ୍‌ର ନକଲ କରାଯାଉଛି। ଜାଲ୍‌ ନୋଟ କାରବାର କରୁଥିବା ଚୋରା ବ୍ୟବସାୟୀମାନେ ସେଠାରୁ ଜାଲ୍‌ ଟଙ୍କା ଆଣି ଭାରତର ବିଭିନ୍ନ ରାଜ୍ୟରେ ବିକ୍ରି କରୁଛନ୍ତି। ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାରୋଡ୍‌ ଜଙ୍କ୍‌ଶନରୁ ଝାଡ଼ଖଣ୍ଡର ଜଣେ ରେଳ ଯାତ୍ରୀଙ୍କଠାରୁ ୩ ଲକ୍ଷ ଟଙ୍କା ଅର୍ଥାତ ୧୫୦ ଖଣ୍ଡ ୨ ହଜାର ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରାଯିବା ପରେ ଏଭଳି ତଥ୍ୟ ପଦାକୁ ଆସିଛି।

ଅ।ସୁଛି ରଜ, ଦୋଳି ପାଇଁ କାଠ ଅଭାବ

ଅ।ସୁଛି ରଜ, ଦୋଳି ପାଇଁ କାଠ ଅଭାବ

କେନ୍ଦୁଝର, ୨୫ା୫(ସ୍ବ.ପ୍ର.): ରଜପର୍ବ ପାଇଁ ସବୁଠି ଚଳଚଞ୍ଚଳ। ରଜ ମହୋତ୍ସବ ଲାଗି ଚାଲିଛି ପ୍ରସ୍ତୁତି। ରଜପର୍ବରେ ଦୋଳି ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆଗରୁ ଘର ଘର ଦୋଳି ହେଉଥିଲା। କାଠ ଉପରେ କଟକଣା ଯୋଗୁଁ ଉତ୍ସାହ କମୁଛି। କେନ୍ଦୁଝର ସହର ଢିପା ସାହିରେ ପ୍ରତିବର୍ଷ ରଜପର୍ବ ପାଳନ ହେଉଛି। ଦୋଳି ପାଇଁ କାଠ ଯୋଗାଇଦେବାକୁ ସ୍ଥାନୀୟ ମହିଳାମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି।

ଜୁଙ୍ଗା ପଞ୍ଚାୟତରେ ବଡ଼ଧରଣଣ ଦୁର୍ନୀତି

ଜୁଙ୍ଗା ପଞ୍ଚାୟତରେ ବଡ଼ଧରଣଣ ଦୁର୍ନୀତି

କେନ୍ଦୁଝର, ୨୫ା୫(ସ୍ବ.ପ୍ର.): ହରିଚନ୍ଦନପୁର ବ୍ଲକ ଜୁଙ୍ଗା ପଞ୍ଚାୟତରେ ବିଭିନ୍ନ ଉନ୍ନୟନ ମୂଳକ କାମରେ ଦୁର୍ନୀତି ହୋଇଥିବା ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଓ୍ବାର୍ଡ ମେମ୍ବର ଓ ଗ୍ରାମବାସୀମାନେ ତଦନ୍ତ ଦାବି କରିଛନ୍ତି। ଜଳଛତ୍ର ଓ ଆଡିବନ୍ଧ ନିର୍ମାଣରେ ଜାଲ କାଗଜପତ୍ର ପ୍ରସ୍ତୁତି ହୋଇଛି। ସେ ବାବଦକୁ ଖର୍ଚ୍ଚ ହୋଇଥିବା ଅର୍ଥ ହେରଫେର କରାଯାଇଛି। ସୂଚନା ଅଧିକାର ଆଇନ ବଳରେ ମଗାଯାଇଥିବା ତଥ୍ୟରୁ ଜଣାପଡ଼ିଛି ବୋଲି ବଲାଣୀପଶି ଗ୍ରାମର ରମେଶ ମହାନ୍ତ କହିଛନ୍ତି।

ଅନଶନ ବେଳେ ଗୁରୁତର ହୋଇପଡିଲେ ପୂର୍ବତନ ବିଧାୟକ

ଅନଶନ ବେଳେ ଗୁରୁତର ହୋଇପଡିଲେ ପୂର୍ବତନ ବିଧାୟକ

ସଜନାଗଡ଼, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ଘର କିଛି ଅଂଶ ଠାକୁରମାହାଲର ଜାଗା ଦର୍ଶାଇ ବିନା ନୋଟିସ୍‌ରେ ପ୍ରଶାସନ ପକ୍ଷରୁ ଗତ ବୁଧବାର ଭାଙ୍ଗି ଦିଆଯାଇଥିଲା। ଏହାର ପ୍ରତିବାଦରେ ଷଡ଼ଙ୍ଗୀ ବୁଧବାର ସନ୍ଧ୍ୟାରୁ ନୀଳଗିରି ମେଡ଼ିକାଲ ପରିସରରେ ଆମରଣ ଅନଶନରେ ବସିଥିଲେ। ଅନଶନ ତୃତୀୟ ଦିନରେ ଶୁକ୍ରବାର ଷଡ଼ଙ୍ଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିବାରୁ ନୀଳଗିରି ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଛି।