ଜୀବନଚର୍ଯ୍ୟା |

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ବଜାର ପରିବା କୀଟନାଶକଯୁକ୍ତ ହୋଇପାରେ, ବ୍ୟବହାର ପୂର୍ବରୁ ଜାଣନ୍ତୁ ଧୋଇବା ପଦ୍ଧତି

ଚାଷୀମାନେ ନିଜ ଫସଲ ରକ୍ଷା କରିବା ପାଇଁ କୀଟନାଶକ ପ୍ରୟୋଗ କରିଥାନ୍ତି। ଏହାର ପ୍ରଭାବ ଅନେକ ଦିନ ପର୍ଯ୍ୟନ୍ତ ରହିଥାଏ। ଏହାକୁ ଆମେ ବଜାରରୁ କିଣିଥାଉ। ଏପରିସ୍ଥଳେ ଯଦି ପରିବା ଅଥବା ଫଳକୁ ଭଲ ଭାବେ ନ ଧୋଇ ଖିଆଯାଏ, ତେବେ ଏହା ସ୍ବାସ୍ଥ୍ୟ ପ୍ରତି ବେଶ୍‌ ହାନିକାରକ। ଏହାଦ୍ୱାରା ଫଳରେ ଥିବା କୀଟନାଶକ ଆମ ପେଟକୁ ଯାଇ ପାଚନକ୍ରିୟା ଏବଂ ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗକୁ କ୍ଷତି ପହଞ୍ଚାଇଥାଏ। ତେଣୁ ଏହାକୁ ବ୍ୟବହାର କରିବା ପୂର୍ବରୁ ଠିକ୍‌ ଭାବେ ଧୋଇବା ବେଶ୍‌ ଜରୁରୀ। ଯେପରିକି:

*ଗରମ ପାଣିର ବ୍ୟବହାର: ପନିପରିବାକୁ ଗରମ ପାଣିରେ ଧୋଇବା ଉଚିତ। କାରଣ ଥଣ୍ଡା ପାଣିରେ ଧୋଇଲେ ଏଥିରେ ଲାଗିଥିବା କୀଟନାଶକ ଭଲଭାବେ ଧୋଇ ହୋଇ ନ ଥାଏ। ତେଣୁ ପନିପରିବା ତଥା ଫଳକୁ ହାଲକା ଉଷୁମ ପାଣିରେ ଧୋଇବାକୁ ଚେଷ୍ଟା କରନ୍ତୁ।
*ଭିନେଗାରର ବ୍ୟବହାର: ପନିପରିବା ଓ ଫଳକୁ କେବଳ ପାଣିରେ ଧୋଇବା ପର୍ଯ୍ୟାପ୍ତ ହୋଇ ନ ଥାଏ। ଏହାକୁ ଧୋଇବା ପାଇଁ ଆପଣ ଭିନେଗାରର ବ୍ୟବହାର କରିପାରିବେ। ତେବେ ଧ୍ୟାନ ରଖିବେ ଭିନେଗାର ୧୦% ଓ ପାଣି ୯୦% ଥିବା ଏକ ମିଶ୍ରଣ ପ୍ରସ୍ତୁତ କରି ପରିବାଗୁଡିକୁ ଏଥିରେ ଭିଜାଇ ଧୋଇ ନିଅନ୍ତୁ।
* ଘରେ ପ୍ରସ୍ତୁତ ସ୍ପ୍ରେର ବ୍ୟବହାର: ଦୁଇ ଚାମଚ ଲେମ୍ବୁରସ, ବେକିଂ ସୋଡା ଏବଂ ଗୋଟିଏ କପ୍‌ ପାଣି ନେଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପରିବା ଅଥବା ଫଳକୁ ଧୋଇବା ସମୟରେ ଏହି ମିଶ୍ରଣର ପ୍ରୟୋଗ କରନ୍ତୁ। ପରେ ଏହାକୁ ଧୋଇ ନିଅନ୍ତୁ।
*ଫୁଟାଇ ଚୋପା ବାହାର କରିନେବା: କୀଟନାଶକ ବାହାର କରିବାର ଏହା ବେଶ୍‌ ସହଜ ଏବଂ ପ୍ରଭାବଶାଳୀ ଉପାୟ।
* ଲୁଣପାଣିର ବ୍ୟବହାର: ପନିପରିବାକୁ ଧୋଇବା ପାଇଁ ୯୮% ପାଣି ଏବଂ ୨% ଲୁଣକୁ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ। ଏଥିରେ ପନିପରିବାକୁ ଭିଜାଇ ୧୫ ମିନିଟ ପାଇଁ ଛାଡି ଦିଅନ୍ତୁ। ଏହାଦ୍ୱାରା ପନିପରିବା ଓ ଫଳରେ ଲାଗିଥିବା କୀଟନାଶକ ଭଲ ଭାବେ ଧୋଇ ହୋଇଯାଇଥାଏ।

All Right Reserved By
I&PR

Model This Week

ସନ୍ତୋଷ

ଜୀବନଚର୍ଯ୍ୟା |

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଦେହରେ ଲେମ୍ବୁ ଲଗାଇବା କାହିଁକି...

ଲେମ୍ବୁ ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ମହିଳାମାନେ ଏହାକୁ ସୌନ୍ଦର୍ଯ୍ୟ ବର୍ଦ୍ଧକ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି। ଲେମ୍ବୁରେ ପ୍ରଚୁର ପରିମାଣରେ ସାଇଟ୍ରିକ୍‌ଏସିଡ଼୍‌ ରହିଥାଏ।

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ସପୁରୀ

ସପୁରୀ ଖଟାମିଠା ଲାଗୁଥିବା ଏକ ସ୍ବାଦିଷ୍ଟ ଫଳ। ଏହାକୁ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ଏଥିରେ ରହିଛି ଭିଟାମିନ୍‌ ଏ, କ୍ୟାଲସିୟମ, ପୋଟାସିୟମ, ଭିଟାମିନ ସି, ଫାଇବର, ଆଣ୍ଟିଅକ୍ସିଡାଣ୍ଟ, ଫରଫରସ୍‌ ଓ ଥାଇମିନ୍‌ ପ୍ରଚୁର ପରିମାଣରେ ରହିଛି। ଏଥିରେ ଆଦୌ କ୍ୟାଲୋରୀ ନାହିଁ କହିଲେ ଚଳେ।

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ କ’ଣ ହୁଏ

ଚର୍ବିଯୁକ୍ତ ଖାଦ୍ୟ ଖାଇଲେ ଶରୀର ପାଇଁ ଖରାପବୋଲି ଅନେକ କହିଥାନ୍ତି। କିନ୍ତୁ ଏହି କଥାର କୌଣସି ସତ୍ୟାସତ୍ୟ ନାହିଁ । ଚର୍ବିଯୁକ୍ତ ଖାଦ୍ୟ ସହିତ ଶରୀର ଖରାପ ହେବାର କୌଣସି ସମ୍ପର୍କ ନ ଥାଏ। ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଅଧିକ ମାତ୍ରାରେ ଲହୁଣି କିମ୍ବା କ୍ରିମ୍‌ ଖାଉଥିବା ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଶରିରୀକ ତଥା ମାନସିକ ଦୃଷ୍ଟିରୁ ଅଧିକ ସୁସ୍ଥ।

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିଲେ କି ଲାଭ ମିଳେ...

ସକାଳୁ ଉଠିବା ଦ୍ୱାରା ଦେହ ଓ ମନ ଉଭୟ ସୁସ୍ଥ ରହେ। ତେଣୁ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ବୋଲି ଚିକିତ୍ସାବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। ପ୍ରତିଦିନ ପ୍ରାୟ ୬ଟା ଭିତରେ ଉଠିବାକୁ ଚେଷ୍ଟା କରିବା ବେଶ୍‌ ଭଲ। ସକାଳୁ ଘର ପାଖରେ ଥିବା ବଗିଚା କିମ୍ବା ପାର୍କରେ ବୁଲିବାର ଅଭ୍ୟାସ ଦ୍ୱାରା ଅନେକ ଉପକାର ମିଳିଥାଏ।

କ୍ୟାନସର ଦୂରକରେ ପଣସ ମଞ୍ଜି

କ୍ୟାନସର ଦୂରକରେ ପଣସ ମଞ୍ଜି

ଆଧୁନିକ ଜୀବନଶୈଳୀ ଫଳରେ ଆମେ ଅନେକ ମାରାତ୍ମକ ରୋଗର ଶିକାର ହେଉଛୁ। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି ମାରାତ୍ମକ ରୋଗଠାରୁ ଦୂରେଇ ରହିପାରିବା। ସମସ୍ତଙ୍କର ଧାରଣାଥାଏ ସୁସ୍ଥ ରହିବାକୁ ହେଲେ ଫଳ ପନିପରିବା ଯଥେଷ୍ଟ ମାତ୍ରାରେ ଖାଇବା ଉଚିତ। ତାହା ଠିକ୍‌, ହେଲେ ଏମିତି କିଛି ମଞ୍ଜି ଅଛି ଯାହା ଖାଇଲେ ଆମେ ଅନେକ ରୋଗଠାରୁ ଦୂରେଇ ରହିପାରିବା।

ଚର୍ଚ୍ଚିତ ପ୍ରତିଭା: ପ୍ରଣୟ ପ୍ରତାପ ମହାନ୍ତି

ଚାକିରି ଏକ ପେସା। ହେଲେ ସାଇକେଲ ଚାଳନା ନିଶା। କଲେଜ ସମୟରେ ପାଠ ଚାପରେ କୌଣସି ପ୍ରତିଯୋଗିତାରେ ଭାଗ ନେଇପାରି ନ ଥିଲେ ମଧ୍ୟ ସାଇକେଲ ରେସ୍‌ ପ୍ରତି ତାଙ୍କର ପ୍ରବଳ ଆଗ୍ରହ ରହିଥିଲା।

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ମୋତେ ପିଲାଚୋର ବୋଲି ଭାବିଥିଲେ: ଋଷି ପଟ୍ଟନାୟକ

ଓଡ଼ିଆ ଫିଲ୍ମ ‘ହେଲା ମୋତେ ପ୍ରେମ ଜର’ ହେଉ କି, ହିନ୍ଦୀ ଫିଲ୍ମ ‘ମୁଖବନ୍ଧ୍‌’, କି ‘ଆଭାସ୍‌’, ସବୁଥିରେ ସେ ନିଜର ଅଭିନୟ ଦକ୍ଷତା ଦେଖାଇଛନ୍ତି। କଳାତ୍ମକ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ସେ ପାଇଛନ୍ତି ଜାତୀୟ ପୁରସ୍କାର। ଓଡ଼ିଆ ଟେଲିଭିଜନ ଏବଂ ସିନେ ଜଗତର ଜଣେ ପ୍ରତିଭାବାନ୍‌ କଳାକାର ଭାବେ ପରିଚିତ ଋଷି ପଟ୍ଟନାୟକ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧିରଖିଛନ୍ତି। ତାଙ୍କ ଅଭିନୀତ ଇଂଲିଶ୍‌ ଫିଲ୍ମ ‘ଦ ଓମେନ୍‌ ଫ୍ରମ୍‌ ଦ ଜର୍ଜିଆ’ ଏବଂ ତେଲୁଗୁ ଫିଲ୍ମ ‘ଆନ୍ଧ୍ରଓ୍ବାଲା’ ବେଶ୍‌ ପ୍ରଶଂସା ସାଉଁଟିଛି।

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗୋଟିଏ ଛାତ ତଳେ ଫ୍ୟାଶନ୍‌ର ‘A ଟୁ Z’ ବୁଟିକ୍‌

ଗ୍ରାହକଙ୍କୁ ଆକର୍ଷଣୀୟ ଡିଜାଇନ୍‌ ଯୋଗାଇଦେବା, ନୂଆ ନୂଆ ଫ୍ୟାଶନ ଟ୍ରେଣ୍ଡ ସହ ପରିଚିତ କରାଇବା ଏବଂ ଓଡ଼ିଶାର ପାରମ୍ପରିକ ପୋଷାକ ସହିତ ପାଶ୍ଚାତ୍ୟର ଫ୍ୟୁଜନ ଦେଇ ସ୍ବତନ୍ତ୍ର ଡିଜାଇନ୍‌ ପ୍ରସ୍ତୁତ କରିବା କ୍ଷେତ୍ରରେ ବୁଟିକ୍‌ଗୁଡ଼ିକର ବିଶେଷ ଭୂମିକା ରହିଛି। ଶାଢ଼ି, ସାଲଓ୍ବାର୍‌ ଶୁଟ୍‌, କୁର୍ତ୍ତା, ଲେହେଙ୍ଗା ଭଳି ପାରମ୍ପରିକ ପୋଷାକରୁ ଆରମ୍ଭ କରି ଡିଜାଇନର୍‌ ଟପ୍ସ, ଷ୍ଟାଇଲିଶ୍‌ ସୁଟ୍‌, ମିଡି ଓ ମ୍ୟାକ୍ସି ଡ୍ରେସ୍‌ ଭଳି ପାଶ୍ଚାତ୍ୟ ପୋଷାକ ବୁଟିକ୍‌ରେ ଉପଲବ୍ଧ ହେଉଛି।

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ବଡିବିଲଡିଂ କରୁଛନ୍ତି? ଛାଡନ୍ତୁ ଧୂମପାନ...

ଓ୍ବାଶିଂଟନ: ବର୍ତ୍ତମାନ ସମୟରେ ବଡିବିଲଡିଂ ପ୍ରତି ଯୁବଗୋଷ୍ଠୀଙ୍କ ଆକର୍ଷଣ ବୃଦ୍ଧି ପାଉଛି। ମାତ୍ର ବଡିବିଲଡିଂ ସହ ଧୂମପାନ କରୁଥିବା ବ୍ୟକ୍ତି ସତର୍କ ହୋଇଯାଆନ୍ତୁ। ଏକ ସଦ୍ୟ ଗବେଷଣାରୁ ଜଣାପଡ଼ିଛି ଯେ, ଧୂମପାନ ମାଂସପେଶୀ ଉପରେ ସିଧାସଳଖ ନକାରାତ୍ମକ ପ୍ରଭାବ ପକାଇଥାଏ।

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଫିଟ୍‌ନେସ୍‌: ଡିନର୍‌ରେ ଲାଇଟ୍‌ ଫୁଡ୍‌ ଖାଏ: ଅର୍ଚ୍ଚିତା ସାହୁ

ଅର୍ଚ୍ଚିତା ସାହୁ। ଓଲିଉଡ୍‌ର ଏହି ଚୁଲବୁଲି ନାୟିକା ତାଙ୍କ ଅଭିନୟ ଯାଦୁରେ ବହୁ ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ‘ଓ ମାଇଁ ଲଭ୍‌’ ଚଳଚ୍ଚିତ୍ର ଜରିଆରେ ଓଡ଼ିଆ ସିନେ ଜଗତରେ ପ୍ରବେଶ କରି ‘ବାବୁ ଆଇ ଲଭ୍‌ ୟୁ’, ‘ଆକାଶେ କି ରଙ୍ଗ ଲାଗିଲା’, ‘ଲୋଫର’, ‘ଥୁକୁଲ’, ‘ଏସିପି ସାଗରିକା’, ‘ବାଏ ବାଏ ଦୁବାଇ’ ଭଳି ୨୦ରୁ ଊର୍ଦ୍ଧ୍ୱ ଫିଲ୍ମରେ ଅଭିନୟ କରିଛନ୍ତି। ଅଭିନୟ ଦୁନିଆକୁ ଆସିବା ପୂର୍ବରୁ ସେ ପ୍ରଥମେ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଥିଲେ।

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ସକାଳୁ ଉଠିବାର ୧ ଘଣ୍ଟା ମଧ୍ୟରେ କାହିଁକି କରିବେ ବ୍ରେକଫାଷ୍ଟ

ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳର ଜଳଖିଆକୁ ଅଣଦେଖା କରିଥାଆନ୍ତି। କିଛି ନ ଖାଇ ଏକାଥରେ ଦିନ ୧୦ଟା ବା ୧୧ଟା ପରେ ଖାଦ୍ୟ ଗ୍ରହଣ କରିଥାଆନ୍ତି। ହେଲେ ଏହା ଆଦୌ ଠିକ୍‌ ନୁହେଁ।

ଆଖୁରସର ରହିଛି ଏପରି ଗୁଣ...

ଆଖୁରସର ରହିଛି ଏପରି ଗୁଣ...

ଖରାଦିନେ ଆଖୁରସ ପିଇବାକୁ ଭଲ ଲାଗେ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସହଜ କରିଥାଏ। ତେବେ ଆଖୁରସ ନିୟମିତ ପାନ କଲେ ଶରୀର ଉପରେ ଅନେକ ସକାରାତ୍ମକ ପ୍ରଭାବ ପଡିଥାଏ ବୋଲି ଗବେଷକ ଜାଣିପାରିଛନ୍ତି। ଏଥିରେ ପ୍ରଚୁରମାତ୍ରାରେ କାର୍ବୋହାଇଡ୍ରେଟ୍‌, କ୍ୟାଲସିୟମ୍‌, ପଟାସିୟମ୍‌, ପ୍ରୋଟିନ୍‌, ସୋଡ଼ିୟମ୍‌ ଆଦି ରହିଥାଏ।