ଅନ୍ତର୍ଜାତୀୟ |

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ,୨୨।୧: ଅଷ୍ଟ୍ରେଲିଆ ସିଡ୍‌ନୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରିଚମଣ୍ଡଠାରେ ସୋମବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି। ଟ୍ରେନ୍‌ଟି ଏକ ବଫର୍‌ରେ ମାଡ ହେବା ଫଳରେ ଦୁର୍ଘଟଣା ଘଟିଛି। ଖବର ପାଇ ଆମ୍ବୁଲାନ୍ସ ଓ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରାଯାଇଥିଲା।

All Right Reserved By
I&PR

Model This Week

ସନ୍ତୋଷ

ଅନ୍ତର୍ଜାତୀୟ |

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ପାକିସ୍ତାନରେ ଭାରତୀୟ ଫିଲ୍ମ ଉପରେ ଲାଗିଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୫।୫: ଇଦ୍‌ ସମୟରେ ପାକିସ୍ତାନରେ ଭାରତୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ମେ ୨୪ରେ ପାକିସ୍ତାନ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାରି କରାଯାଇଥିବା ଅଧିସୂଚନା ଅନୁଯାୟୀ, ଇଦ୍‌ର ୨ ଦିନ ପୂର୍ବରୁ ଏବଂ ଛୁଟିର ୨ ସପ୍ତାହ ପର୍ଯ୍ୟନ୍ତ ପାକିସ୍ତାନରେ କୌଣସି ଭାରତୀୟ ଅବା ବିଦେଶୀ ଫିଲ୍ମ ଚାଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ମେ’୩୦ରୁ ଭାରତ-ନେପାଳ ମିଳିତ ସମରାଭ୍ୟାସ

ନୂଆଦିଲ୍ଲୀ/କାଠମାଣ୍ଡୁ,୨୫।୫ : ଭାରତ-ନେପାଳ ମିଳିତ ସମରାଭ୍ୟାସ ସୂର୍ଯ୍ୟକିରଣ-୧୩ ମେ’୩୦ ତାରିଖଠାରୁ ଆରମ୍ଭ ହେବ। ଏହା ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ଏହା ଅନୁଷ୍ଠିତ ହେବ।

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

କନାଡାରେ ଥିବା ଭାରତୀୟ ରେଷ୍ଟୁରାଣ୍ଟରେ ବିସ୍ଫୋରଣ: ୧୫ ଆହତ

ଓଣ୍ଟାରିଓ/ନୂଆଦିଲ୍ଲୀ,୨୫।୫: କାନାଡାର ଟରଣ୍ଟୋରେ ଥିବା ଏକ ଭାରତୀୟ ରେଷ୍ଟୁରାଣ୍ଟରେ ଗୁରୁବାର ହୋଇଥିବା ଏକ ବିସ୍ଫୋରଣରେ ୧୫ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ରୋନାଲ୍ଡିହ୍ନୋ ଗୋଟିଏ ଦିନରେ ଦୁଇ ମହିଳାଙ୍କୁ କରିବେ ବିବାହ

ନୂଆଦିଲ୍ଲୀ/ବ୍ରାସିଲିଆ,୨୫।୫ : ବ୍ରାଜିଲ୍‌ର ପୂର୍ବତନ ଷ୍ଟାର ଫୁଟବଲ ତାରକା ରୋନାଲ୍ଡିହ୍ନୋଙ୍କ ବିବାହ ନେଇ ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଛି ଚର୍ଚ୍ଚା। ରୋନାଲ୍ଡିହ୍ନୋ ଆସନ୍ତା ଅଗଷ୍ଟ ମାସରେ ଦୁଇ ଜଣ ମହିଳାଙ୍କୁ ଗୋଟିଏ ଦିନରେ ବିବାହ କରିବାକୁ ଯାଉଛନ୍ତି। ଗତ ୬ମାସ ଧରି ସେମାନେ ୩ଜଣ ଲିଭ୍‌ଇନ୍‌ରେ ରହୁଛନ୍ତି। ରୋନାଲ୍ଡିହ୍ନୋଙ୍କ ଦୁଇ ପ୍ରେମିକା ହେଉଛନ୍ତି ପ୍ରିସ୍କିଲ୍‌ କୋଏଲୋ ଏବଂ ବିଟ୍ରିଜ୍‌ ସୁଜା।

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ସଦ୍ଦାମ ହୁସେନ୍‌ଙ୍କ ଜାହାଜ ହେଲା ହୋଟେଲ

ବସ୍ରା,୨୪।୫: ଇରାକ୍‌ର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ସଦ୍ଦାମ ହୁସେନ୍‌ଙ୍କ ୩୦ ମିଲିୟନ୍‌ ଡଲାରର ଜାହାଜ ‘ବସ୍ରା ବ୍ରିଜ୍‌’କୁ ହୋଟେଲ ରୂପେ ପୁନଃ ନିର୍ମାଣ କରାଯାଇଛି। ଏହାକୁ ବସ୍ରା ଆସୁଥିବା ଏବଂ ଯାଉଥିବା ସାମୁଦ୍ରିକ ପାଇଲଟ୍‌ଙ୍କ ରହଣି ପାଇଁ ବ୍ୟବହାର କରାଯିବ।

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ଇଟାଲୀରେ ରେଳ ଦୁର୍ଘଟଣା: ୨ ମୃତ

ରୋମ୍‌,୨୪।୫: ଉତ୍ତର ଇଟାଲୀର ପିଡ୍‌ମଣ୍ଟ ଅଞ୍ଚଳରେ ଟ୍ରକ୍‌କୁ ଧକ୍କା ଦେଇ ଏକ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ଜଣଙ୍କ ପ୍ରାଣହାନି ଘଟିଥିବାବେଳେ ଅନୂ୍ୟନ ୧୮ଜଣ ଆହତ ହୋଇଛନ୍ତି।

ଓମାନ୍‌ମୁହାଁ ‘ମେକୁନୁ’

ଓମାନ୍‌ମୁହାଁ ‘ମେକୁନୁ’

ମସ୍କାଟ/ନୂଆଦିଲ୍ଲୀ,୨୪।୫: ‘ମେକୁନୁ’ ଘୂର୍ଣ୍ଣିଝଡ଼ ଏବେ ସୋକୋତ୍ରା ଦ୍ୱୀପର ନିକଟତର ହୋଇଛି। ଚଳିତ ସପ୍ତାହ ଶେଷସୁଦ୍ଧା ଏହା ଓମାନରେ ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି।

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ କାଫେ ବିସ୍ଫୋରଣ: ୪ ମୃତ

ବାଗଦାଦ,୨୪।୫: ବାଗଦାଦର ଏକ କାଫେରେ ରୋଜା ଭାଙ୍ଗିବା ପାଇଁ କେତେକ ଲୋକେ ଏକାଠି ହୋଇଥିଲେ। ଏହି ସମୟରେ ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଫଳରେ ଅତିକମ୍‌ରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ରୁ ଅଧିକ ଆହତ ହୋଇଥିବା ବାଗଦାଦ ପୋଲିସ ଗୁରୁବାର ସୂଚନା ଦେଇଛି।

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ପାକ୍‌ ବିଶ୍ୱବିଦ୍ୟାଳୟ ନିୟମ: ଛାତ୍ରୀଛାତ୍ରଙ୍କ ମଧ୍ୟରେ ରହିବ ୬ ଇଞ୍ଚ ଦୂରତା

ଇସ୍‌ଲାମାବାଦ,୨୪।୫: ପାକିସ୍ତାନର ବାହାରିଆ ୟୁନଭରସିଟିରେ ଏକ ଅଜବ ନିୟମ ଘୋଷଣା କରାଯାଇଛି। କ୍ୟାମ୍ପସ୍‌ରେ ଥିବା ସମୟରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ୬ ଇଞ୍ଚର ଦୂରତା ରହିବା ଉଚିତ।

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

ଶ୍ରୀଲଙ୍କାରେ ପ୍ରବଳ ବର୍ଷା: ୯ମୃତ

କଲମ୍ବୋ,୨୩।୫: ନ୍ୟାଶନାଲ ଡିଜାଷ୍ଟର ମ୍ୟାନେଜମେଣ୍ଟ ସେଣ୍ଟରର ସୂଚନାନୁଯାୟୀ, ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ଓ ଭୂସ୍ଖଳନରେ ଅନୂ୍ୟନ ୯ଜଣଙ୍କ ପ୍ରାଣହାନି ଘଟିଛି। ଏଥିରେ ୨୩ ଜଣ ନିଖୋଜ ଥିବା ଜଣାପଡ଼ିଛି।

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପଛୁଆ: ଲାନସେଟ୍‌ ରିପୋର୍ଟରେ ୧୪୫ ସ୍ଥାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୩।୫ : ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତ ପୃଥିବୀର ୧୯୫ ଦେଶ ମଧ୍ୟରେ ୧୪୫ ସ୍ଥାନ ହାସଲ କରିଛି। ଲାନସେଟ୍‌ ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟରେ ଏହା ସୂଚିତ କରାଯାଇଛି। ଭାରତ ଏହାର ପଡ଼ୋଶୀ ଚାଇନା, ବାଂଲାଦେଶ, ଶ୍ରୀଲଙ୍କା ଓ ଭୁଟାନଠାରୁ ପଛରେ ରହିଛି।

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

ଇସଲାମାବାଦ୍‌ରେ ସିନ୍ଧ୍‌ ଶିକ୍ଷାର୍ଥୀଙ୍କ ଅନଶନ

କରାଚୀ,୨୩।୫ : ସିନ୍ଧ୍‌ ଛାତ୍ର ସଂଗଠନ ପକ୍ଷରୁ ପାକିସ୍ତାନର ଇସଲାମାବାଦ୍‌ରେ ୩ ଦିନଆ ଅନଶନ ଆରମ୍ଭ ହୋଇଛି। ପ୍ରଶାସନ ବିରୋଧରେ ମୁହଁ ଖୋଲୁଥିବା ବ୍ୟକ୍ତି କିଛି ଦିନ ପରେ କାହିଁକି ନିଖୋଜ ହେଉଛନ୍ତି। ସେ ନେଇ ଛାତ୍ର ସଂଗଠନ ପକ୍ଷରୁ ସରକାରୀ ଯାଞ୍ଚ୍‌ ଦାବି କରାଯାଇଛି।