Posted inଜାତୀୟ

୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ରେ ଦେବାକୁ ପଡ଼ିପାରେ ୨୫ ଗୁଣା ଅଧିକ ଫି

ନୂଆଦିଲ୍ଲୀ,୫।୧୦: ଏଣିକି ୧୫ ବର୍ଷ ପୁରୁଣା ଗାଡ଼ି ରେଜିଷ୍ଟ୍ରେଶନ୍‌ ପାଇଁ ୨୫ ଗୁଣା ଅଧିକ ଫି ଦେବାକୁ ପଡ଼ିପାରେ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବିତ ଭଲ୍ୟୁଣ୍ଟାରୀ ସ୍କେପିଙ୍ଗ୍‌ ଅଫର ଅନ୍ତର୍ଗତ ୧୫ ବର୍ଷ ପୁରୁଣା ଗାଡ଼ିର ରେଜିଷ୍ଟ୍ରେଶନ୍‌ ପୁଣିଥରେ କରିବାକୁ ପଡ଼ିବ। ଏହି ପ୍ରସ୍ତାବକୁ ସରକାର ଗ୍ରହଣ କରିନେଲେ ଗାଡ଼ି ମାଲିକଙ୍କୁ ଅଧିକ ରେଜିଷ୍ଟ୍ରେଶନ୍‌ ଫି ଦେବାକୁ ପଡ଼ିବ। ଘରୋଇ ଗାଡ଼ିର ରେଜିଷ୍ଟ୍ରେଶନ୍‌ ପାଇଁ ଏହି ନୂଆ ପ୍ରସ୍ତାବ ଅନୁସାରେ ୨୫ ପ୍ରତିଶତ ଅଧିକ ଦେବାକୁ ପଡ଼ିବ। ତେବେ କମର୍ସିଆଲ୍‌ ଯାନ କ୍ଷେତ୍ରରେ ଏହା ୧୨୫ ପ୍ରତିଶତ ବୃଦ୍ଧି ପାଇବ। ଏନେଇ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ବିଭାଗଗୁଡ଼ିକର ମତାମତ ଲୋଡ଼ାଯାଇଛି। ଏହି ନିୟମ ୨୦୨୦ର ମଧ୍ୟ ଭାଗରୁ ଲାଗୁ ହେବାର ସମ୍ଭାବନା ରହିଛି। ନିୟମ ଲାଗୁ ହେଲେ ଦୁଇ ଏବଂ ତିନି ଚକିଆ ଗାଡ଼ିର ରେଜିଷ୍ଟ୍ରେଶନ୍‌ ଫି ୨ ହଜାରରୁ ୩ ହଜାର ଟଙ୍କା ମଧ୍ୟରେ ରହିବ। ତେବେ ଚାରି ଚକିଆ ଯାନ ଗୁଡ଼ିକର ରେଜିଷ୍ଟ୍ରେଶନ୍‌ ଫି ବର୍ତ୍ତମାନର ୬ ଶହ ଟଙ୍କାରୁ ବୃଦ୍ଧି ପାଇ ୧୫ ହଜାର ଟଙ୍କା ହୋଇଯିବ। ପୁରୁଣା ଟ୍ରକ୍‌ ଏବଂ ବସ୍‌ର ଫିଟନେସ୍‌ ଫି ୨ ଶହ ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି ପାଇବ। ସେହିପରି କ୍ୟାବ୍‌ ଏବଂ ମିନି ଟ୍ରକ୍‌ କ୍ଷେତ୍ରରେ ଏହା ୧୫ ହଜାରରୁ ୨୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି।


All Right Reserved By Dharitri.Com

ବିଡିଏ ନିର୍ଦ୍ଦେଶକୁ ମାନିଲେନି ମଲ୍‌ କର୍ତ୍ତୃପକ୍ଷ:ଖୋଲାଖୋଲି ପାର୍କିଂ ଫି ଆଦାୟ କଲେ

ଭୁବନେଶ୍ୱର, ୧୮-୧୦ (ସ୍ଥିତପ୍ରଜ୍ଞ ମିଶ୍ର):ଭୁବନେଶ୍ୱରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ମଲ୍‌, ଆପାର୍ଟମେଣ୍ଟରେ ପାର୍କିଂ ଫି ଆଦାୟ ବନ୍ଦ କରିବାକୁ ଭୁବନେଶ୍ୱର ଉନ୍ନୟନ...

ପାର୍ଲାମେଣ୍ଟ ଭବନ ଆକ୍ରମଣ ପଛରେ ଡିଏସ୍‌ପି ଦାବିନ୍ଦର: ଅଫଜଲ ଗୁରୁଙ୍କ ସହ ଥିଲା ସମ୍ପର୍କ

ନୂଆଦିଲ୍ଲୀ,୧୪ା୧: ଦୁଇ ଆତଙ୍କବାଦୀଙ୍କ ସହ ଧରାପଡ଼ି ରବିବାର ଗିରଫ ହୋଇଥିବା ଜମ୍ମୁ-କଶ୍ମୀରର ପୋଲିସ ଅଫିସର ଦାବିନ୍ଦର ସିଂଙ୍କ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ପାର୍ଲାମେଣ୍ଟ...

ପୁନର୍ବିଚାର ଆବେଦନ କରିବ ନାହିଁ ସୁନ୍ନୀ ଓ୍ବାକଫ୍‌ ବୋର୍ଡ: ମସଜିଦ୍‌ ଜମି ନେଇ ଏବେ ହେବନି ଚର୍ଚ୍ଚା

ନୂଆଦିଲ୍ଲୀ,୨୬।୧୧: ଅଯୋଧ୍ୟା ମାମଲାରେ ସୁନ୍ନୀ ଓ୍ବାକଫ୍‌ ବୋର୍ଡ ପକ୍ଷରୁ ପୁନର୍ବିଚାର ଆବେଦନ କରାଯିବ ନାହିଁ। ସେହିପରି ଏବେ ମସଜିଦ୍‌ ଜମି ନେଇ କୌଣସି ଚର୍ଚ୍ଚା କରାଯିବ...

ଅହମଦାବାଦରେ ହେବ ‘କେମ୍‌ ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଆଗାମୀ ୨୪ ଓ ୨୫ ତାରିଖରେ ଭାରତ ଗସ୍ତରେ ଆସୁଥିବାବେଳେ ତାଙ୍କୁ ଗୁଜରାଟରେ ରେଡ୍‌ କାର୍ପେଟ ସ୍ବାଗତ ଲାଗି...

ଉତ୍ତର ପ୍ରଦେଶ ସରକାରଙ୍କ ଦୀପାବଳି ଉପହାର: ଆଗୁଆ ମିଳିବ ବେତନ, ପେନ୍‌ସନ୍‌

ଲକ୍ଷ୍ନୌ,୧୩।୧୦: ଦଶହରା ପରେ ଆସୁଛି ଉତ୍ସବର ପର୍ବ ଦୀପାବଳି। ଏହାକୁ ନଜରରେ ରଖି ଉତ୍ତର ପ୍ରଦେଶର ଭାଜପା ଶାସିତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ସରକାରୀ...

ନିର୍ଭୟା ମାମଲାର ଦୋଷୀ ବିନୟଙ୍କୁ ଲାଗିଲା ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଦିର୍ଘ ୭ ବର୍ଷ ଅର୍ଥାତ୍‌ ୨୦୧୨ ମସିହାର ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମାଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ବିନୟ...

ବୃଦ୍ଧାଶ୍ରମରୁ ଉଦ୍ଧାର ହେଲେ ୭୩ ବରିଷ୍ଠ ନାଗରିକ

ହାଇଦ୍ରାବାଦ,୨୫।୧: ତେଲେଙ୍ଗାନା ହାଇଦ୍ରାବାଦର ନଗରାମ ଗାଁରେ ଥିବା ଏକ ବୃଦ୍ଧାଶ୍ରମରୁ ୭୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଏମାନେ ସମସ୍ତେ ଗୋଟିଏ ଘରେ ବନ୍ଦଥିବା ସୂଚନା ମିଳିବା...

ବନ ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ କାହିଁକି ଚୁପ୍‌ ଅଛନ୍ତି ମୁଖ୍ୟମନ୍ତ୍ରୀ: ବିରୋଧୀ

ହାଇଦ୍ରାବାଦ,୨।୭: ତେଲେଙ୍ଗାନାରେ ବିରୋଧୀ କଂଗ୍ରେସ ଓ ଭାଜପା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଘେରିଛନ୍ତି। ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) କର୍ମୀମାନେ ଯେଉଁଭଳି ଭାବେ ଜଣେ...

Leave a comment

Your email address will not be published. Required fields are marked *