Posted inଜାତୀୟ

ବିଦେଶରେ ବି ସାଥିରେ ରହିବେ ଏସ୍‌ପିଜି ସୁରକ୍ଷାକର୍ମୀ: ଅମାନ୍ୟ କଲେ ଯାତ୍ରା ହେବ ରଦ୍ଦ

ନୂଆଦିଲ୍ଲୀ,୭।୧୦: ଏଣିକି ବିଦେଶ ଗସ୍ତ ସମୟରେ ମଧ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ସାଥିରେ ଏସ୍‌ପିଜି ସୁରକ୍ଷାକର୍ମୀ ରହିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପେଶାଲ ପ୍ରୋଟେକସନ୍‌ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ପାଉଥିବା ବ୍ୟକ୍ତି ବିଦେଶ ଗସ୍ତ କଲେ ମଧ୍ୟ ସେମାନଙ୍କ ସହିତ ଏସ୍‌ପିଜି ସୁରକ୍ଷାକର୍ମୀ ଯିବେ। ଏହାର ଅମାନ୍ୟ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଦେଶ ଯାତ୍ରା ରଦ୍ଦ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏସ୍‌ପିଜି ସୁରକ୍ଷା ଦିଆଯାଇଛି। ରାହୁଲଙ୍କ କଲମ୍ବିଆ ଗସ୍ତ କରିବା ସୂଚନା ମିଳିବା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି।


All Right Reserved By Dharitri.Com

ବନ୍ୟା ପାଣିରେ ଫଶିଗଲେ ରିକ୍ସା ଚାଳକ, ଭୋ ଭୋ ହୋଇ କାନ୍ଦି ଜୀବନ ବଦଳରେ ବଞ୍ଚାଉଛନ୍ତି ରିକ୍ସା

ପାଟନା, ୨୯।୯: ବିହାରରେ ଗତ ଦୁଇଦିନ ହେବ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ବନ୍ୟା ଯୋଗୁ ଲୋକେ ନାହିଁ ନ ଥିବା...

ଅନୁରାଗ ୭୨, ପର୍‌ଭେଶ ୯୬ ଘଣ୍ଟା ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରଚାର

ନୂଆଦିଲ୍ଲୀ,୩୦।୧: ବିବାଦୀୟ ବୟାନକୁ ନେଇ ନିର୍ବାଚନ ପ୍ରଚାର କରୁଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ୭୨ ଘଣ୍ଟା ଓ ଭାଜପା...

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବୀରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୭।୬: ନୂଆ ଲୋକ ସଭାର କାମଚଳା ବାଚସ୍ପତି ଭାବେ ଭାଜପା ଏମ୍‌ପି ବୀରେନ୍ଦ୍ର କୁମାର ସୋମବାର ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ...

ସୀମାରେ ବଢୁଛିି ସ୍ପାଇକ୍‌ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ସଂଖ୍ୟା: ସେନାମୁଖ୍ୟ

ନୂଆଦିଲ୍ଲୀ,୬।୨: ଭାରତ-ପାକିସ୍ତାନ ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ...

ସୁରକ୍ଷା ପ୍ରତିଶ୍ରୁତି ଦେଲେ ମମତା: ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଡାକ୍ତର ରାଜି

କୋଲକାତା,୧୭ା୬(ପି.ଟି.) ପଶ୍ଚିମବଙ୍ଗରେ ୨ ଜଣ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସପ୍ତାହେ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କ ପାଇଁ...

ଜାତୀୟ ପୁରସ୍କାର ପ୍ରାପ୍ତ ବଳଦର ଅନ୍ତିମ ସଂସ୍କାର କଲେ କୃଷକ

କ୍ରିଷ୍ଣା,୨୫।୧୦: ଆନ୍ଧ୍ରପ୍ରଦେଶ କ୍ରିଷ୍ଣା ଜିଲାର କୃଷକ କେଶରନେନି ରାଜା ତାଙ୍କ ଜାତୀୟ ପୁରସ୍କାର ପ୍ରାପ୍ତ ବଦଳର ଅନ୍ତିମ ସଂସ୍କାର କରିବା ଖବର ଏବେ ଚର୍ଚ୍ଚାର ବିଷୟ...

କବାଡ଼ିି ଦେଇଛି ୧୭୦ଙ୍କୁ ସରକାରୀ ଚାକିରି

ବାଗପତ୍‌: କେବଳ ପାଠ ନୁହେଁ ଖେଳ ବି ଜୀବିକା ପାଇଁ ବାଟ କଢ଼ାଇ ନିଏ, ଏଭଳି ବାର୍ତ୍ତା ଦେଇଛି ଉତ୍ତରପ୍ରଦେଶର ଦୁଇଟି ଗାଁ। ଯେତେବେଳେ କବାଡ଼ି...

ବଳାତ୍କାରୀଙ୍କ ଜିଭକୁ କାମୁଡି ଛିଣ୍ଡାଇଲେ ଯୁବତୀ

ଜୟପୁର,୨୭।୭: ରାଜସ୍ଥାନ ଜୟପୁରରୁ ଚିତ୍ରକୁଟ ଯିବାଲାଗି ଜଣେ ୨୧ ବର୍ଷୀୟା ଯୁବତୀ ଓଲା କ୍ୟାବ ବୁକ୍‌ କରିଥିଲେ। ସେ ଟ୍ୟାକ୍ସିରେ ବସିବାକୁ ଯିବା ସମୟରେ ପୁର୍ବରୁ...

Leave a comment

Your email address will not be published. Required fields are marked *