ସମ୍ବଲପୁର

କାରରୁ ଲୁଟ ଘଟଣା: ୩ ଗିରଫ

କାରରୁ ଲୁଟ ଘଟଣା: ୩ ଗିରଫ

ଲହୁଣୀପଡ଼ା,୮।୧(ଡି.ଏନ୍‌.ଏ.)- ୧୪୩ନଂ ଜାତୀୟ ରାଜପଥର ସୁନ୍ଦରଗଡ଼ ଜିଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣଠାରେ ବିଳମ୍ବିତ ରାତିରେ କାର୍‌କୁ ଅଟକାଇ ଲୁଟ ଘଟଣାରେ ପୋଲିସ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିପାରିଛି। ଏଥିରେ ସମ୍ପୃକ୍ତ ୫ରୁ ୬ ଦୁର୍ବୃତ୍ତଙ୍କ ମଧ୍ୟରୁ ୩ଜଣଙ୍କୁ ଗିରଫ କରାଯାଇଛି।
ଶୁକ୍ରବାର ରାତିରେ ରାଉରକେଲା ସେକ୍ଟର ୮ର ସନାତନ ସୁନା ନିଜ କାର ଯୋଗେ ବଣେଇ ପଟୁ ରାଉରକେଲା ଯାଉଥିଲାବେଳେ ଚମ୍ପାଝରଣ ମନ୍ଦିର ନିକଟରେ ୫/୬ଜଣ ଦୁବୃର୍ତ୍ତ ତାଙ୍କୁ ଅଟକାଇଥିଲେ। ମାରଣାସ୍ତ୍ର ଦେଖାଇ ଭୟଭୀତ କରିବା ସହ ତାଙ୍କଠାରୁ ୧୫ଶହ ଟଙ୍କା, ମୋବାଇଲ ଫୋନ, ଏଟିଏମ୍‌ କାର୍ଡ, ୩ଟି ଭୋଟର କାର୍ଡ, ସ୍ମାଟ୍‌ କାର୍ଡ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ସନାତନ ଚାନ୍ଦିପୋଷ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଲାଠିକଟା ବ୍ଳକ ନୂଆଗାଁର ୟୁସୁଫ ମମତାଜ ଆନସାରୀ, ଏମ୍‌.ଡି. ଇକ୍‌ବାଲ, ସୁରେଶ ତିର୍କିୀଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରାଯାଇଛି। ଫେରାର୍‌ ଅଭିଯୁକ୍ତ ଶୀଘ୍ର ଧରାପଡ଼ିବେ ବୋଲି ପୋଲିସ କହିଛି।

All Right Reserved By
I&PR

Model This Week

ସନ୍ତୋଷ

ସମ୍ବଲପୁର

 ୩୫ କେଜି ଗଞ୍ଜେଇ, ୬୩ ଲିଟର ମଦ ଜବତ: ୪ ଗିରଫ

୩୫ କେଜି ଗଞ୍ଜେଇ, ୬୩ ଲିଟର ମଦ ଜବତ: ୪ ଗିରଫ

ରେଢ଼ାଖୋଲ,୨୫।୫(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ସନ୍ଧ୍ୟାରେ ସହରର ଖନ୍ଦାଢିପ ତଳିସାହିରେ ଚଢାଉ କରାଯାଇଛି।

ରାସ୍ତା ଉନ୍ନତୀକରଣର ଶିଳାନ୍ୟାସ କଲେ ବିଧାୟକ

ରାସ୍ତା ଉନ୍ନତୀକରଣର ଶିଳାନ୍ୟାସ କଲେ ବିଧାୟକ

ରେଢ଼ାଖୋଲ,୨୫।୫(ଡି.ଏନ.ଏ.)-ରେଢ଼ାଖୋଲ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ପୋଡାବଲଣ୍ଡା-ବଡମାଳ ରାସ୍ତାର ଉନ୍ନତୀକରଣ ପାଇଁ ବିଧାୟକ ରୋହିତ ପୂଜାରୀ ଶିଳାନ୍ୟାସ କରିଛନ୍ତି।

