Justin Trudeau-Katy Perry Relationship: କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ-କେଟି ପେରିଙ୍କ ସମ୍ପର୍କର ଖୁଲାସା, ନିଜେ ଶେୟାର କଲେ ଅପଡେଟ ପୋଷ୍ଟ

ଓଟାଓ୍ବା,୭।୧୨: ଆମେରିକୀୟ ପପ ଷ୍ଟାର କେଟି ପେରି ଶେଷରେ ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ସେ ଇନଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ଶେୟାର କରି ସ୍ପଷ୍ଟ କରିଛନ୍ତି ଯେ ପୂର୍ବତନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ସହ ତାଙ୍କ ସମ୍ପର୍କ ବନ୍ଧୁତାଠାରୁ ଅଧିକ ଆଗକୁ ବଢ଼ିଯାଇଛି। ପୋଷ୍ଟଗୁଡ଼ିକରେ ଦୁଇଜଣଙ୍କୁ ଏକାଠି ଅତ୍ୟନ୍ତ କମ୍ଫଟେବଲ ଏବଂ ଖୁସି ଦେଖାଯାଉଥିବା ଦେଖାଯାଇଥିଲା, ଯାହା ସେମାନଙ୍କ ସମ୍ପର୍କକୁ ନେଇ କଳ୍ପନାଜଳ୍ପନାକୁ ଆହୁରି ବୃାଇ ଦେଇିଥିଲା।
କେଟି ପେରି ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ଏହି ସମୟ ମଧ୍ୟରେ, ସେ ଟ୍ରୁଡୋଙ୍କ ସହିତ ଅନେକ ସ୍ମରଣୀୟ ମୁହୂର୍ତ୍ତ ପୋଷ୍ଟ କରିଥିଲେ। ଗୋଟିଏ ଫଟୋରେ, ଦୁଇଜଣ ହସି ହସି ସେଲ୍ଫି ନେଉଥିବା ଦେଖାଯାଇଛି, ଯେତେବେଳେ ଏକ ଭିଡିଓରେ ସେମାନେ ଏକାଠି ଭୋଜନ ଏବଂ କଥାବାର୍ତ୍ତା କରୁଥିବା ଦେଖାଯାଉଛି। ପେରି ତାଙ୍କ ପୋଷ୍ଟର କ୍ୟାପସନ ଦେଇଛନ୍ତି, ‘ଟୋକିଓ ଗସ୍ତ ସମୟରେ ଏବଂ ଆହୁରି ଅନେକ…” ଅର୍ଥାତ, ‘ଟୋକିଓ ଗସ୍ତ ସମୟରେ ବିତାଇଥିବା ଅନେକ ବିଶେଷ ମୁହୂର୍ତ୍ତ।’
ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଏକ ବିବୃତ୍ତି ଦ୍ୱାରା ଏହି ଖବରକୁ ଆହୁରି ନିଶ୍ଚିତ କରାଯାଇଥିଲା। ସେ ଟୁଇଟରରେ ଲେଖିଛନ୍ତି ଯେ ଜଷ୍ଟିନ ଟ୍ରୁଡୋ ତାଙ୍କ ସାଥୀଙ୍କ ସହିତ ଜାପାନ ଗସ୍ତ କରିଥିଲେ ଏବଂ ତାଙ୍କ ସହିତ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। କିଶିଦାଙ୍କ ବିବୃତ୍ତି ବିଶ୍ୱବ୍ୟାପୀ ସେମାନଙ୍କ ସମ୍ପର୍କ ବିଷୟରେ କୌତୁହଳକୁ ଆହୁରି ବୃଦ୍ଧି କରିଥିଲା।
ଟ୍ରୁଡୋ ଏବଂ କେଟି ପେରିଙ୍କୁ ପ୍ରଥମ ଥର ପାଇଁ ଅକ୍ଟୋବର ୨୦୨୫ରେ ପ୍ୟାରିସରେ ପେରିଙ୍କ ୪୧ ତମ ଜନ୍ମଦିନ ପାଳନରେ ସାର୍ବଜନୀନ ଭାବରେ ଏକାଠି ଦେଖାଯାଇଥିଲା। ତଥାପି, ସେମାନଙ୍କୁ ପୂର୍ବରୁ ଜୁଲାଇ ୨୦୨୫ ରେ କାନାଡାରେ ସେମାନଙ୍କ କୁକୁରମାନଙ୍କୁ ବୁଲାଉଥିବାର ଦେଖାଯାଇଥିଲା।
ରିପୋର୍ଟ ଅନୁଯାୟୀ, ମଣ୍ଟ୍ରିଆଲରେ ସେମାନଙ୍କ ସାକ୍ଷାତ ପରେ ସେମାନଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା। ସେବେଠାରୁ ସେମାନେ ଡେଟିଂ ଆରମ୍ଭ କରିଥିଲେ ଏବଂ ଅନେକ ବ୍ୟକ୍ତିଗତ ଅବସରରେ ଏକାଠି ଦେଖାଯାଇଥିଲେ।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri