ରାୟଗଡ଼ା ଜିଲା ଚିଠି: କେହି ମାନୁନାହାନ୍ତି ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମ

ସରକାରୀ ଅନୁଷ୍ଠାନ ହେଉ ବା ବେସରକାରୀ ନିୟମ ଅନୁସାରେ ସବୁ ଉଚ୍ଚ ଅଟ୍ଟାଳିକା, ଅନୁଷ୍ଠାନରେ ଫାୟାର ସେଫ୍ଟି ବା ଅଗ୍ନି ନିର୍ବାପକ ବ୍ୟବସ୍ଥା ଜରୁରୀ। ଓଡ଼ିଶା ଅଗ୍ନି ନିର୍ବାପକ ସଂଶୋଧିତ ନିୟମ ୨୦୧୯ ଅନୁସାରେ ସବୁ ସରକାରୀ, ସରକାରୀ ଅଧିକୃତ ବ୍ୟବସାୟିକ ପ୍ରତିଷ୍ଠାନ, ଲୋକଙ୍କ ଚଳପ୍ରଚଳ ଉଚ୍ଚ ଅଟ୍ଟାଳିକାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବା ବାଧ୍ୟତାମୂଳକ। ଏଥିରେ ଖିଲାପ ହେଲେ ଦଣ୍ଡନୀୟ। ତଥାପି ରାୟଗଡ଼ା ଜିଲାରେ ଏ ନିୟମ କେହି ମାନୁନାହାନ୍ତି। ଏହାଦ୍ୱାରା ଉକ୍ତ ଅନୁଷ୍ଠାନଗୁଡ଼ିକ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି। ରାୟଗଡ଼ା ଜିଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର ସମେତ ସହରରେ ଅଳ୍ପ କେତେକ ଅନୁଷ୍ଠାନ ଅଗ୍ନିଶମ ବିଭାଗଠାରୁ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଛନ୍ତି। ଏବେ ବି ଜିଲାରେ ଅନେକ ଅନୁଷ୍ଠାନ ପାଖରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନାହିଁ। ଅଗ୍ନି ନିରାପତ୍ତା ଓ ସୁରକ୍ଷା ଆଇନକୁ ଉଲ୍ଲଂଘନ କରି ଦୀର୍ଘବର୍ଷ ଧରି ଏହି ଅନୁଷ୍ଠାନଗୁଡ଼ିକ ବ୍ୟବସାୟ କରି ଆସୁଛନ୍ତି। ଗତବର୍ଷ ଜିଲା ସଦର ମହକୁମାର ସମସ୍ତ ପ୍ରତିଷ୍ଠାନଗୁଡିକ ଉପରେ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଅନେକ ପ୍ରତିଷ୍ଠାନ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରି ନ ଥିବା ଜଣାପଡିଥିଲା। ରାୟଗଡ଼ା ଅଗ୍ନିଶମ ଅଧିକାରୀ ଏ ନେଇ କୋରାପୁଟ ସର୍କଲ ଡେପୁଟି ଅଗ୍ନିଶମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଉକ୍ତ ଅନୁଷ୍ଠାନଗୁଡ଼ିକୁ ଡେପୁଟି ଅଗ୍ନିଶମ ଅଧିକାରୀ ନୋଟିସ୍‌ ଜାରି କରିଥିଲେ। ସେହି ଅନୁଷ୍ଠାନ ମଧ୍ୟରେ ୨୮ଟି ହୋଟେଲ, ଲଜ୍‌, କଲ୍ୟାଣମଣ୍ଡପ, ମାର୍କେଟ କମ୍ପ୍ଲେକ୍ସ, କେତେକ ଘରୋଇ ଆବାସିକ ଶିକ୍ଷାକେନ୍ଦ୍ର ଏବଂ ଟ୍ୟୁଟୋରିଆଲ ରହିଥିଲା। ସେଥିମଧ୍ୟରୁ କେବଳ ୭ଟି ହୋଟେଲ ଓ ଲଜ୍‌କୁ ଅଗ୍ନିଶମ ବିଭାଗ ତରଫରୁ ଏନଓସି ଦିଆଯାଇଛି। ଅନ୍ୟ ୨୧ଟି ହୋଟେଲ ମଧ୍ୟରୁ ୧୪ଟି ହୋଟେଲକୁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ସେହିପରି ବର୍ତ୍ତମାନ ଜିଲାରେ ଥିବା ୧୦ଟି ଆପାର୍ଟମେଣ୍ଟ ପାଇଁ ଅଗ୍ନିଶମ ବିଭାଗକୁ ଏନଓସି ନିମନ୍ତେ ଆବେଦନ କରାଯାଇନାହଁି। ଜିଲାରେ ଥିବା ଏକମାତ୍ର ଶପିଙ୍ଗ୍‌ ମଲରେ ମଧ୍ୟ ଏନଓସି ନାହିଁ। ନୋଟିସ୍‌ ପାଇଥିବା ୮୦ ପ୍ରତିଶତ ଅନୁଷ୍ଠାନ ଏ ପର୍ଯ୍ୟନ୍ତ ସେମାନଙ୍କ ସଂସ୍ଥାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରି ନ ଥିବା ଜଣାଯାଇଛି। ୨୦୧୮ରେ ରାୟଗଡ଼ାରେ ୪୬ଟି ଅଗ୍ନିକାଣ୍ଡଜନିତ ମାମଲା ରୁଜୁ ହୋଇଥିଲାବେଳେ ସେଥିରେ କେହି ମୃତାହତ ହୋଇନାହାନ୍ତି। ଏଥିରେ ୧୪,୪୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲା। ୧,୦୦,୩୫୦୦୦ ଟଙ୍କାର ସମ୍ପତ୍ତି ରକ୍ଷା କରାଯାଇଛି। ସେହିପରି ୨୦୧୯ ଜାନୁୟାରୀରୁ ମାର୍ଚ୍ଚ ସୁଦ୍ଧା ୨୪ଟି ଅଗ୍ନିକାଣ୍ଡ ଘଟିଛି। ଏଥିରେ କୌଣସି ଜୀବନହାନି ହୋଇନାହିଁ। ୫,୧୧,୫୦୦ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିଲାବେଳେ ୩୪,୮୫,୦୦୦ ଟଙ୍କାର ସମ୍ପତ୍ତି ଉଦ୍ଧାର କରାଯାଇଛି।
– ଭାଗ୍ୟଶ୍ରୀ ମିଶ୍ର


All Right Reserved By Dharitri.Com

ସାପ କାମୁଡାରେ ଜୀବନ ଗଲା

ଯୋଡ଼ା, ୩୦।୭(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କୀତାବେଡାଠାରେ ସାପ କାମୁଡାରେ ଲୋଚନ ପଲେଇ(୫୮)ଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ରବିବାର ପୂର୍ବାହ୍ନରେ ଲୋଚନ...

ଅଶାନ୍ତ ସମୁଦ୍ର, ୪୮ ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ

ଗୋପାଳପୁର,୬ା୯-ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇଦିନ ହେଲା ଗଞ୍ଜାମ ଜିଲାରେ ବର୍ଷା ଲାଗି ରହିଛି। ବୁଧବାର ସକାଳ ୮.୩୦ରୁ ଗୁରୁବାର ୮.୩୦...

ଫେରନ୍ତା ବର୍ଷା ବୁଡ଼ାଇଲା

କଟକ ଅଫିସ,୧୮ା୧୦ : ବିଳମ୍ବରେ ଫେରିଛି ମୌସୁମୀ। ଫେରିବା ବାଟରେ ଜୋରରେ ବର୍ଷୁଛି। ସପ୍ତାହେ ହେବ କଟକ ସହରରେ ପ୍ରତିଦିନ ଅପରାହ୍ନରେ ବର୍ଷା ହେଉଛି। ଗୁରୁବାର...

ଡାକ୍ତରଙ୍କୁ ମିଳୁନି କାଗଜ:ଆଟାରେ ଲେଖିଲେ ପ୍ରେସ୍‌କ୍ରିପସନ୍‌

ରଣପୁର,୨୫।୯(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟର ଜଣେ ଡାକ୍ତର ଆଟାରେ ପ୍ରେସ୍‌କ୍ରିପସନ୍‌ ଲେଖିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ...

୫-ଟି ଉପରେ ସମୀକ୍ଷା କଲେ ସଚିବ

ଫୁଲବାଣୀ ଅଫିସ, ୧୨ା୧୦- ସରକାର ଏବେ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌, ଟ୍ରାନ୍ସଫର୍ମେଶନ ଓ ଟ୍ରାନ୍ସପରେନ୍ସି) ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା କିପରି...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଦଲାଲଙ୍କ ଉପରେ ନଜର: ଆର୍‌ଟିଓ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ

ଢେଙ୍କାନାଳ ଅଫିସ, ୨୭ା୯-ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଆର୍‌ଟିଓ କାର୍ଯ୍ୟାଳୟକୁ ୧୫ଦିନ ମଧ୍ୟରେ ଦଲାଲମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ପ୍ରକାଶ ପାଇଛି ପ୍ରଶାସନିକ...

ସରକାରୀ ଯୋଜନା ସମ୍ପର୍କରେ ସଚେତନ କରିବ ଏଲ୍‌ଇଡି ଡିସ୍‌ପ୍ଲେ

ବ୍ରହ୍ମପୁର ଅଫିସ୍‌,୯।୮: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ(ଏମ୍‌କେସିଜି) ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟଠାରେ ଦୁଇଟି ଏଲ୍‌ଇଡି ଡିସ୍‌ପ୍ଲେ ବୋର୍ଡ ଶୁକ୍ରବାର ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି ।...

କାଠ ଦୋକାନ ଉପରେ ରାତିଅଧିଆ ଚଢ଼ାଉ

ଭଦ୍ରକ ଅଫିସ, ୬।୧୨: ଭଦ୍ରକ ଜିଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଭଦ୍ରକ ସହରର ଦୁଇଟି ସରକାରୀ କାଠ ଦୋକାନରେ ଚଢ଼ାଉ କରାଯାଇଛି। କ୍ଷମତାଠାରୁ ଅଧିକ...

Leave a comment

Your email address will not be published. Required fields are marked *