ଚନ୍ଦ୍ରଯାନ-୨ ଭଳି ସଜେଇ ହେଲା ଦୁର୍ଗାଙ୍କ ମଣ୍ଡପ

ବାରଣାସୀ,୫।୧୦: ବିଭିନ୍ନ ଥିମ୍‌କୁ ନେଇ ଏଥରର ଦୁର୍ଗାପୂଜା ମଣ୍ଡପ ନିର୍ମାଣ କରାଯାଇଥିବା ବେଳେ ବାରଣାସୀରେ ଏଥର ଚନ୍ଦ୍ରଯାନ-୨କୁ ନେଇ ନିର୍ମାଣ କରାଯାଇଥିବା ମଣ୍ଡପ ସମସ୍ତଙ୍କୁ ଆକର୍ଷିତ କରିଛି। ଶହେ ଫୁଟର ଏହି ମଣ୍ଡପକୁ ନିର୍ମାଣ କରିବାକୁ ୨ମାସ ସମୟ ଲାଗିଛି। ସେହିପରି ଦୁର୍ଗାଙ୍କ ମୁର୍ତ୍ତି ନିକଟରେ ପୂଜା ପାଉଥିବା ଅନ୍ୟ ମୂର୍ତ୍ତିମାନଙ୍କ ଭଳି ଇସ୍ରୋ ମୁଖ୍ୟ କେ.ଶିବନଙ୍କର ମଧ୍ୟ ଏକ ମୂର୍ତ୍ତି ନିର୍ମାଣ କରାଯାଇଛି।

ଉକ୍ତ ପୂଜା କମିଟିର ସଦସ୍ୟ ରାଜନ ଯୟଶଓ୍ବାଲ କହିଛନ୍ତି ଯଦିଓ ଚନ୍ଦ୍ରାଯାନ-୨ ମିଶନରେ ସଫଳତା ମିଳିନି ତଥାପି ଏହାକୁ ନେଇ ଇସ୍ରୋ ପୁଣି ଥରେ ତା’ର ଚେଷ୍ଟା ଜାରି ରଖିବ ବୋଲି ଶିବନ କହିଥିବାରୁ ତାକୁ ନେଇ ଏଥରର ମଣ୍ଡପ ନିର୍ମାଣ କରାଯାଇଛି ବୋଲି ସେ କହିଛନ୍ତି। ଏଥିରେ ଅନ୍ୟ ମହାକାଶଚାରୀଙ୍କୁ ମଧ୍ୟ ସ୍ଥାନିତ କରାଯାଇଛି।


All Right Reserved By

ଗଡ଼କରୀଙ୍କ ନୂଆ ନିୟମକୁ ବିରୋଧ: ଦିଲ୍ଲୀରେ ଅଖ-ଚକ ଜାମ୍‌

ନୂଆଦିଲ୍ଲୀ,୧୯।୯: ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀଙ୍କ ନୂଆ ଜରିମାନା ନିୟମକୁ ବିରୋଧ କରି ଦିଲ୍ଲୀରେ ଗୁରୁବାର ଅଖ-ଚକ ଜାମ୍‌ ଡାକରା ଦିଆଯାଇଛି। ମିଳିତ ପରିବହନ...

ଫୋର୍ବ୍ସ୍‌ ଇଣ୍ଡିଆ ପକ୍ଷରୁ ପ୍ରକାଶ ପାଇଲା ଧନଶାଳୀଙ୍କ ତାଲିକା: ପୁଣି ବାଜି ମାରିଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୧।୧୦: ଫୋବର୍‌ସ ଇଣ୍ଡିଆ ୨୦୧୯ ପକ୍ଷରୁ ଭାରତର ସବୁଠାରୁ ଧନଶାଳୀ ବ୍ୟକ୍ତିଙ୍କ ନୂଆ ତାଲିକା ପ୍ରକାଶ ପାଇଛି। ଭାରତର ଟପ୍‌ ଶହେରେ ଥିବା ବ୍ୟକ୍ତିଙ୍କ ତାଲିକାରେ...

କେରଳ, କର୍ନାଟକ ସମେତ ୫ଟି ରାଜ୍ୟରେ ବନ୍ୟା ବିତ୍ପାତ: ଉଦ୍ଧାର କାର୍ଯ୍ୟ ପାଇଁ ପହଞ୍ଚିଲା ବାୟୁସେନା

ଥିରୁଭାନନ୍ତପୁରମ,୯।୮: ଦେଶରେ ବହୁ ରାଜ୍ୟରେ ଲଗାଣ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। କେରଳରୁ କର୍ନାଟକ ଓ ମଧ୍ୟପ୍ରଦେଶରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ବହୁ ରାଜ୍ୟ ପାଣି...

‘କଂଗ୍ରେସରେ ଟିକେଟ ବିକ୍ରି ହେଉଛି’

ନୂଆଦିଲ୍ଲୀ,୩ା୧୦: ହରିୟାଣା କଂଗ୍ରେସର ଗୋଷ୍ଠୀ ବିବାଦ ଦିଲ୍ଲୀରେ ପହଞ୍ଚତ୍ଛି। ହରିୟାଣା କଂଗ୍ରେସର ପୂର୍ବତନ ସଭାପତି ଅଶୋକ ତନ୍‌ଓ୍ବର ନିଜ ସମର୍ଥକଙ୍କ ସହ ବୁଧବାର ଦଳର ଅଧ୍ୟକ୍ଷା...

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌...

ସାଧାରଣ ନ ଥିଲା ମୋଦି ଧ୍ୟାନ କରୁଥିବା ଗୁମ୍ଫା: ଏହାସହ ସଂଲଗ୍ନ ଥିଲା ଶୌଚାଗାର, ସିସିଟିଭି

ଡେରାଡୁନ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନିର୍ବାଚନ ପ୍ରଚାର କାର୍ଯ୍ୟ ଶେଷ କରି ଶନିବାର ବାହାରିଥିଲେ କେଦାରନାଥ ଦର୍ଶନରେ। ସେଠାରେ ସେ ଏକ ଗୁମ୍ଫାରେ ଧ୍ୟାନ...

ଜଷ୍ଟିସ୍‌ ଶୁକ୍ଳାଙ୍କ ବିରୋଧରେ ରୁଜୁ ହେବ ମାମଲା

ନୂଆଦିଲ୍ଲୀ,୧ା୮(ପି.ଟି./ ଆଇଏଏନ୍‌ଏସ୍‌)-ଆଲ୍ଲାହାବାଦ୍‌ ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌.ଏନ୍‌. ଶୁକ୍ଲାଙ୍କ ବିରୋଧରେ ମାମଲା ରୁଜୁ କରିବା ଲାଗି ପ୍ରଧାନ ବିଚାରପତି (ସିଜେଆଇ)ଜଷ୍ଟିସ ରଞ୍ଜନ ଗୋଗୋଇ ସିବିଆଇକୁ ଅନୁମତି...

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *