Posted inRasifala

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ। ବାଣିଜ୍ୟ, ମନୋରଞ୍ଜନ, କ୍ରୀଡ଼ା ତଥା ପ୍ରତିଯୋଗିତା କ୍ଷେତ୍ରରେ ସମ୍ମାନର ସହ ସଫଳତା ହାସଲ କରିପାରନ୍ତି।
ବୃଷ
ବୃଷ
ସହକର୍ମୀଙ୍କ ଉପରେ ନିର୍ଭର କରି କୌଣସି କାମ ସହଜରେ କରିପାରିବେ ନାହିଁ। ନୂତନ ଦୀର୍ଘମିଆଦୀ ଯୋଜନା ସକାଶେ ପୁଞ୍ଜିଲଗାଣ ଚିନ୍ତା କରିପାରନ୍ତି। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟହାନି ଓ ବିଶୃଙ୍ଖଳିତ ସ୍ବଭାବ ଯୋଗୁ ବିଚଳିତ ହେବେ। କର୍ମକ୍ଷେତ୍ରରେ କାମର ଥିବା ଚାପଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ମିଥୁନ
ମିଥୁନ
ରହିଥିବା ସମସ୍ୟା ଓ ଦୁଶ୍ଚିନ୍ତା ଦୂର ହୋଇଯିବାର ସମ୍ଭାବନା ରହିଛି। ଯାନ ବାହନ, ମୂଲ୍ୟବାନ ଜିନିଷ, ଘରୋଇ ଉପକରଣ, ନୂତନ ପୋଷାକ କିଣିବାକୁ ମନବଳାଇବେ। ସନ୍ତାନଙ୍କ ସଫଳତାଜନିତ ଖୁସିବ୍ୟକ୍ତ କରିପାରନ୍ତି। ସଭାସମିତିର ଆଲୋଚନା ପରିସରରେ କୌଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ସମ୍ପୂର୍ଣ୍ଣ କରିପାରିବେ। ଶିଳ୍ପ, ବ୍ୟବସାୟିକ ସ୍ଥିତି, ପରିବହନ, ଶେୟାରବଜାର, ନିର୍ମାଣ, ଜମିଜମା ପ୍ରଭୃତିରୁ ସୁଫଳ ପାଇବେ। ଆଜି ଅଫିସରୁ ଫେରିବା ବାଟରେ ଯାନବାହନରେ ତ୍ରୁଟି ହେତୁ ହଇରାଣ ହୋଇପାରନ୍ତି। ବାରମ୍ବାର ଲାଗିରହୁଥିବା ସ୍ବାସ୍ଥ୍ୟ ସମସ୍ୟାକୁ ଅବହେଳା କରି ଅନୁତାପ କରିପାରନ୍ତି।
ସି˚ହ
ସି˚ହ
ହାତକୁ ନେଇଥିବା କାମ ସମସ୍ୟା ବହୁଳ ହୋଇପଡୁଥିବାରୁ ମନରୁ ସରସତା ଉଭେଇଯିବ। ପାଇବାର ହକ୍‌ ରହିଥିଲେ ସୁଦ୍ଧା ଅନ୍ୟମାନଙ୍କ ଅବହେଳାରୁ ତାହା ନ ପାଇ ବ୍ୟସ୍ତତା ପ୍ରକାଶ କରିବେ। ବ୍ୟବସାୟ ଆଗକୁ ବଢାଇବା ପ୍ରୟାସ ସଫଳ ହେବ। ପିଲାଙ୍କ କାଯର୍‌ୟକଳାପକୁ ନାପସନ୍ଦ କଲେ ହେଁ କିଛି କରିପାରିବେ ନାହିଁ।
କନ୍ୟା
କର୍ମକ୍ଷେତ୍ରରେ ନିଜ ଲୋକଙ୍କ ସହାୟତାରେ ପରିସ୍ଥିତିକୁ ସୁଧାରି ନେବେ। ଆର୍ଥିକ ଦିଗରୁ କିଛି ଅସୁବିଧା ନ ହେଲେ ମଧ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଛୋଟ ଦୋକାନ, ଢାବା, ପ୍ରକାଶନ, ଆଇନ ଅଦାଲତ କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ। ଆତ୍ମୀୟଙ୍କ ସହୃଦୟତାରୁ, ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ କାର୍ଯ୍ୟରେ ସଫଳତା ମିଳିପାରିବ।
ତୁଳା
ତୁଳା
ସକାଳୁ ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ପିଲାଙ୍କ ସ୍ବାସ୍ଥ୍ୟହାନି, ବନ୍ଧୁଙ୍କ ଅଭିଯୋଗ, ଉଚ୍ଚ କର୍ତ୍ତୃପକ୍ଷଙ୍କ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ସାଙ୍ଗସାଥୀଙ୍କ ସହ ଆଜିର ଭ୍ରମଣ ଉପଭୋଗ୍ୟ ହେବ। ପାରିବାରିକ ସମସ୍ୟା ସମାଧାନ ପାଇଁ ବିଭିନ୍ନ ପ୍ରକାରର କୌଶଳ ପ୍ରୟୋଗ କରିପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ଯେଉଁ ଘଟଣା ସକାଶେ ଆଶଙ୍କା କରୁଛନ୍ତି ସେଥିରେ ଅସୁବିଧା ହେବ ନାହିଁ। ବନ୍ଧୁ ଦେଇଥିବା ଅର୍ଥସାହାଯ୍ୟର ପ୍ରତିଶ୍ରୁତିକୁ ବିଶ୍ୱାସକରି ହରଡ଼ଘଣାରେ ପଡ଼ିପାରନ୍ତି। ଗୃହସୀମାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବେ। ବ୍ୟବସାୟ, ପରିବହନ, ସଭାସମିତି, ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ଧନୁ
ଧନୁ
ଯେକୌଣସି କାମରେ ପରିବାର ସଦସ୍ୟଙ୍କ ଉପରେ ବିରକ୍ତି ପ୍ରକାଶ କରିବା ଠିକ୍‌ ହେବନାହିଁ। କିଛି ଭୁଲ୍‌ ନ କରି ଦୋଷୀଭଳି ନୀରବ ରହିବାକୁ ବାଧ୍ୟ ହେବେ। କେତେକ ନୂତନ କାମର ଯୋଜନା ଓ ପରିକଳ୍ପନା କରି କାମକୁ ବଢ଼ାଇ ନେଇପାରନ୍ତି। ସାହାଯ୍ୟ ସକାଶେ ଅନୁରୋଧ କରିଥିବା ବ୍ୟକ୍ତିଙ୍କ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ମକର
ମକର
ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ କାମ ସୁବିଧାରେ ସମ୍ପନ୍ନ ହୋଇଯିବ। ବନ୍ଧୁ ସମ୍ପର୍କ ସ୍ଥାପନ କରିବା କ୍ଷେତ୍ରରେ ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ଜନିତ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ସମୟାନ୍ତରେ ଟେନସନ୍‌ କିିଛି ମାତ୍ରାରେ କମିଯିବ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରି ପାଇବାକୁଥିବା ସୁବିଧା ସୁଯୋଗକୁ ହରାଇବେ। ପାରିବାରିକ ଶାନ୍ତି ଓ ସୁସ୍ଥତା ସାମାନ୍ୟ ବ୍ୟତିକ୍ରମ ଭିତର ଦେଇ ରହିବ। ପିଲାଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ଓ ନିମ୍ନ ମାନର ଶିକ୍ଷାକୁ ନେଇ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ଅପେକ୍ଷା କରିବାକୁ କହିଥିବା ବ୍ୟକ୍ତିର ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
ମୀନମୀନ
ଆଜିର ଆନୁଷ୍ଠାନିକ କାମରେ ବୁଦ୍ଧିଜୀବୀଙ୍କ ଗହଣରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭୁଲ୍‌ ବୁଝାମଣାରୁ ଘର ଭିତରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟିର ଆଶଙ୍କା ରହିଛି। ଶତ୍ରୁତା କରୁଥିବା ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଋଣ ପରିଶୋଧ କରିବା ସକାଶେ କରଜଦାତାଙ୍କ ପ୍ରବଳ ଚାପର ସମ୍ମୁଖୀନ ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

ରାଶିଫଳ: ସୋମବାର, ମାର୍ଚ୍ଚ ୯ ତାରିଖ – Daily Horoscope

ମେଷ ଦୈହିକ ସୁସ୍ଥତା ମନୋବଳ ବୃଦ୍ଧି ସହ କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ ହେବେ। ମାଙ୍ଗଳିକ କାର୍ଯ୍ୟରେ ଯୋଗଦେବା ସକାଶେ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ସାଧାରଣ କଥାକୁ ନେଇ ଭାବାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୮ ତାରିଖ – Daily Horoscope

ମେଷ ଆଜି ଗ୍ରହସ୍ଥିତିର ସୁପ୍ରଭାବରେ କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ଶୃଙ୍ଖଳିତ ରହିବ। ପିଲାଙ୍କ ଆବଶ୍ୟକତା ଅନୁସାରେ ଜିନିଷ ନ ଆଣିବାରୁ ମାନସିକ ଅଶାନ୍ତିର ସମ୍ମୁଖୀନ ହେବେ।…

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri