ଅନଗୁଳ-ଢେଙ୍କାନାଳ

ଆଜିଠାରୁ ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା

ତାଳଚେର,୧୮ା୪(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ୯ ଦିନିଆ ଯାତ୍ରା ଉତ୍ସବ ଗୁରୁବାରଠାରୁ ଆରମ୍ଭ ହେବ। ଏଥିପାଇଁ ତାଳଚେର ସହ କଳମଛୁଇଁ, ସୋଲଡ଼ା, ଗୋପାଳପ୍ରସାଦ, ଡଅଁରା ଆଦି ଗ୍ରାମ ଚଳଚଞ୍ଚଳ ହୋଇପଡ଼ିଛି। ଚଳିତବର୍ଷ ମା’ଙ୍କ...

ପୁଣି ଏଭରେଷ୍ଟ ଅଭିଯାନରେ କଳ୍ପନା ଦାଶ

ଢେଙ୍କାନାଳ ଅଫିସ, ୧୮।୪- ପୃଥିବୀର ସର୍ବୋଚ୍ଚ ଗିରିଶୃଙ୍ଗରୁ ଗୁଞ୍ଜରିତ ହେବ ବିଶ୍ୱଶାନ୍ତି, ନାରୀ ସଶକ୍ତୀକରଣ ବାର୍ତ୍ତା। ମାଉଣ୍ଟ ଏଭରେଷ୍ଟରେ ପାଦ ରଖି ପୁଣିଥରେ ଇତିହାସ ରଚିବେ ଢେଙ୍କାନାଳର କଳ୍ପନା ଦାଶ। ଏଥିପାଇଁ ସେ ବୁଧବାର ପହଞ୍ଚତ୍ଛନ୍ତି ନେପାଳର ଲୁକଲାରେ।  ଏହି...

ଢେଙ୍କାନାଳରେ ଭାଜପାର ବିଜୟ ସଂକଳ୍ପ ଶୋଭାଯାତ୍ରା: ବିଜେଡି, କଂଗ୍ରେସକୁ ଟାର୍ଗେଟ କଲେ ଅମିତ ଶାହ

ଢେଙ୍କାନାଳ ଅଫିସ, ୧୭।୪-ଢେଙ୍କାନାଳ ଜିଲା ମହିଷାପାଟ ପଡ଼ିଆରେ ବୁଧବାର ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଯୋଗଦେଇ ବିଜେଡି ଏବଂ କଂଗ୍ରେସ ସରକାର ଉପରେ ପ୍ରବଳ ବର୍ଷିଥିଲେ। ଚିଟ୍‌ଫଣ୍ଡ ଘୋଟାଲା, ଖଣି ଦୁର୍ନୀତି,...

ହିନ୍ଦୋଳରେ ନିର୍ବାଚନୀ ଉଷ୍ମତା: ସବୁ ଦଳର ଜୋର୍‌ଦାର ପ୍ରଚାର

ହିନ୍ଦୋଳ, ୧୭।୪(ଡି.ଏନ.ଏ.)- ହିନ୍ଦୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୩ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ରେ ମତଦାନ ହେବ।  ଏହାକୁ ମାତ୍ର ସପ୍ତାହେ ବାକି ଥିବାବେଳେ ଗଁା ଗଁାରେ ଚାଲିଛି ରୋଡ୍‌ ଶୋ, ଶୋଭାଯାତ୍ରା, ନିର୍ବାଚନୀ ସଭାସମିତି। ପ୍ରାର୍ଥୀମାନେ ଭୋଟରଙ୍କ ନିକଟତର...

ଅଚଳ ପମ୍ପ ବଢ଼ାଉଛି ସଙ୍କଟ: ଜଳ ପାଇଁ ଡହଳବିକଳ

ବଇଣ୍ଡା,୧୭।୪(ଡି.ଏନ.ଏ.)- ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରୁଛନ୍ତି। ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବହୁ ପ୍ରକଳ୍ପ ଅଚଳ ହୋଇପଡ଼ିଥିଲେ ବି ସେଗୁଡ଼ିକର ମରାମତି କରାଯାଉ ନାହିଁ। ବର୍ତ୍ତମାନ ଗ୍ରୀଷ୍ମଋତୁରେ ଅଧିକ...

ସୁସ୍ଥ ହୋଇ ଫେରିଲେ କେପି

ଢେଙ୍କାନାଳ ଅଫିସ୍‌, ୧୭ା୪- ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ତଥା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂଦେଓ (କେପି) ସୁସ୍ଥ ହୋଇ ଫେରିଛନ୍ତି। ଖୁବ୍‌ ଶୀଘ୍ର ସେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ସ୍ଥାନୀୟ ରାଜବାଟୀ ପରିସରରେ ମଙ୍ଗଳବାର...

ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମହିଳାଙ୍କ ପାଇଁ ରହିବ ସ୍ବତନ୍ତ୍ର ମତଦାନ କେନ୍ଦ୍ର

ମୁମ୍ବାଇ,୨୮।୩: ଆସନ୍ତା ମାସରେ ହେବାକୁ ଥିବା ଲୋକ ସଭା ନିର୍ବାଚନରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା ଲାଗି ମହାରାଷ୍ଟ୍ର ସରକାର ଏକ ଅଭିନବ ଉପାୟ ଚିନ୍ତା କରିଛନ୍ତି। ଏଥର ମହାରାଷ୍ଟ୍ରର ସମସ୍ତ ଲୋକ ସଭା ଆସନରେ ମତଦାନ ଲାଗି...

ପୁଅଙ୍କୁ ଥଇଥାନ

ଭୁବନେଶ୍ୱର, ୨୭।୩(ବ୍ୟୁରୋ): ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେଡି ବୁଧବାର ୩୬ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି। ପୂର୍ବରୁ ଯାହା ଚର୍ଚ୍ଚା ହେଉଥିଲା ତାହା ସତରେ ପ୍ରତିଫଳିତ ହୋଇଛି। ପ୍ରକାଶିତ ତାଲିକାରେ ତିନି ବିଧାୟକ ସେମାନଙ୍କ ପୁତ୍ରଙ୍କୁ ଥଇଥାନ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ ଦଳଗୁଡ଼ିକ ମଧ୍ୟରେ ନୈରାଶ୍ୟ ଭରିରହିଥିବାବେଳେ ୧୭ରୁ ୧୬ ଲୋକ ସଭା ଆସନ ଦଖଲ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ ଏବଂ ସଞ୍ଜୟ ଖାଣ୍ଡେ। ଆକିବ୍‌ ଓ ବଶରତ୍‌ ପୁଲଓ୍ବାମାର ବାସିନ୍ଦା ଥିବାବେଳେ ସଞ୍ଜୟ...

ଭାଜପାକୁ ପୁଣି ଫେରିପାରନ୍ତି ବିଜୟ ମହାପାତ୍ର

ଭୁବନେଶ୍ୱର, ୨୮।୩(ବ୍ୟୁରୋ): ଭାଜପାର ପୂର୍ବତନ ବରିଷ୍ଠ ନେତା ବିଜୟ ମହାପାତ୍ର ପୁଣି ଥରେ ଭାଜପାକୁ ଫେରିପାରନ୍ତି। ସାଧାରଣ ନିର୍ବାଚନ ପାଇଁ ରାଜନୀତିକ ଛକାପଞ୍ଝା ଆରମ୍ଭ ହୋଇଥିବାବେଳେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୁଣିଥରେ ଭାଜପାରେ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିବାର...

ଭାଜପାକୁ ଫେରିଲେ ବିଜୟ

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଶେଷରେ ଭାଜପାକୁ ପ୍ରତ୍ୟାବର୍ତ୍ତନ କଲେ ବରିଷ୍ଠ ନେତା ବିଜୟ ମହାପାତ୍ର। ତାଙ୍କ ମାନଭଞ୍ଜନ କରିବାରେ ସଫଳ ହେଲେ ଦଳୀୟ ନେତା। ପୂର୍ବରୁ ସେ ଭାଜପାକୁ ଫେରିବେ ବୋଲି ଆକଳନ କରାଯାଉଥିବା ବେଳେ ଗୁରୁବାର ସେ ଦଳକୁ ଫେରିଥିବା ନିଜେ...

ଲୋକ ସଭା ନିର୍ବାଚନ: ୩ ସପ୍ତାହରେ ଇସିଙ୍କ ଦ୍ୱାରା ୬୧୩ କୋଟିରୁ ଅଧିକ ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ

ନୂଆଦିଲ୍ଲୀ,୨୮।୩: ଲୋକ ସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହେବାର ପ୍ରାୟ ୩ ସପ୍ତାହ ମଧ୍ୟରେ ନିର୍ବାଚନ କମିଶନ(ଇସି)ଙ୍କ ଦ୍ୱାରା ୬୧୩. ୧୭୬ କୋଟି ଟଙ୍କା ମୂଲ୍ୟର ପ୍ରତିବନ୍ଧିତ ସାମଗ୍ରୀ ଜବତ ହୋଇଛି। ମାର୍ଚ୍ଚ ୨୭ ସୁଦ୍ଧା ଏସବୁ...