ଭୀମସାର ହୃଦ୍‌ରୋଗ ବିଭାଗ ପ୍ରତି ରୋଗୀଙ୍କ ଆସ୍ଥା ବଢୁଛି

ଭୀମସାର ହୃଦ୍‌ରୋଗ ବିଭାଗ ପ୍ରତି ରୋଗୀଙ୍କ ଆସ୍ଥା ବଢୁଛି

ବୁର୍ଲା, ୨୫।୫ (ଡି.ଏଡ଼.ଏ.)-ବୁର୍ଲା ମେଡିକାଲ କଲେଜ ପଶ୍ଚିମ ଓଡ଼ିଶା ଲୋକଙ୍କ ପ୍ରାଣ ରକ୍ଷାକାରୀ। ସମ୍ବଲପୁର, ଝାରସୁଗୁଡା, ଦେବଗଡ, ବରଗଡ, କଳାହାଣ୍ଡି, ନୂଆପଡା, ବଲାଙ୍ଗୀର, ବୌଦ୍ଧ, ସୋନପୁର, ସୁରନ୍ଦରଗଡ ଜିଲାବାସୀ ଚିକିତ୍ସା ପାଇଁ ଏହା ଉପରେ ନିର୍ଭରଶୀଳ। ପଡୋଶୀ ଅନୁଗୋଳ ଜିଲାର କିଛି ଭାଗ ଅଂଶ ମଧ୍ୟ ଏହା ଉପରେ ନିର୍ଭର କରେ। ସେହିଭଳି ଛତିଶଗଡ଼ ଓ ଝାଡଖଣ୍ଡର ଲୋକେ ମଧ୍ୟ ଦେହ ଖରାପ ହେଲେ ଅନେକ ଆଶା ନେଇ ଭିମ୍‌ସାରକୁ ଧାଇଁ ଆସନ୍ତି। ହେଲେ ସବୁବୁଳେ ଅଭାବ ଅସୁବିଧା, ଚିକିତ୍ସାରେ ଅବହେଳା, ରୋଗୀଙ୍କୁ ଡାକ୍ତର ଓ କର୍ମଚାରୀଙ୍କ ଦୁର୍ବ୍ୟବହାର ପାଇଁ ଭିମ୍‌ସାର ବିବାଦ ଆଉ ଚର୍ଚ୍ଚାରେ ରହି ଆସିଛି। ଅବଶ୍ୟ ଧୀରେ ଧୀରେ ଅନେକ ପରିବର୍ତ୍ତନ ଘଟିଲାଣି। ଭିତ୍ତିଭୂମିରେ ବି ବିକାଶ ହେଉଛି। ଯଦିଓ କେତେକ ଡାକ୍ତର ଅର୍ଥଲୋଭରେ ପଡି ଘରୋଇ ପ୍ରାକ୍ଟିସ୍‌ ମୋହ ଛାଡି ପାରୁ ନାହାନ୍ତି, ତଥାପି କିଛି ଡାକ୍ତର ରୋଗୀଙ୍କ ଅଭାବ ଅସୁବିଧାକୁ ହୃଦୟଙ୍ଗମ କରି ପାରୁଛନ୍ତି।

ହେଲ୍‌ମେଟ୍‌ ନ ପିନ୍ଧି ପୋଲିସକୁ ଟଙ୍କା ଗଣିଲେ ବାଇକ୍‌ ଆରୋହୀ

ହେଲ୍‌ମେଟ୍‌ ନ ପିନ୍ଧି ପୋଲିସକୁ ଟଙ୍କା ଗଣିଲେ ବାଇକ୍‌ ଆରୋହୀ

ରେଢ଼ାଖୋଲ,୨୫।୫(ଡି.ଏନ.ଏ.) ଦିନକୁ ଦିନ ଗାଡିମୋଟର ସଂଖ୍ୟା ବୃଦ୍ଧି ପାଉଛି। ବେପରୁଆ ଡ୍ରାଇଭିଂ, ଅନ୍ୟମନସ୍କ ଓ ମଦ୍ୟପାନ ଯୋଗୁ ଦୁର୍ଘଟଣା ଘଟୁଛି। ଫଳରେ ଲୋକଙ୍କ ଜୀବନ ଯିବା ସହ ଧନସମ୍ପତି ନଷ୍ଟ ହେଉଛି। ଲୋକେ ବାଇକ୍‌ ଚଳାଇବାବେଳେ ହେଲମେଟ ପିନ୍ଧୁ ନାହାନ୍ତି। କାର ଚଳାଇବାବେଳେ ସିଟ୍‌ ବେଲ୍ଟ ଲଗାଉ ନାହାନ୍ତି। ମୋବାଇଲରେ ଡ୍ରାଇଭିଂ ବେଳେ କଥାବାର୍ତ୍ତା ହେଉଛନ୍ତି। ଏ ନେଇ ପରିବହନ ବିଭାଗ ଓ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି। ସରକାରୀ ଓ ବେସରକାରୀ ଭାବେ ସଭାସମିତି ଆୟୋଜନ କରାଯାଉଛି। ପୋଷ୍ଟର, ବ୍ୟାନର ଲାଗୁଛି। ତଥାପି ଲୋକେ ସଚେତନ ହେଉ ନାହାନ୍ତି। ଏଣୁ ଏବେ ପୋଲିସ କଠୋର ହୋଇ ଉଠିଛି। ନିୟମଭଙ୍ଗକାରୀଙ୍କୁ ରାସ୍ତାରେ ଆଣ୍ଠେଇବାକୁ ପଡୁଛି। ବିଶେଷ କରି ବାଇକ୍‌ ଆରୋହୀଙ୍କ ଉପରେ ପୋଲିସର ନଜର ପଡିଛି।

ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଟଙ୍କା ହଡପ: ସମ୍ପାଦିକାଙ୍କ ବିରୋଧରେ ମାମଲା

ଏସ୍‌ଏଚ୍‌ଜି ସଦସ୍ୟାଙ୍କ ଟଙ୍କା ହଡପ: ସମ୍ପାଦିକାଙ୍କ ବିରୋଧରେ ମାମଲା

ବଲାଙ୍ଗୀର ଅଫିସ, ୨୫।୫ ଅଣ୍ଟିଛୁରୀ ତଣ୍ଟି କାଟେ। ଅତିବିଶ୍ୱାସ କିଭଳି ଘାତକ ହୋଇଥାଏ ତାର ଏକ ପ୍ରମାଣ ବଲାଙ୍ଗୀର ସହରରେ ଦେଖିବାକୁ ମିଳିଛି। ବଲାଙ୍ଗୀର ରାମେଶ୍ୱରନଗର ପଡାର ଭଗବତୀ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସଦସ୍ୟାମାନଙ୍କ ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡପ୍‌ ହୋଇଥିବା ନେଇ ଟାଉନ ଥାନାରେ ଏନେଇ ମାମଲା ରୁଜୁ ହେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଶିଶୁ, ମା’ମାନଙ୍କ ପୁଷ୍ଟିସାଧନ ପାଇଁ କର୍ମଶାଳା

ଶିଶୁ, ମା’ମାନଙ୍କ ପୁଷ୍ଟିସାଧନ ପାଇଁ କର୍ମଶାଳା

ଭବାନୀପାଟଣା,୨୫।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା ଯୋଜନା କାର୍ଯ୍ୟାଳୟ ସଭାଗୃହଠାରେ ସ୍ବେଛାସେବୀ ଅନୁଷ୍ଠାନ ଅନ୍ତୋଦୟ ଓ ସେବାଜଗତ ମିଳିତ ଉଦ୍ୟମରେ ତଥା ୟୁନିସେଫ ସହାୟତାରେ ଶିଶୁ ଓ ମା’ମାନଙ୍କ ପୁଷ୍ଟିସାଧନ ପାଇଁ ଏକ କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଶୈଲେନ୍ଦୁ ଶେଖର ମହାପାତ୍ର, ଅତିରିକ୍ତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମନୋ ମାଝି ଏବଂ ଜିଲା ମଙ୍ଗଳ ଅଧିକାରୀ ଯୋଗ ଦେଇ ଶିଶୁମାନଙ୍କ ପୋଷଣ ଓ ମା’ମାନଙ୍କ ସ୍ବାସ୍ଥ୍ୟ ଦିଗରେ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଆଲୋକପାତ କରିଥିଲେ।

ମେଦିନୀପୁରବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ କଲେ

ଭବାନୀପାଟଣା, ୨୫୫ (ଡି.ଏନ.ଏ.)- ଭବାନୀପାଟଣା ସଦର ବ୍ଲକ ମେଦିନୀପୁର ପଞ୍ଚାୟତରେ ବନ୍ଧଗୁଡିକର ପଙ୍କ ଉଦ୍ଧାର କରାଗଲା, କିନ୍ତୁ ସୂଚନା ଫଳକ ଆଜି ପର୍ଯ୍ୟନ୍ତ ଲଗାଯାଇ ନାହିଁ। ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଘର ନିର୍ମାଣ କାର୍ଯ୍ୟ ପିଇଓ ଏବଂ ଜିଆରଏସ୍‌ କରୁଛନ୍ତି।

ବଚପନ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ବଚପନ ସ୍କୁଲରେ ଗ୍ରୀଷ୍ମକାଳୀନ ଶିବିର ଉଦ୍‌ଯାପିତ

ଭବାନୀପାଟଣା, ୨୫।୫ (ଡି.ଏନ.ଏ.-ଚଳିତ ମାସ ୨ ତାରିଖରୁ ଭବାନୀପାଟଣାସ୍ଥିତ ବଚପନ ସ୍କୁଲରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ଶିବିର ଶୁକ୍ରବାର ଉଦ୍‌ଯାପିତ ହୋଇଛି । ଏହି ଶିବିରରେ ଶିବିରାର୍ଥୀମାନଙ୍କୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡି, ନିହାରିକା ବେହେରା, ସାମିୟନ ନିଶା, ମନ୍ଦାକିନୀ ବାଣୁଆ, ରଞ୍ଜନ ମହାଖୁଡ, ଅର୍ଚ୍ଚନା ସାହୁ, ସୁନିତା ବେହେରା ପ୍ରମୁଖ ଆର୍ଟ ଓ କ୍ରାଫ୍ଟ, କାଗଜ ଖେଳ, ସ୍ପୋକନ ଇଂଲିଶ୍‌, ନାଚ, ଟାଇକୋଣ୍ଡୋ, ଟେବୁଲ ମ୍ୟାନର, ପାଣିଖେଳ ଆଦି ଶିକ୍ଷା ପ୍ରଦାନ କରିଥିଲେ।

ମହାନଦୀକୁ ନେଇ ରାଜନୀତି ହେଉଛି

ମହାନଦୀକୁ ନେଇ ରାଜନୀତି ହେଉଛି

ସମ୍ବଲପୁର, ୨୫।୫ (ବ୍ୟୁରୋ)- ମହାନଦୀରେ ଛତିଶଗଡ ସରକାର ବ୍ୟାରେଜ ନିର୍ମାଣ କରିଛି । ଏହାକୁ ନେଇ ଓଡିଶା ଓ ଛତିଶଗଡ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି । ଶାସକ ବିଜେଡି ବିରୋଧୀ ଭାଜପା ଓ କଂଗ୍ରେସ ମହାନଦୀ ସୁରକ୍ଷାକୁ ନେଇ ରାଜନୀତି କରୁଛନ୍ତି । ହେଲେ ଓଡିଶାର ଜୀବନ ରେଖା ମହାନଦୀକୁ ରାଜନୀତି କରଣରୁ ଦୂରେଇ ରଖାଯାଉ। ଶୁକ୍ରବାର ସମ୍ବଲପୁର ପ୍ରେସ ଭବନଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ବହୁଜନ ସମାଜ ପାର୍ଟି (ବିଏସପି) ଜିଲା ସଭାପତି ନିହାଲ ସିଂ ଏହି ଅଭିଯୋଗ କରିଛନ୍ତି ।

ଫେଲ୍‌ ମାରିଛି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା, ସବୁ ଅଞ୍ଚଳରେ ପହଞ୍ଚୁନି ପାଣି

ଫେଲ୍‌ ମାରିଛି ପାଇପ୍‌ ଜଳଯୋଗାଣ ବ୍ୟବସ୍ଥା, ସବୁ ଅଞ୍ଚଳରେ ପହଞ୍ଚୁନି ପାଣି

ଲୋଇସିଂହା,୨୫।୫(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ଗ୍ରାମରେ ଦୀର୍ଘଦିନ ହେଲା ପିଇବା ପାଣିର ଘୋର ସମସ୍ୟା ଦେଖାଦେଇଛି। ଜଳଯୋଗାଣ ପ୍ରକଳ୍ପ ଥିଲେ ବି ଏହାର ସୁବଣ୍ଟନରେ ଅବ୍ୟବସ୍ଥା ଯୋଗୁ ସବୁ ଷ୍ଟାଣ୍ଡପୋଷ୍ଟରେ ପାଣି ଆସୁନାହଁି। କେତେକ ମୁଷ୍ଟିମେୟ ଓ ହୋଟେଲ ବ୍ୟବସାୟୀ ପମ୍ପ ଲଗାଇ ବେଧଡ଼କ

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ରାସ୍ତାକାମରେ ଅନିୟମିତତା

ଖପ୍ରାଖୋଲ,୨୫।୫(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଲି ପଞ୍ଚାୟତ ଭାଲୁଡୁଙ୍ଗୁରି ଗାଁରୁ ଖଲାବାହାଲପଡ଼ା ଯାଏ ରାସ୍ତା କାମରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କରାଯାଇଥବା

ବିନା ସୂଚନା ଫଳକରେ ନିମ୍ନମାନର କେନାଲ ମରାମତି

ବିନା ସୂଚନା ଫଳକରେ ନିମ୍ନମାନର କେନାଲ ମରାମତି

ଲଡୁଗାଁ,୨୫।୫(ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା କୋକସରା ବ୍ଲକ ଧାମନଦୁଆର ଓ ଚୋରନିଦୁଆରଠାରେ କୋକସରା କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ହେଉଥିବା କେନାଲ ମରାମତି କାମରେ ଅନିୟମିତତା ଅଭିଯୋଗ କରି ଗ୍ରାମବାସୀ କାମ ବନ୍ଦ କରିଥିଲେ। ଏହି ସମ୍ପର୍କିତ ଖବର ପ୍ରସାରଣ ପରେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା