ସାଧୁତା, ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ

କଟକ ଅଫିସ,୭।୧୦: ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଖବରକାଗଜ ସମାଜର ଶତବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଟକ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ରବିବାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଯୋଗଦେଇ କହିଥିଲେ, ଆଜି ମୁଁ ସମାଜର ଶତବାର୍ଷିକ ଉତ୍ସବ ଏବଂ ଗୋପବନ୍ଧୁଙ୍କ ଜୀବନୀ ଉପରେ ରଚିତ ପୁସ୍ତକ ଉନ୍ମୋଚନ କରିଥିବାରୁ ବହୁତ ଆନନ୍ଦିତ। ଉତ୍କଳମଣି ଗୋପବନ୍ଧୁ ଦାସ ଜଣେ ଭଲ ସାମାଜିକ କର୍ମୀ, ସ୍ବାଧୀନତା ସଂଗ୍ରାମୀ, ଲେଖକ ଥିଲେ। ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ। ସେଥିପାଇଁ ସାଧୁତା ଓ ସତ୍ୟତାକୁ ନେଇ ଖବର ପରିବେଷଣ ହେବା ଉଚିତ୍‌। ଭଲ ସରକାର ଗଠନ କରିବା ଦିଗରେ ଗଣମାଧ୍ୟମର ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜେ ସ୍ବଚ୍ଛ ରହିଲେ ପରିବେଶ ସ୍ବଚ୍ଛ ରହିବ। ପରିବେଶ ସ୍ବଚ୍ଛ ରହିଲେ ଲୋକେ ଭଲରେ ରହିବେ। ସମାଜରେ ଅବହେଳିତ ଲୋକଙ୍କୁ ମୁଖ୍ୟ ସ୍ରୋତରେ ଆଣିବା ହିଁ ଗଣମାଧ୍ୟମର ପ୍ରଥମ ଲକ୍ଷ୍ୟ ହେବା ଉଚିତ। ଗଣମାଧ୍ୟମ ସର୍ବଦା ଟିଆର୍‌ପି ପଛରେ ନ ଗୋଡ଼ାଇ ଠିକ୍‌ ଖବରକୁ ପ୍ରସାରଣ କରିବା ଉଚିତ। ଆଜିକାଲି ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଉଥିବା ମିଥ୍ୟା ଖବର ଠାରୁ ଦୂରେଇ ରହିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରତ୍ୟେକ ବ୍ୟକ୍ତି ପ୍ରଥମେ ନିଜ ମାତୃଭାଷା ଓ ପରେ ଇଂଲିଶ, ହିନ୍ଦୀ, କନ୍ନଡ, ବଙ୍ଗଳା ଭଳି ଭାଷା କହିବା କଥା। ଏଥିରେ ସମ୍ମାନିତ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏମ୍‌ପି ଅଚ୍ୟୁତ ସାମନ୍ତଙ୍କ ସମେତ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଦୀପକ ମାଲବ୍ୟ, ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ଭୀମସେନ ଯାଦବ, ଟ୍ରଷ୍ଟି ଡ. ଏସ.ଏନ୍‌. ସୁବାରାଓ, ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ, ଡାକସେବା ବୋର୍ଡର ସଚିବ ଅନନ୍ତ ନାରାୟଣ ନନ୍ଦ, ସମାଜର ସମ୍ପାଦକ ବାମାପଦ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ସମାଜ ପକ୍ଷରୁ ଡାକ ଟିକଟ ସହ ୧୦୦ ପୃଷ୍ଠା ବିଶିଷ୍ଟ ସମାଜ ଖବରକାଗଜ ଉନ୍ମୋଚିତ ହୋଇଥିଲା।


All Right Reserved By

ଅନୁଗୋଳରେ ମହାତ୍ମା ଗାନ୍ଧୀଙ୍କ ଜିଲାସ୍ତରୀୟ ଜୟନ୍ତୀ

ଅନୁଗୋଳ ଅଫିସ,୨।୧୦: ଅନୁଗୋଳ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜିଲାସ୍ତରୀୟ ଜୟନ୍ତୀ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା...

ବାହୁଦା ନଦୀରେ ବୁଡ଼ି ଯୁବକ ମୃତ

ପାତ୍ରପୁର,୧୬ା୮(ଡି.ଏନ୍‌.ଏ.): ଖାରିଆଗୁଡ଼ା ଫାଣ୍ଡି ଆମୁଣ୍ଡି ଗ୍ରାମ ନିକଟ ଦେଇ ପ୍ରବାହିତ ବାହୁଦା ନଦୀରେରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକଜଣକ ହେଲେ ଶ୍ୟାମ ବେହେରା...

ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କ ପରଲୋକ

କଟକ ଅଫିସ, ୨୬।୮: ପୂର୍ବତନ ମୁଖ୍ୟ ଶାସନ ସଚିବ ଏଲ୍‌.ଆଇ ପରିଜାଙ୍କର ସୋମବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା।...

ସରକାରୀ ବିଭାଗ ସହ ନିର୍ଦ୍ଦେଶାଳୟ ମିଶ୍ରଣ ପ୍ରସଙ୍ଗ:ପ୍ରଶାସନିକ ତତ୍ପରତା ଆରମ୍ଭ

ଭୁବନେଶ୍ୱର,୪-୯(ବ୍ୟୁରୋ):ରାଜ୍ୟରେ ଥିବା ସରକାରୀ ବିଭାଗ ଓ ସଂପୃକ୍ତ ନିର୍ଦ୍ଦେଶାଳୟଗୁଡିକର ମିଶ୍ରଣ କରାଯିବ। ଏହି ମିଶ୍ରଣ ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ସେହିକ୍ରମରେ...

ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ

ଟିପ୍ପର ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ ଧର୍ମଶାଳା/ଜେନାପୁର,୧୩।୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ...

ସୁନା ଶଙ୍ଖ ବିକିବା ଆଳରେ ଅପହରଣ: ଅପହୃତ ଯୁବକ ଉଦ୍ଧାର

ନବରଙ୍ଗପୁର,୧୯।୯(ବି.ପ୍ର.)- ସୁନା ଶଙ୍ଖ ଅଛି। କମ ମୂଲ୍ୟରେ ମିଳିଯିବ। କଟକ ଜିଲା କନ୍ଦରପୁର ଥାନା ଅଧୀନ ସିଦ୍ଧେଶ୍ୱରପୁର ଗାଁର କେଦାର ନାଥ ମଲ୍ଲିକଙ୍କ ପୁଅ ରଶ୍ମୀ...

ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ କନଷ୍ଟେବଳଙ୍କ ବଦଳି

ଆରଡ଼ି, ୨ା୯ (ଡି.ଏନ.ଏ.)- ଭଦ୍ରକ ଜିଲାର ଶୈବପୀଠ ଆଖଣ୍ଡଳମଣି ମନ୍ଦିର ପରିସରରେ ସୋମବାର ପୂର୍ବାହ୍ନରେ ଜଣେ ସେବାୟତଙ୍କୁ ହାତ ଉଠାଇବା ଅଭିଯୋଗରେ ଆରଡ଼ି ଫାଣ୍ଡିର ଜଣେ...

ଦୁର୍ଘଟଣାରେ ଭଉଣୀଭାଇଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ୍‌,୧୫।୧୦ : ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ମହିପୁର ଛକରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *