ଆଜି ମା’ଙ୍କ ମହାନବମୀ ପୂଜା

ଭୁବନେଶ୍ୱର, ୭ା୧୦(ବ୍ୟୁରୋ)- ସୋମବାର ପୂଜା ମଣ୍ଡପଗୁଡ଼ିକରେ ଉତ୍ସାହର ସହ ଚାଲିଛି ଜଗଜ୍ଜନନୀ ମା’ ଦୁର୍ଗାଙ୍କ ମହାନବମୀ ପୂଜା। ପ୍ରାତଃ ୫ଟା ୩୨ରେ ମଙ୍ଗଳ ଆଳତି, ପ୍ରାତଃ ୬ରୁ ୮ଟା ୫ପର୍ଯ୍ୟନ୍ତ ସୂର୍ଯ୍ୟପୂଜା, ସାଢ଼େ ୮ଟାରୁ ମହାନବମୀ ବିହିତ ପୂଜାରମ୍ଭ ହୋଇଥିଲା। ଏହା ପରେ ସାଢ଼େ ୧୦ଟାରୁ ମହତ ପୂଜା ହୋମ, ନବାହ୍ନ ଭୋଗ ଓ ପୁଷ୍ପାଞ୍ଜଳି ଦିଆଯାଇଥିଲା। ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ଭକ୍ତଙ୍କୁ ଖେଚୁଡ଼ି ଭୋଗ ଦିଆଯାଉଛି। ନବମୀରେ ମା’ଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଭିଡ଼ ଜମିଛି। ସେପଟେ ପୂଜାର ପ୍ରତି ମୁହୂର୍ତ୍ତକୁ ସାଉଁଟି ରଖିବା ପାଇଁ ଯୁବପିଢ଼ିଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ସେଲ୍‌ଫି ନେବା ପାଇଁ ଭୁଲୁନାହାନ୍ତି। ଭୁବନେଶ୍ୱରର ୧୭୧ଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଛି। ସେହିପରି କଟକରେ ୧୬୭ଟି ମଣ୍ଡପରେ ମା’ଦୁର୍ଗା ଓ ହରପାର୍ବତୀଙ୍କ ପୂଜା ଚାଲିଛି। ସେହପରି ବିଭିନ୍ନ ଶକ୍ତିପୀଠରେ ଦଶମୀ ପୂଜା ରୀତିନୀତି ଅନୁଯାୟୀ କରାଯାଉଛି।


All Right Reserved By Dharitri.Com

ରାଜନଗରରେ ବିଜେଡିର ବାଜିମାତ, ଧ୍ରୁବ ବିଜୟୀ

ରାଜନଗର, ୨୩।୫(ଡି.ଏନ୍‌.ଏ.)- ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଧ୍ରୁବ ଚରଣ ସାହୁ କଂଗ୍ରେସର ଅଂଶୁମାନ ମହାନ୍ତିଙ୍କୁ ହରାଇ ବିଜୟୀ ହୋଇଛନ୍ତି। ଧ୍ରୁବ ପ୍ରାୟ ୧୬,୭୨୫...

ଅନୁପଙ୍କ ଗିରଫଦାରିକୁ ବେଆଇନ କହିଲେ ଝିଅ

ଭୁବନେଶ୍ୱର,୨୫ା୨(ବ୍ୟୁରେ।): ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ଝିଅ ବବ୍‌ଲି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏ ଓ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋ...

ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି...

କଣିହାଁରେ ପ୍ରତିଷ୍ଠା ହେବ ଜେଏମ୍‌ଏଫ୍‌ସି

କଣିହାଁ, ୪ା୨(ଡି.ଏନ.ଏ.) ଅନୁଗୋଳ ଜିଲା କଣିହାଁ ବ୍ଲକରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମ୍‌ଏଫସି) ପ୍ରତିଷ୍ଠା ହେବ। ଏ ନେଇ ସୋମବାର ଅପରାହ୍ନ ୫ଟାରେ...

ବିଜେପୁର ଆସନ ଛାଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨।୬(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାନସଭା ଆସନରୁ ରବିବାର ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବିଜେପୁର ବିଧାୟକ ଭାବେ ନିଜ ଇସ୍ତଫା ପତ୍ର ଓଡ଼ିଶା ବିଧାନସଭାର...

ଆମ ଗାଁ ଆମ ବିକାଶ ଯୋଜନା ପ୍ରକଳ୍ପ ନିମ୍ନମାନର: ୬ମାସ ପୂରିନି, ଭାଙ୍ଗିଲା ଗାଧୁଆ ତୁଠ

ରସୁଲପୁର,୧୨।୧୦(ଡିଏନଏ): ରସୁଲପୁର ବ୍ଲକର ବଡକଇଁଚି ପଞ୍ଚାୟତରେ ଆମ ଗାଁ ଆମ ବିକାଶ ଯୋଜନାରେ ପୋଖରୀ ପାହାଚ ଓ ଗାଧୁଆ ତୁଠ ନିର୍ମାଣ ଅତ୍ୟନ୍ତ ନିମ୍ନମାନର ହୋଇଛି।...

୮୦ଭାଗ କାମ ଅଟକିଛି, ଚାଲୁନି ସିସିଟିଭି

ବାରଙ୍ଗ,୬ା୬(ଡି.ଏନ୍‌.ଏ.): ମେ ୩ରେ ଘଟିଥିବା ବାତ୍ୟା ଫନୀକୁ ଏ ମଧ୍ୟରେ ମାସେ ବିତିଯାଇଛି। କିନ୍ତୁ ଏବେ ସୁଦ୍ଧା ନନ୍ଦନକାନନର ଚିତ୍ର ପୂର୍ଣ୍ଣରୂପେ ବଦଳିନାହିଁ। ପୁନରୁଦ୍ଧାର କାର୍ଯ୍ୟ...

ସରିଲା ଚିନ୍ତା ଓ ଚେତନାର ୪୦ତମ ବୈଶାଖୀ ମହୋତ୍ସବ: ଶେଷଦିନରେ ଯାଦୁ କଲା ମନଛୁଅଁ। ସଙ୍ଗୀତ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଚିନ୍ତା ଓ ଚେତନା ପକ୍ଷରୁ ଗତ ୩ଦିନ ବ୍ୟାପୀ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୪୦ତମ ରାଷ୍ଟ୍ରୀୟ ବୈଶାଖୀ ମହୋତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ...

Leave a comment

Your email address will not be published. Required fields are marked *