ବହିଯାଉଥିବା ପାଣିରେ ଭାଜପା ସରକାର ହାତ ଧୋଉଛନ୍ତି: ବିଜେଡି

ଭୁବନେଶ୍ୱର,୧୧।୨(ଅନୁରାଧା ମହାରଣା): କଟକର ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ କ୍ରିକେଟ ମ୍ୟାଚ ବେଳେ ଫ୍ଲଡ୍‌ ଲାଇଟରେ ବିଭ୍ରାଟ ପାଇଁ ପ୍ରାୟ ୩୦ ମିନିଟ କାଳ ଖେଳ ବନ୍ଦ ରହିଥିଲା। ତାହା ବିଶ୍ୱର କ୍ରୀଡ଼ାପ୍ରେମୀଙ୍କ ସମ୍ମୁଖରେ ଓଡ଼ିଶାକୁ ଲଜ୍ଜିତ କରିଛି ବୋଲି ବିଜେଡି ମିଡିଆ ସଂଯୋଜକ ଲେନିନ୍‌ ମହାନ୍ତି କହିଛନ୍ତ। ଏଥିସହିତ ସେ ରାଜ୍ୟର କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।

ବିଜେଡି ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ବିବୃତିରେ ଲେନିନ କହିଛନ୍ତି, ଗତ ୮ ମାସରେ କ୍ରୀଡ଼ାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅବଦାନ ଶୂନ ରହିଛି। ବହିଯାଉଥିବା ଝରଣା ପାଣିରେ ହାତ ଧୋଇବା ପରି ଆୟୋଜିତ ହେଉଥିବା କ୍ରୀଡ଼ା କାର୍ଯ୍ୟକ୍ରମରେ ଭାଜପା ସରକାର ଉପସ୍ଥିତି ଜାହିର କରି ବାହାଦୁରି ନେବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି। ଏଭଳି ସ୍ଥଳେ ଫ୍ଲଡ୍‌ ଲାଇଟ୍‌ ବିଭ୍ରାଟର ବିଫଳତାକୁ ରାଜ୍ୟ ସରକାର ମୁଣ୍ଡକୁ ନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ ବୋଲି ବିଜେଡି ଦାବି କରୁଥିବା ଲେନିନ୍‌ କହିଛନ୍ତି। ପ୍ରାୟ ୬ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ୍‌ ଓଡ଼ିଶାକୁ ମିଳିଥିଲା। ମ୍ୟାଚକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଓ ରାଜ୍ୟ ସରକାରଙ୍କ ଗୁରୁଦାୟିତ୍ୱ ରହିଥିଲା। ଏଥିପାଇଁ ପ୍ରଶାସନିକସ୍ତରରେ ବାରମ୍ବାର ସମୀକ୍ଷା ବୈଠକ ହୋଇଥିଲା। ସେଥିରେ ସୂର୍ଯ୍ୟବଂଶୀ ଭାଗ ନେବା ସହିତ ଷ୍ଟାଡିୟମର ସ୍ଥିତି ଓ ପ୍ରସ୍ତୁତିର ତଦାରଖ କରିଥିଲେ। ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରବାଟୀ ଷ୍ଟାଡିୟମରେ ଏକ ସମୀକ୍ଷା କରିଥିଲେ। ଏତେ ସବୁ ପ୍ରସ୍ତୁତି ଓ ପ୍ରତିଶ୍ରୁତି ପରେ ଫ୍ଲଡ୍‌ ଲାଇଟ ବିଭ୍ରାଟ ଘଟିଛି। ବିଦ୍ୟୁତ୍‌ ବିଭାଗର ଇଞ୍ଜିନିୟର କାହିଁକି ଉପସ୍ଥିତ ନ ଥିଲେ ଏବଂ ଫ୍ଲଡ୍‌ ଲାଇଟ୍‌ ଓ ଜେନେରେଟର ବିଦ୍ୟୁତ୍‌ ଯୋଗାଣ ବାବଦରେ ବିଦ୍ୟୁତ୍‌ ବିଭାଗର କୌଣସି ଯନ୍ତ୍ରୀ ଏହି ବିଦ୍ୟୁତ୍‌ ଯୋଗାଣକୁ ସ୍ବୀକୃତି ପ୍ରଦାନ କରିଥିଲେ କି ବୋଲି ଲେନିନ୍‌ ପ୍ରଶ୍ନ କରିଛନ୍ତି। ଦେଶର ଜଣାଶୁଣା କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାର ‘ଏକ୍ସ’ରେ ଏକ ପୋଷ୍ଟରେ ଅତୀତରେ ପାକିସ୍ତାନରେ ଫ୍ଲଡ୍‌ ଲାଇଟ ବିଭ୍ରାଟ କଥା ସାମ୍ନାକୁ ଆସିଥିବା ଉଲ୍ଲେଖ କରିଛନ୍ତି। କଟକର ନାଁ ତା’ ସହିତ ଯୋଡ଼ା ହୋଇଗଲା ବୋଲି ମଜୁମଦାର ଲେଖିଥିବା କଥା ଲେନିନ୍‌ କହିଛନ୍ତି।

