ସୁନାବେଶରେ ଦର୍ଶନ ଦେଲେ ମା’ ତାରିଣୀ

ଘଟଗାଁ, ୭।୧୦(ଡି.ଏନ.ଏ.)-କେନ୍ଦୁଝର ଜିଲାର ପ୍ରସିଦ୍ଧ ଘଟଗାଁ ପୀଠରେ ମା’ ତାରିଣୀଙ୍କ ଶାରଦୀୟ ପୂଜା ଉପଲକ୍ଷେ ରବିବାର ମହାଷ୍ଟମୀ ତିଥିରେ ସୁନାବେଶ ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ମା’ଙ୍କ ଅନିନ୍ଦ୍ୟ ସୁନାବେଶ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ସାରାଦିନ ମନ୍ଦିର ପରିସରରେ ଭକ୍ତଙ୍କ ଭିଡ଼ ଓ ଗହଳଚହଳ ଲାଗି ରହିଥିଲା। ଶାରଦୀୟ ପୂଜା ପାଇଁ ଘଟଗାଁ ପରିବେଶ ଥିଲା ଉତ୍ସବମୁଖର । ମହାନବମୀ ଓ ମହାଦଶମୀରେ ମଧ୍ୟ ମା’ଙ୍କୁ ସୁନାବେଶରେ ପୂଜାର୍ଚ୍ଚନା କରାଯିବ।
ମନ୍ଦିର ପୂଜାନୀତି ଅନୁଯାୟୀ ରବିବାର ଭୋର ୪ଟା ସମୟରେ ମା’ଙ୍କର ମାଜଣା ସରିବା ପରେ ମଙ୍ଗଳ ଆଳତୀ ହୋଇଥିଲା। ଏହାପରେ ମା’ଙ୍କୁ ବଡ଼ ସିଂହାର ବେଶ କରାଯାଇଥିଲା। ଭୋର ୫ଟା ବେଳକୁ ସୁନାବେଶ ହୋଇଥିଲା। ମା’ଙ୍କ ଆସ୍ଥାନରେ ଶୋଭା ପାଇଥିଲା ଚାନ୍ଦି ମେଢ଼। ସୁନାର ମୁକୁଟ, ଚକ୍ଷୁ, ଚିତା, ଜିହ୍ବା, ଅଣ୍ଟାପଟି ସମେତ ସୁନା ଅଳଙ୍କାର ଆଦି ଆଭୂଷଣରେ ଝଲସି ଉଠିଥିଲା ମା’ଙ୍କ ଦିବ୍ୟରୂପ। ଚଣ୍ଡୀପାଠ ଓ ହୋମଯଜ୍ଞ ସାଙ୍ଗକୁ ମହାଷ୍ଟମୀ ଲାଗି ବିଶେଷ ପୂଜାନୀତି ଆୟୋଜିତ ହୋଇଥିଲା। ମନ୍ତ୍ରଧ୍ୱନି ଓ ବାଦ୍ୟରେ ମନ୍ଦିର ପରିସର ପ୍ରକମ୍ପିତ ହୋଇ ଉଠିଥିଲା। ସକାଳ ୬ଟାରେ ଆଳତୀ ହେବା ପରେ ସାଧାରଣ ଦର୍ଶନ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ପହଡ଼ ପଡ଼ିଥିଲା। ସକାଳ ସମୟରେ ୨୦ ହଜାରରୁ ଊର୍ଦ୍ଧ୍ୱ ଭକ୍ତ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ମନ୍ଦିର କର୍ମଚାରୀ, ନିରାପତ୍ତାରକ୍ଷୀ ଓ ଟ୍ରଷ୍ଟ ବୋର୍ଡର ସଦସ୍ୟମାନେ ଶୃଙ୍ଖଳା ରକ୍ଷା ସହ ପୂଜା ପରିଚାଳନା କାର୍ଯ୍ୟରେ ସହଯୋଗ କରିଥିଲେ। ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ଚନ୍ଦ୍ର ସିଂ ଏବଂ ଅନ୍ୟ ଟ୍ରଷ୍ଟ ବୋର୍ଡ ସଦସ୍ୟ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ମହାନବମୀ ଓ ଦଶମୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ଥିବାରୁ ଏଥିପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି।


All Right Reserved By Dharitri.Com

୫ଟି କାର୍ଯ୍ୟକାରିତା, ଅଗ୍ରଗତିର ସମୀକ୍ଷା

ବଲାଙ୍ଗୀର ଅଫିସ, ୨୭।୧୦ – ବଲାଙ୍ଗୀର ଡିଆରଡିଏ ସମ୍ମିଳନୀ କକ୍ଷରେ ୫ଟିର କାର୍ଯ୍ୟକାରିତା ଓ ଅଗ୍ରଗତି ସମ୍ପର୍କିତ ଏକ ଜିଲାସ୍ତରୀୟ ବିଚାର ମନ୍ଥନ ସମୀକ୍ଷା ବୈଠକ...

ଧାନକିଣାରେ ଅନିୟମିତତା: ସେବା ସମବାୟ ସମିତିରେ ତାଲା ପକାଇଲେ ଚାଷୀ

ଆନନ୍ଦପୁର,୨୭।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଯୋଗାଣ ବିଭାଗ ଅଧୀନ ଖାଳିଆମେଣ୍ଟା ସେବା ସମବାୟ ସମିତିରେ ଧାନକିଣାରେ ହୋଇଥିବା ଅନିୟମିତତା ଘଟଣା ବିରୋଧରେ ସୋମବାର ଚାଷୀମାନେ...

ଫାଇଲିନ୍‌କୁ ପୂରିଲା ୬ ବର୍ଷ : ମନେପଡ଼ିଲେ ଥରିଉଠେ ଛାତି

ଛତ୍ରପୁର,୧୨ା୧୦(ଡି.ଏନ.ଏ)-୨୦୧୩ ଅକ୍ଟୋବର ୧୨ ତାରିଖ ରାତିରେ ଆସିଥିଲା ଭୟଙ୍କର ସାମୁଦ୍ରିକ ଝଡ଼ ‘ଫାଇଲିନ’। ଏହି ବାତ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ବିଶେଷକରି ଗଞ୍ଜାମ...

ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ : ପଞ୍ଚାୟତ ସମସ୍ୟା ଜଣାଇଲେ ଲୋକେ

ଶେରଗଡ଼,୮।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ କୁମାରପାଣି ପଞ୍ଚାୟତ ରାଜୀବଗାନ୍ଧୀ ସେବାକେନ୍ଦ୍ର ଗୃହରେ ଗୁରୁବାର ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ମୋ ନିବେଦନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।...

ଗଞ୍ଜାମରେ ବୁଲୁଛି ୪୪ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ: ଚିହ୍ନଟ ପରେ ସନ୍ଦିଗ୍ଧଙ୍କୁ ଅଣାଯାଉଛି ହସ୍ପିଟାଲ, ଚାଳକଙ୍କୁ ଦିଆଯାଇଛି ସ୍ବତନ୍ତ୍ର ପିପିଇ କିଟ୍‌

ଛତ୍ରପୁର,୧୦।୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କୁ ଘରୁ ହସ୍ପିଟାଲକୁ ନେବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସରେ ପରିଣତ କରାଯାଇଛି। ବର୍ତମାନ...

ମହାପ୍ରଭୁଙ୍କୁ ଦର୍ଶନ କଲେ ରବିଶଙ୍କର

ପୁରୀ ଅଫିସ,୭ା୩: ଆଧ୍ୟାତ୍ମିକ ଗୁରୁ ତଥା ଆର୍ଟ ଅଫ୍‌ ଲିଭିଙ୍ଗ୍‌ର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବିଶଙ୍କର ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ...

କାର୍ଯ୍ୟରେ ଅବହେଳା: ଶିକ୍ଷକ ନିଲମ୍ବିତ

କପ୍ତିପଦା,୧୯ା୧୨(ଡି.ଏନ୍‌.ଏ.)- କାର୍ଯ୍ୟରେ ଅବହେଳା କାରଣ ଯୋଗୁ କପ୍ତିପଦା ବ୍ଲକ ଅଧୀନରେ କାର୍ଯ୍ୟରତ ଜଣେ ସହକାରୀ ଶିକ୍ଷକଙ୍କୁ ବ୍ଲକ ଶିକ୍ଷାଧିକାରୀ(ବିଇଓ) ଶଶୀଧର ସିଂ ଚିଠି ନଂ.-୩୯୦୬ରେ ବୁଧବାର...

କାମରେ ଆସୁନି ସ୍ଲୁଇସ୍‌ ଗେଟ୍‌

ପଦ୍ମପୁର,୧୦।୮ (ଡି.ଏନ.ଏ.) : ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ପଦ୍ମପୁରର ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ଗେଟ୍‌ ଏବେ ଚାଷୀମାନଙ୍କ କାମରେ ଆସୁନି। ୩୦ ବର୍ଷ ତଳେ...

Leave a comment

Your email address will not be published. Required fields are marked *