Posted inଜାତୀୟ

ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମଲେଖା: ୨୦୨୦ରୁ ଏମ୍ସରେ ଲାଗୁ ହେବ ନିଟ୍‌

ନୂଆଦିଲ୍ଲୀ,୫ା୧୦(ପି.ଟି.): ଆଗାମୀ ୨୦୨୦ ଶିକ୍ଷାବର୍ଷରୁ ଏମ୍ସ, ଜେଆଇପିଏମ୍‌ଇଆର୍‌ (ଜବାହରଲାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟଗ୍ରାଜୁଏଟ୍‌ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ) ସମେତ ଦେଶର ସମସ୍ତ ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମରେ ନାମ ଲେଖାଇବାକୁ ହେଲେ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା (ନିଟ୍‌) ଦେବାକୁ ହେବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଦେଶର ମେଡିକାଲ ଶିକ୍ଷାକ୍ଷେତ୍ରରେ ସମାନ ମାନ ଧାର୍ଯ୍ୟ କରିବାରେ ଏହା ସହାୟକ ହୋଇପାରିବ। ଏବେ ଏମ୍ସ ଏବଂ ଜେଆଇପିଏମ୍‌ଇଆର୍‌ ବ୍ୟତୀତ ଅନ୍ୟ ସମସ୍ତ ମେଡିକାଲ କଲେଜରେ ନାମଲେଖା ପାଇଁ ନିଟ୍‌ ଦେବାକୁ ପଡୁଛି। ଏମ୍ସ ଓ ଜେଆଇପିଏମ୍‌ଇଆର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନରେ ପରିଚାଳିତ ହେଉଥିବାରୁ ସେମାନେ ନିଜସ୍ବ ନାମଲେଖା ପରୀକ୍ଷା କରିଥାଆନ୍ତି। ଜାତୀୟ ମେଡିକାଲ କମିଶନ ଆଇନ (ଏନ୍‌ଏମ୍‌ସି), ୨୦୧୯ ଅନୁଯାୟୀ ହେଉଥିବା ନିଟ୍‌ ସମେତ କମନ୍‌ କାଉନସେଲିଂ ଏବଂ ଏମ୍‌ବିବିଏସ୍‌ ଶେଷ ବର୍ଷ ପରୀକ୍ଷା ସମସ୍ତ ମେଡିକାଲ କଲେଜ ପାଇଁ ସମାନ ହେବ। ସେହିପରି ନେକ୍ସଟ୍‌ (ନ୍ୟାଶନାଲ ଏକ୍‌ଜିଟ୍‌ ଟେଷ୍ଟ) ଫଳାଫଳ ଆଧାରରେ ପିଜି ପାଠ୍ୟକ୍ରମରେ ନାମଲେଖା ସୁଯୋଗ ଏବଂ ଚିକିତ୍ସା ଲାଗି ଲାଇସେନ୍ସ ମିଳିବ। ବିଦେଶରେ ମେଡିକାଲ ଶିକ୍ଷାରେ ସ୍ନାତକ କରିଥିବା ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟ ଏହା ସ୍କ୍ରିନିଂ ପରୀକ୍ଷା ଭାବେ କାର୍ଯ୍ୟ କରିବ। ନେକ୍ସଟ୍‌ କାର୍ଯ୍ୟକାରୀ ହେବା ପୂର୍ବରୁ ୩ ବର୍ଷର ଓ୍ବିଣ୍ଡୋ ପରିୟଡ ରଖାଯାଇଛି ଏବଂ ଏହି ପରୀକ୍ଷା କିଭଳି ହେବ ତାହା ପରବର୍ତ୍ତୀ ସମୟରେ ଏନ୍‌ଏମ୍‌ସି ଦ୍ୱାରା ସ୍ଥିରୀକୃତ ହେବ। ନେକ୍ସଟରେ ଉତ୍ତୀର୍ଣ୍ଣ ହେବା ପରେ ଜଣେ ପ୍ରାର୍ଥୀ ନିଜକୁ ପଞ୍ଜୀକୃତ କରିବା ସହ ଡାକ୍ତରୀ ବୃତ୍ତି ପାଇଁ ଲାଇସେନ୍ସ ପାଇପାରିବେ। ପିଜି ପାଠ୍ୟକ୍ରମରେ ନାମଲେଖା ଲାଗି ର଼୍ୟାଙ୍କ ବଢ଼ାଇବାକୁ ଜଣେ ଏକାଧିକ ଥର ନେକ୍ସଟ ଦେଇପାରିବେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି।


All Right Reserved By Dharitri.Com

ବର୍ଲିରେ ଲାଗିଲା ପୋଷ୍ଟର: ଆଦିତ୍ୟ ଭାବି ମୁଖ୍ୟମନ୍ତ୍ରୀ

ମୁମ୍ବାଇ,୨୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ମହାରାଷ୍ଟ୍ରରେ ଭାଜପା ଓ ଶିବସେନାଙ୍କ ମେଣ୍ଟକୁ ଏହି ନିର୍ବାଚନରେ ବହୁମତ ମିଳିଛି। ଏହାରି ଭିତରେ...

ଶ୍ରୀନଗରରେ ଏକକାଳୀନ ନମାଜ ପଢିବାରେ ଲାଗିଲା ପ୍ରତିବନ୍ଧକ

ଶ୍ରୀନଗର,୧୨।୮: ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ହଟାଇ ଦିଆଯିବା ପରେ ସୋମବାର ଏଠାରେ ପ୍ରଥମ କରି ଇଦ୍‌-ଉଲ୍‌-ଜୁହା ପାଳନ କରାଯାଇଛି। ତେବେ ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ...

ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା ପାଇଁ ସତର୍କ ରହୁ ପୋଲିସ: ମୋଦି

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର କ୍ୟାବିନେଟ୍‌ ବୈଠକ ଶେଷ ହୋଇଛି। ଏହାପରେ ମୋଦି ସୂଚନା ଦେଇଛନ୍ତି ଯେ, ଜମ୍ମୁ-କଶ୍ମୀରରେ ସମ୍ଭାବ୍ୟ ହିଂସାକାଣ୍ଡର ମୁକାବିଲା...

୭୬ ଘଣ୍ଟା ଖାଦ୍ୟ ପ୍ରସ୍ତୁତ କରି ରେକର୍ଡ କଲେ ଲତା

ଭୋପାଳ,୭।୯: ମଧ୍ୟ ପ୍ରଦେଶ ରିବା ଅଞ୍ଚରରେ ଥିବା ସେଫ୍‌ ଲତା ଟଣ୍ଡନ ଦୀର୍ଘ ୭୬ ଘଣ୍ଟା ଧରି ରୋଷେଇ କରିବା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଟି...

ନବଜାତ ଶିଶୁ କଳାଧଳା ବ୍ୟତୀତ ଅନ୍ୟ ରଙ୍ଗ ଜାଣି ପାରନ୍ତି ନାହିଁ

ଶିଶୁ ଜନ୍ମ ହେବା ପରେ ତା’ର ବିଶେଷ ଯତ୍ନ ନିଆଯାଇଥାଏ। କାରଣ ସେ ପ୍ରକୃତି ସହ ଖାପ ନ ଖାଇବା ପର୍ଯ୍ୟନ୍ତ ତା’ର ବିଶେଷ ଧ୍ୟାନ...

ଯୋଗୀଙ୍କୁ କେନ୍ଦ୍ରର ଝଟକା

ନୂଆଦିଲ୍ଲୀ,୩ା୭(ପି.ଟି.): ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ୧୭ ଅନ୍ୟ ପଛୁଆ ବର୍ଗ (ଓବିସି)ର ଲୋକଙ୍କୁ ତଫସିଲଭୁକ୍ତ ଜାତି (ଏସ୍‌ସି) ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ନେଇଥିବା...

ପ୍ରଧାମମନ୍ତ୍ରୀ ମୋଦିଙ୍କୁ ଆଶ୍ୱାସନା ଦେଇ ଟ୍ରୋଲ ହେଲେ ହାର୍ଦ୍ଦିକ

ଅହମ୍ମଦାବାଦ୍‌, ୧୨।୬: ଭାରତୀୟ ବାୟୁସେନା ପରିବହନ ବିଭାଗର ନିଖୋଜ ବିମାନ ଏନ-୩୨ ଆଠ ଦିନ ପରେ ଠାବ ହୋଇଛି। ମଙ୍ଗଳବାର ଭାରତୀୟ ବାୟୁସେନାର ଏମଆଇ-୧୭ ବିମାନ...

ପ୍ରେମ ବିବାହ କରିବାରୁ ଝିଅର ତଣ୍ଟିଚିପି ହତ୍ୟା କଲେ ପିତା, ଭାଇ

ପଟିଆଲା, ୧୭।୭: ଝିଅ ନିଜ ଇଚ୍ଛାରେ ବିବାହ କରିବାରୁ ପିତା ଏବଂ ଭାଇ ମିଶି ତାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ହତ୍ୟା ପରେ ମୃତଦେହକୁ...

Leave a comment

Your email address will not be published. Required fields are marked *