ଉପରଲିଖିତ ଘଟଣା ଓଡ଼ିଶାକୁ ନିନ୍ଦିତ କରିଥିବାବେଳେ ଓସିଏକୁ ଏନେଇ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ବୋଲି ସୂର୍ଯ୍ୟବଂଶୀ ଦେଇଥିବା ମନ୍ତବ୍ୟ ହାସ୍ୟାସ୍ପଦ ବୋଲି ଲେନିନ୍‌ କହିଛନ୍ତି। ରାଉରକେଲାରେ ହକି ଲିଗ୍‌ର ଫାଇନାଲ ବେଳେ ଅବ୍ୟବସ୍ଥା କାରଣରୁ ଦଳାଚକଟା ସ୍ଥିତି ହୋଇଥିଲା। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ଗାଡ଼ି କଳିଙ୍ଗ ଷ୍ଟାଡିୟମ ଟ୍ରାକ୍‌ରେ ଚଢ଼ାଇବା ଘଟଣା କ୍ରୀଡ଼ାପ୍ରେମୀଙ୍କୁ ଆଘାତ ଦେଇଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡସ୍ତରୀୟ ଅଭିଯୋଗ ଶୁଣାଣି: ୪ ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ସହ ମିଳିଲା ଟଙ୍କା

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ସୋମବାର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲା ଅତିରିକ୍ତ...

ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ୧୨୮ ଗାଈ, ମାଡ଼ିବସିଲା ପୋଲିସ, ଗିରଫ ହେଲେ…

ଭଞ୍ଜନଗର,୧୭।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ବିଗତ କିଛି ଦିନ ହେବ ବେଆଇନ ଗୋଚାଲାଣ ଉପରେ କଡ଼ା ଆଭିମୁଖ୍ୟ ଆପଣାଇଛି। ରବିବାର ଓ ସୋମବାର...

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ: ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଲାଗି ଦାବି କଲେ ଗ୍ରାମବାସୀ

ସଇଁତଳା,୧୭।୩(ରାଖାଲ ପ୍ରସାଦ ଶତପଥି) : ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ଜଣକ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି।...

ମରାମତି ପାଇଁ ପୋଖରୀ ପରିଦର୍ଶନ କଲେ ବିଡ଼ିଓ, ମାସିକ ବୈଠକରେ ସର୍ବସମ୍ମତି କ୍ରମେ ଅର୍ଥ ମଞ୍ଜୁର, ଖର୍ଚ୍ଚ ହେବ…

କେସିଙ୍ଗା.୧୭।୩(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସିରୋଲ ଗ୍ରାମ ପଞ୍ଚାୟତର ଚଟାଣ ସାଗରର ମରାମତି ଓ ପଙ୍କ ଉଠାଇବା ପାଇଁ ବିଡ଼ିଓ, ବ୍ଲକ ଅଧ୍ୟକ୍ଷଙ୍କ...

ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଉଦଯାପିତ: ଚନ୍ଦ୍ରକାନ୍ତ-ବିଘ୍ନେଶ ଯୋଡି ଚାମ୍ପିୟନ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ବଡ଼ଖେମୁଣ୍ଡି ହାଇସ୍କୁଲ ଖେଳ ପଡିଆ ପରିସରରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଆୟୋଜିତ ଆନ୍ତଃରାଜ୍ୟ ଖେମୁଣ୍ଡି ଓପନ...

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ପୋଲିସ, ୨ ଜୁଆଡିଙ୍କ ପାଖରୁ ଜବତ ହେଲା…

ହିଞ୍ଜିଳିକାଟୁ,୧୭।୩(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଥାନା ତଥା ଆଡପଡା ଫାଣ୍ଡି ମୋହିଗୁଡା ଘୋଡାହାଡ ନଦୀ କୂଳରେ ରବିବାର ବିଳମ୍ବିତ ରାତିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ...

ବିଦ୍ୟୁତ ଆଘାତରେ ଆସି ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ, ନିଯୁକ୍ତି ଦାବିରେ ମୃତଦେହ ରଖି ରାସ୍ତାରୋକୋ

ବ୍ରହ୍ମପୁର, ୧୭/୩(ସୁବାସ ଚନ୍ଦ୍ର ପାଢ଼ୀ): ବିଦ୍ୟୁତ ତାର ଆଘାତରେ ଜଣେ ରଙ୍ଗମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମ କୁମ୍ଭାର...

ଯୁବତୀଙ୍କ ଆତ୍ମହତ୍ୟା: ମୃତଦେହ ଜବତ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ଗଜାନନ ଗଳିରେ ପରିବାର ସହ ରହୁଥିବା ଜଣେ ୨୦ ବର୍ଷୀୟା ଯୁବତୀ ମନିଷା ବେହେରା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri