ଜଙ୍ଗଲୀ ହାତୀ ଉପଦ୍ରବ : ୧୦ ଏକରରୁ ଊର୍ଦ୍ଧ୍ୱ ଧାନଫସଲ ନଷ୍ଟ

ନିରାକାରପୁର,୭ା୧୦(ଡି.ଏନ.ଏ.): ଚଳିତବର୍ଷ ଆରମ୍ଭରୁ କମ୍‌ ବର୍ଷା ଯୋଗୁ ଚାଷୀମାନେ ବିଳମ୍ବରେ ଚାଷକାର୍ଯ୍ୟ ଆରମ୍ଭ କରିଥିଲେ। ସେଥିରେ ପୁଣି ସରକାରଙ୍କ ପକ୍ଷରୁ ମିଳିଥିବା ବିହନ ଠିକ୍‌ ଭାବେ ଗଜା ହୋଇ ନ ଥିଲା। ପରବର୍ତ୍ତୀ ସମୟରେ ଫନୀ ବାତ୍ୟା। ଏସବୁ ବାଧା ଅତିକ୍ରମ କରି ଚାଷୀମାନେ ବହୁ କଷ୍ଟରେ ଧାନଚାଷ କରିଥିବାବେଳେ ଏବେ ଜଙ୍ଗଲୀ ହାତୀ ସେମାନଙ୍କ ପାଇଁ ଦାଉ ସାଧିଛି। ହାତୀପଲ ଚାଷଜମିରେ ପଶି ଧାନ ଖାଇବା ସହ ଦଳିଚକଟି ନଷ୍ଟ କରୁଛନ୍ତି। ଖୋର୍ଦ୍ଧା ଜିଲା ଟାଙ୍ଗୀ ବନଖଣ୍ଡ ଅଧୀନରେ ଥିବା ରାମେଶ୍ୱର ପଞ୍ଚାୟତର ଜଗତପୁର, ଇର୍ଚ୍ଚାବତୀ ଓ ଖଜୁରିପଡା ମୌଜାରେ ଏଭଳି ଘଟଣା ଦେଖିବାକୁ ମିଳିଛି। ହାତୀ ଉପଦ୍ରବରେ ଅଞ୍ଚଳର ପ୍ରାୟ ୧୦ ଏକରରୁ ଊର୍ଦ୍ଧ୍ୱ ଜମିର ଧାନଫସଲ ନଷ୍ଟ ହୋଇଥିବା ଜଣାପଡିଛି। ଥୋଡ ହୋଇଥିବା ଧାନ ନଷ୍ଟ ହେଉଥିବା ଦେଖି ଚାଷୀ ମୁଣ୍ଡରେ ହାତଦେଇ ବସିଛି। ନିରାକାରପୁର ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଲାଗିରହିଛି। ହାତୀ ପଲ ଖାଦ୍ୟ ଅନ୍ବେଷଣରେ ଆସି ନନପଡା ମୌଜର ଆର୍ଯ୍ୟବିହାରଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଛପଟ ପାଚେରି ସହିତ ଲୁହାଗେଟ୍‌ ଭାଙ୍ଗିଦେଇଛନ୍ତି। ଅଞ୍ଚଳର କେତେକ ଲୋକଙ୍କ ଘରର ପାଚେରି ମଧ୍ୟ ଭାଙ୍ଗି ଦେଇଛନ୍ତି। କ୍ଷତିଗ୍ରସ୍ତ ସାରଙ୍ଗଧର ମହାପାତ୍ର କୁହନ୍ତି, ରାତିରେ କିଛି ଶବ୍ଦ ହେବା ପରେ ମୁଁ ବାରିପଟ କବାଟ ଖୋଲିଲା ବେଳକୁ ହାତୀ ପଡିଶା ଘର ବାରିପଟ ପାଚେରି ଭାଙ୍ଗୁଥିବା ଦେଖିଥିଲି। ଭୟରେ କବାଟ ବନ୍ଦ କରି ରହିଲି। ସକାଳୁ ଉଠିଲା ବେଳକୁ ଆମ ଘର ପାଚେରି ଭାଙ୍ଗିଥିବା ଦେଖିଲି। ଖଜୁରିପଡାର ଚାଷୀ ଇନ୍ଦ୍ରଜିତ ଛୋଟରାୟ କୁହନ୍ତି, କିଛିଦିନ ହେଲା ହାତୀପଲ ଜମିରେ ପଶି ଥୋଡ ଧାନ ଯେତିକି ଖାଉଛନ୍ତି ତା’ଠାରୁ ଅଧିକ ନଷ୍ଟ କରିଛନ୍ତି। ଏ ନେଇ ଖୋର୍ଦ୍ଧା ବନ ଅଧିକାରୀ ଦିଲୀପ ରାଉତ କହନ୍ତି, ସେ ଅଞ୍ଚଳରେ ୨୨ରୁ ୨୪ଟି ହାତୀ ରହିଛନ୍ତି ା ଆମର ଟାଙ୍ଗୀରେ ଦୁଇଟି ଟିମ୍‌ କରାଯାଇଛି। ସେମାନେ ମଧ୍ୟ ରାତିଦିନ ଜଗୁଛନ୍ତି। ତେବେ ଯେଉଁ ଚାଷୀଙ୍କର କ୍ଷୟକ୍ଷତି ହୋଇଛି ସେମାନେ ଆବେଦନ କଲେ କ୍ଷତିପୂରଣ ପାଇପାରିବେ ବୋଲି ସେ କହିଛନ୍ତି।


All Right Reserved By

ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି।...

ସାହାରପଡ଼ା ଅଞ୍ଚଳର ଟିକ୍‌ଟକ୍‌ ଭିଡିଓ କଳାକାରଙ୍କ ଓଡ଼ିଆ ସିନେମାରେ ପ୍ରବେଶ

ପାଟଣା, ୧।୮(ସ୍ବ.ପ୍ର.)-ଟିକ୍‌ଟିକ୍‌ କେତେକ କ୍ଷେତ୍ରରେ ଲୋକଙ୍କୁ ବଦନାମ କରିଥିବାବେଳେ କେତେକଙ୍କ ପାଇଁ ଖୁସିର ସମାହାର ଆଣିଦେଇଛି। ତେବେ ସବୁର ବ୍ୟବହାର ଜାଣିଲେ ହେଲା। ଭଲ କାମ...

ବୋଲ ବମ୍‌ ଧ୍ୱନିରେ କମ୍ପିଲା ପଞ୍ଚଲିଙ୍ଗେଶ୍ୱର ପୀଠ

ସଜନାଗଡ଼,୨୨।୭(ଡି.ଏନ.ଏ.): ଶ୍ରାବଣ ମାସର ପ୍ରଥମ ସୋମବାର ଉତ୍ତରଓଡ଼ିଶାର ଅନ୍ୟତମ ଶୈବପୀଠ ନୀଳଗିରିସ୍ଥିତ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ କାଉଡ଼ିଆମାନେ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି। ହଜାର ହଜାର...

୨ ମନ୍ଦିରରୁ ୩ ଲକ୍ଷ ଟଙ୍କାର ଗହଣା ଚୋରି: ଅନ୍ଧାରୀ ମଙ୍ଗଳା, ତାରିଣୀଙ୍କ ଅଳଙ୍କାର ନେଇଗଲେ

ବାଲେଶ୍ୱର ଅଫିସ,୩୦।୭-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ଶୋଭାରାମପୁର ଓ ବାଲିଆ ଅଞ୍ଚଳର ୨ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ ୩ ଲକ୍ଷ ଟଙ୍କାର ଗହଣା...

ବିଶ୍ୱ ହିନ୍ଦୁ ପରିଷଦର ପ୍ରତିଷ୍ଠା ଉତ୍ସବ: ଶାନ୍ତି, ମୈତ୍ରୀ ଏକତାର ସୂତ୍ରରେ ବାନ୍ଧିହେବା

ନୂଆପଡା ଅଫିସ,୨୭ା୮ ଆମ ଦେଶ ଏକଦା ରାମ ରାଜ୍ୟ ଭାବେ ଅଭିହିତ ହୋଇ ରହିଥିଲା । ପରବର୍ତ୍ତି ସମୟରେ ବୈଦେଶିକ ଶତ୍ରୁ ଆକ୍ରମଣର ଶିକାର ହୋଇ...

ଅକ୍ଟୋବର ୬ରେ ହେବ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା; ଶାନ୍ତି ଶୃଙ୍ଖଳାର ସହ ପାଳନ ଉପରେ ଗୁରୁତ୍ୱ

ଭବାନୀପାଟଣା,୧୯।୯(ଡି.ଏନ.ଏ.) କଳାହାଣ୍ଡିର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଓ ଦଶହରା ପୂଜା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।...

ବିପଦପୂର୍ଣ୍ଣ ଅବସ୍ଥାରେ ପୋଲ

ଯୋଡ଼ା, ୩୦।୮(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ରାଜ୍ୟ ରାଜପଥ ନଂ ୨ ବାମେବାରୀ-ବାଂଶପାଣି ରାସ୍ତା ରେ ଥିବା ବିଭିନ୍ନ ପୋଲ ଗୁଡିକ ଭାଙ୍ଗି ଜରାଜୀର୍ଣ୍ଣ ହୋଇପଡିଛି।...

୧୫ ଫୁଟିଆ ଅହିରାଜ ଉଦ୍ଧାର

କୋରୁକୋଣ୍ଡା, ୭।୧୦(ଡି.ଏନ୍‌.ଏ.): ବାଲିମେଳା ବନଖଣ୍ଡ ଅଧୀନ ନୀଳାଦ୍ରିନଗର ପଞ୍ଚାୟତ ନୀଳାକାମ୍ବେରୁ ଗାଁର ସୁଶାନ୍ତ ପାତ୍ରଙ୍କ ଶୌଚାଳୟରୁ ସୋମବାର ଏକ ଅହିରାଜ ସାପକୁ ବନ ବିଭାଗ ଉଦ୍ଧାର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *