ନୂଆ ପୁଞ୍ଜି ପ୍ରତ୍ୟାହାର ଧାରାକୁ କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ,୬-୧୦: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ପୁଞ୍ଜି ପ୍ରତ୍ୟାହାରକୁ ତ୍ୱରାନ୍ବିତ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନୂଆ ଷ୍ଟ୍ରାଟେଜିକ ଧାରାକୁ ମଞ୍ଜୁରୀ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କମ୍ପାନୀଗୁଡିକର ଷ୍ଟ୍ରାଟେଜିକ ସେଲ୍‌ ଲାଗି ନିବେଶ ଏବଂ ରାଷ୍ଟ୍ରାୟତ୍ତ ସମ୍ପତ୍ତି ପରିଚାଳନା ବିଭାଗ(ଦିପମ) ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ। ଅଂଶଧନ ବିକ୍ରି ପ୍ରକ୍ରିୟାରେ ଆସୁଥିବା ବିଭିନ୍ନ ପ୍ରଶାସନିକ ଜଟିଳାତାକୁ ନଜରରେ ରଖି ଏଭଳି ସଂଶୋଧନ କରାଯାଇଥିବା ଅଧିକାରୀ ଜଣକ କହିଛନ୍ତି। ପୁଞ୍ଜି ପ୍ରତ୍ୟାହାର ଲାଗି ଦୀପକ ସଚିବ ଏବେ ଆନ୍ତଃ ମନ୍ତ୍ରୀ ସ୍ତରୀୟ ଗ୍ରୁପର ସହ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ।


All Right Reserved By

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି...

କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ କରିବେ ସରକାର

ନୂଆଦିଲ୍ଲୀ,୧୯-୮: କ୍ଷୁଦ୍ର ଋଣଗ୍ରହୀତାଙ୍କ ଋଣ ଛାଡ଼ ଲାଗି ଏକ ଯୋଜନା କେନ୍ଦ୍ର ସରକାରଙ୍କ ବିଚାରାଧୀନ ରହିଛି। ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧୀନରେ କ୍ଷୁଦ୍ର ଋଣଗ୍ରହୀତାଙ୍କ...

ପାକିସ୍ତାନରେ ମହଙ୍ଗା ମାଡ଼; କ୍ଷୀର ଦର ପେଟ୍ରୋଲଠୁ ଅଧିକ

ଇସଲାମାବାଦ୍‌,୧୨-୯: ଜମ୍ମୁ-କଶ୍ମୀରକୁ ନେଇ ଭାରତ ସହିତ ଶତ୍ରୁତା ବୃଦ୍ଧି ପାକିସ୍ତାନ ଅର୍ଥନୀତିର ମେରୁଦଣ୍ଡକୁ ଦୋହଲାଇ ଦେଇଛି। ପନିପରିବା ଠାରୁ ଆରମ୍ଭ କରି ସାଧାରଣ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ...

ଜୁନ ୧୩ରେ ଜଲାନ କମିଟିର ବୈଠକ

ନୂଆଦିଲ୍ଲୀ,୩୧-୫: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ନିକଟରେ କେତେ ବଳକା ଅର୍ଥ ରହିବା ଉଚିତ୍‌ ସେ ସମ୍ପର୍କରେ ତର୍ଜମା ପାଇଁ ପୂର୍ବତନ ଗଭର୍ନର ବିମଳ ଜଲାନଙ୍କ ଅଧ୍ୟକ୍ଷତାରେ...

ପୁନରୁଦ୍ଧାର କାର୍ଯ୍ୟରେ ଏନ୍‌ଟିପିସି

ଭୁବନେଶ୍ୱର,୧୨-୫ : ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟରେ ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ପକ୍ଷରୁ ୫୦୦ କୁଶଳୀ ଶ୍ରମିକ ନିୟୋଜିତ ହୋଇଛନ୍ତି। ପ୍ରମୁଖ ସ୍ଥାନରେ ବିଜୁଳି...

୮.୬୫% ସୁଧ ହାର ଉପରେ ଇପିଏଫ୍‌ଓ କାଏମ

ନୂଆଦିଲ୍ଲୀ,୨୯-୬-ଶ୍ରମ ମନ୍ତ୍ରଣାଳୟ ଓ କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଆର୍ଥିକ ବର୍ଷ ୨୦୧୮-୧୯ ଲାଗି ପିଏଫ୍‌ ସୁଧ ହାର ୮.୫୫ରୁ ୮.୬୫%କୁ ବୃଦ୍ଧି କରିବା ଲାଗି ନେଇଥିବା...

ଦକ୍ଷତା ବିକାଶ ମନ୍ତ୍ରଣାଳୟର କୌଶଳ ପକ୍ଷ ଅଭିଯାନ

ନୂଆଦିଲ୍ଲୀ,୨୪।୭: ଦକ୍ଷତା ବିକାଶ ଏବଂ ଔଦ୍ୟୋଗିକତା ମନ୍ତ୍ରଣାଳୟ ପକ୍ଷରୁ କୌଶଳ ପକ୍ଷ ପାଳନ କରାଯାଉଛି। ଏହା ଚଳିତ ମାସ ୧୬ରୁ ୩୧ ଯାଏ ଅନୁଷ୍ଠିତ ହେବ।...

ଓଡ଼ିଶା ବଜାରରେ ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର, ୨୨।୮(ବ୍ୟୁରୋ)  ହ୍ୟୁଣ୍ଡାଇ ଇଲେକ୍‌ଟ୍ରୋନିକ୍ସ ଇଣ୍ଡିଆ ଲିମିଟେଡ ପକ୍ଷରୁ ଓଡ଼ିଶା ବଜାରରେ ଏହାର ପ୍ରଡକ୍ଟଗୁଡିକର ଶୁଭାରମ୍ଭ ଘୋଷଣା କରାଯାଇଛି। କମ୍ପାନୀର ଚିଫ୍‌ ଅପରେଟିଂ ଅଫିସର (ସିଓଓ) ଅଭିଷେକ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *