ଦରମା ଦାବିରେ ଶିକ୍ଷକ ସଂଘର ତାଲା ବନ୍ଦ

ବିଶୋଇ,୫ା୧୦(ଡି.ଏନ୍‌.ଏ.)- ନିର୍ଦ୍ଧାରିତ ସମୟରେ ଦରମା ନ ପାଇ ଶୁକ୍ରବାର ବିଶୋଇ ବ୍ଲକ ଲେବଲ-ଭି ଏକ୍ସକ୍ୟାଡ଼ର ଶିକ୍ଷକ ସଂଘ ପକ୍ଷରୁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟରେ ତାଲା ପକାଇ ଦିଆଯାଇଥିଲା। ସଂଘର ସଭାପତି ରବୀନ୍ଦ୍ର ମହାନ୍ତଙ୍କ ନେତୃତ୍ୱରେ ଉପସଭାପତି ଚନ୍ଦ୍ରମୋହନ ଟୁଡୁ, ସମ୍ପାଦକ ବାଜିନାଥ ଟୁଡୁ, ସହ ସମ୍ପାଦକ ପର୍ଶୁରାମ ଦତ୍ତଙ୍କ ସମେତ ଏକ୍ସକ୍ୟାଡ଼ର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ ଆନ୍ଦୋଳନରେ ସାମିଲ ହୋଇଥିଲେ। ଉଲ୍ଲେଖଯୋଗ୍ୟ ଯେ, ଦୁର୍ଗାପୂଜା ଛୁଟି ଅବକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ସେପ୍ଟେମ୍ବର ମାସର ୩୦ ତାରିଖ ସୁଦ୍ଧା ଲେବଲ – ଭି ଏକ୍ସକ୍ୟାଡ଼ର ଶିକ୍ଷକମାନଙ୍କୁ ଦରମା ପ୍ରଦାନ ନିମନ୍ତେ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରାଯାଇଥିଲା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ ନ କରିବାରୁ ସଂଘ ପକ୍ଷରୁ ଏହି ତାଲା ବନ୍ଦ ଅନ୍ଦୋଳନ କରାଯାଇଥିଲା। ବେତନ ପ୍ରଦାନ ନିମନ୍ତେ ଉପରିସ୍ଥ ବିଭାଗ ପକ୍ଷରୁ କୌଣସି ପ୍ରସ୍ତାବ ଆସି ନ ଥିବାରୁ ଦରମା ପ୍ରଦାନରେ ବିଳମ୍ବ ହୋଇଥିବା ବିଇଓ କହିଛନ୍ତି।


All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଏକକାଳୀନ ୩ ସ୍ଥାନରେ ଚଢ଼ାଉ

ବାରିପଦା ଅଫିସ,୧୯।୧୨: ମୟୂରଭଞ୍ଜ ଜିଲା ବାରିପଦା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ଯନ୍ତ୍ରୀ ଦୁର୍ଗାମାଧବ ମିଶ୍ରଙ୍କ ଘରେ ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଛି।...

ଆରମ୍ଭ ହେଲା ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା

ବଡ଼ସାହି,୧୦ା୨(ସ୍ବ.ପ୍ର)- ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ବାର୍ଷିକ ପୂଜା ଶନିବାରଠାରୁ ଆରମ୍ଭ ହୋଇଛି। ୪ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୂଜା...

ଅସହାୟଙ୍କୁ ଖାଦ୍ୟ ପ୍ରଦାନ

ବାରିପଦା ଅଫିସ, ୨୮ା୩- କରୋନା ଭାଇରସ ସଂକ୍ରମଣକୁ ରକ୍ଷା ପାଇବା ପାଇଁ ସାରା ଦେଶକୁ ଲକ୍‌ଡାଉନ କରାଯାଇଛି। ସହରରେ ସବୁ ଦୋକାନ ବଜାର ବନ୍ଦ ରହିଛି।...

ଛାତ୍ରୀଛାତ୍ରଙ୍କୁ ପାଠ୍ୟ ଉପକରଣ, ମାସ୍କ ବଣ୍ଟନ

ଚମ୍ପୁଆ, ୨।୫(ଡି.ଏନ.ଏ.) -କରୋନା ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ ତଥା ଛାତ୍ରୀଛାତ୍ରଙ୍କୁ ସହଯୋଗ ପାଇଁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ମାସ୍କ, ପେନ,...

ବାହାର ରାଜ୍ୟରୁ ଆସିବା କାଳ ହେଲା : କରୋନା କଟକଣା ଯୋଗୁ ଆଖିବୁଜିଲେ ଯାଆଁଳା ଶିଶୁ

ବାରିପଦା ଅଫିସ,୨୦ା୫- ବର୍ଷକ ତଳେ ବିବାହ କରିଥିବା ଦମ୍ପତି ପ୍ରଥମ ସନ୍ତାନ ପାଇଁ କେତେ ସ୍ବପ୍ନ ଦେଖିଥିଲେ। ମାତ୍ର କରୋନା କଟକଣା ଯୋଗୁ ସବୁ ଖୁସି...

ବଜ୍ରପାତରେ ଗଲା ୬ ଜୀବନ

ଖୁଣ୍ଟା/କୁଆମରା/କେନ୍ଦୁଝର/ରୂପ୍‌ସା,୨୪।୪(ଡି.ଏନ୍‌.ଏ./ସ୍ବ.ପ୍ର)-ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର...

ମୟୂରଭଞ୍ଜ ସରକାରୀ ଠିକାଦାର ସଂଘର ବିକ୍ଷୋଭ

ବାରିପଦା ଅଫିସ,୨ା୧୧- ନିଖିଳ ଓଡ଼ିଶା ଠିକାଦାର ମହାସଂଘର ଆହ୍ବାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଛି। ଶୁକ୍ରବାର ବାରିପଦାସ୍ଥିତ...

ପିଆରଏମ୍‌ ମେଡିକାଲ କଲେଜ: ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ପାଇଁ ଜିଲାପାଳଙ୍କୁ ଦାବିପତ୍ର

ବାରିପଦା ଅଫିସ,୧୨ା୧୦- ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୨୪ ଘଣ୍ଟିଆ ବିଦୁତ୍‌ ସେବା ଯୋଗାଇ ଦେବା ନେଇ ଅଣ ରାଜନୈତିକ ସଂଗଠନ...

Leave a comment

Your email address will not be published. Required fields are marked *