କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍‌ଲାଇନ

ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ନୟାଗଡ଼ ଜିଲାରେ ମଧ୍ୟ ଏ ପ୍ରକାର ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। ସହରର ବିଭିନ୍ନ ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆ ବଦଳରେ ଇଂଲିଶରେ ନାମଫଳକ ଲେଖାହୋଇଥିବା ଦେଖିବାକୁ ମିଳିଛି।

ପ୍ରକାଶ ଯେ, ୫ ନଭେମ୍ବର ୨୦୧୮ରେ ନୟାଗଡ଼ ଏନ୍‌ଏସି (ବର୍ତ୍ତମାନ ପୌର ପରିଷଦ) ପକ୍ଷରୁ ସମସ୍ତ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକ ୧୧ ତାରିଖ ଭିତରେ ସେମାନଙ୍କ ଦୋକାନର ନାମଫଳକ ଓଡ଼ିଆରେ ଲେଖିବାକୁ କୁହାଯାଇଥିଲା। ଧାର୍ଯ୍ୟ ସମୟ ଭିତରେ ଯଦି ଲେଖାଯାଇ ନ ଥାଏ ତେବେ ସମ୍ପୃକ୍ତ ପ୍ରତିଷ୍ଠାନର ମାଲିକଙ୍କଠାରୁ ୨୦୦୦ ଟଙ୍କା ଜରିମାନା ଆଦାୟ କରାଯିବା ସହିତ ପ୍ରତିଷ୍ଠାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯିବ ବୋଲି ନିର୍ଦ୍ଦେଶ ଥିଲା। କିନ୍ତୁ ବର୍ଷେ ପରେ ମଧ୍ୟ ସହରର ଅଧିକାଂଶ ଦୋକାନ ଓ ପ୍ରତିଷ୍ଠାନରେ ଏହି ନୀତିନିୟମକୁ ପାଳନ କରାଯାଇ ନ ଥିବା ଦେଖିବାକୁ ମିଳିଛି। ସରକାରୀ କାର୍ଯ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ଖଣ୍ଡପଡ଼ା ରୋଡ଼ସ୍ଥିତ ସେସୁର ୩୩/୧୧ କେଭି ସବ୍‌ଷ୍ଟେଶନରେ ନାମଫଳକ ଇଂଲିଶରେ ଲେଖାହୋଇଥିବା ଦେଖାଯାଇଛି। ଧର୍ମକୁ ଆଖିଠାର ଭଳି କେତେକ ଦୋକାନ ଓ ପ୍ରତିଷ୍ଠାନ ଛୋଟ ଛୋଟ ଅକ୍ଷରରେ ଓଡ଼ିଆରେ ପ୍ରତିଷ୍ଠାନର ନାମଫଳକ କରିଥିବା ଦେଖିବାକୁ ମିଳିଛି। ବିଭାଗୀୟ ଅଧିକାରୀମାନେ ଦୋକାନ ଓ ପ୍ରତିଷ୍ଠାନର ମାଲିକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ଏଭଳି ଘଟଣା ଦେଖାଦେଉଥିବା ସାଧାରଣରେ ଅଭିଯୋଗ ହେଉଥିଲା। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ ୯ ତାରିଖରେ ତତ୍କାଳୀନ ଜିଲାପାଳ ଅରିନ୍ଦମ ଡାକୁଆଙ୍କ ଅଧ୍ୟକ୍ଷତାରେ ଏନ୍‌ଏସି କାର୍ଯ୍ୟାଳୟଠାରେ ହୋଇଥିବା ବୈଠକରେ ସହରରେ ଥିବା ସମସ୍ତ ପ୍ରତିଷ୍ଠାନ ଓ ଦୋକାନଗୁଡ଼ିକର ନାମଫଳକ ଓଡ଼ିଆରେ ଲେଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ୭ଦିନ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଯୋଗଦେଇଥିବା ବ୍ୟାଙ୍କର ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ଦୋକାନ, ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ କୁହାଯାଇଥିଲା। ବୈଠକରେ ନାମଫଳକ ଅନ୍ୟ ଯେ କୌଣସି ଭାଷାରେ ଲେଖା ହେଉ କି ନ ହେଉ କିନ୍ତୁ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ ବୋଲି କୁହାଯାଇଥିଲା। ପରେ ଏ ନେଇ ଏନ୍‌ଏସି ପକ୍ଷରୁ ଦୋକାନ ଓ ପ୍ରତିଷ୍ଠାନଗୁଡ଼ିକୁ ଚିଠି କରାଯାଇଥିଲା। ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସବୁଠି ଇଂଲିଶ ଭାଷାର ମୋହ ଜଳଜଳ ଦେଖାଯାଉଛି। ଏ ସମ୍ପର୍କରେ ପୌରପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନାଙ୍କୁ ପଚାରିବାରୁ ସେ କୌଣସି ମତ ଦେଇ ନ ଥିଲେ ।


All Right Reserved By Dharitri.Com

ନିଶାରେ ଭାସିଥିଲା ନିର୍ବାଚନ

କଟକ ଅଫିସ, ୧୩।୫:  ନିଶାରେ ଭାସିଥିଲା ଓଡ଼ିଶାର ସଦ୍ୟ ସମାପ୍ତ ସାଧାରଣ ନିର୍ବାଚନ। ଭଦ୍ରକରେ ନିର୍ବାଚନ ସମୟରେ ବିଷାକ୍ତ ମଦ ପିଇ ୧୦ ଜଣ ପ୍ରାଣ...

ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ।...

ରାସ୍ତା ସମ୍ପ୍ରସାରଣ ପାଇଁ ଗଛକଟା

ବ୍ରହ୍ମପୁର ଅଫିସ୍‌,୧୫ା୭-ବାତ୍ୟା ପ୍ରଭାବିତ ଗଞ୍ଜାମ ଜିଲାରେ ସବୁଜିମା ପାଇଁ ସରକାରୀ ଏବଂ ବେସରକାରୀସ୍ତରରେ ପଦକ୍ଷେପ ନିଆଯାଉଛି। ସ୍କୁଲ ପିଲାଙ୍କୁ ‘ପିଲାଟିଏ ଗଛଟିଏ’ କାର୍ଯ୍ୟକ୍ରମ ଜରିଆରେ ଚାରାରୋପଣ...

ବେଉସା ପରିବା ବିକ୍ରି, ନିଶା ପାଲା ଗାୟକ

କେନ୍ଦୁଝର, ୩୦ା୫ (ନରେଶ ଚନ୍ଦ୍ର ପଟ୍ଟନାୟକ)-ପାଲା ଗାୟକ ଭାବେ ସ୍ଥାନୀୟ ଗମ୍ଭାରିଆ ଗ୍ରାମର ଉମାକାନ୍ତ ପାତ୍ର ବେଶ୍‌ ପରିଚିତ। ପାଲା ହେଉଛି ତାଙ୍କର କଳା, କିନ୍ତୁ...

ତାତିଲେ ରୁଙ୍ଗ୍‌ଟା କ୍ଷତିଗ୍ରସ୍ତ: କମ୍ପାନୀ ଫାଟକରେ ତାଲା ଠୁଙ୍କିଲେ

ଢେଙ୍କାନାଳ ଅଫିସ, ୨୪।୭-ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ରୁଙ୍ଗ୍‌ଟା କମ୍ପାନୀ ପ୍ରଭାବିତ ଝାଡ଼ବନ୍ଧ ଅଞ୍ଚଳର କ୍ଷତିଗ୍ରସ୍ତ ପ୍ରଜା। ୧୩...

ଫନୀରେ କ୍ଷତିଗ୍ରସ୍ତ ବିଦ୍ୟାଳୟର ମରାମତି: କେନ୍ଦ୍ରକୁ ୯୬ କୋଟି ଟଙ୍କା ସହାୟତା ମାଗିଲା ରାଜ୍ୟ

ଭୁବନେଶ୍ୱର, ୩୧ା୭(ବ୍ୟୁରୋ):  ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ଶାସ୍ତ୍ରୀ ଭବନଠାରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କ...

ରାଜସ୍ବ ମନ୍ତ୍ରୀଙ୍କ ବନ୍ୟା କ୍ଷୟକ୍ଷତି ଆକଳନ

ଭବାନୀପାଟଣା,୧୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାରେ ଗତ ୭ ଓ ୮ ତାରିଖ ଲଘୁଚାପ ଜନିତ ବର୍ଷାରେ ଜିଲାର ଲାଞ୍ଜିଗଡ଼, ଥୁଆମୂଳ ରାମପୁର ଓ କର୍ଲାମୁଣ୍ଡା ବ୍ଲକରେ...

ଛାନୁଆ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଦୁର୍ଦ୍ଦଶା ଭୋଗୁଛନ୍ତି ଶହେ ପରିବାର

ରୂପ୍‌ସା, ୨।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତର ୧୧ନଂ. ୱାର୍ଡ଼ ଛାନୁଆ ଗାଁ ରାସ୍ତାରେ ବର୍ଷା ଜଳ ଜମି ରହିବା ଯୋଗୁ ପରିସ୍ଥିତି ବେହାଲ...

Leave a comment

Your email address will not be published. Required fields are marked *