ଜୀବନଚର୍ଯ୍ୟା |

ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

 ପକ୍ଷୀଙ୍କ ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଛି

ଓ୍ବାଶିଂଟନ: ପକ୍ଷୀର ରାବ ସହିତ ମନୁଷ୍ୟ ସ୍ବରର ସାମଞ୍ଜସ୍ୟ ରହିଥିବା ସମ୍ପର୍କରେ ବୈଜ୍ଞାନିକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଜଣାପଡିଛି ଯେ, ପକ୍ଷୀଙ୍କ ରାବଯନ୍ତ୍ର ଓ ମନୁଷ୍ୟଙ୍କ ସ୍ବରଯନ୍ତ୍ର ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି। ଏସବୁ ମଧ୍ୟରେ କମ୍ପନ୍ନ ଯୋଗୁ ବିଭିନ୍ନ ପ୍ରକାର ଶବ୍ଦ ସୃଷ୍ଟି ହୋଇଥାଏ ବୋଲି ମ୍ୟାକ୍‌ଗିଲ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଜନ୍‌ ସକାତା ସୂଚିତ କରିଛନ୍ତି। ସେହିପରି ଅନ୍ୟ ପ୍ରାଣୀଙ୍କର ଶବ୍ଦ ସୃଷ୍ଟିକାରୀ ନଳୀରେ ଶବ୍ଦ ତରଙ୍ଗର ଫ୍ରିକ୍ୱେନ୍ସି ଏବଂ ପିଚ୍‌ ଆଧାରରେ କର୍କଶ କିମ୍ବା ଶ୍ରୁତିମଧୁର ସ୍ବର ଉତ୍ପନ୍ନ ହୋଇଥାଏ। ମନୁଷ୍ୟର ଶ୍ରବଣ ସୀମା ଓ ଅନ୍ୟ ପ୍ରାଣୀଙ୍କ ଶ୍ରବଣ ସୀମା ମଧ୍ୟରେ ଅନେକ ଭିନ୍ନତା ରହିଥାଏ। ଶ୍ରବଣ ସୀମା ମଧ୍ୟରେ ସ୍ବର ସୃଷ୍ଟି ହେଲେ ଏହାକୁ ମନୁଷ୍ୟ କିମ୍ବା ଅନ୍ୟ ପ୍ରାଣୀ ଶୁଣିବାକୁ ସକ୍ଷମ ହୋଇଥାନ୍ତି। ଏହି ମର୍ମରେ ଗବେଷକ ମନୁଷ୍ୟ ସମେତ ବିଭିନ୍ନ ପ୍ରାଣୀଙ୍କ ସ୍ବରକୁ କୋଡିଂ କରି ଏହାର ଗ୍ରାଫ୍‌ ବା ଲେଖଚିତ୍ର ପ୍ରସ୍ତୁତ କରିଥିଲେ। ସମସ୍ତ ଗ୍ରାଫ୍‌ ମଧ୍ୟରେ ଅନେକ ସମାନତା ଦେଖିବାକୁ ମିଳିଥିଲା। ଏହା ଉପରେ ଅଧିକ ଗବେଷଣା ଜାରି ରହିଛି। ଏଥିରେ ସପଳତା ମିଳିଲେ ପ୍ରାଣୀଙ୍କ ବିଭିନ୍ନ ଶବ୍ଦ ଅର୍ଥ ଜଣାପଡିବ ବୋଲି ମ୍ୟାକ୍‌ଗିଲ୍‌ ବିଶ୍ୱବିଦ୍ୟାଳୟର ମନୋସ୍ତତ୍ତ୍ୱ ପ୍ରଫେସର କାରୋଲିନା ପାଲମେର୍‌ କହିଛନ୍ତି।

All Right Reserved By
I&PR

Model This Week

ସନ୍ତୋଷ

ଜୀବନଚର୍ଯ୍ୟା |

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ସପୁରୀ ଖଟାମିଠା ଲାଗୁଥିବା ଏକ ସ୍ବାଦିଷ୍ଟ ଫଳ। ଏହାକୁ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଏଥିରେ ରହିଛି ଭିଟାମିନ୍‌ ଏ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଫରଫରସ୍‌ ଓ ଥାଇମିନ୍‌ ପ୍ରଚୁର ପରିମାଣରେ ରହିଛି। ଏଥିରେ ଆଦୌ କ୍ୟାଲୋରୀ ନାହିଁ କହିଲେ ଚଳେ।

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଶରୀର ପାଇଁ ଖରାପବୋଲି ଅନେକ କହିଥାନ୍ତି। କିନ୍ତୁ ଏହି କଥାର କୌଣସି ସତ୍ୟାସତ୍ୟ ନାହିଁ । ଚର୍ବିଯୁକ୍ତ ଖାଦ୍ୟ ସହିତ ଶରୀର ଖରାପ ହେବାର କୌଣସି ସମ୍ପର୍କ ନ ଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ମାତ୍ରାରେ ଲହୁଣି କିମ୍ବା କ୍ରିମ୍‌ ଖାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଶରିରୀକ ତଥା ମାନସିକ ଦୃଷ୍ଟିରୁ ଅଧିକ ସୁସ୍ଥ।

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ବୋଲି ଚିକିତ୍ସାବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ।

କ୍ୟାନସର ଦୂରକରେ ପଣସ ମଞ୍ଜି

କ୍ୟାନସର ଦୂରକରେ ପଣସ ମଞ୍ଜି

ଆଧୁନିକ ଜୀବନଶୈଳୀ ଫଳରେ ଆମେ ଅନେକ ମାରାତ୍ମକ ରୋଗର ଶିକାର ହେଉଛୁ। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଆମେ ଅନେକ ରୋଗଠାରୁ ଦୂରେଇ ରହିପାରିବା।

ଚର୍ଚ୍ଚିତ ପ୍ରତିଭା: ପ୍ରଣୟ ପ୍ରତାପ ମହାନ୍ତି

ଚାକିରି ଏକ ପେସା। ହେଲେ ସାଇକେଲ ଚାଳନା ନିଶା। କଲେଜ ସମୟରେ ପାଠ ଚାପରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ ମଧ୍ୟ ସାଇକେଲ ରେସ୍‌ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା।

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’ ହେଉ କି, ହିନ୍ଦୀ ଫିଲ୍ମ ‘ମୁଖବନ୍ଧ୍‌’, କି ‘ଆଭାସ୍‌’, ସବୁଥିରେ ସେ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି। କଳାତ୍ମକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ପାଇଛନ୍ତି ଜାତୀୟ ପୁରସ୍କାର। ଓଡ଼ିଆ ଟେଲିଭିଜନ ଏବଂ ସିନେ ଜଗତର ଜଣେ ପ୍ରତିଭାବାନ୍‌ କଳାକାର ଭାବେ ପରିଚିତ ଋଷି ପଟ୍ଟନାୟକ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧିରଖିଛନ୍ତି। ତାଙ୍କ ଅଭିନୀତ ଇଂଲିଶ୍‌ ଫିଲ୍ମ ‘ଦ ଓମେନ୍‌ ଫ୍ରମ୍‌ ଦ ଜର୍ଜିଆ’ ଏବଂ ତେଲୁଗୁ ଫିଲ୍ମ ‘ଆନ୍ଧ୍ରଓ୍ବାଲା’ ବେଶ୍‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍‌ ଯୋଗାଇଦେବା, ନୂଆ ନୂଆ ଫ୍ୟାଶନ ଟ୍ରେଣ୍ଡ ସହ ପରିଚିତ କରାଇବା ଏବଂ ଓଡ଼ିଶାର ପାରମ୍ପରିକ ପୋଷାକ ସହିତ ପାଶ୍ଚାତ୍ୟର ଫ୍ୟୁଜନ ଦେଇ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିବା କ୍ଷେତ୍ରରେ ବୁଟିକ୍‌ଗୁଡ଼ିକର ବିଶେଷ ଭୂମିକା ରହିଛି। ଶାଢ଼ି, ସାଲଓ୍ବାର୍‌ ଶୁଟ୍‌, କୁର୍ତ୍ତା, ଲେହେଙ୍ଗା ଭଳି ପାରମ୍ପରିକ ପୋଷାକରୁ ଆରମ୍ଭ କରି ଡିଜାଇନର୍‌ ଟପ୍ସ, ଷ୍ଟାଇଲିଶ୍‌ ସୁଟ୍‌, ମିଡି ଓ ମ୍ୟାକ୍ସି ଡ୍ରେସ୍‌ ଭଳି ପାଶ୍ଚାତ୍ୟ ପୋଷାକ ବୁଟିକ୍‌ରେ ଉପଲବ୍ଧ ହେଉଛି।

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ଓ୍ବାଶିଂଟନ: ବର୍ତ୍ତମାନ ସମୟରେ ବଡିବିଲଡିଂ ପ୍ରତି ଯୁବଗୋଷ୍ଠୀଙ୍କ ଆକର୍ଷଣ ବୃଦ୍ଧି ପାଉଛି। ମାତ୍ର ବଡିବିଲଡିଂ ସହ ଧୂମପାନ କରୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ଧୂମପାନ ମାଂସପେଶୀ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ।

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ସାହୁ। ଓଲିଉଡ୍‌ର ଏହି ଚୁଲବୁଲି ନାୟିକା ତାଙ୍କ ଅଭିନୟ ଯାଦୁରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ‘ଓ ମାଇଁ ଲଭ୍‌’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରି ‘ବାବୁ ଆଇ ଲଭ୍‌ ୟୁ’, ‘ଆକାଶେ କି ରଙ୍ଗ ଲାଗିଲା’, ‘ଲୋଫର’, ‘ଥୁକୁଲ’, ‘ଏସିପି ସାଗରିକା’, ‘ବାଏ ବାଏ ଦୁବାଇ’ ଭଳି ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ପ୍ରଥମେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ।

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳର ଜଳଖିଆକୁ ଅଣଦେଖା କରିଥାଆନ୍ତି। କିଛି ନ ଖାଇ ଏକାଥରେ ଦିନ ୧୦ଟା ବା ୧୧ଟା ପରେ ଖାଦ୍ୟ ଗ୍ରହଣ କରିଥାଆନ୍ତି। ହେଲେ ଏହା ଆଦୌ ଠିକ୍‌ ନୁହେଁ।

ଆଖୁରସର ରହିଛି ଏପରି ଗୁଣ...

ଆଖୁରସର ରହିଛି ଏପରି ଗୁଣ...

ଖରାଦିନେ ଆଖୁରସ ପିଇବାକୁ ଭଲ ଲାଗେ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସହଜ କରିଥାଏ। ତେବେ ଆଖୁରସ ନିୟମିତ ପାନ କଲେ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ଏଥିରେ ପ୍ରଚୁରମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ପ୍ରୋଟିନ୍‌, ସୋଡ଼ିୟମ୍‌ ଆଦି ରହିଥାଏ।

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ପୁରୁଷଙ୍କ ଯୌନଜୀବନକୁ ପ୍ରଭାବିତ କରୁଛି ମାନସିକ ଚାପ

ଓ୍ବାଶିଂଟନ : ମାନସିକ ଚାପ ଯୋଗୁ ବର୍ତ୍ତମାନ ଅନେକ ପୁରୁଷଙ୍କ ଯୌନଜୀବନ ପ୍ରଭାବିତ ହେଉଛି ବୋଲି ଏକ ସର୍ଭେରୁ ଜଣାପଡିଛି। ବିଭିନ୍ନ କାରଣଯୋଗୁ ସୃଷ୍ଟି ହେଉଥିବା ମାନସିକ ଚାପ ପୁରୁଷ ନିଜ ପରିବାର ତଥା ଜୀବନସାଥୀଙ୍କୁ ଆବଶ୍ୟକ ସମୟ ଦେଇପାରୁ ନାହାଁନ୍ତି। ଏହା ସହିତ ମାନସିକ ଚାପଗ୍ରସ୍ତ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟାରେ ମଧ୍ୟ ହ୍ରାସ ହୋଇଥାଏ।