ବାନିଗାଁ ଜଙ୍ଗଲରେ ଛୁଆ ହାତୀ : ଜଗି ରହିଛନ୍ତି ବନ ବିଭାଗ କର୍ମଚାରୀ

ଲାଞ୍ଜିଗଡ,୫।୧୦(ଡି.ଏନ.ଏ.)
କଳାହାଣ୍ଡି ଜିଲା ଲାଞ୍ଜିଗଡ ପଞ୍ଚାୟତ ଅନ୍ତର୍ଗତ ବଡବାନିଗାଁ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଶୁକ୍ରବାର ଏକ ଛୁଆହାତୀକୁ ଠାବ କରିଛି ବନ ବିଭାଗ । ଲାଞ୍ଜିଗଡ ଫରେଷ୍ଟର ଦୁଶଭ ବେସରାଙ୍କ କହିବାନୁଯାୟୀ ଲାଞ୍ଜିଗଡ ଅଞ୍ଚଳ ପୁଟିରିଭଟ୍ଟା, ବାନିଗାଁ, ହୁମାଝୋଲା ଓ ଗୋଇପଟ୍ଟା ଅଞ୍ଚଳରେ ଥିବା ଜଙ୍ଗଲରେ ୧୫ଟି ହାତୀ ଚଳପ୍ରଚଳ କରୁଥିଲେ। ଶୁକ୍ରବାର ନିକଟସ୍ଥ ବାନିଗାଁ ଜଙ୍ଗଲକୁ ଯାଇଥିବା ଲୋକେ ହାତୀର ଗର୍ଜନ ଶୁଣି ଭୟଭିତ ହୋଇଯାଇଥିଲେ। ସାମ୍ନାରେ ଏକ ଛୁଆହାତୀକୁ ଦେଖିବାକୁ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ତରଫରୁ ଏକ ଟିମ୍‌ ଆସି ହାତୀ ଥିବା ସ୍ଥାନରେ ପହଞ୍ଚତ୍ଥିଲେ। ଦିନ ତମାମ ବନବିଭାଗ କର୍ମଚାରୀ ଓ ଗ୍ରାମବାସୀ ହାତୀକୁ ଜଗି ରହିଥିଲେ। ବନବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ହାତୀପଲରୁ ଏହି ଛୁଆ ଅଲଗା ହୋଇଯାଇଥିଲା । ସେଥିପାଇଁ ଏହି ଚଟାଣ ନିକଟରେ ସେ ହାତୀପଲକୁ ଅପେକ୍ଷା କରିଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟାରେ ବନ ବିଭାଗ ଏସିଏଫ୍‌ ଓ ଡେପୁଟି ରେଞ୍ଜର, ବିଶ୍ୱନାଥପୁର ରେଞ୍ଜର ଲକ୍ଷ୍ୟ ମହାନନ୍ଦ ହାତୀଥିବା ଜାଗାକୁ ତଦାରଖ କରିଯାଇଛନ୍ତି। ହାତୀ ଥିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀମାନେ ହାତୀର ଚଳପ୍ରଚଳ ଉପରେ ନଜର ରଖିଥିବେ ବୋଲି ଫରେଷ୍ଟର ବେସରା କହିଛନ୍ତି ।


All Right Reserved By Dharitri.Com

ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

ପୁରୁଣା ଭୁବନେଶ୍ୱର,୯ା୧୧ (ଡି.ଏନ.ଏ.): ଖଣି ଓ ସଂସଦୀୟ ବ୍ୟାପର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଶୁକ୍ରବାର ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନରେ ଆସିଥିଲେ। ତାଙ୍କ ସହ ନାଲ୍‌କୋ ସିଏମ୍‌ଡି...

ଦୋକାନର ମାଲିକାନା ଦାବି: ମହିଳାଙ୍କ ଧାରଣା

ନିଶ୍ଚିନ୍ତକୋଇଲି,୧୯।୧୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରରେ ଥିବା ଏକ ଜଳଖିଆ ଦୋକାନର ମାଲିକାନା ଦାବି କରି ବୁଧବାର ଜଣେ ବୟସ୍କ ମହିଳା...

ଲୋକାୟୁକ୍ତ ସଦସ୍ୟଭାବେ ଦାୟିତ୍ୱ ନେଲେ ରାଜେନ୍ଦ୍ର ଶର୍ମା

ଭୁବନେଶ୍ୱର, ୮।୮(ବ୍ୟୁରୋ): ନୂଆ ଦାୟିତ୍ୱ ଗ୍ରହଣ କଲେ ବିଦାୟୀ ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା। ଲୋକାୟୁକ୍ତ ସଦସ୍ୟ ଭାବେ ସେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଡିଜାଇନର କଲେକ୍ସନ’ ବିକ୍ରୟ କେନ୍ଦ୍ର ଉଦ୍‌ଘାଟିତ

ଭୁବନେଶ୍ୱର,୨୫।।୬(ବ୍ୟୁରୋ): ଓଡ଼ିଶାର ବାନ୍ଧକଳା କେବଳ ରାଜ୍ୟରେ ନୁହେଁ, ସମଗ୍ର ଭାରତ ବର୍ଷରେ ସୁଖ୍ୟାତି ଲାଭ କରିଛି। ଭାରତ ବାହାରେ ମଧ୍ୟ ଓଡ଼ିଶା ବାନ୍ଧକଳା ଆଦୃତି ଲାଭ...

ସର୍ବକ୍ଷମା ଅବଧି ବୃଦ୍ଧି ଦାବି

ଭୁବନେଶ୍ୱର,୪।୨(ବ୍ୟୁରୋ): ଯେଉଁମାନେ ସହରାଞ୍ଚଳରେ କୋଠାବାଡ଼ି ନିର୍ମାଣ ପାଇଁ ପ୍ଲାନ୍‌ ନେଇ ମଞ୍ଜୁରୀଠାରୁ ଅଧିକ ନିର୍ମାଣ କରିଛନ୍ତି କିମ୍ବା ନ ନେଇ ଘର ତିଆରି କରିଛନ୍ତି, ସେମାନେ...

ପୁରୀ ଭୋଟ ଗଣତିରେ ବିଳମ୍ବ

ପୁରୀ ଅଫିସ.୨୩।୫: ପ୍ରଶାସନିକ ଅବହେଳା ପାଇଁ ପୁରୀରେ ଭୋଟ ଗଣତି ବିଳମ୍ବ ହୋଇଛି। ବାତ୍ୟାରେ ଇଭିଏମ ଏବଂ ଭିଭିପାଟର ସୁରକ୍ଷା ପାଇଁ ଷ୍ଟ୍ରଙ୍ଗ ରୁମରେ ଏକ...

ଭଙ୍ଗାଗଲା ଶ୍ରୀଲିଙ୍ଗରାଜ ମାର୍କେଟ କମ୍ଲେକ୍ସ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମାର୍କେଟ କମ୍ଲେକ୍ସକୁ ଶୁକ୍ରବାର ଭଙ୍ଗାଯାଇଛି। ପୂର୍ବାହ୍ନରେ ବିଡିଏ ଓ ବିଏମ୍‌ସିର ମିଳିତ ସ୍କ୍ବାର୍ଡ ଏବଂ ଏକ...

ଆଜିର ବଜେଟ ଚାଷୀଙ୍କ ଲାଗି ଆଶାଶୂନ୍ୟ: ସୋଲାଙ୍କି

ଭୁବନେଶ୍ୱର,୧।୨(ବ୍ୟୁରୋ): ପ୍ରଦେଶ କିଷାନ କଂଗ୍ରେସର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଖିଳ ଭାରତ କଂଗ୍ରେସ...

Leave a comment

Your email address will not be published. Required fields are marked *