ଅନଗୁଳ-ଢେଙ୍କାନାଳ

ମରାମତି ହେଉନି ଯାତ୍ରୀ ବିଶ୍ରାମାଗାର

ବଅଁରପାଳ, ୩ା୬(ଡି.ଏନ.ଏ.) ବଅଁରପାଳ ବ୍ଲକ ବଳରାମପ୍ରସାଦ ଠାରେ ଥିବା ଯାତ୍ରୀ ବିଶ୍ରାମାଗାରଟି ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏହାର ମରାମତି କରାଯାଉ ନ ଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନ ହେଲା ବିଶ୍ରାମାଗାରଟି ଶୋଚନୀୟ ଅବସ୍ଥାରେ ଥିଲେ ମଧ୍ୟ ଏଥିପ୍ରତି...

ବିପଦ ସୃଷ୍ଟି କରୁଛି ରାଜପଥ ପାର୍ଶ୍ୱ ଶୁଖିଲା ଗଛ

ଛେଣ୍ଡିପଦା,୩।୬(ସ୍ବ.ପ୍ର.) ଅନୁଗୋଳ ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅନେକ ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ବିଶେଷକରି ଛେଣ୍ଡିପଦା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏହି ଶୁଖିଲା...

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ଢେଙ୍କାନାଳ ଅଫିସ,୨ା୬-ଢେଙ୍କାନାଳ ଜିଲା ସଦର ଥାନା ସିମିନଇ ଅଞ୍ଚଳରେ ରବିବାର ଅପରାହ୍ନରେ ବଜ୍ରପାତ ଘଟି ଅଭୟ ପରିଡା(୪୦)ଙ୍କ ମୃତ୍ୟୁ ହୋଇଛି। ସେହିପରି ଅଭିଷେକ ମହାରଣା(୧୯)ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଅଭିଷେକଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଉଭୟେ...

କିଶୋରନଗରରେ କାଳବୈଶାଖୀ ତାଣ୍ଡବ:ବହୁ ଚାଳ ଘର ସହ ଛପର ଉଡ଼ିଗଲା

ବଇଣ୍ଡା,୨।୬(ଡି.ଏନ.ଏ)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା, ହଣ୍ଡପା, ନାକିଚି, କିଶୋରନଗର, ବାମୁର, ଅଙ୍ଗପଡ଼ା, ତୁରୁଡ଼ା ଆଦି ଗ୍ରାମ ଗୁଡ଼ିକରେ ରବିବାର କାଳବୈଶାଖୀ ହୋଇଛି। ହଠାତ୍‌ ଝଡ଼ ତୋଫାନ ମାଡ଼ି ଆସିବାରୁ ବ୍ୟାପକ ଚାଳ ଛପର ଘର, ଆଜବେଷ୍ଟସ ଘର...

ମାଧପୁର ଅଞ୍ଚଳରେ ମନମୁଖି ବିଦ୍ୟୁତ୍‌ କାଟ: ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ

ମାଧପୁର,୨।୬: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ କାଟ ହେଉଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ବିଭାଗର ମନମୁଖି କାର୍ଯ୍ୟରେ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବା କହିଛନ୍ତି। ଖରାଦିନ ହୋଇଥିବାରୁ ବିଦ୍ୟୁତ୍‌...

ଢେଙ୍କାନାଳ ମିନି ଷ୍ଟାଡିୟମରେ କଳ୍ପନାଙ୍କ ମରଶରୀର: ‘କଳ୍ପନା ଅମର ରହେ ’ଧ୍ୱନିରେ ପ୍ରକମ୍ପିତ ସାରା ସହର

ଢେଙ୍କାନାଳ ଅଫିସ,୨।୬: ପର୍ବତାରୋହିଣୀ କଳ୍ପନା ଦାସଙ୍କ ମରଶରୀର ରବିବାର ଭୁବନେଶ୍ୱରରେ ପହଞ୍ଚିଥିଲା। ପରେ ତାଙ୍କ ଜନ୍ମମାଟି ଢେଙ୍କାନାଳକୁ ନିଆଯାଇଥିଲା। ଢେଙ୍କାନାଳ ମିନି ଷ୍ଟାଡିୟମରେ ମରଶରୀର ୧୧ଟା ୫୫ ମିନିଟ୍‌ରେ ପହଞ୍ଚିବା ପରେ ସେଠାରେ ଭାବବିହ୍ବଳ ପରିବେଶ ସୃଷ୍ଟି ହୋଇଥିଲା। କଳ୍ପନା...

ରେଳଧାରଣା କଡରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୨।୬: ଅନୁଗୋଳ ଜିଲା ଚଣ୍ଡୀବଜାର ନିକଟସ୍ଥ ରେଳ ଧାରଣା କଡରୁ ରବିବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ପରିଚୟ ଏଯାବତ୍‌ ମିଳିପାରି ନାହିଁ। ତେବେ ଏହା ଏକ ହତ୍ୟାକାଣ୍ଡ କି ଆତ୍ମହତ୍ୟା ତାହା ସ୍ପଷ୍ଟ...

ଦୁର୍ଦ୍ଦଶା ବଢାଉଛି ବିଦ୍ୟୁତ୍‌ କାଟ : ସକାଳ ୬ରୁ ମଧ୍ୟାହ୍ନ ୧୨ ସଂଯୋଗ ବିଚ୍ଛିନ୍ନ

ବଇଣ୍ଡା,୨।୬(ଡି.ଏନ.ଏ.)- ଗ୍ରୀଷ୍ମ ପ୍ରବାହ ଅପେକ୍ଷା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ଲୋକଙ୍କ ଦୁର୍ଦ୍ଦଶା ବଢାଉଛି। ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ସଂଯୋଗ କାଟି ଦିଆଯାଉ ଥିବାରୁ ଉପଭୋକ୍ତା ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି, ଯାହା ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ...

ବ୍ରିଟିଶ ଅମଳର ବଙ୍ଗଳା ଜରାଜୀର୍ଣ୍ଣ

ଛେଣ୍ଡିପଦା,୨ା୬(ଡି.ଏନ.ଏ.)- ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ତଥା ଜରପଡା ରାଜସ୍ବ ସର୍କଲର ଦୁର୍ଗାପୁର ଗ୍ରାମସ୍ଥିତ ବ୍ରିଟିଶ ଅମଳର ଏକ ବ୍ରିଟିଶ ବଙ୍ଗଳା। ରାଜସ୍ବ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ରକ୍ଷଣାବେକ୍ଷଣ ତଥା ମରାମତି...

କାମରେ ଆସୁନି ଆଇନ : ଖୋଲାଖୋଲି ଚାଲିଛି ଗୁଟ୍‌ଖା ବ୍ୟବସାୟ

କାମାକ୍ଷାନଗର, ୨।୬- ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡ ଅଞ୍ଚଳରେ ବେଆଇନ ଗୁଟ୍‌ଖା ଏବଂ ତମାଖୁ ବ୍ୟବସାୟ ବଢ଼ିବାରେ ଲାଗିଛି। ଆଇନଗତ କଟକଣା ସତ୍ତ୍ୱେ ଏହାକୁ ଦେଖିବାକୁ କେହିନାହିଁ। ସଚେତନତା ଅଭାବ ଏବଂ ଆଇନରେ ରହିଥିବା ଗଳାବାଟ ଯୋଗୁ ବେଧଡ଼କ ବଢ଼ିଚାଲିଛି...

ବଅଁରପାଳ: ଦର ଆକାଶଛୁଅଁ।

ବଅଁରପାଳ, ୨ା୬(ଡି.ଏନ.ଏ.) ସୋମବାର ସାବିତ୍ରୀ ବ୍ରତ। ଏଥିପାଇଁ ଅନୁଗୋଳ ଜିଲାର ବିଭିନ୍ନ ମନ୍ଦିର, ଦୈବୀ ପୀଠରେ ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି ଚାଲିଛି। ବିଭିନ୍ନ ପୂଜା କମିଟି ପକ୍ଷରୁ କାର୍ଯ୍ୟକ୍ରମ ଆୟୋଜନର ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଏହି କ୍ରମରେ ବଅଁରପାଳସ୍ଥିତ ନାଲ୍‌କୋ...

ଦିନଟିଏ ପରେ ସାବିତ୍ରୀ : ଫଳ ଦୋକାନରେ ଅସମ୍ଭାଳ ଭିଡ଼

ଅନୁଗୋଳ ଅଫିସ, ୨।୬ – ଦିନଟିଏ ପରେ ସାବିତ୍ରୀ ଓଷା। ଆଗକୁ ମଧ୍ୟ ରଜ। ତେଣୁ ଅନୁଗୋଳ ସହରକୁ ଭଳିକି ଭଳି ଫଳ ଆସୁଥିବା ବେଳେ ଏସବୁ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ବଢ଼ୁଛି। ବିଶେଷକରି ସୋମବାର ସାବିତ୍ରୀ ପାଇଁ...

ରାସ୍ତାରେ ଭାସୁଛି ପିଟିସି ନର୍ଦ୍ଦମା ପାଣି: ଦୁର୍ଗନ୍ଧରେ ଫାଟୁଛି ନାକ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ପୌରାଞ୍ଚଳର ୧୬ନଂ. ଓ୍ବାର୍ଡରେ ଥିବା ଗୀତାଗ୍ରାମ ରାସ୍ତାରେ ଭାସୁଛି ପୋଲିସ ଟ୍ରେନିଂ କଲେଜ (ପିଟିସି) ନର୍ଦ୍ଦମା ପାଣି। ପଚାଶଢ଼ା ପାଣି ସହ ଶୌଚାଳୟ ଜଳ ରାସ୍ତାରେ ଜମିଥିବାରୁ ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଫଳରେ...

ବଢ଼ୁଛି ପାନୀୟଜଳ ସମସ୍ୟା: ଗ୍ରାମବାସୀଙ୍କ ବିକ୍ଷୋଭ

ତାଳଚେର,୨ା୬(ନି.ପ୍ର.)- ତାଳଚେର ବ୍ଲକ କଙ୍କିଳି ପଞ୍ଚାୟତର ନୂଆସାହି, କୃଷକସାହି ଓ ସଇନାଳି ଅଞ୍ଚଳରେ ପାନୀୟ ଜଳର ଘୋର ଅଭାବ ଦେଖାଦେଇଛି। ୨/୩ ହଜାର ଲୋକ ପାଣି ପାଇଁ ଅସୁବିଧା ଭୋଗ କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କିଛି ସୁଫଳ...

କଟକ ରେଫର ରୋଗୀଙ୍କୁ ନିଆଯାଉଛି ନର୍ସିଂହୋମ : ସରକାରୀ ଆମ୍ବୁଲାନ୍ସ ବ୍ୟବହାର ଅଭିଯୋଗ

ଅନୁଗୋଳ ଅଫିସ, ୨।୬- ଅନୁଗୋଳ ମେଡିକାଲରୁ ରେଫର ହେଉଥିବା ଗୁରୁତର ରୋଗୀଙ୍କ ମଧ୍ୟରୁ କେତେଜଣଙ୍କୁ କଟକ ବଦଳରେ ଅନୁଗୋଳର ଘରୋଇ ନର୍ସିଂହୋମ୍‌କୁ ନିଆଯାଉଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସକ୍ରିୟ ଥିବା ଦଲାଲ ମେଡିକାଲର କେତେଜଣ କର୍ମଚାରୀଙ୍କୁ ହାତ କରି ଏପରି...

ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ସୁଜାତା ପ୍ରଧାନ : ନିଜେ ଗଢ଼ିଛନ୍ତି ନିଜ ପରିଚୟ

ବନ୍ତଳା,୨ା୬- ସାତ ଭଉଣୀଭାଇଙ୍କ ମଧ୍ୟରୁ ସେ ହେଉଛନ୍ତି ପାଞ୍ଚ ନମ୍ବର। ଘର ବି ନିପଟ ମଫସଲି ଜଙ୍ଗଲ ଅଧ୍ୟୁଷିତ ଏକ ଗଁ। ରେ। ହେଲେ ଦୃଢ଼ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ବଳରେ ସେ ଅନୁଗୋଳ ସହରରେ ପାଇପାରିଛନ୍ତି ପ୍ରତିଷ୍ଠା।...

ଖବରଦାତାଙ୍କୁ ଦୁର୍ବ୍ୟବହାର ମାମଲା: ସୂଚନା ଓ ଲୋକସମ୍ପର୍କ ବିଭାଗର ତଦନ୍ତ

ଢେଙ୍କାନାଳ ଅଫିସ,୨।୬- ଢେଙ୍କାନାଳ ଜିଲାର ଖବରଦାତାଙ୍କୁ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଅଭିଯୋଗ ଆସିବା ପରେ ଏହାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ଶନିବାର ଉତ୍ତରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଏସ୍‌.ସି....

ସାତକୋଶିଆରେ ଚଢ଼ାଉ : ଶିକାରୀ ଗିରଫ

ବନ୍ତଳା, ୧ା୬(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବନ ବିଭାଗ ଚଢ଼ାଉ କରି ଶିକାର ପାଇଁ ପ୍ରସ୍ତୁତ ହେଉଥିବା କଟକ ନରସିଂହପୁର ଥାନା ଯାନିସାହି ଗ୍ରାମର ଅଶୋକ କୁମାର ପଣ୍ଡାଙ୍କୁ ବୁଧବାର ଗିରଫ ପରେ ଅନୁଗୋଳ କୋର୍ଟଚାଲାଣ କରାଯାଇଛି। ପୂର୍ବରୁ...