ମନ୍ଦିରର ଦାନ ଅର୍ଥରେ ସରକାରୀ ହସ୍ପିଟାଲର ରୋଗୀଙ୍କୁ ଦିଆଯାଏ ୨ ବେଳା ଖାଦ୍ୟ

ମନ୍ଦିର କହିଲେ ବୁଝାଏ ଦାନ ଦକ୍ଷିଣା, ପୂଜାପାଠ ଆଦିକୁ। ହେଲେ ମହାରାଷ୍ଟ୍ର ପୁଣେର ଦଗଡୁ ସେଠ ହଲଓ୍ବାଇ ଗଣେଶ ମନ୍ଦିର ସବୁଠାରୁ ନିଆରା। କାରଣ ଭକ୍ତଙ୍କ ଦ୍ୱାରା ଏଠାରେ ଦିଆଯାଉଥିବା ଦାନ ଅର୍ଥ ଲୋକଙ୍କ ସେବାରେ ଲାଗିଥାଏ। ଏହା ଦେଶର ଏମିତି ଏକମାତ୍ର ମନ୍ଦିର ବୋଲି କୁହାଯାଏ। ଦଗଡୁ ସେଠ ହଲଓ୍ବାଇ ନାମକ ଜଣେ ବ୍ୟକ୍ତି ପ୍ରାୟ ଶହେ ବର୍ଷ ପୂର୍ବେ ଏହି ମନ୍ଦିର ନିର୍ମାଣ କରିଥିଲେ। ଏବେ ବର୍ଷକୁ ପ୍ରାୟ ୧୫ କୋଟି ଟଙ୍କା ଦାନ ଅର୍ଥକୁ ସରକାରୀ ହସ୍ପିଟାଲରେ ଥିବା ରୋଗୀଙ୍କ ପାଇଁ ଖର୍ଚ୍ଚ କରାଯାଉଥିବା କୁହନ୍ତି ମନ୍ଦିର ପରିଚାଳକ। ଏଠାରେ ଥିବା ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମନ୍ଦିର ପକ୍ଷରୁ ଦିନକୁ ଦୁଇ ବେଳା ଖାଦ୍ୟ ଯୋଗାଇ ଦିଆଯାଇଥାଏ। ସେହିଭଳି ଗର୍ଭବତୀଙ୍କୁ ଅଲଗା ଲଡୁ ମଧ୍ୟ ଦିଆଯାଏ। ୨୦୧୬ରେ ଗର୍ଭବତୀଙ୍କ ପାଇଁ ଥିବା ୫ଟି ଓ୍ବାର୍ଡର ମରାମତି କରାଯିବା ସହ ୭୦ ଶିଶୁଙ୍କ ପାଇଁ ଏନ୍‌ଆଇସିୟୁ ଓ ଆଇସିୟୁ ମଧ୍ୟ ମନ୍ଦିର ଦ୍ୱାରା ନିର୍ମାଣ କରାଯାଇଛି।


All Right Reserved By

ଲମ୍ବା ଜିଭ ଥିବା ଶିଶୁ

ଓକଲାହାମର ଫାରା ରଥ୍‌ ଗର୍ଭବତୀ ଥିବା ସମୟରେ ଅଲଟ୍ରାସାଉଣ୍ଡ କରାଇଥିଲେ ଆଉ ଯାହା ଦେଖିଲେ ତାଙ୍କୁ ବେଶ୍‌ କୌତୂହଳମୟ ଲାଗିଥିଲା। ଅଲଟ୍ରାସାଉଣ୍ଡ ଦେଖିଲେ ଲାଗୁଥିଲା ତାଙ୍କ...

ଆୟୋଜିତ ହେଲା ଇମ୍ରାନଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରା

ରାୟପୁର,୨୯।୮: ଛତିଶଗଡ଼ ରାୟପୁରରେ କେତେକ ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଅନ୍ତ୍ୟେଷ୍ଟି ଶୋଭାଯାତ୍ରାର ଆୟୋଜନ କରିଥିଲେ। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଥିବା ଅନୁଚ୍ଛେଦ ୩୭୦କୁ ନେଇ...

ଭୁଲସ୍ଥାନରେ ରହିଛି ଏହି ବ୍ୟକ୍ତିଙ୍କ ଅଙ୍ଗପ୍ରତ୍ୟଙ୍ଗ, ଡାକ୍ତର ବି ଚିନ୍ତାରେ

କୁହାଯାଏ, ଭଗବାନ ମଣିଷଙ୍କୁ ଏପରି ଗଢ଼ିଥା’ନ୍ତି କି ଯେଉଁ ଅଙ୍ଗ ଯେଉଁଠି ରହିବା କଥା ରଖିଥା’ନ୍ତି। ଯେମିତିକି ମୁହଁ, ଆଖି, ନାକ, କାନ, ପେଟ ଯଥାସ୍ଥାନରେ...

ଚା’ ଦୋକାନ ପାଲଟିଛି ଲେଖକଙ୍କ ଆଲୋଚନା ସ୍ଥଳି

ଥିରୁଭାନନ୍ତପୁରମ୍‌: ସାଧାରଣତଃ କୌଣସି ବହିକୁ ନେଇ ଚର୍ଚ୍ଚା ହେଉ ଅବା ଲେଖକଙ୍କ ସମ୍ମିଳନୀ ଏହିସବୁ ବହି ଦୋକାନରେ କି କୌଣସି ଅନୁଷ୍ଠାନ ବା ଅଡିଟୋରିୟମରେ ହୋଇଥାଏ।...

ନିର୍ବାଚନ ପ୍ରଚାର ସମୟରେ ଶିବସେନା ଏମ୍‌ପିଙ୍କୁ ଛୁରାମାଡ଼

ମୁମ୍ବାଇ,୧୬।୧୦: ମହାରାଷ୍ଟ୍ର ଉସ୍ମାମାନାବାଦର ଏମ୍‌ପି ଓମ୍‌ ରାଜେ ନିମ୍ବାଲକରଙ୍କୁ ବୁଧବାର ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହୋଇଥିବା ସୂଚନା ମିଳିଛି।...

ଦୁର୍ଗାମଣ୍ଡପରେ ଆଜାନ ପରିବେଷଣକୁ ନେଇ ଆସିଲା ଅଭିଯୋଗ

କୋଲକାତା,୭।୧୦: କୋଲକାତାରେ ଆମେ ଅଲଗା ନୁହେଁର ଏକ ବାର୍ତ୍ତା ନେଇ ଆୟୋଜକମାନେ ଲୋକଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସଦ୍‌ଭାବନା ଜାଗ୍ରତ କରିବା ପାଇଁ ନିଆରା ପଦକ୍ଷେପ ଆପଣାଇଛନ୍ତି।...

ଭାଜପା ପାଇଁ ପ୍ରଚାର କଲେ ରେସ୍‌ଲର ଖଲି

କୋଲକାତା,୨୬।୪: ଚଳିତ ଲୋକ ସଭା ନିର୍ବାଚନରେ କେତେଜଣ ବଲିଉଡ୍‌ ସେଲିବ୍ରିଟି, ସ୍ପୋର୍ଟସ୍‌ ପର୍ସନ୍‌ ରାଜନୀତି ମଇଦାନକୁ ଆସିଥିବା ଦେଖାଯାଇଛି। ଏହି କ୍ରମରେ ରେସଲର ଦଲିପ ସିଂ...

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ

ନୂଆଦିଲ୍ଲୀ,୧୯।୮: ବହୁଦିନ ଧରି ଅସୁସ୍ଥ ଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କ ପରଲୋକ ହୋଇଛି। ସୋମବାର ଦିଲ୍ଲୀଠାରେ ସେ ୮୨ ବର୍ଷ ବୟସରେ ଶେଷ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *