ହୃଦ୍‌ଘାତରେ ବ୍ୟକ୍ତିଙ୍କ ମୃତ୍ୟୁ: ସତ୍କାରବେଳେ ମହୁମାଛି ଆକ୍ରମଣ, ୬ ଗୁରୁତର

ବନ୍ତଳା,୬।୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମ ପାଟଣାସାହିର ଦାମୋଦର ସାମଲ(୫୮)ଙ୍କ ଶନିବାର ହୃଦଘାତରେ ମୃତ୍ୟୁ ଘଟିଛି। ତାସ ଖେଳୁଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ କଳାପାଟ ଛକ ନିକଟରେ ଥିବା ତାଙ୍କ ଜମିରେ ମୃତଦେହ ସତ୍କାର ପାଇଁ ପ୍ରସ୍ତୁତି କରାଯାଇଥିଲା। ତେବେ କାଠରେ ଅଗ୍ନିସଂଯୋଗ ପରେ ଧୂଆଁ ବାହାରିବା ଯୋଗୁ ନିକଟରେ ଥିବା ଏକ ଗଛରେ ଥିବା ବାଘୁଆ ମହୁମାଛି ପଲ ବାହାରି ଆକ୍ରମଣ କରିଥିଲେ। ଏଥିରେ ଗ୍ରାମର ମଣ୍ଟୁ ପ୍ରଧାନ, ପ୍ରତାପ ମହାପାତ୍ର, ପ୍ରବୀଣ ସାମଲ, ଭୁତିଆ ସାହୁ, ସପନା ଦେହୁରୀ, ଶ୍ରୀକାନ୍ତ ଦାସ ଗୁରୁତର ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅନ୍ୟମାନେ ସେଠାରୁ ଦୌଡି ପଳାଇଆସିଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଆହତ ହୋଇଥିବା ଜଣାପଡିଛି।


All Right Reserved By Dharitri.Com

୧୨୭ ପିଲାଙ୍କୁ ପଢାଉଛନ୍ତି ୨ ଶିକ୍ଷକ

ବଇଣ୍ଡା,୧୬।୩(ଡି.ଏନ.ଏ.) ଶିକ୍ଷାର ବିକାଶ ପାଇଁ ସରକାରଙ୍କ ଯୋଜନା ବହୁ ବିଦ୍ୟାଳୟରେ ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନି। ଭିତ୍ତିଭୂମି, ଶିକ୍ଷକ ଅଭାବ ପିଲାଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି କରୁଥିବାରୁ...

ବିଦ୍ୟାଳୟରେ ୧୨ ଛାତ୍ରୀଛାତ୍ର ଅସୁସ୍ଥ ଘଟଣା: ରକ୍ତହୀନତାର ଶିକାର ୪୫

ବନ୍ତଳା, ୩୧ା୧୦(ଡି.ଏନ.ଏ.) – ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଜଗନ୍ନାଥପୁର ପଞ୍ଚାୟତ ଟାକରିଶିଙ୍ଗା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ୧୨ ଜଣ ଛାତ୍ରୀଛାତ୍ର ଅସୁସ୍ଥ...

ଶ୍ରମିକମାନଙ୍କୁ କରୋନା ସଚେତନତା

ବଅଁରପାଳ,୨୧।୫(ଡି.ଏନ୍‌.ଏ): ହିନ୍ଦ୍‌ ମଜଦୁରୁ ସଭା ସହ ଜଡ଼ିତ ନାଲକୋ ନନ୍‌ ଏକ୍ସ୍ୟୁଟିଭ୍‌(ଏନ୍‌ଏନ୍‌ଇୟୁ) ପକ୍ଷରୁ ଗୁରୁବାର ସକାଳେ ନାଲକୋ ସିପିପି ଫାଟକ ସମ୍ମୁଖରେ ଶ୍ରମିକମାନଙ୍କୁ କରୋନା ସଚେତନତା...

ପୌରପାଳିକା ଜାଗାରୁ ଚୋରା ଚାଲାଣ ହେଉଛି ମାଟି: ରାତିରେ ତାଡ଼ି ନିଆଯାଇଛି ଶହ ଶହ ଟ୍ରିପ୍‌

ଅନୁଗୋଳ ଅଫିସ, ୧୯।୧୨- ଅନୁଗୋଳ ପୌରପାଳିକାକୁ ଡମ୍ପିଂୟାର୍ଡ୍‌ ପାଇଁ ମିଳିଥିବା ୫ ଏକର ଜାଗାରୁ ରାତିରେ ହେଉଛି ମାଟି ଚୋରା ଚାଲାଣ। ଜେସିବି ଓ ଟିପ୍ପର...

ଅନୁଗୋଳ ପୌରପାଳିକାର ଅଜବ ନୀତି: ଆଗେ ପ୍ରଚାର, ପରେ ପଲିଥିନ ଚଢ଼ାଉ

ଅନୁଗୋଳ ଅଫିସ, ୨୯।୯ – ଅକ୍ଟୋବର ୨ରୁ ସହରାଞ୍ଚଳରେ ପଲିଥିନ ବନ୍ଦ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଅନୁଗୋଳ ପୌରପାଳିକା...

୩୦ ମିନିଟ୍‌ରେ ଜାମିନ ମିଳିବା ଘଟଣା: ଏସ୍‌ଆଇ ନିଲମ୍ବିତ

ଅନୁଗୋଳ ଅଫିସ,୩୦।୧: ତଦନ୍ତ ପ୍ରକ୍ରିୟାରେ ଅବହେଳା ଓ କେସ୍‌ ରେକର୍ଡରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୋର୍ଟକୁ ପ୍ରଦାନ କରି ନ ଥିବାରୁ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ...

କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ପାଲଲହଡା,୧୦।୫(ଡି.ଏନ.ଏ.) – ପାଲଲହଡା ଉପଖଣ୍ଡର ଯୁବ ସଙ୍ଗଠନ ୟୁଥ୍‌ ଫର୍‌ ପାଲଲହଡା ପକ୍ଷରୁ କରୋନା ଯୋଦ୍ଧା ତଥା ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ସମ୍ବର୍ଦ୍ଧନା...

ପରିସ୍ରାଗାର ନିର୍ମାଣ ଦାବି କଲେ ଅଟୋ ଚାଳକ

ଅନୁଗୋଳ ସହର, ୧୧।୨ ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ରାଜାଛକ ଅଞ୍ଚଳ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପରିସ୍ରାଗାର ନିର୍ମାଣ ପାଇଁ ବସ୍‌ଷ୍ଟାଣ୍ଡ ଅଟୋଚାଳକଙ୍କ ପକ୍ଷରୁ ସୋମବାର...

Leave a comment

Your email address will not be published. Required fields are marked *