ଦୁର୍ନୀତି ପ୍ରହାର: ୫ ଅଧିକାରୀ ବିଦା

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ଦୁର୍ନୀତି ମାମଲାରେ ଜଡିତ ୫ଜଣ ଅଧିକାରୀଙ୍କ ବିରୋଧରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଶୁକ୍ରବାର ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଥିବା ବେଳେ ଜଣଙ୍କୁ ବହିଷ୍କାର କରାଯାଇଛି। ଭିଜିଲାନ୍ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ସେହି ଅଧିକାରୀମାନଙ୍କ ବିରୋଧରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ବସନ୍ତ କୁମାର ବେହେରା, ଅବକାରୀ ବିଭାଗର ଡେପୁଟି କମିଶନର ଦିଲୀପ କୁମାର ନାଗ, ଉପବନସଂରକ୍ଷକ ଶରତ ଚନ୍ଦ୍ର ପଣ୍ଡାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝିଙ୍କୁ ଚାକିରିରୁ ଆଗୁଆ ଅବସର ଦିଆଯାଇଛି । ସେହିପରି କୋମନା ବ୍ଲକର ପୂର୍ବତନ ବିଡିଓ ତଥା ବର୍ତ୍ତମାନର ମୟୂରଭଞ୍ଜ ଜିଲା କପ୍ତିପଦା ତହସିଲଦାର ପ୍ରଦୀପ କୁମାର ବେହେରାଙ୍କୁ ଦୁର୍ନୀତି ଅଭିଯୋଗରେ ଚାକିରିରୁ ବହିଷ୍କାର କରାଯାଇଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେହି ଅଧିକାରୀମାନଙ୍କୁ ଗିରଫ କରିଥିଲା। ଦୋଷୀ ସାବ୍ୟସ୍ତ ହେବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନୂଆପଡା ଜିଲା କୋମନା ବ୍ଲକର ପୂର୍ବତନ ବିଡିଓ ତଥା ମୟୂରଭଞ୍ଜ ଜିଲାର କପ୍ତିପଦା ତହସିଲଦାର ପ୍ରଦୀପ କୁମାର ବେହେରା ଦୁର୍ନୀତି ଅଭିଯୋଗରେ ଚାକିରିରୁ ବିଦା ହୋଇଛନ୍ତି। ୨୦୦୮ରେ ତାଙ୍କ ନାମରେ ଭିଜିଲାନ୍ସ କେସ କରାଯାଇଥିଲା। ସେହିପରି ଅବକାରୀ ବିଭାଗର ଡେପୁଟି କମିଶନର ଦିଲୀପ କୁମାର ନାଗ ଆୟ ବହିର୍ଭୂତ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ। ୨୦୧୨ରୁ ୨୦୧୫ ଯାଏ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ବସନ୍ତ କୁମାର ବେହେରା ମଧ୍ୟ ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୨୦୧୮ରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ୩ କୋଟି ୬୧ ଲକ୍ଷ ୧୯ ହଜାର ୨୨୬ ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା। ନୂଆପଡା ଜିଲାର ଖରିଆର ବନଖଣ୍ଡରେ ଉପବନସଂରକ୍ଷକ ଭାବେ ନିଯୁକ୍ତି ପାଇଥିବା ଶରତ ଚନ୍ଦ୍ର ପଣ୍ଡା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ୨୦୧୭ରେ ଗିରଫ ହୋଇଥିଲେ। ତାଙ୍କ ନିକଟରୁ ୫ କୋଟି ୨୩ ଲକ୍ଷ ୬୦ ହଜାର ୭୮ କୋଟି ଟଙ୍କାର ଆୟବହିର୍ଭୂତ ସମ୍ପତ୍ତି ଭିଜିଲାନ୍ସ ଠାବ କରିଥିଲା। ସହକାରୀ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ସହ ଅସାଧୁ ମିଲରମାନଙ୍କୁ ଅନୁକମ୍ପା ଦେଖାଇବା ଏବଂ ଗତ ଫନୀ ବାତ୍ୟା ସମୟରେ ନିଜର କର୍ତ୍ତବ୍ୟ ପାଳନ କରି ନ ଥିବାରୁ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା।


All Right Reserved By Dharitri.Com

ଅସନ୍ତୋଷ ପରେ ମାଟିମଣ୍ଡପ ସାହି ପାର୍କିଂ ଟେଣ୍ଡର ବାତିଲ

ପୁରୀ ଅଫିସ,୧୩।୨: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ ମଧ୍ୟରେ ଥିବା ଏମାର ମଠର କେତେକ ଅଂଶ ଭଙ୍ଗା ଯାଇଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକେ ଦୁଇଚକିଆ ଯାନ...

