୪ ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ଯାଜପୁର ଟାଉନ/ସୁକିନ୍ଦା/ଧର୍ମଶାଳା/କୋରେଇ,୩ା୫(ଡି.ଏନ୍‌.ଏ/ସ୍ବ.ପ୍ର.)
ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ୩୦,୨୬୨ ଭୋଟ ପାଇ ଆଗରେ ଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଭାଜପା ପ୍ରାର୍ଥୀ ଗୌତମ ରାୟ ୧୫,୬୨୦ ଭୋଟ ପାଇଛନ୍ତି। ପ୍ରଣବପ୍ରକାଶ ୧୪୬୪୨ ଭୋଟରେ ଆଗୁଆ ଅଛନ୍ତି। ସେହିପରି ସୁକିନ୍ଦା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼େଇ ୨୬୭୨୨ ଭୋଟ ପାଇ ଆଗରେ ଥିବାବେଳେ ଭାଜପା ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ ୧୯୭୭୧ ଭୋଟ ପାଇ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅଛନ୍ତି। ପ୍ରୀତିରଞ୍ଜନ ୯୯୫୧ ଭୋଟରେ ଆଗୁଆ ଅଛନ୍ତି। କୋରେଇ ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଅଶୋକ ବଳ ୨୪,୩୮୦ ଭୋଟ ପାଇ ଆଗରେ ଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ପ୍ରାର୍ଥୀ ବିଶ୍ୱଜିତ ନାୟକ ୧୪,୬୫୮ ଭୋଟ ପାଇଛନ୍ତି। ଅଶୋକ ବଳ ୯୭୨୨ ଭୋଟରେ ଆଗୁଆ ଅଛନ୍ତି। ସେହିପରି ଧର୍ମଶାଳା ନିର୍ବାଚନମଣ୍ଡଳୀରେ ମଧ୍ୟ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟ ୫୯୨୬୮ ଭୋଟ ପାଇ ଆଗରେ ଥିବାବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଭାଜପା ପ୍ରାର୍ଥୀ ରମେଶ ପରିଡ଼ା ୨୬୯୪୭ ଭୋଟ ପାଇଛନ୍ତି। ପ୍ରଣବ ବଳବନ୍ତରାୟ ୩୨୩୨୧ ଭୋଟରେ ଆଗୁଆ ଅଛନ୍ତି।


All Right Reserved By Dharitri.Com

ଫେରି ଯିବ ୧୩୦୦ରୁ ଊର୍ଦ୍ଧ୍ୱ ଆବାସ ଅନୁଦାନ : ଯୋଜନାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ

ନୂଆଗାଁ,୧।୭(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଜୀବନ କଚ୍ଚା ଚାଳ ଘରେ ବିତୁଥିବାବେଳେ ସରକାରଙ୍କ ଆବାସ ଯୋଜନାରେ ପକ୍କା ଘରଟିଏ ପାଇବା ପାଇଁ ଅନେକେ ସ୍ବପ୍ନ ଦେଖିଥାନ୍ତି। କିନ୍ତୁ...

ମହାକାଳପଡ଼ାରେ କାଳବୈଶାଖୀ: ଜଣେ ମୃତ, ଜଳିଗଲା ୪ ବଖରା

ମହାକାଳପଡ଼ା.୧୮.୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ସାଙ୍ଗକୁ ଘଡ଼ଘଡି ଓ ବଜ୍ରପାତ ହୋଇଛି। ଏଥିରେ ଜଣେ ଚାଷୀଙ୍କ ମୃତ୍ୟୁ...

୧୯ ରାଉଣ୍ଡ ଶେଷ, ଆଗରେ ବିଜେଡି

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୧୯ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଏବେ ସୁଦ୍ଧା ଏହି ଅସନରେ ବିଜେଡ଼ି ୧୨,୬୨୭ ଭୋଟରେ...

ମୟୂରଭଞ୍ଜର ୫ ବୁଥ୍‌ରେ ଚାଲିଛି ସାନି ମତଦାନ

ବାରିପଦା ଅଫିସ,୧୯।୫: ମୟୂରଭଞ୍ଜ ଜିଲାର ୫ଟି ବୁଥ୍‌ରେ ରବିବାର ସାନି ମତଦାନ କରାଯାଉଛି। ବାରିପଦା ବିଧାନସଭା ନିର୍ବାଚନମଣ୍ଡଳୀର ୧୬ନଂ ବୁଥ୍‌-ଭୁଗୁଡ଼ାକଟା, ୧୯ନଂ ବୁଥ୍‌-ପୂର୍ଣ୍ଣଚନ୍ଦ୍ରପୁର, ଖଣ୍ଟା ବ୍ଲକର...

ଅନୁଗୋଳରେ ରଜନୀକାନ୍ତ ୨୪୩୬ ଭୋଟରେ ଆଗରେ

ଅନୁଗୋଳ ଅଫିସ, ୨୩ା୫- ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ରଜନୀକାନ୍ତ ସିଂ ୨୪୩୬ ଭୋଟରେ ଭାଜପାର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କଠାରୁ...

କମେଣ୍ଟମରାକୁ ନେଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, ୨ ଗିରଫ

ଯାଜପୁରଟାଉନ, ୧୭ା୬(ଡି.ଏନ୍‌.ଏ.): ଯାଜପୁରସହର ନିକଟସ୍ଥ ଚିତାଳୋ ଛକରେ କମେଣ୍ଟ ମରା ଘଟଣାକୁ କେନ୍ଦ୍ରକରି ଶନିବାର ରାତିରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ...

ତାଳଚେରରେ ବ୍ରଜକିଶୋର ୨୭୨୫ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୮୩୦୯ ଖଣ୍ଡ ଭୋଟ ପାଇଛନ୍ତି। ଭାଜପାର କାଳନ୍ଦୀ ସାମଲ...

ଫନୀ ପ୍ରଭାବ: କ୍ଷେତ୍ରବାସୀ ଡିଏଭି କଲେଜ ଧ୍ୱସ୍ତବିଧ୍ୱସ୍ତ; ୧୪ ଦିନ ପରେ ମଧ୍ୟ ପରିସ୍ଥିତିରେ ଆସିନି ସୁଧାର

ନିରାକାରପୁର,୧୮ା୫(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥ ପୁରାତନ କ୍ଷେତ୍ରବାସୀ ବିଜ୍ଞାନ ଡିଏଭି ମହାବିଦ୍ୟାଳୟ ଫନୀ ପ୍ରଭାବରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ା ଏହି ଅଞ୍ଚଳରେ ଶିକ୍ଷାର ଅନ୍ତୁଡ଼ିଶାଳ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *