ବାଲେଶ୍ୱର

ଅଧାପନ୍ତରିଆ ରାସ୍ତାର ଉଦ୍‌ଘାଟନ

ବାଲେଶ୍ୱର,୨୦।୩(ମାନସ ବିଶ୍ୱାଳ): ବାଲେଶ୍ୱର ସଦର ବ୍ଲକ ଅଧୀନ କଷାଫଳ ପଞ୍ଚାୟତର ଜନସାଧାରଣଙ୍କ ଦୀର୍ଘଦିନର ଦାବି କ୍ରମେ ଦତ୍ତ ଘର ମୁଖ୍ୟରାସ୍ତାଠାରୁ ଗୌରାଙ୍ଗ ଦଳେଇ ଘର ଦେଇ ସାରଙ୍ଗଦେବ ମନ୍ଦିର ପର୍ଯ୍ୟନ୍ତ ୫ କି.ମି. ରାସ୍ତା ନିର୍ମାଣ କାର୍ଯ୍ୟ ଗତ ଡିସେମ୍ବରଠାରୁ...

ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସ କାଟିନେଲେ

ନୀଳଗିରି,୨୦।୩(ପ୍ରଶାନ୍ତ କୁମାର ବିଶ୍ବାଳ): ଦିଅଁ, ଦେବତା, ଠାକୁର ଠାକୁରାଣୀଙ୍କୁ ବି ଭୟ ନାହିଁ। ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ନିକଟସ୍ଥ ବାବା ପଞ୍ଚଲିଙ୍ଗେଶ୍ୱରଙ୍କର ପୀଠରୁ ମଙ୍ଗଳବାର ରାତିରେ ଚୋରି ହୋଇଛି। ଅଧ ରାତିରେ ପଞ୍ଚଲିଙ୍ଗେଶ୍ୱର ମହାଦେବଙ୍କ ହୁଣ୍ଡିବାକ୍ସକୁ କଟର...

ବନ କର୍ମଚାରୀଙ୍କୁ ଗୁଳି ମାରିଲେ ଶିକାରୀ

ନୀଳଗିରି,୧୯।୩ (ପ୍ରଶାନ୍ତ କୁମାର ବିଶ୍ବାଳ): ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼। ଏପରି ଏକ ଅଘଟଣ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ବିଟ ଅଞ୍ଚଳରେ ଘଟିଛି। ପାଟ୍ରୋଲିଂ ବେଳେ ମୁହାଁମୁହିଁ ହେଲେ ଶିକାରୀ ଓ...

ରିଲ୍ସ କରୁଥିବାବେଳେ ଧକ୍କା ଦେଲା ଟ୍ରେନ୍‌, ଚାଲିଗଲା ଜୀବନ

ବାଲେଶ୍ୱର,୧୮।୩: (ଜନ୍ମେଜୟ ମିଶ୍ର)-ସୋର ଥାନା ସବିରା ରେଳଷ୍ଟେଶନ ନିକଟରେ ରହଣିଆ ଗ୍ରାମ ନିକଟରେ ଟ୍ରେନ ଲାଇନରେ ଜଣେ ଯୁବକ ଇନଷ୍ଟାଗ୍ରାମରେ ରିଲସ କରୁଥିବା ବେଳେ ଟ୍ରେନ୍‌ ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି। ସେ ହେଲେ ଭଦ୍ରକ ଚରମ୍ପାର ବାଣିତିଆ ଗ୍ରାମର...

ଗାଁରେ ଚାଲିଥିଲା ଦେହ ବ୍ୟବସାୟ: ଧରାପଡ଼ିଲେ ମହିଳାଙ୍କ ସହ ୪ ଯୁବତୀଯୁବକ

ନୀଳଗିରି,୧୮ା୩(ପ୍ରଶାନ୍ତ କୁମାର ବିଶ୍ବାଳ): ଗାଁ ମଝିରେ ସମସ୍ତଙ୍କ ଅଗୋଚରରେ ଚାଲିଥିଲା ଦେହବ୍ୟବସାୟ। ଗ୍ରାମବାସୀ ଏହା ଜାଣିପାରି ଜଣେ ମହିଳାଙ୍କ ସହ ୪ଜଣ ଯୁବତୀଯୁବକଙ୍କୁ କାବୁ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ଥାନା କେପିଲାଖରାଜ ପଞ୍ଚାୟତ...

ବଜ୍ରପାତରେ ଘର ସହ ଜୀବନ୍ତ ଜଳିଗଲେ ବିଟେକ୍‌ ଛାତ୍ର

ବାଲେଶ୍ୱର,୧୮।୩(ପ୍ରଦୀପ ଦାସ): ନଡ଼ାଛପର ଘରେ ଜୀବନ୍ତ ଜଳିଗଲେ ଯୁବକ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇରେ । ନିକଟସ୍ଥ ଚିଙ୍ଗୁଡି ଘେରିକୁ ଯାଉଥିବା ବେଳେ କାଳବୈଶାଖୀ ଝଡ ହୋଇଥିଲା। ଉପାୟ ନପାଇ ସେଠାରେ ଥିବା ଏକ ଚାଳିଆଘରେ ସେ...

ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘରେ ପୂରାଇ ଜିଅନ୍ତା ଜାଳିଦେଲେ ସ୍ବାମୀ

ଭୋଗରାଇ,୧୫ା୩(ପ୍ରଦୀପ ଦାସ): ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରି ଘର ଭିତରେ ନୃଶଂସ ଭାବେ ନିଆଁ ଲଗାଇ ଜିଅନ୍ତା ଜାଳି ଦେଇଛନ୍ତି ସ୍ବାମୀ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ରସଲପୁର ଗ୍ରାମ ନୂଆପାଲି ବଡାମ ବାସୁଳୀ...

୬୦ନଂ ଜାତୀୟ ରାଜପଥରେ ଦୁଇଦୁଇଟି ଦୁର୍ଘଟଣା

ବାଲେଶ୍ୱର,୧୩।୩(ମାନସ ବିଶ୍ୱାଳ) : ୬୦ ନଂ ଜାତୀୟ ରାଜପଥ ହଳଦୀପଦା ନିକଟରେ ପୃଥକପୃଥକ ଦୁଇଟି ଦୁର୍ଘଟଣା ଘଟିଛି । ଏଥିରେ ୩ ଆହତଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସୁଚନା ଅନୁଯାୟୀ, ବିଳମ୍ବିତ ରାତିରେ ୬୦ ନଂ...

ଭାଜପା ଛାଡ଼ିଲେ ସୋର ପୌରାଧ୍ୟକ୍ଷ

ସୋର,୧୩ା୩(ଜନ୍ମେଜୟ ମିଶ୍ର): ସୋର ପୌର ପରିଷଦ ଅଧ୍ୟକ୍ଷ ମାଧବ ଧଡ଼ା ଭାଜପାର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି। ଦଳ ତାଙ୍କୁ କୌଣସି ଗୁରୁତ୍ୱ ଦେଉ ନ ଥିବାରୁ ସେ...

ଲୁଟି ନେଇ ଲଗାଇଦେଲେ ନିଆଁ : ହୁହୁ ହୋଇ ଜଳିଲା… 

ଭୋଗରାଇ,୧୨।  ୩ ( ପ୍ରଦୀପ ଦାସ ): ବାଲେଶ୍ୱରଜିଲା ଭୋଗରାଇ ବ୍ଲକ ଭୋଗରାଇ ହାଟ ସ୍ଥିତ ଚକପଳାସିଆ ସେବା ସମବାୟ ସମିତିରେ ସୋମବାର ବିଳମ୍ବିତ ରାତ୍ରିରେ  ଅଗ୍ନିକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତଙ୍କ ଦ୍ୱାରା ସମବାୟ ସମିତିରୁ ଟଙ୍କା ପଇସା ସମେତ...

ଅଗ୍ନି-୫ର ସଫଳ ପରୀକ୍ଷଣ, ଡିଆର୍‌ଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/ବାଲେଶ୍ବର,୧୧।୩(ମାନସ ବିଶ୍ୱାଳ): ଡିଆର୍‌ଡିଓର ‘ମିଶନ ଦିବ୍ୟାସ୍ତ୍ର’ର ସଫଳ ପରୀକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ଡିଆର୍‌ଡିଓ ବୈଜ୍ଞାନିକମାନଙ୍କ ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ସେ ଗର୍ବିତ । ଏହି ମିଶନ ଅଧୀନରେ...

ହଠାତ୍‌ ପାଓାର ଗ୍ରିଡ୍‌ ଟ୍ରାନ୍ସଫର୍ମର ଜଳିଲା

ବାଲେଶ୍ୱର ଅଫିସ,୧୧।୩(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଜଳେଶ୍ବର ପାଓ୍ବାର ଗ୍ରିଡ୍‌ରେ ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଖବରପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ସୂଚନାନୁଯାୟୀ, ଜଳେଶ୍ୱର ପାଓ୍ବାର ଗ୍ରିଡ୍‌ରେ ଅଚାନକ ଟ୍ରାନ୍ସଫର୍ମର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri