ଦଶହରାରେ ବିଦ୍ୟୁତ୍‌ ବିଭ୍ରାଟ: ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛ କାଟି ପକାଇଲେ ଦୁର୍ବୃତ୍ତ

ଦାରିଙ୍ଗବାଡ଼ି,୭।୧୦(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରୁ ବିଭିନ୍ନ ଗ୍ରାମକୁ ସଂଯୋଗ ହୋଇଥିବା ୧୧ କେଭି ବିଦ୍ୟୁତ ତାର ଉପରେ ଦୁର୍ବୃତ୍ତମାନେ ବିରାଟ ଗଛ କାଟି ପକାଇଛନ୍ତି। ଫଳରେ ୧୦ରୁ ଊର୍ଦ୍ଧ୍ୱ ଗ୍ରାମକୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଏ ନେଇ ଗ୍ରାମବାସୀ ବହୁ ସମୟ ଧରି ଅନ୍ଧାରରେ ରହିଛନ୍ତି । ଶ୍ରାନିକେତା ପଞ୍ଚାୟତ ସମେତ ସିମନବାଡ଼ି, କିରିକୁଟି, ତିଲୋରୀ, ବୁଡାଗୁଡ଼ା, ଗୁମିକିଆ, ବାଲିଗୁଡ଼ାର ରୁତୁଙ୍ଗିଆ, କୋଟଗଡ଼ର ପକାରୀ ଆଦି ଅଞ୍ଚଳରେ ଏହି ସମସ୍ୟା ଦେଖାଦେଇଛି। ତେବେ ଦଶହରା ଥିବାରୁ ବିଭିନ୍ନ ଖଳ ପ୍ରକୃତିର ଲୋକ ବିଦ୍ୟୁତ ତାର ଉପରେ ଗଛ କାଟି ପକାଉଥିବା ଅଞ୍ଚଳବାସୀ କହିଛନ୍ତି। ଏ ନେଇ ବିଦ୍ୟୁତ ବିଭାଗ ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ତେବେ ଦୁର୍ବୃତ୍ତଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।


All Right Reserved By Dharitri.Com

ବନ୍ଦହେଲା ସାପ୍ତାହିକ ହାଟ

ଶଙ୍କରାଖୋଲ,୨୧ା୩(ଡି.ଏନ୍‌.ଏ.) କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ପାଇଁ କନ୍ଧମାଳ ଜିଲା ପ୍ରଶାସନ ୧୪୪ଧାରା ଜାରି କରିଥିବାବେଳେ ଚକାପାଦ ଓ ଟିକାବାଲି ବ୍ଲକର ବିଭିନ୍ନ ସ୍ଥାନରେ ସାପ୍ତାହିକ...

ଓଡ଼ିଶା-ଝାଡ଼ଖଣ୍ଡ ସୀମା ସିଲ୍‌: ରାଜପଥରେ ଅଟକି ରହିଛି ଶହ ଶହ ଭାରୀଯାନ

ବଡ଼ବିଲ,୨୫।୩(ସ୍ବ.ପ୍ର.): ଦେଶବ୍ୟାପୀ ମଙ୍ଗଳବାର ମଧ୍ୟରାତ୍ରିରୁ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ସେଥିପାଇଁ କେନ୍ଦୁଝର ଜିଲା ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ବଡ଼ବିଲରେ ପୋଲିସ ପ୍ରଶାସନ କଡ଼ା ପଦକ୍ଷେପ ନେଇଛି।...

କରୋନା ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ୱାର୍ଡ

ଭଦ୍ରକ ଅଫିସ, ୨।୨- ଦେଶ ଓ ରାଜ୍ୟରେ ଆତଙ୍କ ଖେଳାଇଥିବା କରୋନା ଭାଇରସ୍‌ଜନିତ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ଶନିବାରଠାରୁ ଭଦ୍ରକ ଜିଲା ଚିକିତ୍ସାଳୟ ପକ୍ଷରୁ...

ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟ

ଜୟପୁର,୭।୬(ଡି.ଏନ୍‌.ଏ): କୋରାପୁଟ ଜିଲା ସୁନାବେଡ଼ା ପୌରାଞ୍ଚଳରେ ରବିବାର ୨ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ତ୍ରୀ ସ୍ବାମୀ ହୋଇଥିବା ଜଣାପଡ଼ିଛି। ତେବେ ସ୍ତ୍ରୀ ଗର୍ଭବତୀ...

ବେସାହାରା ହୋଇପଡ଼ିଛି ୧୦ ବର୍ଷର ବାଳକ: କମ୍‌ ଟଙ୍କା ଦିଅ ପଛେ କାମଟେ ଦିଅ

ଚିତ୍ରକୋଣ୍ଡା,୪ା୬(ଡି.ଏନ୍‌.ଏ.)-ବୟସ ୧୦କି ୧୨ବର୍ଷ ହେବ। ନାଁ ତାଙ୍କର ସୁବାସ। ଯେଉଁ ବୟସରେ ପାଠପଢ଼ି ମାଆବାପାଙ୍କ କୋଳରେ ଅଳି ଅଝଟରେ ଦିନ ବିତୁଥାନ୍ତା ସେ ବୟସରେ ମୁଠେ...

ସୋନପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ସୋନପୁର,୧୫।୪(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ କରୋନା ପ୍ରତିରୋଧ ପାଇଁ ପ୍ରଥମ ପର୍ଯ୍ୟାୟରେ ସୋନପୁର ସରକାରୀ ଆଇଟିଆଇକୁ ଅସ୍ଥାୟୀଭାବେ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର କରାଯାଇଛି। ଏହି ସ୍ବାସ୍ଥ୍ୟକେନ୍ଦ୍ର ବୁଧବାରଠାରୁ ବିଧିବଦ୍ଧ...

ଝାଡ଼ଖଣ୍ଡରୁ ଆସିଥିବା ପର୍ଯ୍ୟଟକ ଅଜଣା ଗାଡ଼ି ଧକ୍କାରେ ଗୁରୁତର

କୋଣାର୍କ, ୧୧।୩(ଡି.ଏନ୍‌.ଏ.): ପୁରୀ ଜିଲା କୋଣାର୍କ ଅର୍ବାନ ହାଟ ସମ୍ମୁଖରେ ବୁଧବାର ସକାଳେ ଏକ ଅଜଣା କାର ଧକ୍କାରେ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି। ସେ ହେଲେ...

ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ଘଟଣା: କ୍ଷତିପୂରଣ ଦାବିରେ ମୃତଦେହ ରଖି ଆନ୍ଦୋଳନ

ଭଦ୍ରକ ଅଫିସ,୩।୧: ଭଦ୍ରକ ଜିଲା ୧୬ ନମ୍ବର ଜାତୀୟ ରାଜପଥ ବନ୍ତ ଛକ ନିକଟରେ ଶୁକ୍ରବାର ଭୋର୍‌ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ବସ-ଟ୍ରକ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *