ଗର୍ଭାବସ୍ଥାରେ ମହିଳାମାନେ କେମିତି ଶୋଇବା ଉଚିତ୍‌ ଜାଣନ୍ତୁ

ସାଧାରଣତଃ ଗର୍ଭାବସ୍ଥାରେ ମହିଳାମାନଙ୍କର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ। ଗର୍ଭବତୀ ମହିଳା ନିଜକୁ ସାମାନ୍ୟ ଅଣଦେଖା କଲେ ଏହାର କୁପ୍ରଭାବ ଉଭୟ ମାଆ ଓ ଗର୍ଭସ୍ଥ ଶିଶୁ ପ୍ରତି ପଡ଼ିଥାଏ। ଗର୍ଭାବସ୍ଥାରେ ପ୍ରତ୍ୟେକ ଦିଗ ପ୍ରତି ଦୃଷ୍ଟି ଦେବାକୁ ପଡ଼ିଥାଏ। ଏପରିକି ଖାଦ୍ୟପେୟ, ଚାଲିବା, ବୁଲିବା, ଶୋଇବା ଆଦି ପ୍ରତି ସଚେତନ ରହିବା ଜରୁରୀ। ଏହି ସମୟରେ ଅଧିକାଂଶ ମହିଳାଙ୍କୁ ଠିକ୍‌ ଭାବେ ନିଦ ହୋଇ ନ ଥାଏ। ଏଥିସହିତ ଭୁଲ ଶୈଳୀରେ ଶୋଇବା ମଧ୍ୟ ହାନିକାରକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଗର୍ଭାବସ୍ଥାରେ କେମିତି ଶୋଇଲେ ଶିଶୁଟି ସୁସ୍ଥ ରହିବ।

– ଏକ ରିପୋର୍ଟରୁ ଜଣାପଡ଼ିଛି, ଗର୍ଭାବସ୍ଥାର ତୃତୀୟ ମାସରେ ଗୋଟିଏ କଡ଼ ମାଡ଼ି ଶୋଇଲେ ଭଲ ନୁହେଁ। ତେଣୁ କିଛି ସମୟ ବ୍ୟବଧାନରେ କଡ଼ ଲେଉଟାନ୍ତୁ। ବାମ କଡ଼ ମାଡ଼ି ଶୋଇବା ଅଭ୍ୟାସ ଜାରିରଖନ୍ତୁ। ଏପରି ଶୋଇଲେ ରକ୍ତ ସଞ୍ଚାଳନ ସଠିକ୍‌ ହୋଇଥାଏ।

– ରାତିରେ ହାଲୁକା ଖାଦ୍ୟ ଗ୍ରହଣ କରିବା ଉଚିତ୍‌। ନଚେତ୍‌ ଛାଡ଼ି ଜଳାପୋଡ଼ା ହେବ। ମସଲା ଜାତୀୟ ଓ ତୈଳଯୁକ୍ତ ଖାଦ୍ୟଠାରୁ ଯେତେ ସମ୍ଭବ ଦୂରେଇ ରୁହନ୍ତୁ।

– ଯଥେଷ୍ଟ ପାଣି ପିଇବା ଉଚିତ୍‌।

– ଏହି ସମୟରେ ସୁସ୍ଥ ରହିବା ପାଇଁ ନିୟମିତ ପ୍ରାଣାୟାମ କରନ୍ତୁ। ଏହାଦ୍ୱାରା ପାଦ ଓ ଆଣ୍ଠୁ ଯନ୍ତ୍ରଣାରୁ ଉପଶମ ମିଳିବ।

– ଦିନରେ ଏକାଥରେ ଅଧିକ କିଛି ନ ଖାଇ ଅଳ୍ପ ଅଳ୍ପ ଅଧିକ ଥର ଖାଆନ୍ତୁ।

– ଗର୍ଭାବସ୍ଥାରେ ମହିଳାମାନେ ଶେଯର ଦୁଇ ପାର୍ଶ୍ୱରେ ତକିଆ ଦେଇ ଶୋଇଲେ ଆରାମ ଲାଗିଥାଏ।


All Right Reserved By

ସିଙ୍କ୍‌ ସଫା କରିବାର ସରଳ ଉପାୟ

ସିଙ୍କ୍‌ର ଉପଯୁକ୍ତ ଯତ୍ନ ନ ନେଲେ ସେଥିରେ ଖାଦ୍ୟ ପଦାର୍ଥର ଅବଶିଷ୍ଟାଂଶ ଜମା ହୋଇ ଦୁର୍ଗନ୍ଧ ସୃଷ୍ଟି ହୋଇଥାଏ। ତେବେ ଏହାକୁ ଦୂର କରିବାକୁ ନିମ୍ନୋକ୍ତ...

ସ୍ବାସ୍ଥ୍ୟୋପକାରୀ ଫଳ ଚୋପା

ତଟକା ଫଳମୂଳ ତଥା ପନିପରିବା ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହାର ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ସେ...

ସ୍ବାସ୍ଥ୍ୟୋପକାରୀ ଅମୃତଭଣ୍ଡା

ଅମୃତଭଣ୍ଡାରେ ଅନେକ ଉପକାରୀ ଗୁଣ ଭରି ରିହିଛି । ଏହାକୁ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀର ପାଇଁ ବରଦାନ ସଦୃଶ ହୋଇଥାଏ। ଜାଣନ୍ତୁ...

କଲେଜି ମସଲା

ଆବଶ୍ୟକ ସାମଗ୍ରୀ : ମଟନ କଲିଜା- ୫୦୦ଗ୍ରାମ ପିଆଜ- ୩ଟା(ପେଷ୍ଟ) ଟମାଟୋ- ୨ଟା(ପେଷ୍ଟ) ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ-...

କେମିତି ବାନ୍ଧିବେ ଦୋଳି

ଦୋଳି ଖେଳିବାକୁ ସମସ୍ତଙ୍କୁ ଭଲ ଲାଗେ। କେହି ନିଜ ଘରେ ଦୋଳି ଲଗାଉଥିବାବେଳେ ଆଉ କେହି ସ୍ଥାୟୀ ଦୋଳି ବ୍ୟବସ୍ଥା ଥିବା ପାର୍କ କିମ୍ବା ଅନ୍ୟ...

ରାତିରେ ହେଉନି ନିଦ; ତେବେ ପିଅନ୍ତୁ ଏହି ଜୁସ୍‌…

ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି...

କୋଲେଷ୍ଟରଲସ୍ତର କମାଇବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ପ୍ରତିଦିନ ସକାଳେ ଅଧା କପ୍‌ ଗାଜର ରସ ପିଇଲେ ଅନେକ ଉପକାର ମିଳିଥାଏ। ଗାଜର ରସ କୋଲେଷ୍ଟରଲସ୍ତର ହ୍ରାସ କରିଥାଏ। ଫଳରେ ହାର୍ଟ ଆଟାକ୍‌ ସମସ୍ୟାରୁ...

ୟୁଥ୍‌ ଫ୍ୟାଶନ ଛତା

ବର୍ଷା ହେଲେ ସବୁଠୁ ଆଗ ଖୋଜାପଡ଼େ ଛତା। କିନ୍ତୁ ବର୍ତ୍ତମାନ ଛତା କେବଳ ବର୍ଷାରୁ ସୁରକ୍ଷା ଦେବାରେ ସୀମିତ ହୋଇ ରହିନାହିଁ। କାରଣ ଏବେ ମାର୍କେଟରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *