ପୁର୍ବଶତ୍ରୁତାରୁ ବାପ-ପୁଅଙ୍କୁ ଛୁରାମାଡ:ପୁଅ ମୃତ, ୨ ଗୁରୁତର

କାକଟପୁର,୬।୧୦(ଡି.ଏନ.ଏ.): ପୁରୀ ଜିଲା ଅସ୍ତରଙ୍ଗ ଅଞ୍ଚଳରେ ଶନିବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଅଠତିରା ଗ୍ରାମର ସାଧୁ ସ୍ବାଇଁଙ୍କୁ କିଛି ଅସାମାଜିକ ଯୁବକ ପୂର୍ବଶତ୍ରୁତାକୁ ନେଇ ଆତସାହି ଛକଠାରେ ଆକ୍ରମଣ କରିଥିଲେ। ଖବର ପାଇଁ ତାଙ୍କ ପୁଅ ଦିଲୀପ ସ୍ବାଇଁ(୩୧) ଏବଂ ତାଙ୍କ ସାଙ୍ଗ ବିପିନ ମୁଦୁଲି ଘଟଣାସ୍ଥଳରେ ପହଞ୍ଚିବାରୁ ଦୃର୍ବୁତ୍ତ ଦିଲୀପଙ୍କୁ ଛୁରା ମାଡ କରିବା ସହ ବିପିନଙ୍କ ଉପରେ କାର୍‌ ଚଢାଇ ଦେଇଥିଲେ। ସ୍ଥାନୀୟ ଲୋକେ ଚିତ୍କାର ଶୁଣି ଘଟଣାସ୍ଥଳରେ ଞdଞ୍ଚିବାରୁ ଦୁର୍ବୃତ୍ତମାନେ କାର ଏବଂ ଛୁରୀ ଛାଡି ସେଠାରେ ପଳାଇଥିଲେ। ବାପ, ପୁଅ ଏବଂ ବିପିନଙ୍କୁ ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିବାବେଳେ ତାଙ୍କ ବାପା ଏବଂ ସାଙ୍ଗ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୋଲିସ ଘଟଣାଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ମାମଲା ରୁଜୁ କରାଯାଇ ନ ଥିଲେ ମଧ୍ୟ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇଆଇସି ଶରତ କୁମାର ନାୟକ କହିଛନ୍ତି। ପୂର୍ବ ଶତ୍ରୁତାରୁ ଏଭଳି କାଣ୍ଡ ଘଟିଥିବା କୁହାଯାଉଛି। ପେଟେ ଦୋଷୀକୁ ତୁରନ୍ତ ଗିରଫ ଦାବିରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ ଆରମ୍ଭ କରିଛନ୍ତି।


All Right Reserved By Dharitri.Com

କରଞ୍ଜିଆ ଏନଏସି : ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଠାକୁରମୁଣ୍ଡା,୪ା୧୨(ଡି.ଏନ୍‌.ଏ.)- କରଞ୍ଜିଆ ଏନଏସିରେ କାର୍ଯ୍ୟରତ ସମସ୍ତ ସଫେଇ କର୍ମଚାରୀ କେତେକ ଦାବି ନେଇ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସଫେଇ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଛନ୍ତି।...

ଶୀତରେ ବି ପିଇବା ପାଣି ଚିନ୍ତା

ଦଶମନ୍ତପୁର,୨୮।୧୧(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଦୋଲଦୋଲା ଗ୍ରାମରେ ୨ ମାସ ହେବ ଗାଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗାଁରେ ୫୦...

ବାଲେଶ୍ୱରରେ ଲକ୍‌ଡାଉନ ନିୟମ ଉଲ୍ଲଂଘନ: ୨ ଗିରଫ

ବାଲେଶ୍ୱର ଅଫିସ, ୨୪।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ସାରା ରାଜ୍ୟକୁ...

ମୃତଦେହ ଧରି ଆସୁଥିବା ଆମ୍ବୁଲାନ୍ସ ଓଲଟିଲା : ୩ ଗୁରୁତର

ଭଦ୍ରକ ଅଫିସ,୧୨।୮: ସୋମବାର ଭୋର୍‌ ସମୟରେ କଟକରୁ ମୃତଦେହ ଧରି ଧାମନଗର ଅଞ୍ଚଳକୁ ଆସୁଥିବା ଏକ ଆମ୍ବୁଲାନ୍ସ ଭଣ୍ଡାରିପୋଖରୀ ନିକଟରେ ଜାତୀୟ ରାଜପଥରୁ ଏକ ଖାଲକୁ...

ସବୁଥିରେ ଅବହେଳିତ ଗାଁର ନାଁ ସିଲିମେଟା

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ବଡପଡା ପଞ୍ଚାୟତରେ ରହିଛି ସିଲିମେଟା ଗ୍ରାମ। ଏବେ ମଧ୍ୟ ଏହି ଗ୍ରାମରେ ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ।...

ସ୍କୁଟରକୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ, ପ୍ରତିବାଦରେ ତାଳଚେର- ବଅଁରପାଳ ରାସ୍ତାରୋକୋ

ତାଳଚେର,୨।୮(ନି.ପ୍ର.): ଅନୁଗୋଳ ଜିଲା ତାଳଚେରସ୍ଥିତ ଚାଇଁପାଳ ଓଭରବ୍ରିଜ ନିକଟରେ ଶୁକ୍ରବାର ଏକ ଟ୍ରକ୍‌ ସ୍କୁଟରକୁ ଧକ୍କା ଦେଇଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିବା ସହ...

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା: କୋଟିପତି ଫରେଷ୍ଟର ଅଟକ

ବ୍ରହ୍ମପୁର ଅଫିସ,୨୯ା୧୨: ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡ ବ୍ରାହ୍ମଣୀଗଁା ଫରେଷ୍ଟର କୈଳାସ ଚନ୍ଦ୍ର ସାହୁଙ୍କୁ ଶନିବାର ଅଟକ ରଖିଛି। ଶୁକ୍ରବାର ତାଙ୍କ...

କୌଶଳ ଶିକ୍ଷା ନାଁରେ ଶୋଷଣ ଅଭିଯୋଗ: ଯୁବତୀଯୁବକ କଲେକ୍ଟୋରେଟରେ ହାଜର; ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡା ଅଫିସ,୨୮ା୮: ଦିନକୁ ଦିନ ଜିଲାରେ ବେରୋଜଗାର ଯୁବତୀଯୁବକଙ୍କ ସଂଖ୍ୟା ବଢିଚାଲିଥିବାବେଳେ ଏହାର ସୁଯୋଗ ନେଇ ବାହାରୁ ବିଭିନ୍ନ ନାଁରେ ସଂସ୍ଥାଗୁଡିକ ଡେରା ପକାଇ କୌଶଳ...

Leave a comment

Your email address will not be published. Required fields are marked *