ଧାନ ଫସଲରେ ପୋକ, ଚାଷୀ ଆତଙ୍କିତ

ଢେଙ୍କାନାଳ ଅଫିସ, ୬।୧୦ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ଧାନ ଫସଲରେ ପୋକ ଆତଙ୍କ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ଆତଙ୍କିତ ହୋଇପଡ଼ିଛନ୍ତି। ଏ ନେଇ ସେମାନେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ। ହେଲେ ଦଶହରା ଛୁଟି ପାଇଁ ଅଧିକାରୀମାନେ ଅନୁପସ୍ଥିତ ଥିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।
ଚାଷୀ ଗୋଲେଖ ସାମଲ, ସରୋଜ ସାମଲ, ପ୍ରଦୀପ ସାମଲ, ଗତିକୃଷ୍ଣ ସାମଲ, ଘନ ବେହେରା, ବଳଭଦ୍ର ସାମଲ, ସହଦେବ ସାମଲ, ପ୍ରକାଶ ସାମଲଙ୍କ କହିବା କଥା, ଏବେ ଧାନ ବାହାରିବା ସମୟ। ପୋକ ଲାଗିବାରୁ ଧାନଗଛ ନାଲି ପଡ଼ିଯାଉଛି। ଦିନେ ଦୁଇଦିନ ମଧ୍ୟରେ ଗଛସବୁ ଝାଉଁଳି ତଳେ ପଡ଼ିଯାଉଛି। ପୋକ ଉପଦ୍ରବ କାରଣରୁ ୧୦ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ଦେଖାଦେଇଛି। ଅନ୍ୟପଟେ କୃଷି କର୍ମଚାରୀମାନେ କ୍ଷେତ୍ର ପରିଦର୍ଶନ କରୁ ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏଥିପୂର୍ବରୁ ଗେଙ୍ଗୁଟିଆ ଗ୍ରାମରେ ମଧ୍ୟ ଏଭଳି ପୋକ ଦ୍ୱାରା ଧାନ ଫସଲ କ୍ଷତିଗ୍ରସ୍ତ ହୋଇଥିଲା।
ଏ ସଂକ୍ରାନ୍ତରେ ଜିଲା କୃଷି ଉପନିର୍ଦ୍ଦେଶକ ଛବୀନ୍ଦ୍ର ବେହେରାଙ୍କୁ ତାଙ୍କ ମୋବାଇଲ ନଂ. ୯୪୩୭୩୩୯୫୯୯ରେ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିବାରୁ ତାଙ୍କ ମତାମତ ମିଳିପାରିନାହିଁ।


All Right Reserved By Dharitri.Com

ଚାଷୀଙ୍କୁ ଗୋଇଠା ମାରିଲେ ପୂର୍ବତନ ସଭାପତି

କାମାକ୍ଷାନଗର, ୨୫।୨(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ସେବା ସମବାୟ ସମିତିର ପୂର୍ବତନ ସଭାପତି ଅଶୋକ ନାୟକ ଏବଂ ତାଙ୍କ ପୁଅ ତଥା ସମିତିର...

କପିଳାସ ନାଟ୍ୟ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ସୁଖଦ ବନ୍ଧନର କାହାଣୀ ‘ମାଟି ମା’

ଢେଙ୍କାନାଳ ଅଫିସ,୨୭ା୧୨-ଢେଙ୍କାନାଳ କଳାପରିଷଦ ପକ୍ଷରୁ ସ୍ଥାନୀୟ ମିନି ଷ୍ଟାଡିୟମ ଗଜଲକ୍ଷ୍ମୀ କଳାମଣ୍ଡପଠାରେ ଚାଲିଥିବା ଜାତୀୟ ବହୁଭାଷୀ କପିଳାସ ନାଟ୍ୟ ମହୋତ୍ସବର ଗୁରୁବାର ଦ୍ୱିତୀୟ ସନ୍ଧ୍ୟାରେ ଅନୁଗୋଳର...

ସହରରେ ଲୁଟେରା ଆତଙ୍କ

ଢେଙ୍କାନାଳ ଅଫିସ, ୧୯।୨ – ଢେଙ୍କାନାଳ ସହର କୁଞ୍ଜକାନ୍ତ ଲଳିତନଗର ଅଞ୍ଚଳରେ କ୍ରମାଗତ ଚୋରି ବୃଦ୍ଧି ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି।...

ପ୍ରଯୁକ୍ତିବିଦ୍ୟା ସୃଜନଶୀଳତାର ବିକଳ୍ପ ହୋଇପାରିବନି

ଢେଙ୍କାନାଳ ଅଫିସ, ୨୩।୧ – ପ୍ରଯୁକ୍ତିବିଦ୍ୟା କେବେହେଲେ ସୃଜନଶୀଳତାର ବିକଳ୍ପ ହୋଇପାରିବ ନାହିଁ। ଦିନକୁ ଦିନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ହେଉଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ...

ବିନା ମଷ୍ଟର ରୋଲ୍‌ରେ ଡ୍ରେନ୍‌ କାମ

ପରଜଙ୍ଗ, ୨୪।୧(ଡି.ଏନ୍‌.ଏ.) – ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ ପରେ ଏବେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ଗନ୍ଧ ବାରିହୋଇପଡ଼ିଛି। ଫାଇଲ ଖୋଲିନି,...

ଜାତୀୟ ରାଜପଥ କାର୍ଯ୍ୟ ନିମ୍ନମାନର; ଭାଙ୍ଗିଯାଉଛି ନବନିର୍ମିତ ଡ୍ରେନ୍‌ ସ୍ଲାବ୍‌

କାମାକ୍ଷାନଗର, ୧୧।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗର ଦେଇ ଯାଇଥିବା ୨୦୦ନଂ. ଜାତୀୟ ରାଜପଥର ଦୋହରୀକରଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ହେଲେ ଏହି କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା...

ଶାଶୁଙ୍କୁ ବୋହୂ ମାଡ଼ ମାରିବା ଘଟଣା: ଥାନାରେ ସମାଧାନ ହେଲା ମାମଲା

ପରଜଙ୍ଗ, ୧୦।୮(ଡି.ଏନ୍‌.ଏ.) – ଢେଙ୍କାନାଳ ପରଜଙ୍ଗ ଥାନା ଗେହ୍ଲେଇକାଟେଣୀ ଗ୍ରାମର ବୃଦ୍ଧା ପାରେଇ ନାୟକଙ୍କୁ ବୋହୂ ସବିତା ଗଁା ଦାଣ୍ଡରେ ମାଡ଼ ମାରୁଥିବା ଭିଡ଼ିଓ ଭାଇରାଲ...

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ : ଯୌତୁକଜନିତ ହତ୍ୟା ଅଭିଯୋଗ

କାମାକ୍ଷାନଗର, ୧୭।୮(ଡି.ଏନ.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଅନନ୍ତପୁର ଲେକ୍‌ଚର୍ସ କଲୋନୀରେ ଭଡ଼ାଘରେ ରହୁଥିବା ଜଣେ ନବବିବାହିତାଙ୍କ ଶୁକ୍ରବାର ରାତିରେ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *