ଅନଗୁଳ-ଢେଙ୍କାନାଳ

ସାଇସ୍ବରୂପ, ପୀୟୂଷଙ୍କୁ ଏଲୋ ରେଟିଂ ମାନ୍ୟତା

ଢେଙ୍କାନାଳ ଅଫିସ, ୨୬।୭- ଢେଙ୍କାନାଳ ଶ୍ରେୟା ଚେସ୍‌ ଏକାଡେମୀର ଉଦୀୟମାନ ଖେଳାଳି ସାଇସ୍ବରୂପ ମିଶ୍ର ଏବଂ ପୀୟୂଷ କୁମାର ସାହୁଙ୍କୁ ଅନ୍ତର୍ଜାତୀୟ ଏଲୋ ରେଟିଂ ମାନ୍ୟତା ମିଳିଛି। ଚଳିତ ଜୁଲାଇ ୧ରେ ପ୍ରକାଶିତ ରେଟିଂ ତାଲିକାରେ ଉଭୟଙ୍କ ନାମ ସ୍ଥାନ...

ପୋଲିସ ଓ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୨୫।୭(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଧିରେ ଧିରେ ଅପରାଧ ବୃଦ୍ଧି ପାଉଛି। ଏଥିପ୍ରତି ଜନସାଧାରଣ ଅଧିକ ଯତ୍ନବାନ ହେବା ଆବଶ୍ୟକ। ପୋଲିସ ସହିତ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଅପରାଧ ହ୍ରାସ ପାଇବ ବୋଲି ବୁଧବାର କିଶୋରନଗର ବ୍ଲକ ଉରୁକୁଳା ପଞ୍ଚାୟତ ସଭାଗୃହ...

ବାଗେଡିଆ-ଛେଣ୍ଡିପଦା-ଅନୁଗୋଳ ମୁଖ୍ୟରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ

ଛେଣ୍ଡିପଦା,୨୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ବାଗେଡିଆ-ଛେଣ୍ଡିପଦା ୧୪୩ ବି ଜାତୀୟ ରାଜପଥ ଉପରେ ରାସ୍ତାରୋକ। ଗୁରୁବାର ସକାଳ ୬ଟାରୁ ପୁରୁଣାଗଡର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଉପରେ ଟାୟାର ଜାଳି ଧାରଣା ଦେଇଛନ୍ତି। ରାସ୍ତା ଅବରୋଧ ଯୋଗୁ ରାସ୍ତାର ଉଭୟ...

ଜିଲା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା: ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

ଢେଙ୍କାନାଳ ଅଫିସ, ୨୪।୭: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା କମିଟି ପକ୍ଷରୁ ପୂର୍ବାହ୍ନ ୧୦ଟାରୁ...

ଘର ଭାଙ୍ଗିଲା ହାତୀ

ବଇଣ୍ଡା, ୨୪ା୭(ଡି.ଏନ.ଏ.): କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ କଣ୍ଟେଇକୁଳିଆ ଗ୍ରାମରେ ମଙ୍ଗଳବାର ହାତୀ ଉପଦ୍ରବ କରି ବ୍ୟାପକ ଫସଲ ନଷ୍ଟ କରିବା ସହ କୁନା ସାହୁଙ୍କ ୩ ବଖରା ଚାଳ ଘର ଭାଙ୍ଗି ଦେଇଛନ୍ତି। ନିକଟସ୍ଥ ଜଙ୍ଗଲରୁ ହାତୀପଲ ବାରମ୍ବାର...

ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ: ବଅଁରପାଳରେ ପ୍ରଭାବ

ବଅଁରପାଳ,୨୪।୭(ଡି.ଏନ୍‌.ଏ.): ମୃତଦେହ ବ୍ୟବଚ୍ଛେଦ, ସଂରକ୍ଷଣ ଗୃହରୁ ୨ ମୃତଦେହରୁ ଆଖି ଗାଏବ, ନାବାଳିକାଙ୍କୁ ବଳାତ୍କାର ଓ ଅନୁଗୋଳ ସହରରେ ଆବର୍ଜନା ଭର୍ତ୍ତି ହେବା ଆଦି ଘଟଣାକୁ ନେଇ ବୁଧବାର ଭାଜପା କର୍ମୀଙ୍କ ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ...

ଆଖି ଗାଏବ, ନାବାଳିକା ବଳାତ୍କାର ଘଟଣା : ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅନୁଗୋଳ ବନ୍ଦ ପାଳନ

ଅନୁଗୋଳ ଅଫିସ,୨୪।୭: ଅନୁଗୋଳ ଜିଲାରେ ଗୋଟିଏ ସପ୍ତାହ ମଧ୍ୟରେ ଦୁଇଟି ମୃତଦେହରୁ ଆଖି ଗାଏବ ଏବଂ ଜଣେ ଆଠ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ଘଟଣା ପ୍ରତିବାଦରେ ବୁଧବାର ଭାଜପା ଅନୁଗୋଳ ନଗର ମଣ୍ଡଳ ପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।...

ଅସୁସ୍ଥ ଦନ୍ତାହାତୀ ପୋଖରୀରେ ପଡ଼ି ମୃତ

ବନ୍ତଳା,୨୪।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ରେଞ୍ଜ ଢେଙ୍କାନାଳ ବନଖଣ୍ଡ ଅଧୀନ ହିନ୍ଦୋଳ ରେଞ୍ଜ କରାବିରା ଗ୍ରାମ ନିକଟ ପୋଖରୀରେ ପଡ଼ି ମଙ୍ଗଳବାର ରାତିରେ ଏକ ଅସୁସ୍ଥ ଦନ୍ତାହାତୀର ମୃତ୍ୟୁ ଘଟିଛି। ଖବର ପାଇ ହିନ୍ଦୋଳ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ।...

ଭରତପୁର କୋଇଲା ଖଣିରେ ଅଘଟଣ: ମାଟି ଧସି ଫସିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଶ୍ରମିକ

ଅନୁଗୋଳ ଅଫିସ, ୨୪।୭: ତାଳଚେର ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସିଯାଇଛି। ଏଥିରେ ମୃତାହତଙ୍କ ସଂଖ୍ୟା ଜଣାପଡ଼ିନାହିଁ। ତେବେ ୮/୧୦ଟି ଭାରିଯାନ ମାଟିରେ ପୋତି ହୋଇଯାଇଥିବା କୁହାଯାଉଛି। ମଙ୍ଗଳବାର ରାତିରେ...

ପାଲଲହଡ଼ାବାସୀଙ୍କୁ ନାଳ ପାଣି ଯୋଗାଣ ଅଭିଯୋଗ

ପାଲଲହଡ଼ା,୨୪ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ସଦର ମହକୁମାବାସୀଙ୍କୁ ସ୍ବଚ୍ଛ ପିଇବା ପାଣି ଯୋଗାଣ ପାଇଁ ନିର୍ମାଣ ହୋଇଥିବା ଜଳଯୋଗାଣ ପ୍ରକଳ୍ପ ଅଚଳ ହୋଇପଡିଛି। ଏକ କମ୍ପାନୀ ପକ୍ଷରୁ ପ୍ରାୟ ଦେଢ କୋଟି ଟଙ୍କା ସହଯୋଗରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ...

ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ

ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ ପରିବାରକୁ ଭୋଗିବାକୁ ପଡୁଛି ଗୃହବନ୍ଦୀ ଜୀବନ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲା...

ତାତିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ: କମ୍ପାନୀ ଫାଟକରେ ତାଲା ଠୁଙ୍କିଲେ

ଢେଙ୍କାନାଳ ଅଫିସ, ୨୪।୭-ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୁଙ୍ଗ୍‌ଟା କମ୍ପାନୀ ପ୍ରଭାବିତ ଝାଡ଼ବନ୍ଧ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ୧୩ ଦଫା ଦାବି ନେଇ ସେମାନେ ମଙ୍ଗଳବାର କମ୍ପାନୀ ମୁଖ୍ୟ ଫାଟକରେ ତାଲା ପକାଇ...

ସାତକୋଶିଆରେ ହେବ ଶମ୍ବର ପ୍ରଜନନ କେନ୍ଦ୍ର

ବନ୍ତଳା,୨୪ା୭-ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ପାଇଁ ଖୁସି ଖବର। ଅନ୍ୟ ତୃଣଭୋଜୀ ଅପେକ୍ଷା ଶମ୍ବର ଶିକାର ବାଘର ପ୍ରଥମ ପସନ୍ଦ ହୋଇଥିବାରୁ ଏଠାରେ ଏକ ଶମ୍ବର ପ୍ରଜନନ କେନ୍ଦ୍ର କରାଯିବ। ଯେହେତୁ ଅଭୟାରଣ୍ୟରେ ଶମ୍ବର ସଂଖ୍ୟା ହ୍ରାସ ପାଉଛି ତେଣୁ ଭବିଷ୍ୟତରେ...

ଅନୁଗୋଳ ନାବାଳିକା ବଳାତ୍କାର ଘଟଣା: ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାରକେନ୍ଦ୍ର ପଛପଟେ ଶନିବାର ରାତିରେ ଘଟିଥିବା ନାବାଳିକା ବଳାତ୍କାର ଘଟଣାର ଅଭିଯୁକ୍ତ ଅମଲାପଡ଼ାର ଶିବୁ ପଟ୍ଟନାୟକ(୫୫)ଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ନାବାଳିକାଙ୍କ ମାଇଁ କରିଥିବା ଅଭିଯୋଗ ଆଧାରରେ ନଂ. ୫୫୨/୧୯ରେ ମାମଲା...

ଅନୁଗୋଳ ମେଡିକାଲରେ ପୁଣି ଉତ୍ତେଜନା: ବ୍ୟବଚ୍ଛେଦ ପୂର୍ବରୁ ଗୋଟିଏ ଆଖି ଗାଏବ

ଅନୁଗୋଳ ଅଫିସ, ୨୪।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଏକ ମୃତଦେହରୁ ପୁଣି ଗାଏବ ହୋଇଛି ଆଖି। ମଙ୍ଗଳବାର ସକାଳେ ଏପରି ଏକ ଅଭିଯୋଗକୁ ନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖାଦେଇଥିଲା। ଖବରପାଇ ଅନୁଗୋଳ ଥାନା...

ସାଢ଼େ ୩ବର୍ଷରେ ମଲେଣି ୧୦୪

ଢେଙ୍କାନାଳ ଅଫିସ,୨୪।୭-ଢେଙ୍କାନାଳ ଜିଲାରେ ସାପ କାମୁଡ଼ା ମୃତ୍ୟୁସଂଖ୍ୟା ଚିନ୍ତାଜନକ ହୋଇଛି। ଗତ ସାଢ଼େ ୩ବର୍ଷ ମଧ୍ୟରେ ଜିଲାରେ ସାପ କାମୁଡ଼ାରେ ୧୦୪ଜଣଙ୍କ ଜୀବନ ଗଲାଣି। ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଇଲାକାରେ ଏହି ସ୍ଥିତି ଅତ୍ୟନ୍ତ ଉଦ୍‌ବେଗଜନକ ରହିଛି। ସଚେତନତା ଅଭାବ...

ଢେଙ୍କାନାଳରେ ୩୫.୬% କମ୍‌ ବର୍ଷିଛି: ଦୁଇ ସପ୍ତାହରେ ବର୍ଷା ନ ହେଲେ ମରୁଡ଼ି

ଢେଙ୍କାନାଳ ଅଫିସ, ୨୪।୭-ଠକିଦେଲା ମୌସୁମୀ। ଲଘୁଚାପ ବର୍ଷା ବି ସେମିତି ଖାସ୍‌ ହେଲାନି। ଆକାଶରେ ବାଦଲ ଭାସୁଛି। ହେଲେ ବର୍ଷୁନି। ଯଦିବା କାଁ ଭାଁ ବର୍ଷା ହେଉଛି ସେତକ ଚାଷକୁ ପାଉନି। ଏପରି ସ୍ଥିତିରେ ଢେଙ୍କାନାଳ ଜିଲାରେ ଚାଷ ଉଜୁଡ଼ିଯିବା...

ବିଦ୍ୟୁତ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, କ୍ଷତିପୂରଣ ଦାବିରେ ଆନ୍ଦୋଳନ

ବଇଣ୍ଡା,୨୩।୭(ଡି.ଏନ.ଏ.)-କିଶୋରନଗର ବ୍ଲକ ସେସୁ କାର୍ଯ୍ୟାଳୟ ଅଧୀନରେ ଥିବା ନାକିଚି ଛେଳିଆଢିପ ବିଦ୍ୟୁତ ସବ୍‌ଷ୍ଟେଶନରେ କାର୍ଯ୍ୟରତ ବଇଣ୍ଡା ଗ୍ରାମର ପ୍ରହଲ୍ଲାଦ ମହାପାତ୍ର(୫୫)ଙ୍କ ମୃତଦେହ ମଙ୍ଗଳବାର ହଣ୍ଡପା ପୋଲିସ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର କରିଛି। ପ୍ରହଲ୍ଲାଦ ଓ ତାଙ୍କର ଜଣେ ସହଯୋଗୀ ଉକ୍ତ...