‘୨୩ କୋଟି ଖର୍ଚ୍ଚ ପରେ ବି ନଗଡ଼ାରେ ବିକାଶ ନାହିଁ ’: ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଲେ ଏନ୍‌ଏଚ୍‌ଆର୍‌ସି

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଯାଜପୁର ଜିଲାର ନଗଡ଼ାରେ ପୁଷ୍ଟିହୀନତା ଖବର ପ୍ରକାଶ ପାଇବାର ୩ ବର୍ଷରୁ ଅଧିକ ହୋଇଗଲାଣି । ଏ ନେଇ ସରକାରଙ୍କ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଭିନ୍ନ ଦେଖିବାକୁ ମିଳୁଛି। ସେଠାକାର ଶିଶୁମାନଙ୍କୁ ଏବେ ବି ପୁଷ୍ଟିକର ଖାଦ୍ୟ ମିଳୁନାହିଁ। ସରକାରଙ୍କ ଅନୁଦାନ ସତ୍ତ୍ୱେ କାହିଁକି ନଗଡ଼ାର ଦୟନୀୟ ସ୍ଥିତିରେ ପରିବର୍ତ୍ତନ ହୋଇନାହିଁ, ସେ ସମ୍ପର୍କରେ ମୁଖ୍ୟ ଶାସନ ସଚିବଙ୍କଠାରୁ ଜାତୀୟ ମାନବ ଅଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ରିପୋର୍ଟ ମାଗିଛନ୍ତି।
ନଗଡ଼ାର ଏଭଳି ସ୍ଥିତି ଉପରେ ମାନବିକ ଅଧିକାର କର୍ମୀ ଅଖଣ୍ଡ ଗତ ଅଗଷ୍ଟ ମାସରେ ଏକ ପିଟିଶନ୍‌ ଦାୟର କରିଥିଲେ। ସେ ଦର୍ଶାଇଥିଲେ ଯେ, ୨୦୧୬ ଜୁଲାଇ ମାସରେ ଗଣମାଧ୍ୟମରେ ନଗଡ଼ାରେ ଶିଶୁମାନଙ୍କ ପୁଷ୍ଟିହୀନତାରେ ମୃତ୍ୟୁ କଥା ପଦାକୁ ଆସିଥିଲା। ଏହାପରେ ସରକାର ସଜାଗ ହୋଇଥିଲେ। ସେଠାରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରି କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ୩ ବର୍ଷରୁ ଅଧିକ ସମୟ ପରେ ବି ଅବସ୍ଥାରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ। ‘ଖାଦ୍ୟ ଅଧିକାର ଅଭିଯାନ’ ପକ୍ଷରୁ ସେଠାକୁ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଗତ ଜୁଲାଇ ୮ ତାରିଖରେ ଯାଇଥିଲେ। ସେମାନେ ଦେଖିବାକୁ ପାଇଥିଲେ ଯେ, ଏବେ ବି ଶିଶୁମାନେ ପୁଷ୍ଟିହୀନତାର ଶିକାର ଅଛନ୍ତି। ଭାତ, ଡାଲି ଓ ଲୁଣ ଖାଉଛନ୍ତି। ତିନି ଓଳି ଏହି ଜୁଆଙ୍ଗ ଶିଶୁଙ୍କୁ ଏହା ହିଁ ଖାଇବାକୁ ଦିଆଯାଉଛି। ସେମାନଙ୍କ ସ୍ଥିତି ବଦଳି ନାହିଁ। ଗାଁ ଲୋକଙ୍କ ପାଇଁ ଏମ୍‌ଜିଏନ୍‌ଆର୍‌ଜିଏସ୍‌ ମାଧ୍ୟମରେ ୮୮ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ ମାତ୍ର ୪ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି। ପାନୀୟଜଳ ଯୋଗାଣ ପ୍ରକଳ୍ପ ଅଚଳ ହୋଇପଡ଼ିଛି। ତେଣୁ ଗାଁ ଲୋକେ ବିଶୁଦ୍ଧ ଜଳରୁ ବଞ୍ଚତ୍ତ ହେଉଛନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ନଗଡ଼ା ପାଇଁ ବିଭିନ୍ନ ପ୍ରକଳ୍ପରେ ୨୩ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇ ସାରିଛି। କିନ୍ତୁ ସେମାନଙ୍କୁ ମୁଖ୍ୟ ଧାରାରେ ସାମିଲ କରାଯାଇପାରିନାହିଁ। ଅଖଣ୍ଡଙ୍କ ଏହି ଅଭିଯୋଗକୁ ଅତି ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି ଏନ୍‌ଏଚ୍‌ଆର୍‌ସି। ଏହା ଉପରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟ ମଧ୍ୟରେ ରିପୋର୍ଟ ନ ଦେଲେ ମାନବିକ ଅଧିକାର ସୁରକ୍ଷା ଆଇନ ୧୯୯୩ ଧାରା ୧୩ ଅନୁଯାୟୀ ବ୍ୟକ୍ତିଗତ ଭାବେ ହାଜର ଦେବାକୁ ପଡ଼ିବ ବୋଲି କମିଶନ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି।


All Right Reserved By Dharitri.Com

ମହେଶ୍ୱରଙ୍କୁ ଛାଡ଼ି ସବୁ ମନ୍ତ୍ରୀ ଜିତିଲେ:ପୁଅମାନେ ବାଜି ମାରିଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ):ବିଜେଡି ସରକାରର ୪ର୍ଥ ପାଳି ମନ୍ତ୍ରିମଣ୍ଡଳ ଅଦଳବଦଳ ପରେ ଯେଉଁମାନେ ଦାୟିତ୍ୱ ନେଇଥିଲେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ମନ୍ତ୍ରୀ ଏଥର...

କେନ୍ଦ୍ରୀୟ ବିଦ୍ୟାଳୟ ଛାତରୁ ଛାତ୍ରୀ ଡେଇଁପଡ଼ିବା ଘଟଣା:ଖେଳ ଶିକ୍ଷୟିତ୍ରୀ, ପ୍ରିନ୍ସିପାଲଙ୍କ ନିଲମ୍ବନ ଦାବି ତେଜିଲା

ଭୁବନେଶ୍ୱର,୮ା୧୨(ବ୍ୟୁରୋ) ଖେଳ ଶିକ୍ଷୟିତ୍ରୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ମଞ୍ଚେଶ୍ୱର ଗାଡ଼କଣସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ-୩ର ଜଣେ ଛାତ୍ରୀ ତୃତୀୟ ମହଲା ଛାତ ଉପରୁ ଶୁକ୍ରବାର ତଳକୁ ଡେଇଁ...

ବାନ୍ତି କଲେ ପାଟିରୁ ବାହାରୁଛି କୋଇଲା: ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି ହେଲେ ୧୦ ବର୍ଷର ନାବାଳିକା

ବଲାଙ୍ଗିର ଅଫିସ,୨୪।୭: ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର...

ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ୨ୟ ବୈଠକ:ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ଏଣିକି ଉଚ୍ଚ ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ସୁବିଧା ରହିବ। ସମସ୍ତ ଶିକ୍ଷାନୁଷ୍ଠାନର ୱେବ୍‌ସାଇଟ୍‌କୁ ଅପଡେଟ୍‌ କରାଯିବ। ମଙ୍ଗଳବାର ଇମେଜ୍‌ଠାରେ ଆୟୋଜିତ ରାଜ୍ୟ ଉଚ୍ଚଶିକ୍ଷା ପରିଷଦର...

ପୂର୍ବତନ ବିଧାୟକଙ୍କ କଲେଜ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭାପୁର,୬ା୭(ଡି.ଏନ୍‌.ଏ.): ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧୀନ ୬ଟି କଲେଜର +୨ କଳା ପରୀକ୍ଷାରେ ଏ ବର୍ଷ ଛାତ୍ରୀମାନେ ଟପ୍ପର ହୋଇଛନ୍ତି। ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଏହି...

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ସମାରୋହ: ଦିନତମାମ ଗାନ୍ଧିଜୀଙ୍କୁ ନେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧।୧୦(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସୂଚନା ଓ ଲୋକସମ୍ପର୍କ ଏବଂ ଓଡ଼ିଆ...

ଟ୍ରାଫିକ କନଷ୍ଟେବଳଙ୍କୁ ଅସଦାଚରଣ, ଯୁବକ ଗିରଫ

ପୁରୁଣା ଭୁବନେଶ୍ୱର, ୨୧।୧୧ (ଡି.ଏ ନ.ଏ.): କାର୍ଯ୍ୟରତ ଜନୈକ ଟ୍ରାଫିକ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବା ଅଭିଯୋଗ ବୁଧବାର ଏୟାରପୋର୍ଟ ଥାନା ପୋଲିସ ପୁନମାଗେଟରେ ଜନୈକ...

ଗୌରବିହାର ଆଶ୍ରମରେ ବ୍ୟଞ୍ଜନ ଦ୍ୱାଦଶୀ: ରାଧାକୃଷ୍ଣଙ୍କୁ ଲାଗିହେଲା ୬୭୫ ପ୍ରକାର ବ୍ୟଞ୍ଜନ

ପୁରୀ ଅଫିସ, ୯ା୧୨: ମାର୍ଗଶୀର ମାସ ଶୁକ୍ଲ ପକ୍ଷ ଦ୍ୱାଦଶୀ ତିଥିରେ ସୋମବାର ଶ୍ରୀଗୌରବିହାର ଆଶ୍ରମ (ମାତା ମଠ)ରେ ବ୍ୟଞ୍ଜନ ଦ୍ୱାଦଶୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *