ଅନଗୁଳ-ଢେଙ୍କାନାଳ

ଔଷଧ ଖାଇ ୧୮ ଛାତ୍ରୀଛାତ୍ର ଅସୁସ୍ଥ

କାମାକ୍ଷାନଗର, ୯।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ତୁମୁସିଙ୍ଗା ଥାନା ବାରୁଆ (କା) ପଞ୍ଚାୟତ ଅଧୀନ ଆଞ୍ଚଳିକ ହାଇସ୍କୁଲରେ ଶୁକ୍ରବାର କୃମିନାଶକ ବଟିକା ଖାଇ ୧୮ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ...

ଅଗଷ୍ଟ କ୍ରାନ୍ତି ଦିବସ ପାଳିତ: ‘ସଂଗ୍ରାମୀଙ୍କ ପଥ ଅନୁସରଣ କର’

ଭୁବନ, ୯।୮(ଡି.ଏନ.ଏ.)-ଭୁବନ ହେଉଛି ସଂଗ୍ରାମୀଙ୍କ ମାଟି। ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କ ବଳିଦାନ ସ୍ବାଧୀନତା ସଂଗ୍ରାମ ଇତିହାସରେ ଲିପିବଦ୍ଧ। ଏହି ମାଟିର ସନ୍ତାନ ହୋଇ ଆମେ ଇତିହାସକୁ ଭୁଲିଯିବା ଅନୁଚିତ। ଦେଶମାତୃକାର ସେବାରେ ପ୍ରାଣବଳି ଦେଇଥିବା ବୀର ସଂଗ୍ରାମୀଙ୍କ ପଥ...

ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ: ବନ୍ଦ ୟୁନିଟ୍‌ ସଂଖ୍ୟା ୪କୁ ବୃଦ୍ଧି

ତାଳଚେର,୩।୮(ନି.ପ୍ର.): ଅନୁଗୋଳ ଜିଲା ଭରତପୁର କୋଇଲାଖଣି ଦୁର୍ଘଟଣା ପରେ ୩ ହଜାର ମେଗାୱାଟ ବିଶିଷ୍ଟ ମହାରତ୍ନ କମ୍ପାନୀ କଣିହଁାସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ କୋଇଲା ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗଛି। କୋଇଲା ଅଭାବରୁ ବିଭାଗୀୟ କର୍ତ୍ତୃପକ୍ଷ ଶନିବାର ପୁଣି...

ଜିଲା ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ: ‘ସମନ୍ବୟ ହିଁ ବିକାଶର ଚାବିକାଠି’

ଢେଙ୍କାନାଳ ଅଫିସ, ୨୯ା୭: ସମନ୍ବୟ ହିଁ ବିକାଶର ଚାବିକାଠି। ଗଣମାଧ୍ୟମ, ଜନସାଧାରଣ, ରାଜନେତା ଏବଂ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କଲେ ବିକାଶ ସମ୍ଭବ। ଗଣମାଧ୍ୟମ ପ୍ରତିନିଧି ସାମାଜିକ ବ୍ୟବସ୍ଥାର ସତର୍କ ପ୍ରହରି। ସେମାନେ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ସାମୂହିକ ସ୍ବାର୍ଥକୁ...

ପ୍ରଶାସନ ଦେଖାଇଲା ତତ୍ପରତା: ପୁଣିଥରେ ସହର ଜଗିବ ସିସିଟିଭି

ଢେଙ୍କାନାଳ ଅଫିସ, ୨୯।୭: ଢେଙ୍କାନାଳ ପୌରାଞ୍ଚଳରେ ଅଚଳ ହୋଇପଡ଼ିଥିବା ସିସିଟିଭିଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରାଇବାକୁ ପ୍ରକାଶ ପାଇଛି ପ୍ରଶାସନିକ ତତ୍ପରତା। ଜନଗହଳିପୂର୍ଣ୍ଣ ସ୍ଥାନରେ ଲାଗିଥିବା ସିସିଟିଭିଗୁଡ଼ିକର ମରାମତି ଆରମ୍ଭ ହୋଇଛି। ଏହା ଆପରାଧିକ କାର୍ଯ୍ୟକଳାପ ରୋକିବାରେ ସହାୟକ ହେବ ବୋଲି ଆଶାବ୍ୟକ୍ତ...

ଓଲଟିଲା ନାଇଟ୍‌ କୋଚ ବସ୍‌, ୨୫ ଆହତ

ବଇଣ୍ଡା, ୨୮ା୭(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ହଣ୍ଡପା ଥାନା ନାକିଚିସ୍ଥିତ ଛେଳିଆଢିପ ନିକଟରେ ଶନିବାର ବିଳମ୍ବିତ ରାତିରେ ଏକ ନାଇଟ୍‌ କୋଚ ବସ୍‌ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଛି। ଦୁର୍ଘଟଣାରେ ବସ୍‌ରେ ଥିବା ୨୫ ଜଣ...

ସ୍ପଷ୍ଟ ଦିବାଲୋକରେ ଲୁଟେରା ଆତଙ୍କ: ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଲୁଟ୍‌

ଭୁବନ, ୨୬।୭(ଡି.ଏନ.ଏ.)-ଭୁବନ ବସ୍‌ଷ୍ଟାଣ୍ଡରୁ ଶୁକ୍ରବାର ଅପରାହ୍ନ ୨ଟାରେ ବାଇକ୍‌ ଡିକି ଭାଙ୍ଗି ୨୯ ହଜାର ଟଙ୍କା ଏବଂ ଜରୁରୀ କାଗଜପତ୍ର ଲୁଟ୍‌ ହୋଇଛି। ଲୁଟ୍‌ର ଶିକାରଯ ହୋଇଛନ୍ତି ଭୂଷଳ ପଞ୍ଚାୟତ ଅସୁରବନ୍ଧପାଟଣା ଗ୍ରାମର ଲକ୍ଷ୍ମୀଧର ବେହେରା। ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ୍ଣ...

ଏନ୍‌ଏଚ୍‌ ଉପରେ ବର୍ଷାପାଣି ସୁଅ: ୨ ଘଣ୍ଟା ଯାତାୟାତ ବ୍ୟାହତ

କାମାକ୍ଷାନଗର, ୨୬ା୭(ଡି.ଏନ୍‌.ଏ.)-ଲଘୁଚାପ ପ୍ରଭାବରେ ହୋଇଥିବା ଲଗାଣବର୍ଷାରେ କାମାକ୍ଷାନଗର ଦେଇ ଯାଇଥିବା ୫୩ନଂ. ଜାତୀୟ ରାଜପଥର ବାଇସିଙ୍ଗାଗଡ଼ାରେ ୨ଫୁଟ ପାଣି ଜମି ରହିଥିଲା। ଫଳରେ ୨ ଘଣ୍ଟା ଧରି ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବାଇସିଙ୍ଗା ନାଳ ଉପରେ ଥିବା ଉକ୍ତ ଗଡ଼ା...

ନାଳରୁ ଅଧାପୋତା ଅବସ୍ଥାରେ ଶ୍ରମିକ ଉଦ୍ଧାର, ୭ ଦିନ ହେବ ନିଖୋଜ ଥିଲେ

ଛେଣ୍ଡିପଦା ,୨୬।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଡାହିବର ଗ୍ରାମ ନିକଟସ୍ଥ ନାଳରୁ ଶୁକ୍ରବାର ଅଧାପୋତା ଅବସ୍ଥାରେ ନିଖୋଜ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେ ହେଲେ ଝାଡ଼ଖଣ୍ଡ ରାଜ୍ୟ ସାହେବଗଞ୍ଜ ଥାନା ରାଜମହଲ ଗ୍ରାମର ବରଜାହାନ ଶେଖ। ପ୍ରକାଶ ଯେ,...

ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ଅନୁଗୋଳ ଅଫିସ, ୨୬।୭: ଅନୁଗୋଳ ଜିଲାର ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅନୁଗୋଳ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍‌ ଶୁକ୍ରବାର ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ...

ଏମ୍‌ସିଏଲ୍‌ କୋଇଲା ଖଣି ଦୁର୍ଘଟଣା : ୨ ମୃତଦେହ ଉଦ୍ଧାର

ତାଳଚେର,୨୬।୭(ନି.ପ୍ର.) : ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସି ପୋତି ହୋଇ ରହିଥିବା ୩ ଶ୍ରମିକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହକୁ ଶୁକ୍ରବାର ଏନ୍‌ଡିଆରଏଫ୍‌ ଟିମ୍‌ ଓ ଏମ୍‌ସିଏଲର ଉଦ୍ଧାରକାରୀ ଦଳ ଉଦ୍ଧାର...

ବର୍ଷା ପାଇଁ ଇନ୍ଦ୍ର ପୂଜା

ବନ୍ତଳା, ୨୬ା୭(ଡି.ଏନ.ଏ.)-ଜଳାଭାବ ଓ ମରୁଡ଼ି ପରିସ୍ଥିତି ଆଶଙ୍କା ଯୋଗୁ ଚାଷୀ ଚିନ୍ତାରେ ପଡିଥିବାବେଳେ ବର୍ଷା ପାଇଁ ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳ ପୋକତୁଙ୍ଗା ଗ୍ରାମରେ ଇନ୍ଦ୍ରପୂଜା ସହ ହୋମଯଜ୍ଞ ଅନୁଷ୍ଠିତ ହୋଇଛି। ବୁଧବାର ଗ୍ରାମର ରଣେଶ୍ୱର ମନ୍ଦିରରେ ଗ୍ରାମବାସୀ ପୂଜାପାଠର...

ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ମୃତଦେହରୁ ଗାଏବ ହୋଇନି ଆଖି

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରେ ଥିବା ଦୁଇଟି ମୃତଦେହରୁ ଆଖି ଗାଏବ ଅଭିଯୋଗ ଉପରୁ ପରଦା ହଟାଇଛନ୍ତି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା। ବ୍ୟବଚ୍ଛେଦ ରିପୋର୍ଟରେ ଆଖି କେହି ଚୋରାଇ...

ଉଦ୍ଧାର ନାବାଳିକା ଗଲେ ବାଳାଶ୍ରମ: ୮ ଦିନ ହେଲା ଥିଲେ ପ୍ରେମିକ ଘରେ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ପୋଲିସ ତାଙ୍କ ପ୍ରେମିକଙ୍କ ଘରୁ ଉଦ୍ଧାର କରିଛି। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବନ୍ତଳା ପୋଲିସ ନାବାଳିକାଙ୍କୁ ଉଦ୍ଧାର କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର...

ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ: ଚଳିତ ବର୍ଷ ଦୁର୍ଘଟଣା ନେଇଛି ୮୮ ଜୀବନ

ଅନୁଗୋଳ ଅଫିସ, ୨୬।୭-ରାସ୍ତା ଦୁର୍ଘଟଣା ନିୟନ୍ତ୍ରଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା କମାଇବା ଉପରେ ଗୁରୁବାର ଅନୁଷ୍ଠିତ ଜିଲା ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲାପାଳ ମନୋଜ କୁମାର ମହାନ୍ତି ଗୁରୁତ୍ୱ ଦେଇଛନ୍ତି। ଚଳିତ ବର୍ଷ ଜିଲାରେ ବିଭିନ୍ନ ସ୍ଥାନରେ...

ଅନୁଗୋଳରେ ବର୍ଷା, ଲୋକେ ଆଶ୍ୱସ୍ତ: ଭିଜିଲା ଶୁଖିଲା କ୍ଷେତ

ଅନୁଗୋଳ ଅଫିସ, ୨୬।୭-ଅନୁଗୋଳରେ ଗୁରୁବାର ମଧ୍ୟାହ୍ନରେ ୨ ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହୋଇଛି। ଏଥିଯୋଗୁ ଲାଗି ରହିଥିବା ଗରମ ଗୁଳୁଗୁଳିରୁ ସହରବାସୀ ମୁକ୍ତି ପାଇଥିବାବେଳେ ଶୁଖିଲା କ୍ଷେତ ଭିଜିବା ଖୁସିରେ ଚାଷୀ ଆଶ୍ୱସ୍ତ ହୋଇଛନ୍ତି। ମଧ୍ୟାହ୍ନ ୨ଟାରୁ...

ଏମ୍‌ସିଏଲ୍‌ ଭରତପୁର ଖଣି ଦୁର୍ଘଟଣା: ବର୍ଷା, ଅତଡ଼ା ଖସିବାରୁ ବାଧା

ତାଳଚେର,୨୬ା୭(ନି.ପ୍ର.)-ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର ଖଣିରେ ଖସିପଡ଼ିଥିବା କୋଇଲା ଅତଡା ତଳେ ମଙ୍ଗଳବାର ରାତିରୁ ଚାପି ହୋଇ ରହିଥିବା ୩ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଗୁରୁବାର ପୂର୍ବାହ୍ନରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ରାସ୍ତା ନିର୍ମାଣ...

ଚିନାଙ୍କ ପାଖରେ ପହଞ୍ଚିଲା ପ୍ରଶାସନ

ପରଜଙ୍ଗ, ୨୬।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ଭେଜିଆ ୩ନଂ. କଲୋନୀର ଅସହାୟ ଚିନା ନାୟକ (୮୧)ଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ତାଙ୍କୁ ଦିଆଯାଇଛି ୭୦୦ ଟଙ୍କା ଭତ୍ତା। ସରପଞ୍ଚ ଦେଇଛନ୍ତି ୧୦ କେଜି ଚାଉଳ। ଖୁବ୍‌ ଶୀଘ୍ର...