Posted inଜାତୀୟ

ସିଆଚେନ ହସ୍ପିଟାଲକୁ ଉପହାରରେ ମିଳିଲା ଅକ୍ସିଜେନ ପ୍ଲାଣ୍ଟ

ଜମ୍ମୁ,୫।୧୦: ବିଶ୍ୱର ସବୁଠାରୁ ଉଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ ଗ୍ଲାସିୟରରେ ଭାରତୀୟ ଯବାନ ଜୀବନକୁ ବାଜି ଲଗାଇ ମାତୃଭୂମୀର ରକ୍ଷା କରିଥାଆନ୍ତି। ପ୍ରାୟ ୨୨ହଜାର ଫୁଟ ଉପରେ ଥିବା ସିଆଚେନ ଗ୍ଲାସିୟରରେ ଅକ୍ସିଜେନର ପରିମାଣ କମ୍‌ ରହିଥାଏ। ଫଳରେ ବେଳେବେଳେ ଯବାନମାନେ ଶୋଇଥିବା ଅବସ୍ଥାରେ ସେମାନଙ୍କର ମୃତ୍ୟୁ ମଧ୍ୟ ହୋଇଥାଏ। ଏବେ ସେଠାକାର ହସ୍ପିଟାଲକୁ ଉପହାର ସ୍ବରୂପ ଏକ ଅକ୍ସିଜେନ ପ୍ଲାଣ୍ଟ ମିଳିଥିବା ଜଣାପଡିଛି। ମହାରାଷ୍ଟ୍ରର ପୁଣେ ସ୍ଥିତ ଏକ ଏନ୍‌ଜିଓ ‘ସୋଲଜର୍ସ ଇଣ୍ଡିପେଣ୍ଡେଟ ରିହାବିଲିଟେଶନ ଫାଉଣ୍ଡେଶନ’ ପକ୍ଷରୁ ଏହି ଅକ୍ସିଜେନ ପ୍ଲାଣ୍ଟକୁ ଉପହାର ଭାବେ ଦିଆଯାଇଛି। ଏହି ଏନ୍‌ଜିଓର ସଂସ୍ଥାପକ ଦମ୍ପତି ସୁମେଧା ଓ ଯୋଗେଶ ଚିତାଡେ ଟଙ୍କା ଯୋଗାଡ କରିବା ପାଇଁ ନିଜ ଗହଣା ବିକିଦେଇଥିବା ସୂଚନା ରହିଛି। ଫାୟାର ଆଣ୍ଡ ଫ୍ୟୁରି କ୍ରପର ଜିସିଓ ଲେପ୍ଟନାଣ୍ଟ ଜେନରାଲ ଓ୍ବାଇ ଯୋଶୀ ଏନ୍‌ଜିଓର ସଂସ୍ଥାପକ ଯୋଗେଶ ଚିତାଡେଙ୍କ ଉପସ୍ଥିତିରେ ଏହି ପ୍ଲାଣ୍ଟର ଉଦ୍‌ଘାଟନ କରିଥିବା ଜଣାପଡିଛି। ସେନାର ଏହି ହସ୍ପିଟାଲ ପ୍ରତାପପୁର ନିକଟରେ ଅବସ୍ଥିତ। ଏହା କେବଳ ଯେ ଭାରତୀୟ ଯବାନଙ୍କ ପାଇଁ ଉଦ୍ଦିଷ୍ଟ ତା’ନୁହେଁ ଏଥିରେ ସାଧାରଣ ଜନତା ଓ ପର୍ଯ୍ୟଟକଙ୍କୁ ମଧ୍ୟ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି।


All Right Reserved By Dharitri.Com

ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍‌ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ...

୯୦ ବର୍ଷରେ ପାଦ ଦେଲେ ଲତା ମଙ୍ଗେସକର

ମୁମ୍ବାଇ,୨୮।୯: କୋକିଳ କଣ୍ଠୀ ଗାୟିକା ଲତା ମଙ୍ଗେସକର ଶନିବାର ୯୦ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୨୯ ସେପ୍ଟେମ୍ବର ୨୮ରେ ଇନ୍ଦୋରଠାରୋ ଜନ୍ମଗ୍ରହଣ କରିଥିଲେ। ୧୯୪୩ରେ...

ଭୋପାଳ ରାଜଭବନକୁ ପହଞ୍ଚିଲା କରୋନା

ଭୋପାଳ,୨୫।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସୋମବାର ୨୪ରୁ ଊର୍ଦ୍ଧ୍ୱ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସହରର ହଟସ୍ପଟ ଜୋନ କରୋନା ସଂକ୍ରମଣର ଶିକାର...

ନିଆଁ ଲିଭାଇବ ରୋବୋ: ଖର୍ଚ୍ଚ ହେବ କମ୍‌ ପାଣି

ଅହମ୍ମଦାବାଦ୍‌, ୨୫।୧: ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥାଏ। ତେବେ ଅହମ୍ମଦାବାଦ୍‌ ଦମକଳ ବିଭାଗ ପକ୍ଷରୁ ଏବେ ଏହି କାର୍ଯ୍ୟରେ ରୋବୋକୁ ନିୟୋଜିତ...

ଭାଲେଣ୍ଟାଇନ୍ସ ଡେ’ରେ ପିଲାମାନଙ୍କୁ ଶପଥ କରାଇଲେ ଶିକ୍ଷକ: କରିବେ ନାହି ପ୍ରେମ କି ପ୍ରେମ ବିବାହ

ଅମରାବତୀ,୧୪।୨: ମହାରାଷ୍ଟ୍ର ଅମରାବତୀ ଜିଲାରେ ଥିବା ଏକ ଆର୍ଟସ କଲେଜର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଠାରେ ଭାଲେଣ୍ଟାଇନ୍ସ ଡେ’ ଅବସରରେ ପିଲାମାନଙ୍କୁ...

ସିବିଏସ୍‌ଇ ବଢାଇଲା ପରୀକ୍ଷା ଫି’

ନୂଆଦିଲ୍ଲୀ,୧୧।୮: ସିବିଏସଇ ବଢାଇଲା ପରୀକ୍ଷା ଫି’। ସିବିିଏସ୍‌ଇ ଅଧିନରେ ପଢୁଥିବା ଅନୁସୂଚିତ ଜାତି ଏବଂ ଜନଜାତି ଛାତ୍ରୀଛାତ୍ରଙ୍କ ପରୀକ୍ଷା ଫି’କୁ ୨୪ ଗୁଣା ବଢାଇ ଦିଆଯାଇଛି।...

ପ୍ରଶଂସା କଲେ ଜନାର୍ଦ୍ଦନ

ନୂଆଦିଲ୍ଲୀ,୬ା୮ (ଆଇଏଏନ୍‌ଏସ୍‌)- ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ କଂଗ୍ରେସ ବିରୋଧ କରୁଥିବାବେଳେ ଦଳର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ୱିବେଦୀ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।...

ଭାଜପାରେ ମିଶିଲେ ୧୩ ବଙ୍ଗାଳୀ ଫିଲ୍ମଷ୍ଟାର

ନୂଆଦିଲ୍ଲୀ,୧୯ା୭ (ପି.ଟି.):ବଙ୍ଗାଳୀ ଚଳଚ୍ଚିତ୍ର ଓ ଟେଲିଭିଜନର ୧୩ ଜଣ ଅଭିନେତା ଅଭିନେତ୍ରୀ ଗୁରୁବାର ଭାଜପାରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବ ବେଳେ ପଶ୍ଚିମବଙ୍ଗ ଭାଜପା ସଭାପତି...

Leave a comment

Your email address will not be published. Required fields are marked *