ଦିବ୍ୟାଙ୍ଗଙ୍କୁ ସହାୟତା ପାଇଁ ଅଟୋରେ ହୁଣ୍ଡି: ଶହୀଦ ଦିବସରେ ଅଟୋ ଡ୍ରାଇଭର ଟ୍ରଷ୍ଟର ଭିନ୍ନ ପ୍ରୟାସ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ପୁଲଓ୍ବାମା ଶହୀଦଙ୍କ ସ୍ମୃତିରେ ଫେବୃୟାରୀ ୧୪ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଉଛି। ଶୁକ୍ରବାର ଏହି ଦିବସ ପାଳନ ଅବସରରେ ଭାରତ ମହାସଂଘ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ମାମଲା: ସରକାରଙ୍କ ନୂତନ କମିଟିକୁ ରଦ୍ଦ ପାଇଁ ଆବେଦନ

କଟକ ଅଫିସ,୩।୧୨:ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ରାଜ୍ୟ ସରକାର ୫ବର୍ଷ ତଳେ ଏକ କମିଶନ ଗଠନ କରିଥିଲେ। ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି...

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ...

ଦାରିଙ୍ଗବାଡ଼ିରେ ପଥରଖୋଲରୁ ବାହାରୁଛି ଡିଜେଲ: ବୋତଲ, ଜାର୍‌ ଧରି ଲୋକଙ୍କ ଭିଡ଼

ଦାରିଙ୍ଗବାଡ଼ି,୮।୨(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ଲଦପାଙ୍ଗା ଅଞ୍ଚଳରେ ଏକ ପଥରଖୋଲ ଭିତରୁ ଶନିବାର ଡିଜେଲ ବାହାରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଆଶ୍ଚର୍ଯ୍ୟ ଲାଗୁଥିଲେ...

ଓଭରବ୍ରିଜରେ ପିଟିହୋଇ ୨ ସାଙ୍ଗଙ୍କ ଜୀବନ ଗଲା, ଜଣେ ଗୁରୁତର

ପୁରୀ ଅଫିସ,୨୦ା୬ : ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି। ସଦର ଥାନା ଅନ୍ତର୍ଗତ ମାଳତୀପାଟପୁର ଓଭରବ୍ରିଜରେ ପିଟିହୋଇ ଦୁଇ ସାଙ୍ଗଙ୍କ ଜୀବନ ଯାଇଥିବାବେଳେ ଜଣେ...

କତାଶିଳ୍ପକୁ ଅଣଦେଖା

ପୁରୀ ଅଫିସ, ୩୧।୫: ବାତ୍ୟା ଫନୀ ସମଗ୍ର ପୁରୀ ଜିଲାକୁ ଧ୍ୱଂସବିଧ୍ୱଂସ୍ତ କରିଦେଇଛି। ଭାଙ୍ଗି ପକାଇଛି ଅନେକ ଘରଦ୍ୱାର, ବିଦ୍ୟୁତ୍‌ ଖୁଣ୍ଟ ଏବଂ ଟାୱାର। ଧରାଶାୟୀ...

ଦୁଇମାସ ବିତିଲା, ସରିଲାନି ଡ୍ରେନ୍‌ କାମ

ଭୁବନେଶ୍ୱର,୧୫ା୭(ବ୍ୟୁରୋ) : ପ୍ରତ୍ୟେକ ବର୍ଷ ମୌସୁମୀ ଆସିବା ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଡ୍ରେନେଜ୍‌ ବିଭାଗର ଅଧିକାରୀମାନେ ସକ୍ରିୟ ହୋଇପଡ଼ନ୍ତି। ଡ୍ରେନ ପୁନରୁଦ୍ଧାର, ନୂଆ...

Leave a comment

Your email address will not be published. Required fields are marked *